Biblia Todo Logo
Bib sou entènèt

- Piblisite -




୧ ତୀମଥି 2:7 - ପବିତ୍ର ବାଇବଲ (Re-edited) - (BSI)

7 ସେଥିସକାଶେ ମୁଁ ଜଣେ ପ୍ରଚାରକ, ପ୍ରେରିତ, ପୁଣି ବିଶ୍ଵାସ ଓ ସତ୍ୟ ସମ୍ଵନ୍ଧରେ ବିଜାତିମାନଙ୍କର ଜଣେ ଶିକ୍ଷକ ସ୍ଵରୂପେ ନିଯୁକ୍ତ ହେଲି, ମୁଁ ସତ୍ୟ କହୁଅଛି, ମିଥ୍ୟା କହୁ ନାହିଁ।

Gade chapit la Kopi

ଓଡିଆ ବାଇବେଲ

7 ସେଥିପାଇଁ ମୁଁ ଜଣେ ପ୍ରଚାରକ, ପ୍ରେରିତ ପୁଣି, ବିଶ୍ୱାସ ଓ ସତ୍ୟ ବିଷୟରେ ଅଣଯିହୂଦୀମାନଙ୍କର ଜଣେ ଶିକ୍ଷକ ଭାବେ ନିଯୁକ୍ତ ହେଲି, ମୁଁ ସତ କହୁଅଛି, ମିଛ କହୁ ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

7 ସେହି ସତ୍ୟ ଓ ବିଶ୍ୱାସର ବାର୍ତ୍ତା ଅନ୍ୟାନ୍ୟ ଜାତି ନିକଟରେ ଘୋଷଣା କରିବା ପାଇଁ ମୁଁ ଜଣେ ଶିଷ୍ୟ ଓ ଗୁରୁ ରୂପେ ପ୍ରେରିତ ହୋଇଛି। ମୁଁ ମିଥ୍ୟା କହୁ ନାହିଁ - ଯାହା କହୁଛି, ତାହା ସବୁ ନିରାଟ ସତ୍ୟ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ସେଥିପାଇଁ ମୁଁ ଜଣେ ପ୍ରଚାରକ, ପ୍ରେରିତ ପୁଣି, ବିଶ୍ୱାସ ଓ ସତ୍ୟ ବିଷୟରେ ଅଣଯିହୁଦୀମାନଙ୍କର ଜଣେ ଶିକ୍ଷକ ଭାବେ ନିଯୁକ୍ତ ହେଲି, ମୁଁ ସତ କହୁଅଛି, ମିଛ କହୁ ନାହିଁ।

Gade chapit la Kopi

ପବିତ୍ର ବାଇବଲ

7 ସେ ଠିକ୍ ସମୟରେ ଆସିଥିଲେ। ସେଥିପାଇଁ ସୁସମାଗ୍ଭର କହିବା ପାଇଁ ମୁଁ ମନୋନୀତ ହୋଇଥିଲି। ମୁଁ ପ୍ରେରିତ ରୂପେ ମଧ୍ୟ ସେଥିପାଇଁ ମନୋନୀତ ହୋଇଥିଲି। ମୁଁ ମିଛ କହୁ ନାହିଁ, ମୁଁ ସତ୍ୟ କହୁଛି। ମୁଁ ଅଣଯିହୂଦୀମାନଙ୍କର ଶିକ୍ଷକ ହେବା ପାଇଁ ମନୋନୀତ ହୋଇଥିଲି। ବିଶ୍ୱାସ କରିବା ଓ ସତ୍ୟକୁ ଜାଣିବା ପାଇଁ ମୁଁ ସେମାନଙ୍କୁ ଶିକ୍ଷା ଦିଏ।

Gade chapit la Kopi




୧ ତୀମଥି 2:7
27 Referans Kwoze  

କିନ୍ତୁ ପ୍ରଭୁ ତାଙ୍କୁ କହିଲେ, ଯାଅ; କାରଣ ସେ ବିଜାତି, ରାଜା ଓ ଇସ୍ରାଏଲର ସନ୍ତାନମାନଙ୍କ ସମ୍ମୁଖରେ ଆମ୍ଭର ନାମ ବହନ କରିବା ନିମନ୍ତେ ଆମ୍ଭର ଜଣେ ମନୋନୀତ ପାତ୍ର ଅଟେ;


ସେହି ସୁସମାଚାରର ମୁଁ ଜଣେ ପ୍ରଚାରକ, ପ୍ରେରିତ ଓ ଶିକ୍ଷକ ସ୍ଵରୂପେ ନିଯୁକ୍ତ ହୋଇଅଛି।


ମୋହର ହୃଦୟରେ ଯେ ଗଭୀର ଦୁଃଖ ଓ ନିରନ୍ତର ବେଦନା ହେଉଅଛି,


କାରଣ ବିଜାତିମାନେ ଯେପରି ପବିତ୍ର ଆତ୍ମାଙ୍କ ଦ୍ଵାରା ପବିତ୍ରୀକୃତ ହୋଇ ନୈବେଦ୍ୟ ସ୍ଵରୂପେ ସୁଗ୍ରାହ୍ୟ ହୁଅନ୍ତି, ଏଥିନିମନ୍ତେ ସେମାନଙ୍କ ନିକଟରେ ଖ୍ରୀଷ୍ଟ ଯୀଶୁଙ୍କ ସେବକ ହୋଇ ଈଶ୍ଵରଙ୍କ ସୁସମାଚାରର ଯାଜକତ୍ଵ କରିବା ପାଇଁ ମୋତେ ସେହି ଅନୁଗ୍ରହ ଦତ୍ତ ହୋଇଅଛି।


ଆଉ, ଯେତେବେଳେ ସେମାନେ ମୋତେ ପ୍ରଦତ୍ତ ଅନୁଗ୍ରହ ବିଷୟ ବୁଝିଲେ, ସେତେବେଳେ ସ୍ତମ୍ଭ ସ୍ଵରୂପେ ଖ୍ୟାତ ଯାକୁବ, କେଫା ଓ ଯୋହନ ମୋତେ ଓ ବର୍ଣ୍ଣବ୍ବାଙ୍କୁ ସହଭାଗିତାର ଦକ୍ଷିଣ ହସ୍ତ ପ୍ରଦାନ କଲେ, ଯେପରି ଆମ୍ଭେମାନେ ବିଜାତିମାନଙ୍କ ମଧ୍ୟରେ କାର୍ଯ୍ୟ କରୁ ଓ ସେମାନେ ସୁନ୍ନତିମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି;


ମୁଁ ଯେଉଁସବୁ ବିଷୟ ତୁମ୍ଭମାନଙ୍କୁ ଲେଖୁଅଛି, ଦେଖ, ଈଶ୍ଵରଙ୍କ ସାକ୍ଷାତରେ କହୁଅଛି, ମୁଁ ମିଥ୍ୟା କହୁ ନାହିଁ।


ସେ ଯେତେବେଳେ ଆପଣା ପୁତ୍ରଙ୍କୁ ମୋʼଠାରେ ପ୍ରକାଶ କରିବା ନିମନ୍ତେ ସନ୍ତୁଷ୍ଟ ହେଲେ, ଯେପରି ମୁଁ ବିଜାତିମାନଙ୍କ ମଧ୍ୟରେ ତାହାଙ୍କୁ ପ୍ରଚାର କରେ, ସେତେବେଳେ ମୁଁ ମନୁଷ୍ୟ ସହିତ ପରାମର୍ଶ ନ କରି


କିନ୍ତୁ ବିଜାତି ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି। ମୁଁ ବିଜାତିମାନଙ୍କ ନିମନ୍ତେ ପ୍ରେରିତ ହେବାରୁ ମୋʼ ସେବକପଦର ଗୌରବ କରୁଅଛି,


ସେ ପୁରାତନ ଜଗତକୁ ମଧ୍ୟ ଛାଡ଼ିଲେ ନାହିଁ, କିନ୍ତୁ କେବଳ ଧର୍ମପ୍ରଚାରକ ନୋହଙ୍କୁ ଅନ୍ୟ ସାତ ଜଣ ସହିତ ରକ୍ଷା କରି ଧର୍ମଭ୍ରଷ୍ଟ ଜଗତରେ ଳଳପ୍ଳାବନ ଘଟାଇଲେ;


ଏଣୁ ଯେଉଁମାନେ ବିଶ୍ଵାସୀ, ସେମାନେ ବିଶ୍ଵାସୀ ଅବ୍ରହାମଙ୍କ ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି।


ମୁଁ ଯେ ମିଥ୍ୟା କହୁ ନାହିଁ, ଏହା ପ୍ରଭୁ ଯୀଶୁଙ୍କ ଈଶ୍ଵର ଓ ପିତା ଜାଣନ୍ତି; ସେ ଯୁଗେ ଯୁଗେ ଧନ୍ୟ।


ତେବେ ଯାହାଙ୍କୁ ସେମାନେ ବିଶ୍ଵାସ କରି ନାହାନ୍ତି, ତାହାଙ୍କ ନିକଟରେ କିପରି ପ୍ରାର୍ଥନା କରିବେ? ପୁଣି ଯାହାଙ୍କ କଥା ସେମାନେ ଶୁଣି ନାହାନ୍ତି, କିପରି ତାହାଙ୍କଠାରେ ବିଶ୍ଵାସ କରିବେ? ଆଉ ପ୍ରଚାରକ ବିନା ସେମାନେ କିପରି ଶୁଣିବେ?


କିନ୍ତୁ ପ୍ରଥମେ ଦାମାସ୍କସ୍ର ଓ ଯିରୂଶାଲମର ଲୋକମାନଙ୍କ ନିକଟରେ, ପରେ ଯିହୁଦା ପ୍ରଦେଶର ସମସ୍ତ ଅଞ୍ଚଳରେ, ପୁଣି ବିଜାତିମାନଙ୍କ ନିକଟରେ ମଧ୍ୟ ପ୍ରଚାର କରିବାକୁ ଲାଗିଲି, ଯେପରି ସେମାନେ ମନ ପରିବର୍ତ୍ତନ କରି ଈଶ୍ଵରଙ୍କ ପ୍ରତି ଫେରିଆସନ୍ତି ଓ ମନ ପରିବର୍ତ୍ତନର ଉପଯୁକ୍ତ କାର୍ଯ୍ୟ କରନ୍ତି।


ସେଥିରେ ସେ ମୋତେ କହିଲେ, ଯାଅ, କାରଣ ଆମ୍ଭେ ତୁମ୍ଭକୁ ଦୂରକୁ ବିଜାତିମାନଙ୍କ ନିକଟକୁ ପ୍ରେରଣ କରିବୁ।


ସେମାନେ ପହଞ୍ଚି ମଣ୍ତଳୀକି ଏକତ୍ର କଲେ; ପୁଣି ଈଶ୍ଵର ସେମାନଙ୍କ ସାଙ୍ଗରେ ଥାଇ ଯେସମସ୍ତ କାର୍ଯ୍ୟ କରିଥିଲେ ଓ ବିଜାତିମାନଙ୍କ ପ୍ରତି ବିଶ୍ଵାସର ଦ୍ଵାର ଫିଟାଇ ଦେଇଥିଲେ, ସେହିସବୁ ବର୍ଣ୍ଣନା କଲେ।


ଏଥିରେ ଯିହୁଦୀମାନେ ପରସ୍ପର କହିଲେ, ଏ କେଉଁଠାକୁ ଯିବା ପାଇଁ ବାହାରିଅଛି ଯେ, ଆମ୍ଭେମାନେ ତାହାକୁ ପାଇବା ନାହିଁ? ଏ କଅଣ ଗ୍ରୀକ୍ମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ଯିହୁଦୀମାନଙ୍କ ନିକଟକୁ ଯାଇ ଗ୍ରୀକ୍ମାନଙ୍କୁ ଶିକ୍ଷା ଦେବାକୁ ବାହାରିଅଛି?


ଉପଦେଶକ କହନ୍ତି, ଦେଖ, ମୁଁ ତତ୍ତ୍ଵ ଜାଣିବା ପାଇଁ ଏକ ବିଷୟକୁ ଆରେକ ସଙ୍ଗେ ରଖି ଏହା ପାଇଅଛି;


ମୁଁ ଉପଦେଶକ, ଯିରୂଶାଲମରେ ଇସ୍ରାଏଲ ଉପରେ ରାଜା ଥିଲି।


ତାହାଙ୍କ ହସ୍ତର କର୍ମସକଳ ସତ୍ୟ ଓ ନ୍ୟାଯ୍ୟ, ତାହାଙ୍କ ବିଧିସକଳ ଅଟଳ।


ତଥାପି ବ୍ୟବସ୍ଥାର କ୍ରିୟାକର୍ମ ଦ୍ଵାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ଦ୍ଵାରା ଯେ ଧାର୍ମିକ ଗଣିତ ହୁଏ, ଏହା ଜାଣି ଆମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିଅଛୁ, ଯେପରି ବ୍ୟବସ୍ଥାର କ୍ରିୟାକର୍ମ ଦ୍ଵାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ଦ୍ଵାରା ଧାର୍ମିକ ଗଣିତ ହେଉ; କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ଵାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ।


କାରଣ ଯେପରି କୌଣସି ପ୍ରକାରେ ଏତେ ଦିନ ପରେ ଈଶ୍ଵରଙ୍କ ଇଚ୍ଛା ହେଲେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଥରେ ସୁଯୋଗ ପାଇ ପାରେ,


ମୁଁ କଅଣ ସ୍ଵାଧୀନ ନୁହେଁ? ମୁଁ କଅଣ ଜଣେ ପ୍ରେରିତ ନୁହେଁ? ମୁଁ କଅଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଦର୍ଶନ କରି ନାହିଁ? ତୁମ୍ଭେମାନେ କଅଣ ପ୍ରଭୁଙ୍କଠାରେ ମୋହର କୃତ କର୍ମ ନୁହଁ?


Swiv nou:

Piblisite


Piblisite