Biblia Todo Logo
Bib sou entènèt

- Piblisite -




୧ ତୀମଥି 5:19 - ପବିତ୍ର ବାଇବଲ (Re-edited) - (BSI)

19 ଦୁଇ ବା ତିନି ଜଣ ସାକ୍ଷୀଙ୍କ ବିନା କୌଣସି ପ୍ରାଚୀନଙ୍କ ବିରୁଦ୍ଧରେ ଅଭିଯୋଗ ଗ୍ରହଣ କର ନାହିଁ।

Gade chapit la Kopi

ଓଡିଆ ବାଇବେଲ

19 ଦୁଇ ବା ତିନି ଜଣ ସାକ୍ଷୀଙ୍କ ବିନା କୌଣସି ପ୍ରାଚୀନଙ୍କ ବିରୁଦ୍ଧରେ ଅଭିଯୋଗ ଗ୍ରହଣ କର ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

19 ଦୁଇ ବା ତିନି ଜଣ ସାକ୍ଷୀ ନ ଥାଇ ମଣ୍ଡଳୀର ଜଣେ ବୟୋଜ୍ୟେଷ୍ଠ ନେତା ବିରୁଦ୍ଧରେ କୌଣସି ଅଭିଯୋଗ ବିଚାରକୁ ନିଅ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଦୁଇ ବା ତିନି ଜଣ ସାକ୍ଷୀଙ୍କ ବିନା କୌଣସି ପ୍ରାଚୀନଙ୍କ ବିରୁଦ୍ଧରେ ଅଭିଯୋଗ ଗ୍ରହଣ କର ନାହିଁ।

Gade chapit la Kopi

ପବିତ୍ର ବାଇବଲ

19 ଯେଉଁ ଲୋକ ଜଣେ ପ୍ରାଚୀନ ବିରୁଦ୍ଧରେ ନିନ୍ଦା କରେ, ଓ ତା’ ସହିତ ଯଦି ଅନ୍ୟ ଦୁଇ ବା ତିନି ଜଣ ଲୋକ ମଧ୍ୟ ପ୍ରାଚୀନ ଲୋକ ଭୁଲ୍ କରିଛନ୍ତି ବୋଲି କୁହନ୍ତି, ତା'ହେଲେ ଯାଇ ସେ ଲୋକର କଥା ତୁମ୍ଭେ ଶୁଣିବ।

Gade chapit la Kopi




୧ ତୀମଥି 5:19
14 Referans Kwoze  

କିନ୍ତୁ ଯଦି ସେ ନ ଶୁଣେ, ତାହାହେଲେ ତୁମ୍ଭ ସାଙ୍ଗରେ ଆଉ ଜଣେ ବା ଦୁଇ ଜଣଙ୍କୁ ଘେନିଯାଅ, ଯେପରି ଦୁଇ ବା ତିନି ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ।


ମନୁଷ୍ୟ କୌଣସି ଅପରାଧ କି କୌଣସି ପାପ କଲେ, ତାହାର କୃତ ସେହି ପାପ ଲାଗି ଏକ ସାକ୍ଷୀ ତାହାର ପ୍ରତିକୂଳରେ ଉଠିବ ନାହିଁ; ଦୁଇ ସାକ୍ଷୀଙ୍କ ମୁଖ ଦ୍ଵାରା କିଅବା ତିନି ସାକ୍ଷୀଙ୍କ ମୁଖ ଦ୍ଵାରା ବିଚାର ନିଷ୍ପନ୍ନ ହେବ।


ଏହି ତୃତୀୟ ଥର ମୁଁ ତୁମ୍ଭମାନଙ୍କ ନିକଟକୁ ଯାଉଅଛି। “ଦୁଇ ବା ତିନି ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ।”


ଯେଉଁ ବ୍ୟକ୍ତି ନିର୍ଦ୍ଦୋଷ ଓ ଏକ ସ୍ତ୍ରୀର ସ୍ଵାମୀ, ଯାହାଙ୍କ ସନ୍ତାନମାନେ ବିଶ୍ଵାସୀ ଅଟନ୍ତି ଓ କଦାଚରଣ ବିଷୟରେ ଅପବାଦିତ କିମ୍ଵା ଅବାଧ୍ୟ ନୁହନ୍ତି, ତାଙ୍କୁ ନିଯୁକ୍ତ କର।


ପ୍ରାଣଦଣ୍ତଯୋଗ୍ୟ ବ୍ୟକ୍ତି ଦୁଇ ସାକ୍ଷୀର ବା ତିନି ସାକ୍ଷୀର ମୁଖ ଦ୍ଵାରା ହତ ହେବ; ଏକ ସାକ୍ଷୀର ମୁଖ ଦ୍ଵାରା ତାହାର ପ୍ରାଣଦଣ୍ତ ହେବ ନାହିଁ।


କେହି ମୋଶାଙ୍କ ବ୍ୟବସ୍ଥାକୁ ଅମାନ୍ୟ କଲେ, ସେ ଦୟା ପ୍ରାପ୍ତ ନ ହୋଇ ଦୁଇ କିମ୍ଵା ତିନି ଜଣ ସାକ୍ଷୀଙ୍କ ପ୍ରମାଣରେ ହତ ହୁଏ;


ମୁଁ ସେମାନଙ୍କୁ ଉତ୍ତର ଦେଲି, ବାଦୀ ଓ ପ୍ରତିବାଦୀ ମୁଖାମୁଖି ନ ହେବା ପର୍ଯ୍ୟନ୍ତ, ପୁଣି ପ୍ରତିବାଦୀ ତାହା ବିରୁଦ୍ଧରେ କରାଯାଇଥିବା ଅଭିଯୋଗ ସମ୍ଵନ୍ଧରେ ଆତ୍ମ-ପକ୍ଷସମର୍ଥନ କରିବାର ସୁଯୋଗ ନ ପାଇବା ପର୍ଯ୍ୟନ୍ତ ତାକୁ ସମର୍ପଣ କରିବା ରୋମୀୟମାନଙ୍କର ବିଧି ନୁହେଁ।


ପୁଣି, ଦୁଇ ଜଣଙ୍କର ସାକ୍ଷ୍ୟ ଯେ ସତ୍ୟ, ଏହା ତୁମ୍ଭମାନଙ୍କର ବ୍ୟବସ୍ଥାରେ ମଧ୍ୟ ଲେଖା ଅଛି।


ଆଉ ସେମାନେ ମଧ୍ୟ ତାହା କରି ବର୍ଣ୍ଣବ୍ବା ଓ ଶାଉଲଙ୍କ ହସ୍ତରେ ପ୍ରାଚୀନମାନଙ୍କ ନିକଟକୁ ପଠାଇଦେଲେ।


ଅତଏବ, ପୀଲାତ ସେମାନଙ୍କ ନିକଟକୁ ବାହାରି ଆସି ପଚାରିଲେ, ଏ ଲୋକ ବିରୁଦ୍ଧରେ ତୁମ୍ଭେମାନେ କେଉଁ ଅଭିଯୋଗ ଆଣୁଅଛ?


ଭାବବାଣୀ ଓ ପ୍ରାଚୀନମାନଙ୍କର ହସ୍ତାର୍ପଣ ଦ୍ଵାରା ତୁମ୍ଭକୁ ଯେଉଁ ଅନୁଗ୍ରହ ଦାନ ଦତ୍ତ ହୋଇଅଛି, ତାହା ଅବହେଳା ନ କର।


ଯେଉଁ ପ୍ରାଚୀନମାନେ ଉତ୍ତମ ରୂପେ ତତ୍ତ୍ଵାବଧାନ କରନ୍ତି, ବିଶେଷତଃ ଯେଉଁମାନେ ବାକ୍ୟପ୍ରଚାର ଓ ଶିକ୍ଷାଦାନରେ ପରିଶ୍ରମ କରନ୍ତି, ସେମାନେ ଦୁଇ ଗୁଣ ସମାଦର ପାଇବାର ଯୋଗ୍ୟ ବୋଲି ଗଣିତ ହେଉନ୍ତୁ।


Swiv nou:

Piblisite


Piblisite