Biblia Todo Logo
Bib sou entènèt

- Piblisite -




୧ ତୀମଥି 2:10 - ପବିତ୍ର ବାଇବଲ (Re-edited) - (BSI)

10 ଧର୍ମପରାୟଣା ସ୍ତ୍ରୀମାନଙ୍କ ଉପଯୋଗୀ ସତ୍କର୍ମରୂପ ଭୂଷଣରେ ଆପଣା ଆପଣାକୁ ଭୂଷିତା କରନ୍ତୁ।

Gade chapit la Kopi

ଓଡିଆ ବାଇବେଲ

10 ଧର୍ମପରାୟଣା ସ୍ତ୍ରୀମାନଙ୍କ ଉପଯୋଗୀ ଉତ୍ତମ କର୍ମରୂପ ଭୂଷଣରେ ଆପଣା ଆପଣାକୁ ଭୂଷିତା କରନ୍ତୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 ସତ୍କର୍ମ ଦ୍ୱାରା ନିଜର ଧର୍ମପରାୟଣତାର ପରିଚୟ ଦିଅନ୍ତୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଧର୍ମପରାୟଣା ସ୍ତ୍ରୀମାନଙ୍କ ଉପଯୋଗୀ ଉତ୍ତମ କର୍ମରୂପ ଭୂଷଣରେ ଆପଣା ଆପଣାକୁ ଭୂଷିତା କରନ୍ତୁ।

Gade chapit la Kopi

ପବିତ୍ର ବାଇବଲ

10 ଭଲ କାମ କରିବା ଦ୍ୱାରା ନିଜକୁ ସୁନ୍ଦର ଭାବେ ସୁଶୋଭିତ କରନ୍ତୁ। ପରମେଶ୍ୱରଙ୍କ ଉପାସନା କରୁଛୁ ବୋଲି କହୁଥିବା ସ୍ତ୍ରୀଲୋକେ ନିଜକୁ ଏହିରୂପରେ ସୁନ୍ଦର ଭାବେ ସଜାଇବା ଆବଶ୍ୟକ।

Gade chapit la Kopi




୧ ତୀମଥି 2:10
15 Referans Kwoze  

ତୁମ୍ଭେମାନେ ବିଜାତିମାନଙ୍କ ମଧ୍ୟରେ ସଦାଚରଣ କର, ଯେପରି ସେମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ନିନ୍ଦା କରନ୍ତି, ତୁମ୍ଭମାନଙ୍କର ସୁକର୍ମ ଦେଖି ସେହି ବିଷୟରେ କୃପାଦୃଷ୍ଟି ଦିନରେ ଈଶ୍ଵରଙ୍କ ଗୌରବ କରିବେ।


ଆମ୍ଭେ ତୁମ୍ଭର କର୍ମ , ପ୍ରେମ, ବିଶ୍ଵାସ, ସେବା ଓ ଧୈର୍ଯ୍ୟ ଜାଣୁ, ପୁଣି ତୁମ୍ଭର ବର୍ତ୍ତମାନ କର୍ମ ତୁମ୍ଭର ପୂର୍ବ କର୍ମଗୁଡ଼ିକ ଅପେକ୍ଷା ଯେ ଅଧିକ, ଏହା ମଧ୍ୟ ଜାଣୁ।


ଯାଫୋରେ ଟାବୀଥା ନାମରେ ଜଣେ ଶିଷ୍ୟା ଥିଲେ, ଅନୁବାଦ କଲେ ଏହି ନାମର ଅର୍ଥ ଦର୍କା। ସେ ନାନା ସତ୍କର୍ମ ଓ ଦାନ କ୍ରିୟାରେ ପୂର୍ଣ୍ଣ ଥିଲେ।


ତାହାର ହାତର ଫଳ ତାହାକୁ ଦିଅ, ପୁଣି ତାହାର ନିଜ କର୍ମ ନଗର-ଦ୍ଵାରରେ ତାହାର ପ୍ରଶଂସା କରୁ।


ଏହିସମସ୍ତ ବିଷୟ ଏହି ପ୍ରକାରେ ଲୁପ୍ତ ହେବାରୁ, ଈଶ୍ଵରଙ୍କ ଯେଉଁ ଦିନରେ ଆକାଶମଣ୍ତଳ ଜ୍ଵଳିଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁସବୁ ପ୍ରଚଣ୍ତ ଉତ୍ତାପରେ ତରଳିଯିବ,


ଏହି କଥା ବିଶ୍ଵାସ୍ୟ, ଆଉ ଯେପରି ଈଶ୍ଵରଙ୍କଠାରେ ବିଶ୍ଵାସକାରୀମାନେ ସମସ୍ତ ସତ୍କର୍ମରେ ବ୍ୟାପୃତ ରହିବାକୁ ମନୋଯୋଗୀ ହୁଅନ୍ତି, ଏଥିନିମନ୍ତେ ଏହି ସମସ୍ତ ବିଷୟରେ ଦୃଢ଼ ରୂପେ ଶିକ୍ଷା ଦିଅ ବୋଲି ମୋହର ଇଚ୍ଛା। ଏହି ସମସ୍ତ ବିଷୟ ମନୁଷ୍ୟମାନଙ୍କ ପକ୍ଷରେ ଉତ୍ତମ ଓ ହିତଜନକ।


କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେସମସ୍ତ ସତ୍କାର୍ଯ୍ୟ ଆମ୍ଭେମାନେ କରିବୁ ବୋଲି ଈଶ୍ଵର ପୂର୍ବରୁ ଆୟୋଜନ କରିଥିଲେ, ଆଚରଣରେ ସେହିସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ।


ସେହି ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କୁ ସମସ୍ତ ଅଧର୍ମରୁ ମୁକ୍ତ କରିବାକୁ ଓ ଆପଣା ନିମନ୍ତେ ଉତ୍ତମତାରେ ଉଦ୍ଯୋଗୀ ନିଜସ୍ଵ ଲୋକ ସ୍ଵରୂପେ ଶୁଦ୍ଧ କରିବାକୁ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ।


ଏଣୁ ପିତର ଉଠି ସେମାନଙ୍କ ସାଙ୍ଗରେ ଗଲେ। ସେ ଆସନ୍ତେ, ସେମାନେ ତାଙ୍କୁ ସେହି ଉପର କୋଠରୀକୁ ଘେନିଗଲେ, ଆଉ ବିଧବାମାନେ ସମସ୍ତେ ତାଙ୍କୁ ଘେରି ବିଳାପ କରୁ କରୁ, ଦର୍କା ସେମାନଙ୍କ ସାଙ୍ଗରେ ଥିବା ସମୟରେ ଯେଉଁସବୁ ଅଙ୍ଗରଖା ଓ ବସ୍ତ୍ରଗୁଡ଼ିକ ବନାଇଥିଲେ, ସେହିସବୁ ଦେଖାଇବାକୁ ଲାଗିଲେ।


ବଳ ଓ ଶୋଭା ତାହାର ବସ୍ତ୍ର ସ୍ଵରୂପ; ପୁଣି, ଭବିଷ୍ୟତକାଳ ବିଷୟରେ ସେ ହାସ୍ୟ କରେ।


ସେହିପ୍ରକାରେ ମଧ୍ୟ ସ୍ତ୍ରୀମାନେ କେଶବିନ୍ୟାସ ଏବଂ ସୁବର୍ଣ୍ଣ କି ମୁକ୍ତା କି ମୂଲ୍ୟବାନ ବସ୍ତ୍ରରେ ଆପଣା ଆପଣାକୁ ଭୂଷିତା ନ କରି ଲଜ୍ଜା ଓ ସୁବୁଦ୍ଧି ସହକାରେ ପରିପାଟୀ ପରିଚ୍ଛଦ ପିନ୍ଧି ପ୍ର.ପିତ. ୩:୩


ସ୍ତ୍ରୀ ପୂର୍ଣ୍ଣ ବଶ୍ୟତା ସ୍ଵୀକାର କରି ମୌନ ଭାବରେ ଶିକ୍ଷା ଗ୍ରହଣ କରୁ।


Swiv nou:

Piblisite


Piblisite