Biblia Todo Logo
Bib sou entènèt

- Piblisite -




୧ ପିତର 4:6 - ପବିତ୍ର ବାଇବଲ (Re-edited) - (BSI)

6 କାରଣ ଏହି ଉଦ୍ଦେଶ୍ୟରେ ମୃତମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାରିତ ହେଲା, ଯେପରି ସେମାନେ ମନୁଷ୍ୟମାନଙ୍କ ସଦୃଶ ଶରୀରରେ ବିଚାରିତ ହେଲେ ହଁ ଈଶ୍ଵରଙ୍କ ସଦୃଶ ଆତ୍ମାରେ ସଜୀବ ହେବେ।

Gade chapit la Kopi

ଓଡିଆ ବାଇବେଲ

6 କାରଣ ଏହି ଉଦ୍ଦେଶ୍ୟରେ ମୃତମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାରିତ ହେଲା, ଯେପରି ସେମାନେ ମନୁଷ୍ୟମାନଙ୍କ ସଦୃଶ ଶରୀରରେ ବିଚାରିତ ହେଲେ ହଁ ଈଶ୍ୱରଙ୍କ ସଦୃଶ ଆତ୍ମାରେ ସଜୀବ ହେବେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

6 ଏଥିପାଇଁ ମୃତମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାର କରାଯାଇଥିଲା, ଯେପରି ସେମାନେ ମନୁଷ୍ୟମାନଙ୍କ ପରି ଶାରୀରିକଭାବେ ବିଚାରିତ ହୋଇଥିଲେ ସୁଦ୍ଧା, ଈଶ୍ୱରଙ୍କ ଅନୁରୂପ ଆତ୍ମାରେ ସଜୀବ ହେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 କାରଣ ଏହି ଉଦ୍ଦେଶ୍ୟରେ ମୃତମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାରିତ ହେଲା, ଯେପରି ସେମାନେ ମନୁଷ୍ୟମାନଙ୍କ ସଦୃଶ ଶରୀରରେ ବିଚାରିତ ହେଲେ ହଁ ଈଶ୍ବରଙ୍କ ସଦୃଶ ଆତ୍ମାରେ ସଜୀବ ହେବେ।

Gade chapit la Kopi

ପବିତ୍ର ବାଇବଲ

6 ଯେଉଁ ଲୋକମାନେ ବର୍ତ୍ତମାନ ମୃତ, ସେମାନଙ୍କୁ ସୁସମାଗ୍ଭର କୁହାଯାଇଥିଲା, କାରଣ ସବୁ ଲୋକଙ୍କର ବିଗ୍ଭର ହେବା ଭଳି ସେମାନଙ୍କର ମଧ୍ୟ ବିଗ୍ଭର ହେବ। ସେମାନେ ଜୀବିତ ଥିଲାବେଳେ ଯାହାକିଛି କରିଥିଲେ, ସେହି ଅନୁସାରେ ବିଗ୍ଭରିତ ହେବେ। କିନ୍ତୁ ସେମାନେ ଯେପରି ପରମେଶ୍ୱରଙ୍କ ଭଳି ଆତ୍ମାରେ ଜୀବିତ ହେବେ, ଏଥିପାଇଁ ସେମାନଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭରିତ ହୋଇଥିଲା।

Gade chapit la Kopi




୧ ପିତର 4:6
14 Referans Kwoze  

କାରଣ ଜୀବନଦାୟକ ଆତ୍ମାଙ୍କ ବ୍ୟବସ୍ଥା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମ୍ଭକୁ ପାପ ଓ ମୃତ୍ୟୁଦାୟକ ବ୍ୟବସ୍ଥାରୁ ମୁକ୍ତ କରିଅଛିମ।


ସେଥିରେ ମଧ୍ୟ ସେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ;


ଯଦି ଆମ୍ଭେମାନେ ଆତ୍ମାଙ୍କ ଦ୍ଵାରା ଜୀବନ ପ୍ରାପ୍ତ ହୋଇଅଛୁ, ତେବେ ଆତ୍ମାଙ୍କ ଦ୍ଵାରା ମଧ୍ୟ ଆଚରଣ କରୁ।


ସେହି ସମୟରେ ଲୋକେ ତୁମ୍ଭମାନଙ୍କୁ କ୍ଳେଶଭୋଗ କରିବା ନିମନ୍ତେ ସମର୍ପଣ କରିବେ ଓ ତୁମ୍ଭମାନଙ୍କୁ ବଧ କରିବେ, ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତ ଜାତିଙ୍କ ଦ୍ଵାରା ଘୃଣିତ ହେବ।


ଯେଣୁ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ଜୀବିତ ହେବା ନିମନ୍ତେ ମୁଁ ବ୍ୟବସ୍ଥା ଦ୍ଵାରା ବ୍ୟବସ୍ଥା ପ୍ରତି ମୃତ ହୋଇଅଛି।


ପୁଣି, ବେଦି ନିକଟରୁ ଆଉ ଜଣେ ଦୂତ ବାହାର ହେଲେ, ସେ ଅଗ୍ନି ଉପରେ କ୍ଷମତାପ୍ରାପ୍ତ; ଯାହାଙ୍କ ହସ୍ତରେ ସୁତୀକ୍ଷ୍ମ ଦାଆ ଥିଲା, ତାହାଙ୍କୁ ସେ ଉଚ୍ଚ ସ୍ଵରରେ ଡାକି କହିଲେ, ତୁମ୍ଭର ସୁତୀକ୍ଷ୍ମ ଦାଆ ଲଗାଅ ଓ ପୃଥିବୀର ଦ୍ରାକ୍ଷାପେଣ୍ତାସବୁ ସଂଗ୍ରହ କର, କାରଣ ସେଥିରେ ଦ୍ରାକ୍ଷାଫଳସବୁ ପରିପକ୍ଵ ହୋଇଅଛି।


ଏହିସମସ୍ତ ବିଷୟରେ ସେମାନେ ଯେ ଆପଣା ଆପଣାର ସେବା ନ କରି ତୁମ୍ଭମାନଙ୍କର ସେବା କରୁଥିଲେ, ଏହା ସେମାନଙ୍କ ନିକଟରେ ପ୍ରକାଶିତ ହୋଇଥିଲା, ଆଉ, ସେହିସମସ୍ତ ବିଷୟ ସ୍ଵର୍ଗରୁ ପ୍ରେରିତ ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାରକମାନଙ୍କ ଦ୍ଵାରା ଏବେ ତୁମ୍ଭମାନଙ୍କୁ ଜଣାଇ ଦିଆଯାଇଅଛି; ସେହିସବୁ ବିଷୟ ଦୂତମାନେ ନିରୀକ୍ଷଣ କରିବାକୁ ଇଚ୍ଛା କରନ୍ତି।


ଯେଣୁ ଆମ୍ଭମାନଙ୍କୁ ଈଶ୍ଵରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ ;


Swiv nou:

Piblisite


Piblisite