Biblia Todo Logo
Bib sou entènèt

- Piblisite -




୧ ତୀମଥି 1:10 - ପବିତ୍ର ବାଇବଲ (Re-edited) - (BSI)

10 ଏହା ଜାଣି ଯଦି କେହି ବିହିତମତେ ବ୍ୟବସ୍ଥା ବ୍ୟବହାର କରେ, ତେବେ ତାହା ଯେ ଉତ୍ତମ, ଏହା ଆମ୍ଭେମାନେ ଜାଣୁ;

Gade chapit la Kopi

ଓଡିଆ ବାଇବେଲ

10 ଏହା ଜାଣି ଯଦି କେହି ମୋଶାଙ୍କ ବ୍ୟବସ୍ଥାର ଉଚିତ୍ ବ୍ୟବହାର କରେ, ତେବେ ତାହା ଯେ ଉତ୍ତମ, ଏହା ଅାମ୍ଭେମାନେ ଜାଣୁ;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 ନରହତ୍ୟା, ଲମ୍ପଟତା, ଅସ୍ୱାଭାବିକ, କାମୁକତା, ମନୁଷ୍ୟ ଅପହରଣ ଓ ମିଥ୍ୟା ସାକ୍ଷ୍ୟ ଦାନରେ ଯେଉଁମାନେ ଅଭ୍ୟସ୍ତ, ସ୍ଥୂଳତଃ ଯେଉଁମାନେ ସମସ୍ତ ସତ୍ଶିକ୍ଷାରେ ବିରୁଦ୍ଧାଚରଣ କରନ୍ତି, ସେମାନଙ୍କ ନିମନ୍ତେ ବ୍ୟବସ୍ଥା ଉଦ୍ଦିଷ୍ଟ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଏହା ଜାଣି ଯଦି କେହି ମୋଶାଙ୍କ ବ୍ୟବସ୍ଥାର ଉଚିତ୍ ବ୍ୟବହାର କରେ, ତେବେ ତାହା ଯେ ଉତ୍ତମ, ଏହା ଅାମ୍ଭେମାନେ ଜାଣୁ;

Gade chapit la Kopi

ପବିତ୍ର ବାଇବଲ

10 ଯୌନ ପାପାଚରଣ କରୁଥିବା ଲୋକେ, ସମଲିଙ୍ଗୀ ଯୌନ ଅଭିଳାଷୀ, ଦାସମାନଙ୍କ ବିକ୍ରେତା, ମିଥ୍ୟାବାଦୀ, ମିଥ୍ୟା ଶପଥ ନେଉଥିବା ଲୋକେ ଓ ପରମେଶ୍ୱରଙ୍କ ସ‌ତ୍‌‌ଶିକ୍ଷାର ବିରୋଧାଚରଣ କରୁଥିବା ଯେକୌଣସି ବ୍ୟକ୍ତି ପାଇଁ ବ୍ୟବସ୍ଥା ଆବଶ୍ୟକ।

Gade chapit la Kopi




୧ ତୀମଥି 1:10
34 Referans Kwoze  

ତୁମ୍ଭେ ସ୍ତ୍ରୀର ନ୍ୟାୟ ପୁରୁଷ ସହିତ ସଂସର୍ଗ କରିବ ନାହିଁ, ତାହା ଘୃଣାଯୋଗ୍ୟ କର୍ମ।


କାରଣ ସମୟ ଆସିବ, ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ, ମାତ୍ର ଶ୍ରୁତିମଧୁର କଥାରେ ସନ୍ତୁଷ୍ଟ ହୋଇ ଅଭିଳାଷାନୁସାରେ ଆପଣାମାନଙ୍କ ନିମନ୍ତେ ବହୁସଂଖ୍ୟକ ଶିକ୍ଷକଙ୍କୁ ସଂଗ୍ରହ କରିବେ,


ଏହି କାରଣରୁ ଈଶ୍ଵର ସେମାନଙ୍କୁ ଜଘନ୍ୟ ପାପପ୍ରବୃତ୍ତିରେ ସମର୍ପଣ କଲେ, କାରଣ ସେମାନଙ୍କ ସ୍ତ୍ରୀମାନେ ସ୍ଵାଭାବିକ ବ୍ୟବହାର ପରିବର୍ତ୍ତେ ଅସ୍ଵାଭାବିକ ବ୍ୟବହାର କଲେ,


କୌଣସି ଅଶୁଚି ବିଷୟ କିଅବା ଘୃଣ୍ୟକର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବ ନାହିଁ; କେବଳ ଯେଉଁମାନଙ୍କ ନାମ ମେଷଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି, ସେମାନେ ପ୍ରବେଶ କରିବେ,।


କେହି ଯଦି ଭିନ୍ନ ପ୍ରକାର ଶିକ୍ଷା ଦେଇ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହିତଜନକ ବାକ୍ୟ ଓ ଈଶ୍ଵର-ପରାୟଣତା ଅନୁଯାୟୀ ଶିକ୍ଷା ସ୍ଵୀକାର ନ କରେ,


ସେହିପରି ସଦୋମ ଓ ଗମୋରା ପୁଣି ସେମାନଙ୍କ ଚତୁର୍ଦ୍ଦିଗସ୍ଥ ନଗରନିବାସୀମାନେ ବ୍ୟଭିଚାର ଓ ଅସ୍ଵାଭାବିକ କାମୁକତାରେ ଆସକ୍ତ ହେବାରୁ ଅନ; ଅଗ୍ନିରୂପ ଦଣ୍ତ ଭୋଗ କରି ଦୃଷ୍ଟାନ୍ତ ସ୍ଵରୂପ ହୋଇ ଅଛନ୍ତି।


ପୁଣି, ଯେପରି ସେ ହିତଜନକ ଶିକ୍ଷା ଦେଇ ଉତ୍ସାହ ଦେବାକୁ ଓ ବିପକ୍ଷବାଦୀମାନଙ୍କୁ ଅନୁଯୋଗ କରିବାକୁ ସକ୍ଷମ ହୁଅନ୍ତି, ଏଥିନିମନ୍ତେ ପ୍ରାପ୍ତ ଶିକ୍ଷାନୁଯାୟୀ ବିଶ୍ଵାସ-ଯୋଗ୍ୟ ବାକ୍ୟକୁ ଦୃଢ଼ ଭାବରେ ଧରନ୍ତୁ।


କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ଵାସୀ, ଘୃଣ୍ୟ-କଳଙ୍କିତ, ନରଘାତକ, ବ୍ୟଭିଚାରୀ, ମାୟାବୀ ଓ ପ୍ରତିମା-ପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ ଅଗ୍ନି ଓ ଗନ୍ଧକ ପ୍ରଜ୍ଵଳିତ ହ୍ରଦରେ ଅଂଶ ପାଇବେ; ଏହା ହିଁ ଦ୍ଵିତୀୟ ମୃତ୍ୟୁ।


ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶଯ୍ୟା ଶୁଚି ଥାଉ, କାରଣ ଈଶ୍ଵର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ବିଚାର କରିବେ।


ପୁଣି, ପୁରୁଷ ଯେବେ ପୁରୁଷ ସହିତ ସ୍ତ୍ରୀ ତୁଲ୍ୟ ଶୟନ କରେ, ତେବେ ସେ ଦୁହେଁ ଘୃଣାଯୋଗ୍ୟ କର୍ମ କରିଅଛନ୍ତି; ସେମାନେ ନିତା; ହତ ହେବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।


କୁକୁରମାନେ, ମାୟାବୀ, ବ୍ୟଭିଚାରୀ, ନରଘାତକ, ପ୍ରତିମାପୂଜକ ପୁଣି ମିଥ୍ୟାପ୍ରିୟ ଓ ମିଥ୍ୟାଚାରୀମାନେ ବାହାରେ ରହିବେ।


ମୋʼଠାରୁ ଯେଉଁସବୁ ହିତଜନକ ବାକ୍ୟ ଶୁଣିଅଛ, ଖ୍ରୀଷ୍ଟ ଯୀଶୁଙ୍କ ସମ୍ଵନ୍ଧୀୟ ବିଶ୍ଵାସ ଓ ପ୍ରେମରେ ତାହା ଆଦର୍ଶ ରୂପେ ଧରି ରଖ।


ତୁମ୍ଭେମାନେ ତୁମ୍ଭମାନଙ୍କର ପିତା ଶୟତାନଠାରୁ ଉତ୍ପନ୍ନ, ଆଉ ତୁମ୍ଭମାନଙ୍କ ପିତାର କାମନା ସାଧନ କରିବା ତୁମ୍ଭମାନଙ୍କର ଇଚ୍ଛା। ସେ ଆଦ୍ୟରୁ ନରଘାତକ, ଆଉ ସେ ସତ୍ୟରେ ରହେ ନାହିଁ, କାରଣ ତାହାଠାରେ ସତ୍ୟ ନାହିଁ। ଯେତେବେଳେ ସେ ମିଥ୍ୟା କହେ, ସେତେବେଳେ ସେ ନିଜଠାରୁ କହେ; କାରଣ ସେ ମିଥ୍ୟାବାଦୀ ଓ ମିଥ୍ୟା-ବାଦୀର ପିତା।


ଆଉ କେହି ମନୁଷ୍ୟକୁ ଚୋରି କରି ଯେବେ ବିକ୍ରୟ କରେ, ଅବା ସେ ଯେବେ ତାହାର ଅଧିକାରରେ ପ୍ରାପ୍ତ ହୁଏ,, ତେବେ ତାହାର ଅବଶ୍ୟ ପ୍ରାଣଦଣ୍ତ ହେବ।


ପୁଣି ଲୋଟକୁ ଡାକି କହିଲେ, ଆଜି ରାତ୍ରିରେ ଯେଉଁ ମନୁଷ୍ୟମାନେ ତୁମ୍ଭ ଘରକୁ ଆସିଲେ, ସେମାନେ କାହାନ୍ତି? ସେମାନଙ୍କୁ ବାହାର କରି ଆମ୍ଭମାନଙ୍କ ପାଖକୁ ଆଣ। ଆମ୍ଭେମାନେ ସେମାନଙ୍କଠାରେ ଉପଗତ ହେବା।


ଏହି ସାକ୍ଷ୍ୟ ସତ୍ୟ। ଏଣୁ ସେମାନେ ଯେପରି ଯିହୁଦୀୟ କଳ୍ପିତ ଗଳ୍ପ ପୁଣି ସତ୍ୟରୁ ବିମୁଖ ହୋଇଥିବା ଲୋକମାନଙ୍କ


ତୁମ୍ଭେ ଆପଣା ସଦାପ୍ରଭୁ ପରମେଶ୍ଵରଙ୍କ ନାମ ମିଥ୍ୟାରେ ନେବ ନାହିଁ; ଯେହେତୁ ଯେ କେହି ତାହାଙ୍କର ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାହାକୁ ନିରପରାଧ ଗଣନା କରିବେ ନାହିଁ।


ଦାରୁଚିନି, ସୁଗନ୍ଧି ଦ୍ରବ୍ୟ, ଧୂପ, ସୁଗନ୍ଧି ଲେପ୍ୟଦ୍ରବ୍ୟ, କୁନ୍ଦୁରୁ, ମଦ୍ୟ, ତୈଳ, ମଇଦା, ଗହମ, ଗୋରୁ, ମେଷ, ଅଶ୍ଵ, ରଥ, କ୍ରୀତଦାସ ଓ ମନୁଷ୍ୟମାନଙ୍କ ପ୍ରାଣ।


ପୁଣି, ତୁମ୍ଭମାନଙ୍କର କେହି ମନେ ମନେ ଆପଣା ପ୍ରତିବାସୀର ବିରୁଦ୍ଧରେ ଅନିଷ୍ଟ ଚିନ୍ତା ନ କରୁ; କୌଣସି ମିଥ୍ୟା ଶପଥ ଭଲ ପାଅ ନାହିଁ; କାରଣ ଏହିସବୁ ବିଷୟକୁ ଆମ୍ଭେ ଘୃଣା କରୁ, ଏହା ସଦାପ୍ରଭୁ କହନ୍ତି।


ସେମାନେ ନିୟମ କରିବା ସମୟରେ ମିଥ୍ୟା ଶପଥ କରି ଅସାର କଥା କୁହନ୍ତି; ଏଥିପାଇଁ କ୍ଷେତ୍ରର ଶିଆରରେ ଯେପରି ବିଷ ବୃକ୍ଷ, ସେପରି ସେମାନଙ୍କର ଦଣ୍ତ ଅଙ୍କୁରିତ ହୁଏ।


କୌଣସି ମନୁଷ୍ୟ ଯେବେ ଆପଣା ଭାଇ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ କୌଣସି ପ୍ରାଣୀକି ଚୋରି କରିବାର ଧରା ପଡ଼େ, ପୁଣି ସେ ତାହାକୁ ଦାସ ପରି ବ୍ୟବହାର କରେ, ବା ତାହାକୁ ବିକି ଦିଏ; ତେବେ ସେହି ଚୋର ହତ ହେବ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ।


ପୁଣି, ଆମ୍ଭେ ବିଚାର କରିବା ପାଇଁ ତୁମ୍ଭମାନଙ୍କ ନିକଟକୁ ଆସିବା; ଆଉ, ମାୟାବୀ ଓ ପାରଦାରିକ ଓ ମିଥ୍ୟା ଶପଥକାରୀମାନଙ୍କ ପ୍ରତିକୂଳରେ ଓ ଯେଉଁମାନେ ବେତନଜୀବୀର ବେତନ ବିଷୟରେ , ବିଧବା ଓ ପିତୃହୀନ ପ୍ରତି ଅତ୍ୟାଚାର କରନ୍ତି, ଆଉ ବିଦେଶୀର ପ୍ରତି ଅନ୍ୟାୟ କରନ୍ତି ଓ ଆମ୍ଭଙ୍କୁ ଭୟ ନ କରନ୍ତି, ସେମାନଙ୍କ ବିରୁଦ୍ଧରେ ଆମ୍ଭେ ଶୀଘ୍ର ସାକ୍ଷୀ ହେବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।


ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ତାହାକୁ ବାହାର କରାଇ ଆଣିବା, ଆଉ ତାହା ଚୋରର ଗୃହରେ ଓ ଯେ ଆମ୍ଭ ନାମରେ ମିଥ୍ୟା ଶପଥ କରେ, ତାହାର ଗୃହରେ ପ୍ରବେଶ କରିବ; ପୁଣି, ତାହାର ଗୃହ ମଧ୍ୟରେ ରହି କାଷ୍ଠ ଓ ପଥର ସମେତ ତାହା ଗ୍ରାସ କରିବ।


କାରଣ ଏବ୍ରୀୟମାନଙ୍କ ଦେଶରୁ ଲୋକମାନେ ମୋତେ ନିତା; ଚୋରି କରି ଆଣିଅଛନ୍ତି; ପୁଣି ଏ ସ୍ଥାନରେ ମଧ୍ୟ ମୁଁ କିଛି କରି ନାହିଁ, ତଥାପି ସେମାନେ ମୋତେ ଏହି କାରାକୂପରେ ବନ୍ଦ କରିଅଛନ୍ତି।


ଆସ, ଆମ୍ଭେମାନେ ତାକୁ ଏହି ଇଶ୍ମାଏଲୀୟ ଲୋକମାନଙ୍କୁ ବିକ୍ରୟ କରିଦେଉ, ଆମ୍ଭମାନଙ୍କ ହସ୍ତ ତାହା ପ୍ରତିକୂଳରେ ନ ଉଠୁ; କାରଣ ସେ ଆମ୍ଭମାନଙ୍କ ଭ୍ରାତା ଓ ଆମ୍ଭମାନଙ୍କ ମାଂସ ସ୍ଵରୂପ। ତହିଁରେ ତାହାର ଭାଇମାନେ ସମ୍ମତ ହେଲେ।


ଏହି ସମସ୍ତ ବିଷୟ ତୁମ୍ଭେ ଭାଇମାନଙ୍କୁ ଶିକ୍ଷା ଦେଲେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ସେବକ ହେବ, ପୁଣି ତୁମ୍ଭେ ଯେଉଁ ବିଶ୍ଵାସ ଓ ଉତ୍ତମ ଶିକ୍ଷାର ଅନୁଗାମୀ ହୋଇ ଆସିଅଛ, ତତ୍ସମ୍ଵନ୍ଧୀୟ ବାକ୍ୟ ଦ୍ଵାରା ପରିପୁଷ୍ଟ ହେବ;


Swiv nou:

Piblisite


Piblisite