Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 3:4 - ପବିତ୍ର ବାଇବଲ (Re-edited) - (BSI)

4 କାରଣ ଆମ୍ଭମାନଙ୍କୁ ଯେ କ୍ଳେଶ ଭୋଗ କରିବାକୁ ହେବ, ଏହା ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ତୁମ୍ଭମାନଙ୍କୁ ପୂର୍ବରୁ ଥରକୁଥର କହିଥିଲୁ, ପୁଣି ସେହିପରି ଘଟିଅଛି, ଆଉ ତୁମ୍ଭେମାନେ ତାହା ଜାଣ।

Gade chapit la Kopi

ଓଡିଆ ବାଇବେଲ

4 ଆମ୍ଭମାନଙ୍କୁ ଯେ କ୍ଲେଶ ଭୋଗ କରିବାକୁ ହେବ, ଏହା ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ତୁମ୍ଭମାନଙ୍କୁ ପୁର୍ବରୁ ଥରକୁଥର କହିଥିଲୁ, ପୁଣି, ସେହିପରି ଘଟିଅଛି, ତୁମ୍ଭେମାନେ ତାହା ଜାଣ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

4 ତୁମ୍ଭମାନଙ୍କ ସହିତ ଥିବାବେଳେ, ଆମେ ବହୁ ପୂର୍ବରୁ ଜଣାଇ ଦେଇଥିଲୁ ଯେ, ଆମ୍ଭମାନଙ୍କୁ ନିର୍ଯ୍ୟାତନା ଭୋଗ କରିବାକୁ ହେବ। ଏବେ ତୁମ୍ଭେମାନେ ଜାଣୁଛ ଯେ, ଠିକ୍ ତାହା ହିଁ ଘଟିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆମ୍ଭମାନଙ୍କୁ ଯେ କ୍ଲେଶ ଭୋଗ କରିବାକୁ ହେବ, ଏହା ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ତୁମ୍ଭମାନଙ୍କୁ ପୂର୍ବରୁ ଥରକୁଥର କହିଥିଲୁ, ପୁଣି, ସେହିପରି ଘଟିଅଛି, ତୁମ୍ଭେମାନେ ତାହା ଜାଣ।

Gade chapit la Kopi

ପବିତ୍ର ବାଇବଲ

4 ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲୁ, ଆମ୍ଭେ ତୁମ୍ଭମାନଙ୍କୁ କହିଥିଲୁ ଯେ, ଆମ୍ଭେ ଅସୁବିଧାଗୁଡ଼ିକର ସମ୍ମୁଖୀନ ହେବାକୁ ବାଧ୍ୟ। ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ଯେଭଳି କହିଥିଲୁ, ସେହିଭଳି ସବୁ ଘଟିଛି।

Gade chapit la Kopi




୧ ଥେସଲନୀକୀୟ 3:4
12 Referans Kwoze  

କାରଣ, ହେ ଭାଇମାନେ, ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଯିହୂଦା ଦେଶସ୍ଥ ମଣ୍ତଳୀସମୂହର ଅନୁକାରୀ ହୋଇଅଛ, ଯେଣୁ ସେମାନେ ଯିହୁୀମାନଙ୍କ ଦ୍ଵାରା ଯେଉଁସବୁ ଦୁଃଖଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ସ୍ଵଜାତୀୟମାନଙ୍କ ଦ୍ଵାରା ସେହିସବୁ ଦୁଃଖଭୋଗ କରିଅଛ।


ମାତ୍ର ଯେପରି ତୁମ୍ଭେମାନେ ଜାଣ, ଆମ୍ଭେମାନେ ସେଥିପୂର୍ବେ ଫିଲିପ୍‍ପୀରେ ଦୁଃଖ ଓ ଅତ୍ୟାଚାର ଭୋଗ କଲା ଉତ୍ତାରେ ତୁମ୍ଭମାନଙ୍କ ନିକଟରେ ଅତିଶୟ ପ୍ରାଣପଣେ ଈଶ୍ଵରଙ୍କ ସୁସମାଚାର ପ୍ରଚାର କରିବା ନିମନ୍ତେ ଆମ୍ଭମାନଙ୍କ ଈଶ୍ଵରଙ୍କ ଦ୍ଵାରା ସାହସପ୍ରାପ୍ତ ହୋଇଥିଲୁ।


କିନ୍ତୁ ଯେତେବେଳେ ଥେସଲନୀକୀୟ ଯିହୁଦୀମାନେ ଜାଣିଲେ ଯେ, ଈଶ୍ଵରଙ୍କ ବାକ୍ୟ ପାଉଲଙ୍କ ଦ୍ଵାରା ବେରୟାରେ ସୁଦ୍ଧା ପ୍ରଚାରିତ ହେଉଅଛି, ସେତେବେଳେ ସେମାନେ ସେସ୍ଥାନକୁ ମଧ୍ୟ ଆସି ଲୋକସମୂହଙ୍କୁ ଉତ୍ତେଜିତ ଓ ଉଦ୍ବିଗ୍ନ କଲେ।


କିନ୍ତୁ ମୁଁ ଯେପରି ମୋହର ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ି ପାରେ, ଆଉ ଈଶ୍ଵରଙ୍କ ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯେଉଁ ସେବାର କାର୍ଯ୍ୟ ପ୍ରଭୁ ଯୀଶୁଙ୍କଠାରୁ ପାଇଅଛିଦ ତାହା ସଂପୂର୍ଣ୍ଣ କରି ପାରେ, ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ନଗଣ୍ୟ ମନେ କରୁଅଛି।


ପରେ ସେମାନେ ଆଂଫିପଲି ଓ ଆପଲ୍ଲୋନିଆ ଦେଇ ଯାତ୍ରା କରି ଥେସଲନୀକୀକୁ ଆସିଲେ; ସେଠାରେ ଯିହୁଦୀମାନଙ୍କର ଗୋଟିଏ ସମାଜଗୃହ ଥିଲା।


ଦେଖ, ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ଜଣାଇଲି।


ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ଏହିସବୁ ବିଷୟ ଯେ ତୁମ୍ଭମାନଙ୍କୁ ଥରକୁଥର କହିଥିଲି, ତାହା କଅଣ ତୁମ୍ଭମାନଙ୍କର ସ୍ମରଣ ନାହିଁ?


କାରଣ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲୁ, ଯେକେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ, ସେ ଭୋଜନ ମଧ୍ୟ ନ କରୁ।


Swiv nou:

Piblisite


Piblisite