Biblia Todo Logo
Bib sou entènèt

- Piblisite -




ତୀତସ 3:3 - ପବିତ୍ର ବାଇବଲ (CL) NT (BSI)

3 ଆମ୍ଭେମାନେ ନିଜେ ଦିନେ ନିର୍ବୋଧ, ଅବାଧ୍ୟ ଓ ଭ୍ରାନ୍ତ ଥିଲୁ; ନାନା ପ୍ରକାର ଆମୋଦେ ପ୍ରମୋଦ ଓ ନୀଚ ପ୍ରବୃତ୍ତିଗୁଡ଼ିକର ବଶୀଭୂତ ଥିଲୁ; ଦ୍ୱେଷ ଓ ଈର୍ଷାପରବଶ ହୋଇ ଦିନାତିପାତ କରିଥିଲୁ; ଅନ୍ୟମାନେ ଆମ୍ଭମାନଙ୍କୁ ଘୃଣା କରୁଥିଲେ, ଆମ୍ଭେମାନେ ମଧ୍ୟ ସେମାନଙ୍କୁ ଘୃଣା କରୁଥିଲୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 କାରଣ ପୂର୍ବେ ଆମ୍ଭେମାନେ ମଧ୍ୟ ନିର୍ବୋଧ, ଅବାଧ୍ୟ, ଭ୍ରାନ୍ତ, ପୁଣି ନାନା ପ୍ରକାର କୁଅଭିଳାଷ ଓ ସୁଖଭୋଗର ଦାସ ଥିଲୁ, ହିଂସା ଓ ଈର୍ଷାରେ କାଳ କ୍ଷେପଣ କରୁଥିଲୁ, ଆଉ ଘୃଣାର ପାତ୍ର ହୋଇ ପରସ୍ପରକୁ ଘୃଣା କରୁଥିଲୁ।

Gade chapit la Kopi

ଓଡିଆ ବାଇବେଲ

3 କାରଣ ପୂର୍ବେ ଆମ୍ଭେମାନେ ମଧ୍ୟ ନିର୍ବୋଧ, ଅବାଧ୍ୟ, ଭ୍ରାନ୍ତ ପୁଣି, ନାନା ପ୍ରକାର କୁଅଭିଳାଷ ଓ ସୁଖଭୋଗର ଦାସ ଥିଲୁ, ହିଂସା ଓ ଈର୍ଷାରେ କାଳକ୍ଷେପଣ କରୁଥିଲୁ, ଆଉ ଘୃଣାର ପାତ୍ର ହୋଇ ପରସ୍ପରକୁ ଘୃଣା କରୁଥିଲୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 କାରଣ ପୂର୍ବେ ଆମ୍ଭେମାନେ ମଧ୍ୟ ନିର୍ବୋଧ, ଅବାଧ୍ୟ, ଭ୍ରାନ୍ତ ପୁଣି, ନାନା ପ୍ରକାର କୁଅଭିଳାଷ ଓ ସୁଖଭୋଗର ଦାସ ଥିଲୁ, ହିଂସା ଓ ଈର୍ଷାରେ କାଳକ୍ଷେପଣ କରୁଥିଲୁ, ଆଉ ଘୃଣାର ପାତ୍ର ହୋଇ ପରସ୍ପରକୁ ଘୃଣା କରୁଥିଲୁ।

Gade chapit la Kopi

ପବିତ୍ର ବାଇବଲ

3 ଅତୀତରେ ଆମ୍ଭେ ମଧ୍ୟ ମୂର୍ଖ ଥିଲୁ। ଆମ୍ଭେ ଆଜ୍ଞାପାଳନ କରୁ ନ ଥିଲୁ, ଭୁଲ୍ କାମ କରୁଥିଲୁ, ଆମ୍ଭେ ସମସ୍ତ ପ୍ରକାର ଶାରୀରିକ କାମନା ଓ ଭୋଗର ଦାସ ଥିଲୁ। ଆମ୍ଭେ ଈର୍ଷାଳୁ ଓ ଦ୍ୱେଷପୂର୍ଣ୍ଣ ଜୀବନଯାପନ କରୁଥିଲୁ। ଲୋକେ ଆମ୍ଭକୁ ଘୃଣା କରୁଥିଲେ ଓ ଆମ୍ଭେ ପରସ୍ପରକୁ ଘୃଣା କରୁଥିଲୁ।

Gade chapit la Kopi




ତୀତସ 3:3
37 Referans Kwoze  

ଏକ ସମୟରେ ଅସତ୍ ଚିନ୍ତା ଓ ଅସତ୍ କାର୍ଯ୍ୟ କରୁଥିବାରୁ ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଦୂରରେ ଥିଲ ଓ ତାଙ୍କର ଶତ୍ରୁ ଥିଲ।


କିନ୍ତୁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛି, ଯଦିଓ ଦିନେ ତୁମ୍ଭେମାନେ ପାପର ଦାସ ଥିଲ, ତୁମେ ବର୍ତ୍ତମାନ ସୁସମାଚାରରୁ ଶିକ୍ଷା କରିଥିବା ସତ୍ୟଗୁଡ଼ିକୁ ସର୍ବାନ୍ତଃକରଣରେ ପାଳନ କରୁଛ।


ଦିନେ ତୁମ୍ଭେମାନେ ଏହି ସବୁ କୁପ୍ରବୃତ୍ତିର ବଶବର୍ତ୍ତୀ ହୋଇ ଜୀବନ ଯାପନ କରୁଥିଲ।


କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ପାପରୁ ମୁକ୍ତି ପାଇ ଈଶ୍ୱରଙ୍କ ଦାସ ହୋଇଛ। ଏହାର ଲାଭ ହେଉଛି, ଈଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ ଏବଂ ଏହାର ପରିଣାମ ଅନନ୍ତ ଜୀବନ।


ଈଶ୍ୱରଙ୍କ ଆଜ୍ଞାବହ ହୁଅ। ଅଜ୍ଞତାବଶତଃ ପୂର୍ବେ ଯେଉଁ କୁଅଭିଳାଷଗୁଡ଼ିକର ବଶବର୍ତ୍ତୀ ହୋଇଥିଲ, ସେସବୁ ଦ୍ୱାରା ତୁମ ଜୀବନ ଆଉ ନିୟତ୍ରିତ ନ ହେଉ।


କାରଣ ମୋର ଭୟ ହେଉଛି, ମୁଁ ତୁମ୍ଭମାନଙ୍କ ନିକଟକୁ ଯାଇ ତୁମ୍ଭମାନଙ୍କ ଯେପରି ଦେଖିବାକୁ ଇଚ୍ଛା କରୁଛି, ସେପରି ଦେଖିବାକୁ ପାଇବି ନାହିଁ ଏବଂ ତୁମ୍ଭେମାନେ ମୋର ଯେଉଁ ରୂପ ଦେଖିବାକୁ ଇଚ୍ଛା କରୁ ନାହଁ, ହୁଏତ ତାହା ଦେଖିବାକୁ ପାଇବ। ହୁଏତ ସେଠାକୁ ଯାଇ ମୁଁ ନାନା ପ୍ରକାର ବିବାଦ, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ଅପବାଦ, ଗର୍ବ ଓ ବିଶୃଙ୍ଖଳା ଦେଖିବକେୁ ପାଇବି।


ଯୀଶୁ କହିଲେ: “ମୁଁ ସତ୍ୟ କହୁଛି, ଯେଉଁମାନେ ପାପ କରନ୍ତି, ସେମାନେ ସମସ୍ତେ ପାପର ଦାସ।


‘ନା, ମୁଁ କରିବି ନାହିଁ’ ବୋଲି ବଡ଼ ପୁଅ କହିଲା। କିନ୍ତୁ ପରେ ମନ ବଦଳାଇ କାମ କରିବାକୁ ଗଲା।


କେହି କ’ଣ ନିଜକୁ ଧାର୍ମିକ ମନେ କରୁଛି? ସେ ଯଦି ଆପଣା ଜିହ୍ୱାକୁ ସଂଯୁତ ନ କରେର, ତେବେ ତାହାର ଧର୍ମକର୍ମସବୁ ନିରର୍ଥକ ଓ ସେ କେବଳ ନିଜକୁ ପ୍ରତାରଣା କରୁଛି।


ନଗଣ୍ୟ ହୋଇ ଯେ ନିଜକୁ ବିଶିଷ୍ଟ ବୋଲି ଭାବେ, ସେ ନିଜକୁ କେବଳ ପ୍ରତାରଣା କରେ।


ଯୀଶୁ କହିଲେ, “ସତର୍କ ଥାଅ; ପ୍ରତାରିତ ହୁଅ ନାହିଁ। ଅନେକ ଲୋକ ମୋ’ ନାମରେ ଆସି କହିବେ, ‘ମୁଁ ସେହି! ଓ ସମୟ ଉପସ୍ଥିତ!’ କିନ୍ତୁ ସେମାନଙ୍କର ଅନୁଗମନ କର ନାହିଁ।


ସେ ଉଚ୍ଚ ସ୍ୱରରେ କହିଲେ, “ତାହାର ପତନ ଘଟିଛି। ମହାନ୍ ବାବିଲନ୍ ଧୂଳିସାତ୍ ହୋଇଛି! ତାହା ବର୍ତ୍ତମାନ ପିଶାଚ ଓ ଅଶୁଚି ପ୍ରେତାତ୍ମାମାନଙ୍କର ଆଶ୍ରୟସ୍ଥଳୀ ହୋଇଛି। ସମସ୍ତ ପ୍ରକାର ଅଶୁଚି ଓ ଘୃଣ୍ୟ ପକ୍ଷୀ ସେଠାରେ ବସା ବାନ୍ଧି ରହିଛନ୍ତି।


ଏବଂ ପ୍ରଥମ ପଶୁର ଉପସ୍ଥିତିରେ ଏହିପରି ବହୁ ଅଲୌକିକ କର୍ମମାନ କରି ପୃଥ୍ୱୀବାସୀ ସମସ୍ତଙ୍କୁ ପ୍ରତାରଣା କଲା। ଖଡ଼୍ଗାହତ ହୋଇ ଆରୋଗ୍ୟ ଲାଭ କରିଥିବା ପ୍ରଥମ ପଶୁଟିର ସମ୍ମାନାର୍ଥେ ତାହାର ଏକ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ଦ୍ୱିତୀୟ ପଶୁଟି ଲୋକମାନଙ୍କୁ ଆଦେଶ ଦେଲା।


ସେହି ସର୍ପ ହେଉଛି, ସପ୍ତମ ଜଗତକୁ ପ୍ରତାରଣା କରିଥିବା ଦ୍ୟାବଳ ଆଦିମ ସର୍ପ, ଶୟତାନ; ତା’ର ଦଳବଳ ସହ ସ୍ୱର୍ଗରୁ ନିକ୍ଷିପ୍ତ ହୋଇ ପୃଥିବୀ ପୃଷ୍ଠରେ ଆସି ପଡ଼ିଲା।


ଆମେ ଜାଣୁ, ଖ୍ରୀଷ୍ଟଙ୍କ ସହିତ କ୍ରୁଶ ଉପରେ ଆମ୍ଭମାନଙ୍କ ପୁରାତନ ବ୍ୟକ୍ତିତ୍ୱ ମୃତ ହୋଇଛି। ତଦ୍ଦ୍ୱାରା ଆମ ପାପ ପ୍ରକୃତି ବିନଷ୍ଟ ହୋଇଛି ଓ ଆମେ ପାପର ଦାସତ୍ୱରୁ ମୁକ୍ତି ପାଇଛୁ,


ତୁମ ମର ଶରୀର ଉପରେ ପାପ ଆଉ ରାଜତ୍ୱ ନ କରୁ; ତୁମ୍ଭେମାନେ ଆଉ କୌଣସି ଶାରୀରିକ ଅଭିଳାଷର ବଶବର୍ତ୍ତୀ ହୁଅ ନାହିଁ।


ଅଣଇହୁଦୀମାନେ ପୂର୍ବେ ଈଶ୍ୱରଙ୍କ ଅବାଧ୍ୟ ଥିଲେ; କିନ୍ତୁ ବର୍ତ୍ତମାନ ଇହୁଦୀମାନଙ୍କ ଅବାଧ୍ୟତା ହେତୁ ଅଣଇହୁଦୀମାନେ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତ ହୋଇଛନ୍ତି।


ଏଭଳି ଲୋକମାନେ କେତେକଙ୍କ ଘରକୁ ଯାଇ ଦୁର୍ବଳମନା ସ୍ତ୍ରୀ ଲୋକମାନଙ୍କ ଉପରେ ପ୍ରଭାବ ବିସ୍ତାର କରନ୍ତି - ଯେଉଁ ସ୍ତ୍ରୀ ଲୋକମାନେ ନାନାବିଧ ଲାଳସାର ବଶବର୍ତ୍ତୀ ହୋଇ ନିଜ ପାପ ବୋଝରେ ଅବସନ୍ନ ହୋଇ ପଡ଼ିଥାନ୍ତି।


କିନ୍ତୁ ଦୁରାଚାରୀ ଓ ପ୍ରବଞ୍ଚକମାନଙ୍କ ଗତି ସର୍ବନାଶ ଆଡ଼କୁ - ସେମାନେ ଅନ୍ୟମାନଙ୍କୁ ଠକାଇ ଶେଷରେ ନିଜେ ଠକି ହୋଇଯିବେ।


ସେମାନେ ଈଶ୍ୱରଙ୍କୁ ଜାଣିଛନ୍ତି ବୋଲି ଜୋର କରି କହନ୍ତି, କିନ୍ତୁ କାର୍ଯ୍ୟତଃ ସେମାନେ ଏ କଥା ଅସ୍ୱୀକାର କରନ୍ତି। ସେମାନେ ବିଦ୍ୱେଷପୂର୍ଣ୍ଣ ଏବଂ ଦୁର୍ଦ୍ଦାନ୍ତ - କୌଣସି ସତ୍କାର୍ଯ୍ୟ ସାଧନ କରିବାକୁ ସେମାନେ ଯୋଗ୍ୟ ନୁହନ୍ତି।


ପୁଣି, ତାଙ୍କର ସେହି ଅନୁଗ୍ରହ ଲାଗି ଧର୍ମଭାବଶୂନ୍ୟ ସାଂସାରିକ ଆସକ୍ତିଗୁଡ଼ିକୁ ପରିହାର କରି, ଏହି ଜଗତରେ ଆତ୍ମସଂଯତ,


Swiv nou:

Piblisite


Piblisite