Biblia Todo Logo
Bib sou entènèt

- Piblisite -




୧ ତୀମଥି 2:4 - ପବିତ୍ର ବାଇବଲ (Re-edited) - (BSI)

4 ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ସମ୍ଵନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି, ଏହା ସେ ଇଚ୍ଛା କରନ୍ତି।

Gade chapit la Kopi

ଓଡିଆ ବାଇବେଲ

4 ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ବିଷୟରେ ଜ୍ଞାନ ପାଇ ପାରନ୍ତି, ଏହା ସେ ଇଚ୍ଛା କରନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

4 ସମସ୍ତେ ପାପରୁ ଉଦ୍ଧାର ପାଇ ସତ୍ୟ ଉପଲବ୍ଧି କରନ୍ତୁ, ଏହା ତାଙ୍କର ଇଚ୍ଛା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ବିଷୟରେ ଜ୍ଞାନ ପାଇ ପାରନ୍ତି, ଏହା ସେ ଇଚ୍ଛା କରନ୍ତି।

Gade chapit la Kopi

ପବିତ୍ର ବାଇବଲ

4 ପରମେଶ୍ୱର ଗ୍ଭହାନ୍ତି ଯେ ସମସ୍ତେ ଉଦ୍ଧାର ପାଆନ୍ତୁ ଓ ସତ୍ୟକୁ ଜାଣନ୍ତୁ।

Gade chapit la Kopi




୧ ତୀମଥି 2:4
32 Referans Kwoze  

ଯେହେତୁ ଯେ ମରେ, ତାହାର ମରଣରେ ଆମ୍ଭର କିଛି ସନ୍ତୋଷ ନାହିଁ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି; ଏଥିପାଇଁ ତୁମ୍ଭେମାନେ ଫେରି ବଞ୍ଚ।


ବିଳମ୍ଵ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ଵ କରନ୍ତି ନାହିଁ କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି, ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି।


ପ୍ରଭୁ ସଦାପ୍ରଭୁକହନ୍ତି, ଦୁଷ୍ଟର ମରଣରେ କି ଆମ୍ଭର କିଛି ସନ୍ତୋଷ ଅଛି? ବରଂ ସେ ଆପଣା କୁପଥରୁ ଫେରି ବଞ୍ଚୁ, ଏଥିରେ କି ଆମ୍ଭର ସନ୍ତୋଷ ନାହିଁ?


କାରଣ ସମସ୍ତ ମାନବର ପରିତ୍ରାଣ ନିମନ୍ତେ ଈଶ୍ଵରଙ୍କ ଅନୁଗ୍ରହ ପ୍ରକାଶିତ ହୋଇଅଛି,


ସେମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଦୁଷ୍ଟର ମରଣରେ ଆମ୍ଭର ସନ୍ତୋଷ ନାହିଁ, ମାତ୍ର ଦୁଷ୍ଟ ଯେପରି ଫେରି ବଞ୍ଚେ, ଏଥିରେ ହିଁ ଆମ୍ଭର ସନ୍ତୋଷ ଅଛି; ତୁମ୍ଭେମାନେ ଫେର, ଆପଣା ଆପଣା କୁପଥରୁ ଫେର; କାରଣ ହେ ଇସ୍ରାଏଲ-ବଂଶ, ତୁମ୍ଭେମାନେ କିହେତୁ ମରିବ?


ଓ ସହିଷ୍ଣୁ ହେବା ଏବଂ ବିରୋଧୀମାନଙ୍କୁ ମୃଦୁ ଭାବରେ ଶାସନ କରିବା ଉଚିତ; ତାହାହେଲେ କେଜାଣି ଈଶ୍ଵର ସେମାନଙ୍କୁ ସତ୍ୟ ସମ୍ଵନ୍ଧରେ ଜ୍ଞାନପ୍ରାପ୍ତ ହେବା ପାଇଁ ମନପରିବର୍ତ୍ତନରୂପ ବର ଦେବେ ,


ଏହି ଉଦ୍ଦେଶ୍ୟରେ ତ ଆମ୍ଭେମାନେ ପରିଶ୍ରମ ଓ ପ୍ରାଣପଣ କରୁଅଛୁ, କାରଣ ଯେଉଁ ଜୀବିତ ଈଶ୍ଵର ସମସ୍ତ ମନୁଷ୍ୟଙ୍କର, ବିଶେଷତଃ, ବିଶ୍ଵାସୀମାନଙ୍କର ତ୍ରାଣକର୍ତ୍ତା, ତାହାଙ୍କଠାରେ ଆମ୍ଭମାନଙ୍କର ଭରସା ଅଛି।


ହେ ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ, ତୁମ୍ଭେମାନେ ଆମ୍ଭ ପ୍ରତି ଅନାଇ ପରିତ୍ରାଣ ପ୍ରାପ୍ତ ହୁଅ; କାରଣ ଆମ୍ଭେ ପରମେଶ୍ଵର, ଆମ୍ଭ ଛଡ଼ା ଦ୍ଵିତୀୟ ନାହିଁ।


ପୁଣି ଯିରୂଶାଲମରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ ପାପକ୍ଷମା ନିମନ୍ତେ ମନ ପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ।


ପରେ ମୁଁ ଆଉ ଜଣେ ଦୂତଙ୍କୁ ଆକାଶର ମଧ୍ୟଭାଗରେ ଉଡ଼ିବାର ଦେଖିଲି, ସେ ପୃଥିବୀ ନିବାସୀ ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶୀୟ ଲୋକଙ୍କ ନିକଟରେ ପ୍ରଚାର କରିବା ନିମନ୍ତେ ଏକ ଅନନ୍ତକାଳସ୍ଥାୟୀ ସୁସମାଚାର ପ୍ରାପ୍ତ ହୋଇ ଉଚ୍ଚ ସ୍ଵରରେ କହିଲେ,


ଯୀଶୁ ତାଙ୍କୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ; ମୋʼ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ।


ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ,


ପାଉଲ, ଈଶ୍ଵରଙ୍କ ଦାସ ଓ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ବିଶ୍ଵାସର ସହଭାଗିତା ଅନୁସାରେ ଯଥାର୍ଥ ପୁତ୍ର ତୀତସଙ୍କ ନିକଟକୁ ପତ୍ର ଲେଖୁଅଛି;


ହେ ତୃଷିତ ଲୋକସକଳ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ, ସେ ଆସୁ; ତୁମ୍ଭେମାନେ ଆସ, କିଣ ଓ ଭୋଜନ କର; ହଁ, ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ।


ଏହି ସ୍ତ୍ରୀଲୋକମାନେ ସର୍ବଦା ଶିକ୍ଷା କରୁଥିଲେ ହେଁ ସତ୍ୟ ଜାଣିବା ପାଇଁ କଦାପି ସମର୍ଥ ହୁଅନ୍ତି ନାହିଁ।


ସେଥିରେ ପ୍ରଭୁ ସେହି ଦାସକୁ କହିଲେ, ରାଜଦାଣ୍ତ ଓ ଗଛମୂଳକୁ ଯାଇ, ମୋର ଗୃହ ଯେପରି ପୂର୍ଣ୍ଣ ହୁଏ, ସେଥିପାଇଁ ଲୋକମାନଙ୍କୁ ଆସିବା ପାଇଁ ବଳାଅ।


କାରଣ ଅନ୍ଧକାର ଓ ମୃତ୍ୟୁଛାୟାରେ ବସିଥିବା ଲୋକଙ୍କୁ ଆଲୋକ ଦେବା ନିମନ୍ତେ,


ଏଣୁ ସେ କହନ୍ତି, ତୁମ୍ଭେ ଯେ ଯାକୁବର ଗୋଷ୍ଠୀବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇସ୍ରାଏଲର ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସେବକ ହେବ, ଏହା ଅତି କ୍ଷୁଦ୍ର ବିଷୟ; ତୁମ୍ଭେ ପୃଥିବୀର ସୀମା ପର୍ଯ୍ୟନ୍ତ ଯେପରି ଆମ୍ଭର କୃତ ପରିତ୍ରାଣ ସ୍ଵରୂପ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟ ଦେଶୀୟମାନଙ୍କର ଦୀପ୍ତି ସ୍ଵରୂପ ମଧ୍ୟ କରିବା।


ସତ୍ୟ ଦ୍ଵାରା ସେମାନଙ୍କୁ ପବିତ୍ର କର, ତୁମ୍ଭର ବାକ୍ୟ ତ ସତ୍ୟ।


ପିତା ଯେସମସ୍ତଙ୍କୁ ମୋତେ ଦାନ କରନ୍ତି, ସେମାନେ ମୋʼ ନିକଟକୁ ଆସିବେ; ଆଉ, ଯେ ମୋʼ ନିକଟକୁ ଆସେ, ତାହାକୁ ମୁଁ କୌଣସି ପ୍ରକାରେ ବାହାର କରିଦେବି ନାହିଁ;


ପୁଣି, ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର।


କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ଵେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ,


କାରଣ ଜଳରାଶି ଯେପରି ସମୁଦ୍ରକୁ ଆବୃତ କରେ, ସେପରି ସଦାପ୍ରଭୁଙ୍କ ମହିମା ବିଷୟକ ଜ୍ଞାନରେ ପୃଥିବୀ ପରିପୂର୍ଣ୍ଣ ହେବ।


ସେ ଆପଣା ପ୍ରାଣ-ବେଦନାର ଫଳ ଦେଖି ତୃପ୍ତ ହେବେ; ଆମ୍ଭର ଧାର୍ମିକ ଦାସ ଆପଣାର ଜ୍ଞାନ ଦ୍ଵାରା ଅନେକଙ୍କୁ ଧାର୍ମିକ କରିବେ ଓ ସେ ସେମାନଙ୍କର ଅପରାଧ ବହିବେ।


ଯେପରି କୌଣସି ପ୍ରକାରେ ମୋହର ସ୍ଵଜାତିମାନଙ୍କୁ ଉଦ୍ଯୋଗୀ କରାଇ ସେମାନଙ୍କ ମଧ୍ୟରୁ କେତେକଙ୍କୁ ପରିତ୍ରାଣ କରିପାରେ।


କିନ୍ତୁ ଯଦି ତୁମ୍ଭମାନଙ୍କ ହୃଦୟରେ ତିକ୍ତ ଈର୍ଷାଭାବ ଓ ସ୍ଵାର୍ଥପରତା ଥାଏ, ତାହାହେଲେ ସତ୍ୟ ବିରୁଦ୍ଧରେ ଗର୍ବ କର ନାହିଁ ଓ ମିଥ୍ୟା କୁହ ନାହିଁ।


ପ୍ରାଚୀନ ଯେ ମୁଁ, ମୁଁ ମନୋନୀତା ମହିଳା ଓ ତାହାଙ୍କ ସନ୍ତାନମାନଙ୍କ ନିକଟକୁ ପତ୍ର ଲେଖୁଅଛି। ସେମାନଙ୍କୁ ମୁଁ ସତ୍ୟ ରୂପେ ପ୍ରେମ କରେ, ଆଉ କେବଳ ମୁଁ ନୁହେଁ, ମାତ୍ର ସତ୍ୟ ଜାଣିଥିବା ସମସ୍ତ ଲୋକ ମଧ୍ୟ ପ୍ରେମ କରନ୍ତି।


Swiv nou:

Piblisite


Piblisite