Biblia Todo Logo
Bib sou entènèt

- Piblisite -




ତୀତସ 3:10 - ପବିତ୍ର ବାଇବଲ (CL) NT (BSI)

10 ବିଭେଦ ସୃଷ୍ଟି କରୁଥିବା ବ୍ୟକ୍ତିକୁ ଦୁଇ ଥର ସତର୍କବାଣୀ ଶୁଣାଇ ଦିଅ। ତେବେ ସୁଦ୍ଧା ସେ ଯଦି ନ ଶୁଣେ, ତା’ ସହିତ ସମ୍ପର୍କ ତୁଟାଇ ଦିଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଯେଉଁ ଲୋକ ଭ୍ରାନ୍ତ ମତାବଲମ୍ଵୀ, ତାହାକୁ ଥରେ, ଦୁଇ ଥର ଅନୁଯୋଗ କଲା ଉତ୍ତାରେ ତାହାଠାରୁ ପୃଥକ ରୁହ;

Gade chapit la Kopi

ଓଡିଆ ବାଇବେଲ

10 ଯେଉଁ ଲୋକମାନେ ଭ୍ରାନ୍ତ ମତାବଲମ୍ବୀ, ତାହାକୁ ଥରେ, ଦୁଇ ଥର ଅନୁଯୋଗ କଲା ଉତ୍ତାରେ ତାହାଠାରୁ ପୃଥକ୍ ରୁହ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଯେଉଁ ଲୋକ ଭ୍ରାନ୍ତ ଶିକ୍ଷା ଦ୍ୱାରା ବିଭାଜନ କରିବାକୁ ଚେଷ୍ଟା କରନ୍ତି, ତାହାକୁ ଥରେ, ଦୁଇ ଥର ଅନୁଯୋଗ କଲା ଉତ୍ତାରେ ତାହାଠାରୁ ପୃଥକ୍ ହୋଇ ରୁହ;

Gade chapit la Kopi

ପବିତ୍ର ବାଇବଲ

10 ଯଦି କିଏ ତର୍କବିତର୍କ କରେ, ତା'ହେଲେ ତାହାକୁ ସତର୍କ କରିଦିଅ। ସେ ଯଦି ତର୍କବିତର୍କ ଗ୍ଭଲୁ ରଖେ, ତା'ହେଲେ ତାହାକୁ ଆଉ ଥରେ ସତର୍କ କର।

Gade chapit la Kopi




ତୀତସ 3:10
12 Referans Kwoze  

ଭାଇମାନେ, ଅନୁନୟ କରୁଛି, ତୁମେ ଗ୍ରହର କରିଥିବା ଶିକ୍ଷାର ବିରୋଧ କରି ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କଠାରୁ ଦୂରେଇ ରୁହ।


କେହି ଯଦି ଏହି ଶିକ୍ଷଶ ନେଇ ତୁମ ନିକଟକୁ ଆସି ନ ଥାଏ, ତାକୁ ତୁମ ଘରକୁ ସ୍ୱାଗତ କର ନାହିଁ- “ତୁମ୍ଭର ଶାନ୍ତି ହେଉ” ବୋଲି କହି ତାକୁ ନମସ୍କାର ଜଣାଅ ନାହିଁ।


ଧର୍ମର ପ୍ରକୃତ ଶକ୍ତିକୁ ଅସ୍ୱୀକାର କରି ସେମାନେ ବାହ୍ୟିକ ଧର୍ମକର୍ମକୁ ସର୍ବସ୍ୱ ମନେ କରିବେ। ଏମାନଙ୍କଠାରୁ ତୁମେ ନିଜକୁ ଦୂରେଇ ରଖ।


ଏହି ପତ୍ରରେ ତୁମ୍ଭମାନଙ୍କୁ ଯେଉଁ ବାର୍ତ୍ତା ପଠାଉଛୁ, ହୁଏତ ତୁମ୍ଭମାନଙ୍କ ମଧ୍ୟରୁ କେହି ତାହା ପାଳନ କରିବାକୁ ଅନିଚ୍ଛୁକ ହେବ। ସେହିପରି ବ୍ୟକ୍ତିକୁ ଚିହ୍ନି ରଖ ଓ ତାହା ସହିତ ତୁମର ସମ୍ପର୍କ ତୁଟାଇ ଦିଅ।


ହେ ଭାଇମାନେ, ଯେଉଁମାନେ ଅଳସ ଜୀବନ ଯାପନ କରନ୍ତି ଏବଂ ଆମଠାରୁ ପ୍ରାପ୍ତ ଶିକ୍ଷା ଅନୁସାରେ ଆଚରଣ କରନ୍ତି ନାହିଁ; ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମ୍ଭମାନଙ୍କୁ ଆଜ୍ଞା ଦେଉଛୁ, ସେହି ଭାଇମାନଙ୍କଠାରୁ ଦୂରେଇ ରୁହ।


ମୁଁ ଚାହେଁ, ଏ ସମ୍ପର୍କରେ ଯେଉଁମାନେ ତୁମ୍ଭମାନଙ୍କୁ ବିଚଳିତ କରୁଛନ୍ତି, ସେମାନେ ଆଉ ଟିକିଏ ଆଗେଇ ଯାଆନ୍ତୁ। କେବଳ ସୁନ୍ନତ ନ ହୋଇ ପୂରାପୂରି ନିଜର ଯୌନାଙ୍ଗ ଛେଦନ କରନ୍ତୁ।


(ଅବଶ୍ୟ ତୁମ୍ଭମାନଙ୍କ ମଧ୍ୟରେ ଦଳ ଭେଦ ଘଟିବ ଏବଂ ଏହି ସଂଘର୍ଷ ଫଳରେ କେଉଁମାନଙ୍କର ମତ ଯଥାର୍ଥ, ଜଣାପଡ଼ିବ।)


ଅତୀତରେ ପାପ କରିଥିବା ଲୋକମାନଙ୍କୁ ଓ ଅନ୍ୟ ସମସ୍ତଙ୍କୁ ମୁଁ ଦ୍ୱତୀୟ ଥର ସେଠାକୁ ଯାଇ କହିଥିଲି ଏବଂ ଏବେ ଦୂରରେ ଥାଇ ମଧ୍ୟ କହୁଛି ଯେ, ମୁଁ ଏଥର ଗଲେ, କେହି ଦଣ୍ଡରୁ ଛାଡ଼ ପାଇବେ ନାହିଁ।


ଅତୀତରେ ଯେପରି ଲୋକମାନଙ୍କ ମଧ୍ୟରେ ଶଡ ମଭାବବାଦୀମାନେ ଦେଖା ଦେଇଥିଲେ, ଠିକ୍ ସେହିପରି ତୁମ ମଧ୍ୟରେ ଶଠ ଶିକ୍ଷକମାନେ ବାହାରିବେ। ସେମାନେ ବିନଷ୍ଟକାରୀ ଭ୍ରାନ୍ତ ତତ୍ତ୍ୱ ଶିକ୍ଷା ଦେବେ ଏବଂ ଯେଉଁ ପ୍ରଭୁ ସେମାନଙ୍କୁ ମୁକ୍ତି ଦେଇ ଅଛନ୍ତି, ତାଙ୍କୁ ଅସ୍ୱୀକାର କରିବେ। ତେଣୁ ଅକସ୍ମାତ୍ ସେମାନଙ୍କର ବିନାଶ ଘଟିବ।


Swiv nou:

Piblisite


Piblisite