Biblia Todo Logo
Bib sou entènèt

- Piblisite -




ତୀତସ 3:7 - ପବିତ୍ର ବାଇବଲ (CL) NT (BSI)

7 ତାଙ୍କ ଅନୁଗ୍ରହରୁ ଆମେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇ, ଆମ୍ଭମାନଙ୍କ ଭରସା ଅନୁଯାୟୀ ଅନନ୍ତ ଜୀବନରେ ପ୍ରବେଶ କରିବାକୁ ସୁଯୋଗ ପାଇଛୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଯେପରି ଆମ୍ଭେମାନେ ତାହାଙ୍କ ଅନୁଗ୍ରହରେ ଧାର୍ମିକ ଗଣିତ ହୋଇ ଭରସାନୁସାରେ ଅନ; ଜୀବନର ଅଧିକାରୀ ହେବୁ।

Gade chapit la Kopi

ଓଡିଆ ବାଇବେଲ

7 ଯେପରି ଆମ୍ଭେମାନେ ତାହାଙ୍କ ଅନୁଗ୍ରହରେ ଧାର୍ମିକ ଗଣିତ ହୋଇ ଭରସାନୁସାରେ ଅନନ୍ତ ଜୀବନର ଅଧିକାରୀ ହେବୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଯେପରି ଆମ୍ଭେମାନେ ତାହାଙ୍କ ଅନୁଗ୍ରହରେ ଧାର୍ମିକ ଗଣିତ ହୋଇ ଭରସାନୁସାରେ ଅନନ୍ତ ଜୀବନର ଅଧିକାରୀ ହେବୁ।

Gade chapit la Kopi

ପବିତ୍ର ବାଇବଲ

7 ତାହାଙ୍କ କୃପା ପାଇଁ ଆମ୍ଭେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେଲୁ। ଆମ୍ଭେ ଯେପରି ଅନନ୍ତ ଜୀବନ ପାଇବୁ, ସେଥିପାଇଁ ପରମେଶ୍ୱର ଆମ୍ଭକୁ ପବିତ୍ରଆତ୍ମା ଦାନ କଲେ।

Gade chapit la Kopi




ତୀତସ 3:7
25 Referans Kwoze  

ଯେହେତୁ ଆମେ ଈଶ୍ୱରଙ୍କ ସନ୍ତାନ, ତାଙ୍କ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଆଶୀର୍ବାଦରେ ଆମେ ଅଂଶୀ ହେବୁ। ପୁଣି ଖ୍ରୀଷ୍ଟଙ୍କ ପାଇଁ ଈଶ୍ୱର ଯାହା ଗଚ୍ଛିତ ରଖିଛନ୍ତି, ସେଥିରେ ମଧ୍ୟ ଆମ୍ଭମାନଙ୍କର ଭାଗ ଅଛି। ଯଦି ଆମ୍ଭେମାନେ ଯୀଶୁଙ୍କ ଦୁଃଖଭୋଗର ଅଂଶୀ ହୋଇଛୁ, ତେବେ ତାଙ୍କ ଗୌରବରେ ମଧ୍ୟ ଅଂଶୀ ହେବୁ।


କିନ୍ତୁ ଈଶ୍ୱର ଖ୍ରୀଷ୍ଟଯୀଶୁଙ୍କ ଦ୍ୱାରା ବିନା ମୂଲ୍ୟରେ ଯେଉଁ ଅନୁଗହ ଦାନ ଦେଇଛନ୍ତି, ତାହା ଯେଉଁମାନେ ଗ୍ରହଣ କରନ୍ତି, ସେମାନଙ୍କୁ ପ୍ରଭୁ ଯୀଶୁ ପରିତ୍ରାଣ ଦିଅନ୍ତି ଓ ସେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି।


ସମସ୍ତ ମାନବ ଜାତିର ମୁକ୍ତି ନିମନ୍ତେ ଈଶ୍ୱର ତାଙ୍କର ଅନୁଗ୍ରହ ପ୍ରକାଶ କରିଛନ୍ତି।


ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ସେ ପ୍ରକାର ଥିଲ। କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ପାପରୁ ପରିଷ୍କୃତ ହୋଇ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ। ପୁଣି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଓ ପବିତ୍ରଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧାର୍ମିକରୂପେ ପରିଗଣିତ ହୋଇଅଛ।


ଆବହମାନ କାଳରୁ ଈଶ୍ୱର ଆମକୁ ଏହି ଜୀବନ ଦାନ କରିବାକୁ ପ୍ରତିଜ୍ଞା କରିଛନ୍ତି - ଈଶ୍ୱର ମିଥ୍ୟାବାଦୀ ନୁହନ୍ତି।


ପ୍ରିୟ ଭାଇମାନେ ଶୁଣ, ଈଶ୍ୱର କ’ଣ ଏ ଜଗତରେ ଦରିଦ୍ର ଲୋକଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବାକୁ ଏବଂ ତାହାଙ୍କର ଭକ୍ତମାନଙ୍କୁ ଯେଉଁ ରାଜ୍ୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ତାହାର ଅଧିକାରୀ ହେବାକୁ ମନୋନୀତ କରି ନାହାଁନ୍ତି?


ତଥାପି ଆମେ ଜାଣୁ, ବ୍ୟବସ୍ଥାର ଦାବୀସବୁ ପୂରଣ କରିବା ଦ୍ୱାରା ନୁହେଁ, କିନ୍ତୁ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଜଣେ ଈଶ୍ୱରଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ପରିଗଣିତ ହୁଏ। ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହେବା ପାଇଁ ଆମେ ଆଉ ବ୍ୟବସ୍ଥା ଉପରେ ନିର୍ଭର ନ କରି ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଛୁ, କାରଣ କେବଳ ବ୍ୟବସ୍ଥା ପାଳନ ଦ୍ୱାରା କେହି ଈଶ୍ୱରଙ୍କ ସମ୍ମୁଖରେ ଧାର୍ମିକ ଗଣିତ ହୋଇ ପାରିବ ନାହିଁ।


ଈଶ୍ୱର ସେମାନଙ୍କୁ ମନୋନୀତ କରିଛନ୍ତି ନିଜ ଅନୁଗ୍ରହ ଯୋଗୁଁ। ଯଦି ସେମାନଙ୍କ ସତ୍କର୍ମ ଲାଗି ଈଶ୍ୱର ସେମାନଙ୍କୁ ମନୋନୀତ କରିଥାଆନ୍ତେ, ତାଙ୍କର ଅନୁଗ୍ରହ ପ୍ରକୃତ ଅନୁଗ୍ରହ ହୁଅନ୍ତା ନାହିଁ।


ତୁମ୍ଭେମାନେ ମଧ୍ୟ ଅବ୍ରହାମଙ୍କ ବଂଶଧର ଏବଂ ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଲାଭ କରିବ।


ତେଣୁ ଈଶ୍ୱରଙ୍କ ପ୍ରତିଜ୍ଞା ବିଶ୍ୱାସ ଉପରେ ପ୍ରତିଷ୍ଠିତ। ଯେଉଁମାନେ ବ୍ୟବସ୍ଥା ପାଳନ କରନ୍ତି, କେବଳ ସେମାନଙ୍କ ପାଇଁ ଈଶ୍ୱରଙ୍କ ପ୍ରତିଜ୍ଞା ଉଦ୍ଦିଷ୍ଟ ନୁହେଁ। ଅବ୍ରାହମଙ୍କ ପରି ବିଶ୍ୱାସ କରୁଥିବା ସମସ୍ତଙ୍କ ପାଇଁ ତା’ ଉଦ୍ଦିଷ୍ଟ, କାରଣ ଅବ୍ରାହମ ସେମାନଙ୍କର ଆଧ୍ୟାତ୍ମିକ ପିତା।


ଆମେ ପ୍ରକୃତରେ ବୁଝିପାରିଛୁ ଯେ, ଜଣେ କେବଳ ତା’ର ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହେବ- ବ୍ୟବସ୍ଥା ପାଳନ କରିବା ଦ୍ୱାରା ନୁହେଁ।


ହେ ସ୍ୱାମୀମାନେ, ସେହିପରି ତୁମ ସ୍ତ୍ରୀମାନଙ୍କୁ ଅବଳା ବୋଲି ଜାଣି ସେମାନଙ୍କ ପ୍ରତି ସହନଶୀଳ ହୋଇ ବାସ କର। ସେମାନଙ୍କୁ ସମ୍ମାନ ଦିଅ। ସେମାନେ ମଧ୍ୟ ତୁମ୍ଭମାନଙ୍କ ସହିତ ଈଶ୍ୱରଙ୍କଠାରେ ଜୀବନରୂପ ଦାନ ପାଇବେ। ତୁମ୍ଭେମାନେ ସେମାନଙ୍କ ପ୍ରତି ଯଥୋଜିତ ବ୍ୟବହାର କଲେ, ତୁମ୍ଭମାନଙ୍କର ପ୍ରାର୍ଥନା ବାଧାପ୍ରାପ୍ତ ହେବ ନାହିଁ।


ସେ ବିଶ୍ୱାସରେ ଈଶ୍ୱରଙ୍କ ପ୍ରତିଜ୍ଞାତ ଦେଶରେ ବିଦେଶୀ ଭାବରେ ବାସ କଲେ। ସେ ତମ୍ବୁରେ ବାସ କଲେ ଏବଂ ତାଙ୍କ ପରି ଈଶ୍ୱରଙ୍କଠାରୁ ପ୍ରତିଜ୍ଞା ପ୍ରାପ୍ତ ହୋଇ ଇସାହାକ ଓ ଯାକୁବ ମଧ୍ୟ ସେହିପରି ବାସ କରିଥିଲେ।


ବିଶ୍ୱାସ ବଳରେ ନେହ ଅଦୃଶ୍ୟ ଭାବୀ ଘଟଣା ସମ୍ବଦ୍ଧରେ ଈଶ୍ୱରଙ୍କ ସତକପର୍ବାଣୀ ଶୁଣି ପାରିଥିଲେ। ସେ ଈଶ୍ୱରଙ୍କ ଆଦେଶ ପାଳନ କରି ଏକ ଜାହାଜ ପରିବାରବର୍ଗ ରକ୍ଷା ପାଇଥିଲେ। ଫଳରେ ଜଗତବାସୀ ଦଣ୍ଡିତ ହେଲେ, କିନ୍ତୁ ନୋହ ତାଙ୍କ ବିଶ୍ୱାସ ହେତ ଧାର୍ମକତାର ପୁରସ୍କାର ଲାଭ କଲେ।


ଈଶ୍ୱର ଯେଉଁମାନଙ୍କୁ ସେହି ସବୁ ବିଷୟ ଦାନ କରିବେ ବୋଲି ସେମାନଙ୍କୁ ସ୍ପଷ୍ଟଭାବେ ଜଣାଇବା ପାଇଁ ସେ ତାଙ୍କ ପ୍ରତିଜ୍ଞା ସହିତ ଶପଥ ଯୋଗ କରିଥିଲେ।


ତେଣୁ ତୁମ୍ଭେମାନେ ଆଉ କ୍ରୀତଦାସ ନୁହଁ, ପୁତ୍ର ଅଟ। ତୁମ୍ଭେମାନେ ତାଙ୍କର ପୁତ୍ର ହୋଇଥିବାରୁ, ଈଶ୍ୱର ତାଙ୍କ ପୁତ୍ରମାନଙ୍କ ପାଇଁ ଯାହା କିଛି ରଖିଅଛନ୍ତି, ସେସବୁ ତୁମ୍ଭମାନଙ୍କୁ ଦାନ କରିବେ।


ଯେ କାମ କରେ, ମଜୁରୀ ତା’ର ପ୍ରାପ୍ୟ- କାହାଠାରୁ ଦାନ ରୂପେ ସେ ତା’ ପାଏ ନାହିଁ।


ଅକପଟ ଓ ଧାର୍ମିକ ଜୀବନ ଯାପନ କରିବାକୁ ଆମେ ପ୍ରେରଣା ପାଇଛୁ। ମହାନ୍ ଈଶ୍ୱର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଗୌରବ ପ୍ରକାଶ ପାଇବାକୁ ଯାଉଛି ସେହି ଦିନର ଅପେକ୍ଷାରେ ଆମ୍ଭେମାନେ ରହିଛୁ।


ତା’ପରେ ତାଙ୍କର ଦକ୍ଷିଣରେ ଥିବା ଲୋକମାନଙ୍କୁ ରାଜା କହିବେ, ‘ଆସ, ତୁମ୍ଭମାନଙ୍କୁ ମୋ’ ପିତା ଆଶୀର୍ବାଦ କରିଛନ୍ତି। ସୃଷ୍ଟିର ଆରମ୍ଭରୁ ଯେଉଁ ରାଜ୍ୟ ତୁମ୍ଭମାନଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଛି, ତାହାକୁ ଅଧିକାର କର।


ଯୀଶୁ ପୁନର୍ବାର ତାଙ୍କ ଯାତ୍ରା ଆରମ୍ଭ କଲାବେଳେ ଜଣେ ଲୋକ ଦୌଡ଼ି ଆସି ତାଙ୍କ ସମ୍ମୁଖରେ ଆଣ୍ଠୋଇ ପଡ଼ି ପଚାରିଲା, “ସତ୍ଗୁରୁ, ଅନନ୍ତ ଜୀବନ ଲାଭ କରିବାକୁ ମୋତେ କଅଣ କରିବା ପାଇଁ ହେବ?”


ଆମର ଯେଉଁ ପ୍ରଭୁ ସ୍ୱୟଂ ଯୀଶୁ ଖ୍ରୀଷ୍ଟ ଓ ପିତା ଈଶ୍ୱର ଆମକୁ ପ୍ରେମ କରି ତାଙ୍କର ଅନୁଗ୍ରହ ଦ୍ୱାରା ଆମକୁ ଅଦମ୍ୟ ସାହସ ଓ ଦୃଢ଼ ଭରସା ଦାନ କରିଛନ୍ତି,


ତେବେ ସ୍ୱର୍ଗଦୂତମାନେ କିଏ? ସେମାନେ ହେଉଛନ୍ତି ଈଶ୍ୱରଙ୍କ ସେବକ, ପରିତ୍ରାଣପ୍ରାର୍ଥୀ ମନୁଷ୍ୟମାନଙ୍କର ସାହାଯ୍ୟ ପାଇଁ ଈଶ୍ବରଙ୍କ ଦ୍ୱାରା ପ୍ରେରିତ ଆତ୍ମାଗଣ।


Swiv nou:

Piblisite


Piblisite