Biblia Todo Logo
Bib sou entènèt

- Piblisite -




ତୀତସ 3:8 - ପବିତ୍ର ବାଇବଲ (CL) NT (BSI)

8 ଏହା ଏକ ନିରାଟ ସତ୍ୟ। ଏସବୁ ବିଷୟ ଉପରେ ତୁମେ ବିଶେଷ ଗୁରୁତ୍ୱ ଦେଇ ବୁଝାଇବ ଯେ, ଯେଉଁମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ସତ୍କର୍ମ କରି ଦିନାତିପାତ କରିବା ଉଚିତ୍; ସମସ୍ତଙ୍କ ପାଇଁ ଯାହା ହିତକର, ସେହି ସବୁ କାର୍ଯ୍ୟରେ ବ୍ୟାପୃତ ରହିବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଏହି କଥା ବିଶ୍ଵାସ୍ୟ, ଆଉ ଯେପରି ଈଶ୍ଵରଙ୍କଠାରେ ବିଶ୍ଵାସକାରୀମାନେ ସମସ୍ତ ସତ୍କର୍ମରେ ବ୍ୟାପୃତ ରହିବାକୁ ମନୋଯୋଗୀ ହୁଅନ୍ତି, ଏଥିନିମନ୍ତେ ଏହି ସମସ୍ତ ବିଷୟରେ ଦୃଢ଼ ରୂପେ ଶିକ୍ଷା ଦିଅ ବୋଲି ମୋହର ଇଚ୍ଛା। ଏହି ସମସ୍ତ ବିଷୟ ମନୁଷ୍ୟମାନଙ୍କ ପକ୍ଷରେ ଉତ୍ତମ ଓ ହିତଜନକ।

Gade chapit la Kopi

ଓଡିଆ ବାଇବେଲ

8 ଏହି କଥା ବିଶ୍ଵାସ୍ୟ, ଆଉ ଯେପରି ଈଶ୍ୱରଙ୍କଠାରେ ବିଶ୍ୱାସକାରୀମାନେ ସମସ୍ତ ସତ୍କର୍ମରେ ପ୍ରବୃତ୍ତ ରହିବାକୁ ମନୋଯୋଗୀ ହୁଅନ୍ତି, ଏଥି ନିମନ୍ତେ ଏହି ସମସ୍ତ ବିଷୟରେ ଦୃଢ ରୂପେ ଶିକ୍ଷା ଦିଅ ବୋଲି ମୋହର ଇଚ୍ଛା । ଏହି ସମସ୍ତ ବିଷୟ ମନୁଷ୍ୟମାନଙ୍କ ପକ୍ଷରେ ଉତ୍ତମ ଓ ହିତଜନକ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଏହି କଥା ବିଶ୍ୱାସ୍ୟ, ଆଉ ଯେପରି ଈଶ୍ବରଙ୍କଠାରେ ବିଶ୍ୱାସକାରୀମାନେ ସମସ୍ତ ସତ୍କର୍ମରେ ପ୍ରବୃତ୍ତ ରହିବାକୁ ମନୋଯୋଗୀ ହୁଅନ୍ତି, ଏଥିନିମନ୍ତେ ଏହି ସମସ୍ତ ବିଷୟରେ ଦୃଢ ରୂପେ ଶିକ୍ଷା ଦିଅ ବୋଲି ମୋହର ଇଚ୍ଛା। ଏହି ସମସ୍ତ ବିଷୟ ମନୁଷ୍ୟମାନଙ୍କ ପକ୍ଷରେ ଉତ୍ତମ ଓ ହିତଜନକ।

Gade chapit la Kopi

ପବିତ୍ର ବାଇବଲ

8 ତାହା ହିଁ ଆମ୍ଭର ଭରସା। ଏହି ଶିକ୍ଷା ବିଶ୍ୱାସ ଯୋଗ୍ୟ ଅଟେ। ମୁଁ ଗ୍ଭହେଁ ଯେ ଲୋକେ ଏହି ବିଷୟ ବୁଝନ୍ତୁ ବୋଲି ତୁମ୍ଭେ ନିଶ୍ଚିତ ହୁଅ। ତା'ହେଲେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଥିବା ଲୋକେ, ଭଲ କାମଗୁଡ଼ିକ କରିବା ପାଇଁ ନିଜ ଜୀବନକୁ ନିୟୋଜିତ କରିବା ବିଷୟରେ ଆଗ୍ରହୀ ହେବେ। ଏହି କଥାଗୁଡ଼ିକ ଭଲ ଓ ସବୁ ଲୋକଙ୍କୁ ସାହାଯ୍ୟ କରିବ।

Gade chapit la Kopi




ତୀତସ 3:8
26 Referans Kwoze  

ସତ୍କର୍ମରେ ଦିନାତିପାତ କରି ନିଜ ନିଜର ଅଭାବ ପୂରଣ କରିବା ପାଇଁ ସମ୍ପ୍ରଦାୟର ଲୋକମାନଙ୍କୁ ଶିକ୍ଷା ଦିଅ। ସେମାନେ ଅକର୍ମଣ୍ୟ ହୋଇ ବସି ରହନ୍ତୁ ନାହିଁ।


ଆମ୍ଭମାନଙ୍କୁ ସବୁ ଦୁଷ୍କର୍ମରୁ ନିବୃତ୍ତ କରାଇ ସତ୍କର୍ମ ପ୍ରତି ଆଗ୍ରହ ଜନ୍ମାଇବାକୁ ଯୀଶୁ ଖ୍ରୀଷ୍ଟ ଆତ୍ମବଳିଦାନ କରିଛନ୍ତି। ଏହା ଦ୍ୱାରା ଆମ୍ଭେମାନେ ଶୁଦ୍ଧପୂତ ହୋଇ ତାଙ୍କର ନିଜ ଲୋକ ହେବା ପାଇଁ ସୁଯୋଗ ପାଇଛୁ।


ଆମ ପ୍ରଚାରିତ ଶୁଭ ବାର୍ତ୍ତାରେ ସେ ଦୃଢ଼ତା ସହିତ ବିଶ୍ୱାସ କରୁଥିବେ - ଏହି ବାର୍ତ୍ତା ପ୍ରକୃତ ଧର୍ମତତ୍ତ୍ୱ ଜ୍ଞାନ ଉପରେ ପ୍ରତିଷ୍ଠିତ ଏବଂ ସର୍ବତୋଭାବେ ନିର୍ଭରଯୋଗ୍ୟ। ଏହି ବାର୍ତ୍ତାର ସତ୍ଶିକ୍ଷାରେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବାକୁ ଏବଂ ଏହାକୁ ବିରୋଧ କରୁଥିବା ଲୋକମାନଙ୍କ ଭ୍ରାନ୍ତି ଦୂର କରିବାକୁ ତାଙ୍କର ଦକ୍ଷତା ଥିବ।


ଶାସକ ଓ କର୍ତ୍ତୃପକ୍ଷମାନଙ୍କର ବଶୀଭୂତ ହୋଇ ସେମାନଙ୍କ ଆଦେଶ ପାଳନ କରିବାକୁ ଓ ସମସ୍ତ ସତ୍କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ରହିବାକୁ ମଣ୍ଡଳୀର ସଭ୍ୟମାନଙ୍କୁ ସ୍ମରଣ କରାଇଦିଅ।


ତାଙ୍କ ଯୋଗୁଁ ତୁମ୍ଭେମାନେ ଈଶ୍ୱରବିଶ୍ୱାସୀ ହୋଇଛ। ତାଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରାଇ ମହିମାନ୍ୱିତ କରିଥିବା ଈଶ୍ୱରଙ୍କ ଉପରେ ତୁମ୍ର ବିଶ୍ୱାସ ଓ ଭରସା ଦୃଢ଼ ହୋଇଛି।


ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ପୃଥିବୀକୁ ଆସିଥିଲେ, ଏହା ଗୋଟିଏ ନିରାଟ ସତ୍ୟ - ସମସ୍ତେ ଏହାକୁ ପୂର୍ଣ୍ଣ ମାତ୍ରାରେ ଉପଲବ୍ଧି କରିବା ଆବଶ୍ୟକ। ସେହି ପାପୀମାନଙ୍କ ମଧ୍ୟରେ ମୁଁ ସମସ୍ତଙ୍କଠାରୁ ଅଧମ।


କିନ୍ତୁ ଯେ ନିଜ ଉପରେ ନିର୍ଭର ନ କରି, ଈଶ୍ୱରଙ୍କଠାରେ ବିଶ୍ୱାସ କରେ, ତା’ର ବିଶ୍ୱାସ ଯୋଗୁଁ ଅପରାଧୀକୁ ଦୋଷମୁକ୍ତ କରୁଥିବା ଈଶ୍ୱର ତାକୁ ଧାର୍ମିକରୂପେ ଗ୍ରହଣ କରନ୍ତି।


ଯୀଶୁ ଉଚ୍ଚ ସ୍ୱରରେ କହିଲେ, “ଯେ ମୋ’ଠାରେ ବିଶ୍ୱାସ କରେ, ସେ କେବଳ ମୋତେ ନୁହେଁ; ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ବିଶ୍ୱାସ କରେ।


“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯେ କେହି ମୋ’ କଥାରେ କର୍ଣ୍ଣପାତ କରି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ଲାଭ କରିବ। ସେ ବିଚାରର ସମ୍ମୁଖୀନ ହେବ ନାହିଁ। କାରଣ ସେ ମୃତ୍ୟୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଛି।


ଦିନେ ଅନୀସିମସ୍ ତୁମ ପାଇଁ ଅଦରକାରୀ ଥିଲା; କିନ୍ତୁ ବର୍ତ୍ତମାନ ସେ ତୁମର ଓ ମୋର ବିଶେଷ ଉପକାରରେ ଆସିବ।


ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ମୁଁ ବିଶ୍ୱାସ କରିବା ହେତୁ କଥା କହିଲି।” ଆମେ ସେହି ବିଶ୍ୱାସର ଆତ୍ମା ପାଇଛୁ। ଆମେ ବିଶ୍ୱାସ କରୁଛୁ, ତେଣୁ ଘୋଷଣା ମଧ୍ୟ କରୁଛୁ।


ସେମାନେ ତାକୁ କହିଲେ, “ତୁ ପାଗଳୀ ହୋଇଛୁ।” କିନ୍ତୁ “ଏହା ସତ୍ୟ” ବୋଲି ସେ ଦୃଢ଼ ଭାବରେ କହିବାରୁ, ସେମାନେ ଭାବିଲେ, “ତେବେ ବୋଧହୁଏ, ଏ ତାଙ୍କର ପ୍ରେତାତ୍ମା।”


ଚୋର ଆଉ ଚୋରି ନ କରୁ। ସଦୁପାୟରେ ନିଜର ଜୀବିକା ଉପାର୍ଜନ ପାଇଁ ଓ ଦରିଦ୍ରମାନଙ୍କୁ ସାହାଯ୍ୟ କରିବା ପାଇଁ ସେ କାମ କରୁ।


ଉପାସନାରେ ଈଶ୍ୱର ପରାୟଣ ବ୍ୟକ୍ତିମାନେ ହସ୍ତ ଉତ୍ତୋଳନ କରି ପ୍ରାର୍ଥନା କରିବା ବେଳେ ମନରୁ ସବୁ ପ୍ରକାର କ୍ରୋଧ ଓ ବିଦ୍ୱେଷ ଭାବ ବର୍ଜ୍ଜନ କରନ୍ତୁ।


ପିଲାମାନଙ୍କର ଉଚିତ୍ ଯତ୍ନ ନେବା, ଅଭ୍ୟାଗତମାନଙ୍କୁ ଆତିଥ୍ୟ କରିବା, ଖ୍ରୀଷ୍ଟୀୟ ଭାଇ ଭଉଣୀମାନଙ୍କ ପ୍ରତି ନମ୍ର ଆଚରଣ କରିବା, ଦୁର୍ଦ୍ଦଶାପନ୍ନ ଲୋକମାନଙ୍କୁ ସାହାଯ୍ୟ କରିବା ଇତ୍ୟାଦି ସତ୍କାର୍ଯ୍ୟ ଲାଗି ଯେଉଁମାନେ ସମାଜରେ ଖ୍ୟାତି ଲାଭ କରିଥିବେ।


ସେଥିଯୋଗୁଁ ମୁଁ ଏ ସବୁ ଦୁଃଖଭୋଗ କରୁଛି। ଯାହାଙ୍କୁ ମୁଁ ବିଶ୍ୱାସ କରୁଛି, ମୁଁ ତାଙ୍କର ସ୍ପଷ୍ଟ ପରିଚୟ ପାଇଛି ଏବଂ ସେ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହା ତୁଲାଇବାକୁ ମହାବିଚାର ଦିନ ପର୍ଯ୍ୟନ୍ତ ସେ ମୋତେ ନିରାପଦରେ ରଖିବେ, ଏହା ନିଶ୍ଚିତଭାବେ ଜାଣି ମୁଁ ଏ ପର୍ଯ୍ୟନ୍ତ ପୂରାପୂରି ଆଶାବାଦୀ ହୋଇ ରହିଛି।


ସକଳ ବିଷୟରେ ସତ୍କର୍ମ ସାଧନ କରି ତୁମେ ନିଜ ଜୀବନରେ ଆଦର୍ଶ ଦେଖାଅ। ଆନ୍ତରିକତା ଓ ଗାମ୍ଭୀର୍ଯ୍ୟ ସହ ସଂଯତ ଭାଷାରେ ଶିକ୍ଷା ଦାନ କର - ତାହାହେଲେ, କେହି ତୁମକୁ କଟୁ ସମାଲୋଚନା କରିପାରିବେ ନାହିଁ ଏବଂ ତୁମ ଶତ୍ରୁମାନେ ଆମ୍ଭମାନଙ୍କ ବିରୁଦ୍ଧରେ ଅଯଥା ଅଭିଯୋଗ ଆଣି ନ ପାରି ଲଜ୍ଜିତ ହେବେ।


ଆସ, ଆମ୍ଭେମାନେ ଅନ୍ୟମାନଙ୍କ ପ୍ରତି ମନୋଯୋଗୀ ହୋଇ ସେମାନଙ୍କ ଉପକାର କରିବା; ଏହିପରି ଭାବରେ ପ୍ରେମର ନିଦର୍ଶନ ଦେଇ ସତ୍କାର୍ଯ୍ୟ କରିବା।


ସେମାନଙ୍କୁ ସେ କହିଲା, ‘ତୁମେ ମଧ୍ୟ ମୋ’ ଦ୍ରାକ୍ଷା କ୍ଷେତକୁ ଯାଇ କାମ କର, ତୁମ୍ଭମାନଙ୍କୁ ଉପଯୁକ୍ତ ମଜୁରୀ ଦେବି।’


Swiv nou:

Piblisite


Piblisite