Biblia Todo Logo
Bib sou entènèt

- Piblisite -




ତୀତସ 2:3 - ପବିତ୍ର ବାଇବଲ (CL) NT (BSI)

3 ବୟସ୍କା ସ୍ତ୍ରୀମାନଙ୍କୁ ପବିତ୍ର ଜୀବନଯାପନ କରିବାକୁ ଶିକ୍ଷା ଦିଅ। ସେମାନେ ପର କୁତ୍ସା ରଟନା ନ କରନ୍ତୁ, ନିଶା ସେବନରେ ଆସକ୍ତ ନ ହୁଅନ୍ତୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ପୁଣି ବୟୋଧିକା ସ୍ତ୍ରୀମାନଙ୍କୁ ସେହିପରି ପରନିନ୍ଦୁକା ଓ ମଦ୍ୟପାନରେ ଆସକ୍ତା ନ ହୋଇ ଶୁଦ୍ଧାଚାରିଣୀ ହେବାକୁ ଓ ସୁଶିକ୍ଷା ଦେବାକୁ ଅନୁରୋଧ କର;

Gade chapit la Kopi

ଓଡିଆ ବାଇବେଲ

3 ପୁଣି, ବୃଦ୍ଧ ସ୍ତ୍ରୀମାନଙ୍କୁ ସେହିପରି ପରନିନ୍ଦୁକା ଓ ମଦ୍ୟପାନରେ ଆସକ୍ତା ନ ହୋଇ ଶୁଦ୍ଧାଚାରିଣୀ ହେବାକୁ ଓ ସୁଶିକ୍ଷା ଦେବାକୁ ଅନୁରୋଧ କର;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପୁଣି, ବୃଦ୍ଧ ସ୍ତ୍ରୀମାନଙ୍କୁ ସେହିପରି ପରନିନ୍ଦୁକା ଓ ମଦ୍ୟପାନରେ ଆସକ୍ତା ନ ହୋଇ ଶୁଦ୍ଧାଚାରିଣୀ ହେବାକୁ ଓ ସୁଶିକ୍ଷା ଦେବାକୁ ଅନୁରୋଧ କର;

Gade chapit la Kopi

ପବିତ୍ର ବାଇବଲ

3 ବୃଦ୍ଧା ନାରୀମାନଙ୍କୁ ଶିକ୍ଷା ଦିଅ ଯେ ସେମାନେ ଜୀବନପ୍ରଣାଳୀରେ ପବିତ୍ର ହୁଅନ୍ତୁ। ସେମାନେ ଅନ୍ୟମାନଙ୍କ ବିରୁଦ୍ଧରେ କୁହନ୍ତୁ ନାହିଁ ଓ ଅଧିକ ମାତ୍ରାରେ ମଦ୍ୟପାନର ଅଭ୍ୟାସ ରଖନ୍ତୁ ନାହିଁ। ସେମାନେ ଭଲ କଥାର ଶିକ୍ଷା ଦିଅନ୍ତୁ।

Gade chapit la Kopi




ତୀତସ 2:3
13 Referans Kwoze  

ଯୁବତୀମାନଙ୍କୁ ପବିତ୍ରତା, ସନ୍ତାନବତ୍ସଳା, ସଂଯମୀ, ସଚ୍ଚରିତ୍ରା, ସୁଗୃହିଣୀ ଓ କରୁଣାମୟୀ ହୋଇ ସାମ୍ବୀଙ୍କର ବଶୀଭୂତା ହେବାକୁ ବୟସ୍କାମାନେ ପ୍ରେରଣା ଦିଅନ୍ତୁ। ତା’ହେଲେ, ଆମକୁ ପ୍ରଦତ୍ତ ହୋଇଥିବା ଐଶ୍ୱରିକ ବାର୍ତ୍ତା ବିରୁଦ୍ଧରେ କେହି କୌଣସି ଆକ୍ଷେପ କରିପାରିବେ ନାହିଁ।


ଦୀକନମାନେ ମଧ୍ୟ ଏକପତ୍ନୀକ ହୋଇଥିବେ ଏବଂ ନିଜ ପରିବାର ଓ ସନ୍ତାନମାନଙ୍କୁ ଠିକ୍ ଭାବରେ ଚଳାଇ ପାରୁଥିବେ। ସେମାନଙ୍କର ପତ୍ନୀମାନେ ମଧ୍ୟ ସଚରିତ୍ରା ହୋଇଥିବେ ଏବଂ ପର କୁତ୍ସାରଟନା କରୁ ନ ଥିବେ। ସେମାନେ ମିତାଚାରୀ ଓ ସବୁ ବିଷୟରେ ସଚ୍ଚୋଟ ବୋଲି ସୁନାମ ଅର୍ଜନ କରିଥିବେ।


ଈଶ୍ୱରଙ୍କ କାର୍ଯ୍ୟର ଦାୟିତ୍ୱରେ ଥିବା ମଣ୍ଡଳୀର ବିଶପ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରହିବା ଆବଶ୍ୟକ। ସେ ଉଦ୍ଧତ ବା କ୍ଷଣକୋପୀ ହୋଇ ନ ଥିବେ, ମଦ୍ୟପ, ଉଗ୍ରସ୍ୱଭାବ ବା ଅର୍ଥଲିପ୍ସୁ ହୋଇ ନ ଥିବେ।


ମଣ୍ଡଳୀର ଦୀକନମାନେ ମଧ୍ୟ ସଚରିତ୍ର ଓ କର୍ତ୍ତବ୍ୟପରାୟଣ ହେବା ଆବଶ୍ୟକ। ସେମାନେ ମଦ୍ୟପ ବା ଧନଭୋଲୀ ହୋଇ ନ ଥିବେ।


ପ୍ରଭୁଙ୍କ ନାମରେ ତାଙ୍କୁ ଗ୍ରହଣ କରି ଈଶ୍ୱରଙ୍କ ଲୋକମାନଙ୍କ ପରି ଆଚରଣ କର। ତାଙ୍କର ଆବଶ୍ୟକ ଅନୁଯାୟୀ ସାହାଯ୍ୟ ଦିଅ। ମୋର ଓ ଅନେକ ଲୋକଙ୍କର ସେ ଜଣେ ଉପକାରୀ ବନ୍ଧୁ।


ଈଶ୍ୱରଙ୍କ ଲୋକ ଥିବାରୁ ତୁମ୍ଭମାନଙ୍କ ମଧ୍ୟରେ ବ୍ୟଭିଚାର, ଅଶୁଚିତା ବା ଲୋଲୁପତା ଲେଶମାତ୍ର ନ ରହୁ।


କିନ୍ତୁ ତୁମ ବିରୁଦ୍ଧରେ ମୋର କେବଳ ଏତିକି କହିବାର ଅଛି, ଈଶ୍ୱରଙ୍କର ବାର୍ତ୍ତାବହ ରୂପେ ନିଜର ପରିଚୟ ଦେଉଥିବା ଯେଜେବଲ ନାମ୍ନୀ ସ୍ତ୍ରୀଙ୍କୁ ତୁମେ ପ୍ରଶ୍ରୟ ଦେଇଛ। ସେ ମୋର ଦାସମାନଙ୍କୁ ଲମ୍ପଟାଚରଣ କରିବାକୁ ଓ ଦେବଦେବୀମାନଙ୍କ ନିକଟରେ ଉତ୍ସର୍ଗିତ ହୋଇଥିବା ଖାଦ୍ୟ ପଦାର୍ଥ ଭୋଜନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ବିପଥଗାମୀ କରାଉଛି।


ତୁମ୍ଭେମାନେ ଅନ୍ୟମାନଙ୍କୁ ଶିକ୍ଷା ଦେବା ସମୟ ଶିକ୍ଷକ ଆବଶ୍ୟକ ହେଉଛି। ତୁମ୍ଭେମାନେ ଗୁରୁପାକ ଖାଦ୍ୟ ଖାଇବା ପରିବର୍ତ୍ତେ ଏ ପର୍ଯ୍ୟନ୍ତ ଦୁଗ୍ଧ ପାନ କରୁଛୁ।


କେବଳ ଜଳପାନ ନ କରି, ତୁମର ଜୀର୍ଣ୍ଣଶକ୍ତି ବୃଦ୍ଧି କରିବାକୁ ଅଳ୍ପ ମାତ୍ରାରେ ଦ୍ରାକ୍ଷାରସ ପାନ କର, କାରଣ ତୁମେ ବାରମ୍ବାର ଅସୁସ୍ଥ ହୋଇ ପଡୁଛ।


ସେମାନେ ଦୁଷ୍ଟତା, ମନ୍ଦତା, ଲୋଭ ଓ ଭ୍ରଷ୍ଟାଚାରରେ ପରିପୂର୍ଣ୍ଣ। ସେମାନେ ଈର୍ଷାପରାୟଣ, ନରହନ୍ତା, କଳହପ୍ରିୟ, ପ୍ରତାରକ ଓ ହିଂସ୍ରକ; ସେମାନେ ପର କୁତ୍ସାରଟନା କରନ୍ତି;


Swiv nou:

Piblisite


Piblisite