Biblia Todo Logo
Bib sou entènèt

- Piblisite -




ତୀତସ 3:6 - ପବିତ୍ର ବାଇବଲ (CL) NT (BSI)

6 ଆମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏସବୁ ସମ୍ଭବ ହୋଇଛି। ତାଙ୍କ ଲାଗି ଈଶ୍ୱର ଆମ୍ଭମାନଙ୍କୁ ପ୍ରଚୁର ପରିମାଣରେ ପବିତ୍ର ଆତ୍ମାଙ୍କର ଶକ୍ତିଦାନ କରିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ସେହି ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ପ୍ରଚୁର ରୂପେ ଆମ୍ଭମାନଙ୍କ ଉପରେ ଢାଳିଦେଲେ,

Gade chapit la Kopi

ଓଡିଆ ବାଇବେଲ

6 ସେହି ପବିତ୍ର ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଚୁର ରୂପେ ଆମ୍ଭମାନଙ୍କ ଉପରେ ଦେଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ସେହି ପବିତ୍ର ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଚୁର ରୂପେ ଆମ୍ଭମାନଙ୍କ ଉପରେ ଢାଳି ଦେଲେ,

Gade chapit la Kopi

ପବିତ୍ର ବାଇବଲ

6 ପରମେଶ୍ୱର ଆମ୍ଭର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେହି ପବିତ୍ରଆତ୍ମାକୁ ପୂର୍ଣ୍ଣଭାବରେ ଆମ୍ଭ ଉପରେ ଢାଳିଲେ।

Gade chapit la Kopi




ତୀତସ 3:6
19 Referans Kwoze  

ଭରସା ଆମ୍ଭମାନଙ୍କୁ ନିରାଶ ହେବାକୁ ଦିଏ ନାହିଁ, କାରଣ ଈଶ୍ୱର ଆମ୍ଭମାନଙ୍କୁ ପବିତ୍ରଆତ୍ମା ଦାନ କରି ଆମ ହୃଦୟରେ ତାଙ୍କ ପ୍ରେମ ଭରି ଦେଇଛନ୍ତି।


ଅଣଇହୁଦୀମାନଙ୍କ ଉପରେ ମଧ୍ୟ ଈଶ୍ୱର ତାଙ୍କର ପବିତ୍ରଆତ୍ମାଙ୍କ ଦାନ ଢାଳି ଦେଇଥିବାର ଦେଖି ପିତରଙ୍କ ସହିତ ଆଗତ ଯୋପ୍ପାର ଇହୁଦୀ ବିଶ୍ୱାସୀମାନେ ଆଶ୍ଚର୍ଯ୍ୟ ହେଲେ।


କିନ୍ତୁ ମୁଁ ସତ୍ୟ କହୁଛି, ମୋର ଚାଲିଯିବା ତୁମ ପକ୍ଷରେ ମଙ୍ଗଳଜନକ, କାରଣ ମୁଁ ନ ଗଲେ, ସେହି ‘ସହାୟକ’ ତୁମ୍ଭମାନଙ୍କ ନିକଟକୁ ଆସିବେ ନାହିଁ। କିନ୍ତୁ ମୁଁ ଗଲେ, ତାଙ୍କୁ ତୁମ ନିକଟକୁ ପଠାଇ ଦେବି।


ତାଙ୍କ ପୂର୍ଣ୍ଣତାରୁ ଆମେ ଅନୁଗ୍ରହ ଉପରେ ଅନୁଗ୍ରହ ପାଇଛୁ।


ମୋର ସମବିଶ୍ୱାସୀ ଓ ଏହି ବିଶ୍ୱାସ ଲାଗି ଯଥାର୍ଥରେ ମୋର ପୁତ୍ର ତୀତସଙ୍କ ନିକଟକୁ ମୁଁ ଏହି ପତ୍ର ଲେଖୁଛି: ପିତା ଈଶ୍ୱର ଓ ଆମ୍ଭମାନଙ୍କର ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁ ତୁମକୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।


ସର୍ବଦା ନମ୍ର, ସୁଶୀଳ ଓ ଧୈର୍ଯ୍ୟଶୀଳ ହୁଅ। ପରସ୍ପର ପ୍ରତି ସହନଶୀଳ ହୋଇ ପ୍ରେମ ପ୍ରଦର୍ଶନ କର।


ମୁଁ ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ସମସ୍ତଙ୍କଠାରୁ କ୍ଷୁଦ୍ରତମ, ତଥାପି ଅଣଇହୁଦୀମାନଙ୍କ ନିକଟକୁ ଖ୍ରୀଷ୍ଟଙ୍କର ଅପରିମିତ ସମ୍ପଦର ବାର୍ତ୍ତା ଘେନି ଯିବା ପାଇଁ ମୋତେ ଈଶ୍ୱର ସୁଯୋଗ ଦେଇଛନ୍ତି।


ପବିତ୍ରଆତ୍ମା ଯେଉଁ ବ୍ୟବସ୍ଥା ଦ୍ୱାରା ଆମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ କରି ଜୀବନ ଦେଇଛନ୍ତି, ତଦ୍ଦ୍ୱାରା ଆମେ ପାପ ଓ ମୃତ୍ୟୁର ବ୍ୟବସ୍ଥାରୁ ମୁକ୍ତ ହୋଇଛୁ।


ଯୀଶୁ ତାଙ୍କ ପିତା ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍କୁ ଉତ୍ଥାପିତ ହୋଇଛନ୍ତି ଏବଂ ପିତାଙ୍କ ପ୍ରତିଜ୍ଞା ଅନୁସାରେ ତାଙ୍କଠାରୁ ପବିତ୍ରଆତ୍ମା ପାଇଛନ୍ତି। ବର୍ତ୍ତମାନ ତୁମେ ଯାହା ଦେଖୁଛ ଓ ଶୁଣୁଛ, ତାହା ତାଙ୍କର ଦାନ। ତାହା ସେ ଆମ୍ଭମାନଙ୍କ ଉପରେ ଢାଳି ଦେଇଛନ୍ତି।


ଉତ୍ସବର ଶେଷ ଦିବସରେ ଯୀଶୁ ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ: “ଯେ ତୃଷାର୍ତ୍ତ, ସେ ମୋ’ ପାଖକୁ ଆସି ପାନ କରୁ।


ଯୀଶୁ ତାଙ୍କୁ କହିଲେ: “ଈଶ୍ୱର କ’ଣ ଦେଇ ପାରନ୍ତି, ତୁମେ ଯଦି ଜାଣି ଥାଆନ୍ତି ଏବଂ କିଏ ତୁମ ହାତରୁ ପିଇବାକୁ ଚାହୁଁଛନ୍ତି, ତାଙ୍କୁ ଯଦି ଜାଣି ଥାଆନ୍ତ, ତୁମେ ତାଙ୍କୁ ମାଗନ୍ତ ଓ ସେ ତୁମକୁ ଜୀବନ ପ୍ରଦାୟୀ ଜଳ ଦେଇ ଥାଆନ୍ତେ।”


ହୁଏତ, ତୁମେ ଈଶ୍ୱରଙ୍କ ଅସୀମ କୃପା, ଉଦାରତା ଓ ସହିଷ୍ଣୁତାକୁ ଅବଜ୍ଞା କରୁଛ। ତୁମେ ଅବଶ୍ୟ ଜାଣିଛ ଯେ, ତୁମେ ମନରେ ଅନୁତାପ ଆଣିବା ପାଇଁ ଈଶ୍ୱର ଏଡ଼େ ଦୟା କରୁଛନ୍ତି।


ଏହି ଜଗତର ବିଷୟବସ୍ତୁରେ ଯେଉଁମାନେ ଧନବାନ୍, ସେମାନଙ୍କୁ ଦର୍ପ ନ କରିବାକୁ ସତର୍କ କରିଦିଅ। ସେମାନଙ୍କୁ ଆଦେଶ ଦେଇ କୁହ, ଅନିଶ୍ଚିତ ଧନ ସମ୍ପତ୍ତିରେ ଭରସା ନ ରଖି, ସେମାନେ ସର୍ବଶୁଭଦାତା ଈଶ୍ୱରଙ୍କ ଉପରେ ନିର୍ଭର କରନ୍ତୁ;


Swiv nou:

Piblisite


Piblisite