Biblia Todo Logo
Bib sou entènèt

- Piblisite -




୧ ତୀମଥି 5:3 - ପବିତ୍ର ବାଇବଲ (Re-edited) - (BSI)

3 ନିରାଶ୍ରୟ ବିଧବାମାନଙ୍କୁ ସମାଦର କର।

Gade chapit la Kopi

ଓଡିଆ ବାଇବେଲ

3 ନିରାଶ୍ରୟ ବିଧବାମାନଙ୍କୁ ସମ୍ମାନ କର ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

3 ଏକାକିନୀ ହୋଇ ନିଃସହାୟ ଭାବରେ ଚଳୁଥିବା ବିଧବାମାନଙ୍କୁ ମାନ୍ୟ କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ନିରାଶ୍ରୟ ବିଧବାମାନଙ୍କୁ ସମ୍ମାନ କର।

Gade chapit la Kopi

ପବିତ୍ର ବାଇବଲ

3 ପ୍ରକୃତରେ ଏକୁଟିଆଥିବା ବିଧବାମାନଙ୍କର ଯତ୍ନ ନିଅ।

Gade chapit la Kopi




୧ ତୀମଥି 5:3
28 Referans Kwoze  

ଯେ କେହି ବିଦେଶୀ, ପିତୃହୀନ ଓ ବିଧବାର ବିଚାର ବିଗାଡ଼େ, ସେ ଶାପଗ୍ରସ୍ତ ହେଉ। ତହିଁରେ ସମସ୍ତ ଲୋକ କହିବେ, ଆମେନ୍।


ଏହି ସମୟରେ, ଯେତେବେଳେ ଶିଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିଲା, ସେତେବେଳେ ଗ୍ରୀକ୍ ଭାଷାବାଦୀ ଯିହୁଦୀମାନେ ଏବ୍ରୀୟମାନଙ୍କ ବିପକ୍ଷରେ ବଚସା କରିବାକୁ ଲାଗିଲେ, କାରଣ ଦୈନିକ ପରିଚର୍ଯ୍ୟାରେ ସେମାନଙ୍କର ବିଧବାମାନଙ୍କୁ ଉପେକ୍ଷା କରାଯାଉଥିଲା।


ଆଉ ଲେବୀୟ ଲୋକ ତୁମ୍ଭ ସଙ୍ଗରେ କୌଣସି ଅଂଶ କି ଅଧିକାର ନ ପାଇବାରୁ ସେ ଓ ତୁମ୍ଭ ନଗରଦ୍ଵାରରେ ଥିବା ବିଦେଶୀ ଓ ପିତୃହୀନ ଓ ବିଧବା, ଏମାନେ ଆସି ଭୋଜନ କରି ତୃପ୍ତ ହେବେ; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ।


ସେ ପିତୃହୀନ ଓ ବିଧବାର ବିଚାର ନିଷ୍ପତ୍ତି କରନ୍ତି ଓ ବିଦେଶୀକି ଅନ୍ନବସ୍ତ୍ର ଦେଇ ପ୍ରେମ କରନ୍ତି।


ସମସ୍ତଙ୍କୁ ସମାଦର କର, ଭାଇମାନଙ୍କୁ ପ୍ରେମ କର, ଈଶ୍ଵରଙ୍କୁ ଭୟ କର, ରାଜାଙ୍କୁ ସମାଦର କର।


ଆଉ ଆପଣା ଉତ୍ସବ ସମୟରେ ତୁମ୍ଭେ ଓ ତୁମ୍ଭ ପୁତ୍ର ଓ ତୁମ୍ଭ କନ୍ୟା ଓ ତୁମ୍ଭ ଦାସ ଓ ତୁମ୍ଭ ଦାସୀ ଓ ତୁମ୍ଭ ନଗରଦ୍ଵାରବର୍ତ୍ତୀ ଲେବୀୟ ଲୋକ ଓ ବିଦେଶୀ ଓ ପିତୃହୀନ ଓ ବିଧବା, (ତୁମ୍ଭେ) ସମସ୍ତେ ଆନନ୍ଦ କରିବ।


ଆଉ, ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଆପଣା ନାମ ବାସ କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ; ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ସମ୍ମୁଖରେ ତୁମ୍ଭେ ଓ ତୁମ୍ଭ ପୁତ୍ର ଓ ତୁମ୍ଭ କନ୍ୟା ଓ ତୁମ୍ଭ ଦାସ ଓ ତୁମ୍ଭ ଦାସୀ ଓ ତୁମ୍ଭ ନଗରଦ୍ଵାରବର୍ତ୍ତୀ ଲେବୀୟ ଲୋକ ଓ ତୁମ୍ଭ ମଧ୍ୟରେ ଥିବା ବିଦେଶୀୟ ଲୋକ ଓ ପିତୃହୀନ ଓ ବିଧବା (ତୁମ୍ଭେ) ସମସ୍ତେ ଆନନ୍ଦ କରିବ।


ତୁମ୍ଭେ ଆପଣା ପିତା ଓ ଆପଣା ମାତାଙ୍କୁ ସମ୍ଭ୍ରମ କର; ତହିଁରେ ତୁମ୍ଭର ସଦାପ୍ରଭୁ ପରମେଶ୍ଵର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ।


ସେହି ପ୍ରକାରେ, ହେ ସ୍ଵାମୀମାନେ, ତୁମ୍ଭମାନଙ୍କ ପ୍ରାର୍ଥନାରେ ଯେପରି ବାଧା ନ ଜନ୍ମେ, ଏଥିନିମନ୍ତେ ସ୍ତ୍ରୀମାନଙ୍କୁ ଅପେକ୍ଷାକୃତ ଦୁର୍ବଳା ପାତ୍ରୀ ଓ ଆପଣାମାନଙ୍କ ସହିତ ଜୀବନରୂପ ଅନୁଗ୍ରହଦାନର ସହାଧିକାରିଣୀ ଜାଣି ସେମାନଙ୍କୁ ସମାଦର କର, ପୁଣି ଜ୍ଞାନରେ ସେମାନଙ୍କର ସହିତ ବାସ କର।


ଅନାଥ ଓ ବିଧବାମାନଙ୍କୁ ସେମାନଙ୍କ ଦୁଃଖାବସ୍ଥାରେ ସଂଖୋଳିବା ପୁଣି ସଂସାରରୁ ଆପଣାକୁ ନିଷ୍କଳଙ୍କ ରୂପେ ରକ୍ଷା କରିବା, ଏହା ଆମ୍ଭମାନଙ୍କ ଈଶ୍ଵର ଓ ପିତାଙ୍କ ଛାମୁରେ ବିଶୁଦ୍ଧ ଓ ନିର୍ମଳ ଧର୍ମପରାୟଣତା ଅଟେ।


ଯଦ୍ୟପି ଖ୍ରୀଷ୍ଟଙ୍କ ପ୍ରେରିତ ସ୍ଵରୂପେ ଆମ୍ଭେମାନେ ସମ୍ଭ୍ରମ ଦାବୀ କରି ପାରିଥାଆନ୍ତୁ, ତଥାପି ତୁମ୍ଭମାନଙ୍କଠାରୁ ହେଉ ବା ଅନ୍ୟ କାହାରିଠାରୁ ହେଉ, କୌଣସି ମନୁଷ୍ୟଠାରୁ ଗୌରବ ପାଇବାକୁ ଚେଷ୍ଟା କରି ନାହୁଁ।


ଏଣୁ ପିତର ଉଠି ସେମାନଙ୍କ ସାଙ୍ଗରେ ଗଲେ। ସେ ଆସନ୍ତେ, ସେମାନେ ତାଙ୍କୁ ସେହି ଉପର କୋଠରୀକୁ ଘେନିଗଲେ, ଆଉ ବିଧବାମାନେ ସମସ୍ତେ ତାଙ୍କୁ ଘେରି ବିଳାପ କରୁ କରୁ, ଦର୍କା ସେମାନଙ୍କ ସାଙ୍ଗରେ ଥିବା ସମୟରେ ଯେଉଁସବୁ ଅଙ୍ଗରଖା ଓ ବସ୍ତ୍ରଗୁଡ଼ିକ ବନାଇଥିଲେ, ସେହିସବୁ ଦେଖାଇବାକୁ ଲାଗିଲେ।


ସେ ନଗରଦ୍ଵାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଲୋକେ ଜଣେ ମୃତ ମନୁଷ୍ୟକୁ ବାହାରକୁ ବହି ଆଣୁଥିଲେ, ସେ ଆପଣା ମାତାର ଏକମାତ୍ର ପୁତ୍ର, ପୁଣି ସେହି ସ୍ତ୍ରୀ ବିଧବା; ଆଉ, ନଗରର ବହୁସଂଖ୍ୟକ ଲୋକ ତାହାର ସାଙ୍ଗରେ ଥିଲେ।


ସେ ମନ୍ଦିର ପରିତ୍ୟାଗ ନ କରି ଉପବାସ ଓ ନିବେଦନ ସହ ଦିବାରାତ୍ର ଉପାସନା କରୁଥିଲେ।


କିନ୍ତୁ ହାୟ, ଦଣ୍ତର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ମନୁଷ୍ୟମାନଙ୍କ ସମ୍ମୁଖରେ ସ୍ଵର୍ଗରାଜ୍ୟ ରୁଦ୍ଧ କରୁଥାଅ; ତୁମ୍ଭେମାନେ ତ ନିଜେ ପ୍ରବେଶ କରୁ ନାହଁ, ପୁଣି ପ୍ରବେଶ କରିବାକୁ ଇଚ୍ଛୁକ ଲୋକମାନଙ୍କୁ ସୁଦ୍ଧା ପ୍ରବେଶ କରାଇ ଦେଉ ନାହଁ।


ସେ ଆପଣା ପିତାମାତାଙ୍କୁ ନିଶ୍ଚୟ ସମାଦର କରିବ ନାହିଁ। ଏହିରୂପେ ତୁମ୍ଭେମାନେ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ଵରଙ୍କ ବାକ୍ୟ ବ୍ୟର୍ଥ କରିଅଛ।


ତୁମ୍ଭେ ଆପଣା ପିତୃହୀନ ସନ୍ତାନଗଣକୁ ଛାଡ଼, ଆମ୍ଭେ ସେମାନଙ୍କୁ ଜୀବନରେ ରକ୍ଷା କରିବା ଓ ତୁମ୍ଭର ବିଧବାମାନେ ଆମ୍ଭଠାରେ ବିଶ୍ଵାସ କରନ୍ତୁ।


ସଦାପ୍ରଭୁ ବିଦେଶୀମାନଙ୍କୁ ରକ୍ଷା କରନ୍ତି; ସେ ପିତୃହୀନ ଓ ବିଧବାକୁ ଧରି ରଖନ୍ତି; ମାତ୍ର ଦୁଷ୍ଟମାନଙ୍କର ଗତି ସେ ଓଲଟାଇ ପକାନ୍ତି।


ସେମାନେ ବିଧବା ଓ ବିଦେଶୀକି ବଧ କରନ୍ତି ଓ ପିତୃହୀନମାନଙ୍କୁ ହତ୍ୟା କରନ୍ତି।


ପରମେଶ୍ଵର ଆପଣା ପବିତ୍ର ବାସସ୍ଥାନରେ ପିତୃହୀନମାନଙ୍କର ପିତା ଓ ବିଧବାମାନଙ୍କର ବିଚାରକର୍ତ୍ତା ଅଟନ୍ତି।


ଯେବେ ମୁଁ ଦରିଦ୍ରମାନଙ୍କୁ ସେମାନଙ୍କ ବାଞ୍ଛିତ ବିଷୟରୁ ଅଟକାଇଥାଏ, ଅବା ବିଧବାର ଦୃଷ୍ଟି ମ୍ଳାନ କରିଥାଏ;


ନଷ୍ଟକଳ୍ପ ଲୋକର କଲ୍ୟାଣ ମୋʼ ଉପରେ ବର୍ତ୍ତିଲା ଓ ମୁଁ ବିଧବାର ହୃଦୟକୁ ଆନନ୍ଦରେ ଗାନ କରାଇଲି।


ବୃଦ୍ଧା ସ୍ତ୍ରୀମାନଙ୍କୁ ମାତୃତୁଲ୍ୟ ଓ ଯୁବତୀମାନଙ୍କୁ ପବିତ୍ର ଭାବରେ ଭଗ୍ନୀତୁଲ୍ୟ ଜ୍ଞାନ କରି ସେହି ପ୍ରକାର କର।


ଯୀଶୁ ନିଥନିୟେଲଙ୍କୁ ଆପଣା ନିକଟକୁ ଆସୁଥିବା ଦେଖି ତାଙ୍କ ବିଷୟରେ କହିଲେ, ଏହି ଦେଖ, ପ୍ରକୃତରେ ଏ ଜଣେ ଇସ୍ରାଏଲୀୟ ଲୋକ, ଏହାଙ୍କଠାରେ ଛଳନା ନାହିଁ।


ପୁଣି, ସେ ହାତ ଦେଇ ତାଙ୍କୁ ଉଠାଇଲେ ଏବଂ ସାଧୁମାନଙ୍କୁ ଓ ବିଧବାମାନଙ୍କୁ ଡାକି ତାଙ୍କୁ ଜୀବିତ ଦେଖାଇଲେ।


Swiv nou:

Piblisite


Piblisite