Biblia Todo Logo
Bib sou entènèt

- Piblisite -




୧ ତୀମଥି 1:20 - ପବିତ୍ର ବାଇବଲ (Re-edited) - (BSI)

20 ସେମାନଙ୍କ ମଧ୍ୟରୁ ହୁମନାୟ ଓ ଆଲେକ୍ଜାଣ୍ତର ଅନ୍ୟତମ; ଏମାନେ ଯେପରି ଶାସନପ୍ରାପ୍ତ ହୋଇ ଈଶ୍ଵରନିନ୍ଦା ନ କରନ୍ତି, ଏଥିନିମନ୍ତେ ମୁଁ ଏମାନଙ୍କୁ ଶୟତାନ ହସ୍ତରେ ସମର୍ପଣ କଲି।

Gade chapit la Kopi

ଓଡିଆ ବାଇବେଲ

20 ସେମାନଙ୍କ ମଧ୍ୟରୁ ହୁମନାୟ ଓ ଆଲେକ୍‍ଜାଣ୍ଡର ଅନ୍ୟତମ; ଏମାନେ ଯେପରି ଶାସନ ପାଇ ଈଶ୍ୱର ନିନ୍ଦା ନ କରନ୍ତି, ଏଥିପାଇଁ ମୁଁ ଏମାନଙ୍କୁ ଶୟତାନ ହାତରେ ସମର୍ପଣ କଲି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

20 ଏମାନଙ୍କ ମଧ୍ୟରେ ହୁମନାୟ ଓ ଆଲେକ୍ଜାଣ୍ଡେର ଅନ୍ତର୍ଗତ। ଏ ଦୁହିଁଙ୍କୁ ମୁଁ ଶୟତାନ ହାତରେ ଛାଡ଼ିଦେଇ ଉପଯୁକ୍ତ ଦଣ୍ଡ ବିଧାନ କରିଛି - ହୁଏତ ଏଥିଦ୍ୱାରା ସେମାନେ ଈଶ୍ୱର ନିନ୍ଦାରୁ କ୍ଷାନ୍ତ ହେବା ପାଇଁ ଶିକ୍ଷା ପାଇବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ସେମାନଙ୍କ ମଧ୍ୟରୁ ହୁମନାୟ ଓ ଆଲେକ୍‌ଜାଣ୍ଡର ଅନ୍ୟତମ; ଏମାନେ ଯେପରି ଶାସନ ପାଇ ଈଶ୍ବର ନିନ୍ଦା ନ କରନ୍ତି, ଏଥିପାଇଁ ମୁଁ ଏମାନଙ୍କୁ ଶୟତାନ ହାତରେ ସମର୍ପଣ କଲି।

Gade chapit la Kopi

ପବିତ୍ର ବାଇବଲ

20 ହୁମନାୟ ଓ ଆଲେକ୍‌ଜାଣ୍ଡାର ସେମାନଙ୍କ ମଧ୍ୟରୁ କେତେକ ଅଟନ୍ତି। ମୁଁ ସେମାନଙ୍କୁ ଶୟତାନ ହାତରେ ଦେଇଛି, ଯାହା ଫଳରେ ସେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଆଉ ନ କହିବାକୁ ଶିକ୍ଷା ଲାଭ କରିବେ।

Gade chapit la Kopi




୧ ତୀମଥି 1:20
17 Referans Kwoze  

ଆଉ ସେମାନଙ୍କର କଥା ପଚା ଘା ପରି ଖାଇଯିବ ସେମାନଙ୍କ ମଧ୍ୟରେ ହୁମନାୟ ଓ ଫିଲୀତ ଅନ୍ୟତମ;


ଆଉ, ଜଗତ ସହିତ ଯେପରି ଦଣ୍ତାଜ୍ଞା ପ୍ରାପ୍ତ ନ ହେଉ, ଏଥିନିମନ୍ତେ ପ୍ରଭୁଙ୍କ ଦ୍ଵାରା ବିଚାରିତ ହୋଇ ଆମ୍ଭେମାନେ ଶାସ୍ତି ଭୋଗ କରୁଅଛୁ।


ତଥାପି ତାହାକୁ ଶତ୍ରୁ ବୋଲି ଜ୍ଞାନ କର ନାହିଁ, ମାତ୍ର ତାହାକୁ ଭାଇ ବୋଲି ଜ୍ଞାନ କରି ଚେତନା ଦିଅ।


ଆମ୍ଭେ ଯେତେ ଲୋକଙ୍କୁ ଭଲ ପାଉ, ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ; ଅତଏବ ଉଦ୍ଯୋଗୀ ହୋଇ ମନ ପରିବର୍ତ୍ତନ କର।


ଆଉ, ଯିହୁଦୀମାନେ ଆଲେକ୍ଜାଣ୍ତରକୁ ଆଗକୁ ବାହାର କରି ଆଣିବାରୁ ଲୋକସମୂହ କେହି କେହି ତାକୁ ମତାଇଲେ; ସେଥିରେ ଆଲେକ୍ଜାଣ୍ତର ହସ୍ତରେ ସଙ୍କେତ କରି ଲୋକମାନଙ୍କ ନିକଟରେ ସେମାନଙ୍କର ପକ୍ଷସମର୍ଥନ କରିବାକୁ ଇଚ୍ଛା କଲା।


ତତ୍ପରେ ମୁଁ ସମୁଦ୍ର ମଧ୍ୟରୁ ଗୋଟିଏ ପଶୁକୁ ଉଠି ଆସିବାର ଦେଖିଲି, ତାହାର ଦଶ ଶୃଙ୍ଗ ଓ ସପ୍ତ ମସ୍ତକ, ତାହାର ଶୃଙ୍ଗଗୁଡ଼ାକରେ ଦଶଟା ମୁକୁଟ ଓ ମସ୍ତକଗୁଡ଼ାକ ଉପରେ ଈଶ୍ଵରନିନ୍ଦାସୂଚକ ବିଭିନ୍ନ ନାମ।


କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଂକାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ,


ଏହି ସମସ୍ତ କଥା ସ୍ମରଣ କରାଇ ଶ୍ରୋତାମାନଙ୍କର ଅହିତକର ଓ ବିନାଶଜନକ ବାଗ୍ଯୁଦ୍ଧ ନ କରିବାକୁ ସେମାନଙ୍କୁ ପ୍ରଭୁଙ୍କ ସାକ୍ଷାତରେ ଦୃଢ଼ ରୂପେ ଆଜ୍ଞା ଦିଅ।


ଆଉ, ଯେତେବେଳେ ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବାଧ୍ୟ ହେବ, ସେତେବେଳେ ସମସ୍ତ ଅବାଧ୍ୟତାର ପ୍ରତିକାର କରିବା ନିମନ୍ତେ ଆମ୍ଭେମାନେ ପ୍ରସ୍ତୁତ ଅଛୁ।


କିନ୍ତୁ ଯିହୁଦୀମାନେ ଲୋକସମୂହଙ୍କୁ ଦେଖି ଈର୍ଷାରେ ପୂର୍ଣ୍ଣ ହେଲେ, ପୁଣି ନିନ୍ଦା କରୁ କରୁ ପାଉଲଙ୍କ କଥାରେ ପ୍ରତିବାଦ କରିବାକୁ ଲାଗିଲେ।


ଏଥିନିମନ୍ତେ ଅନୁପସ୍ଥିତ ହୋଇ ମୁଁ ଏହିସବୁ ଲେଖୁଅଛି, ଯେପରି ଉପସ୍ଥିତ ହୋଇ, ପ୍ରଭୁ ମୋତେ ଯେଉଁ ଅଧିକାର ଭଗ୍ନ କରିବା ନିମନ୍ତେ ନ ଦେଇ ଗଠନ କରିବା ନିମନ୍ତେ ଦେଇଅଛନ୍ତି, ସେହି ଅଧିକାର ଅନୁସାରେ କଠୋର ବ୍ୟବହାର କରିବାକୁ ମୋତେ ନ ହୁଏ।


ଯଦି ସେ ସେମାନଙ୍କ କଥା ନ ମାନେ, ତେବେ ମଣ୍ତଳୀକି କୁହ, ଆଉ ଯଦି ସେ ମଣ୍ତଳୀ କଥା ମଧ୍ୟ ନ ମାନେ, ତେବେ ସେ ତୁମ୍ଭ ଦୃଷ୍ଟିରେ ବିଜାତୀୟ ଓ କରଗ୍ରାହୀ ପରି ହେଉ।


କାରଣ ଏବେ ମଧ୍ୟ କେହି କେହି ଶୟତାନର ପଶ୍ଚାଦ୍ବର୍ତ୍ତୀ ହୋଇ ବିପଥଗାମୀ ହୋଇଅଛନ୍ତି।


ଆଉ ପୁତ୍ରମାନଙ୍କ ପରି ତୁମ୍ଭମାନଙ୍କ ପ୍ରତି ଉକ୍ତ ଏହି ଉତ୍ସାହବାକ୍ୟ ଭୁଲିଅଛ, ହେ ମୋହର ପୁତ୍ର, ପ୍ରଭୁଙ୍କ ଶାସନକୁ ଲଘୁ ଜ୍ଞାନ କର ନାହିଁ, କିମ୍ଵା ତାହାଙ୍କ ଦ୍ଵାରା ଅନୁଯୋଗ ପ୍ରାପ୍ତ ହେଲେ କ୍ଳା; ହୁଅ ନାହିଁ;


Swiv nou:

Piblisite


Piblisite