Biblia Todo Logo
Bib sou entènèt

- Piblisite -




ତୀତସ 2:10 - ପବିତ୍ର ବାଇବଲ (CL) NT (BSI)

10 ସେମାନେ ଚୋରି ନ କରି, ସବୁବେଳେ ନିଜର ସାଧୁତା ଓ ବିଶ୍ୱସ୍ତତାର ପରିଚୟ ଦିଅନ୍ତୁ। ତାହାହେଲେ, ସେମାନଙ୍କ ସମସ୍ତ କାର୍ଯ୍ୟକଳାପରେ ଆମ୍ଭମାନଙ୍କର ମୁକ୍ତିଦାତା ଈଶ୍ୱରଙ୍କ ବିଷୟରେ ଆମ ଧର୍ମଶିକ୍ଷାକୁ ଗୌରବାନ୍ୱିତ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ପ୍ରତିବାଦ ନ କରନ୍ତୁ, କିଛି ହିଁ ଚୋରି ନ କରି ବରଂ ସମ୍ପୂର୍ଣ୍ଣ ବିଶ୍ଵସ୍ତତା ପ୍ରକାଶ କରନ୍ତୁ, ଯେପରି ସେମାନେ ସବୁ ବିଷୟରେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ଵରଙ୍କ ଶିକ୍ଷାର ଅଳଙ୍କାର ସ୍ଵରୂପ ହୁଅନ୍ତି।

Gade chapit la Kopi

ଓଡିଆ ବାଇବେଲ

10 ପ୍ରତିବାଦ ନ କରନ୍ତୁ, କିଛି ହିଁ ଚୋରି ନ କରି ବରଂ ସମ୍ପୂର୍ଣ୍ଣ ବିଶ୍ୱସ୍ତତା ପ୍ରକାଶ କରନ୍ତୁ, ଯେପରି ସେମାନେ ସବୁ ବିଷୟରେ ଅାମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଶିକ୍ଷାର ଅଳଙ୍କାର ସ୍ୱରୂପ ହୁଅନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ପ୍ରତିବାଦ ନ କରନ୍ତୁ, କିଛି ହିଁ ଚୋରି ନ କରି ବରଂ ସମ୍ପୂର୍ଣ୍ଣ ବିଶ୍ୱସ୍ତତା ପ୍ରକାଶ କରନ୍ତୁ, ଯେପରି ସେମାନେ ସବୁ ବିଷୟରେ ଅାମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଶିକ୍ଷାର ଅଳଙ୍କାର ସ୍ୱରୂପ ହୁଅନ୍ତି।

Gade chapit la Kopi

ପବିତ୍ର ବାଇବଲ

10 ମାଲିକଙ୍କର ଗ୍ଭେରି କରିବେ ନାହିଁ, ଏବଂ ସେମାନେ ପ୍ରମାଣିତ କରିବେ ଯେ ସେମାନେ ବିଶ୍ୱାସ ଯୋଗ୍ୟ ଅଟନ୍ତି। ଦାସମାନେ ନିଜର ପ୍ରତ୍ୟେକ କାମରେ ଏହା ପ୍ରମାଣିତ କରିବେ ଯେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱରଙ୍କ ଶିକ୍ଷା ଭଲ ଅଟେ।

Gade chapit la Kopi




ତୀତସ 2:10
29 Referans Kwoze  

ସେହିପରି ତୁମ ଆଲୋକ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଉ। ତାହାହେଲେ ତୁମର ସତ୍କର୍ମ ସବୁ ଦେଖି ସେମାନେ ତୁମର ସ୍ୱର୍ଗସ୍ଥ ପିତା ଈଶ୍ୱରଙ୍କର ପ୍ରଶଂସା କରିବେ।


ବିଜାତୀୟମାନଙ୍କ ମଧ୍ୟରେ ତୁମ୍ଭମାନଙ୍କର ସଦାଚରଣ ପ୍ରକାଶ ପାଉ; ତାହାହେଲେ, ସେମାନେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ଅପବାଦ ଦେଉଥିଲେ ମଧ୍ୟ, ତୁମ୍ଭମାନଙ୍କୁ ସତ୍କର୍ମ ଦେଖି ଖ୍ରୀଷ୍ଟଙ୍କ ଆଗମନ ଦିନରେ ଈଶ୍ୱରଙ୍କ ପ୍ରଶଂସା କରିବେ।


ଯେ କେହି ଖ୍ରୀଷତଟଙ୍କ ଶିକ୍ଷଶର ପରିସର ଭିତରେ ନ ରହି ବାହାରକୁ ଚାଲିଯାଏ, ସେ ଈଶ୍ବରଙ୍କଠାରୁ ବିଚ୍ଛିନ୍ନ ହୋଇଛି। ଯେ କେହି ଖ୍ରୀଷ୍ଟଙ୍କ ଶିକ୍ଷଶରେ ଦୃଢ଼ ରହେ, ସେ ଈଶ୍ୱର ଓ ତାଙ୍କ ପୁତ୍ର ଉଭୟଙ୍କ ସହିତ ସଂଯୁକ୍ତ ହୋଇ ରହିଛି।


ପ୍ରଭୁଙ୍କ ସେବା କରୁଥିବା ଯୋଗୁଁ ବନ୍ଦୀ ହୋଇଥିବା ମୁଁ ପାଉଲ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ଯେପରି ଜୀବନ ଯାପନ କରିବା ପାଇଁ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି, ତାହାର ଅନୁରୂପ ଆଚରଣ କର।


କିନ୍ତୁ ବିନୀତ ଓ ଭଦ୍ର ଭାବରେ ଉତ୍ତର ଦିଅ। ତୁମ୍ଭମାନଙ୍କ ବିବେକକୁ ନିର୍ମଳ ରଖ। ତା’ ହେଲେ, ତୁମେ ଖ୍ରୀଷ୍ଟଙ୍କ ଅନୁଗାମୀରୂପେ ସଦାଚରଣ କରୁଥିବା ବେଳେ, ଯେଉଁମାନେ ତୁମର ମିଥ୍ୟା ଅପବାଦ କରନ୍ତି, ସେମାନେ ଲଜ୍ଜିତ ହେବେ।


ଯଥା ସମୟରେ ଏହି ବାର୍ତ୍ତା ସେ ପ୍ରକାଶ କରିଛନ୍ତି। ଆମ୍ଭମାନଙ୍କର ମୁକ୍ତିଦାତା ଈଶ୍ୱରଙ୍କ ଆଦେଶରେ ଏହା ଘୋଷଣା କରିବାକୁ ମୋତେ ଦାୟିତ୍ୱ ଦିଆଯାଇଛି।


ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ସହିତ ସାମଞ୍ଜସ୍ୟ ନ ଥିବା ଏବଂ ଆମ ଧର୍ମଶିକ୍ଷାର ବିରୋଧ କରୁଥିବା ଅନ୍ୟ ପ୍ରକାର ମତ ପ୍ରଚାର କରନ୍ତି,


ଖ୍ରୀଷ୍ଟବିଶ୍ୱାସୀ କ୍ରୀତଦାସମାନେ କର୍ତ୍ତାମାନଙ୍କୁ ଯଥାବିଧି ସମ୍ମାନ ଦିଅନ୍ତୁ। ତାହାହେଲେ, ଈଶ୍ୱରଙ୍କ ବିରୁଦ୍ଧରେ କିମ୍ବା ଆମ ଶିକ୍ଷା ସମ୍ପର୍କରେ କେହି କୌଣସି ଆକ୍ଷେପ କରିପାରିବେ ନାହିଁ।


ଏହିପରି ଦାୟିତ୍ୱ ଗ୍ରହଣ କରିଥିବା ବ୍ୟକ୍ତି ନିଜ ପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ହେବା ଏକାନ୍ତ ଆବଶ୍ୟକ।


ଯେ ଅଳ୍ପ ବିଷୟରେ ଅବିଶ୍ୱସ୍ତ, ସେ ବହୁତ ବିଷୟରେ ଅବିଶ୍ୱସ୍ତ ହେବ।


“କିଏ ତାହାହେଲେ ବିଶ୍ୱସ୍ତ ଓ ବୁଦ୍ଧିମାନ ଭୃତ୍ୟ? ଯାହା ଉପରେ ମାଲିକ ଅନ୍ୟ ଭୃତ୍ୟମାନଙ୍କୁ ଠିକ୍ ସମୟରେ ଖାଦ୍ୟ ଦେବା ଭାର ନ୍ୟସ୍ତ କରିଥାନ୍ତି।


ମଣ୍ଡଳୀର ଯେଉଁ ନେତାମାନେ ସେମାନଙ୍କ କାର୍ଯ୍ୟରେ କୃତିତ୍ୱ ଦେଖାଇବେ, ବିଶେଷତଃ ଯେଉଁମାନେ କଷ୍ଟ ସ୍ୱୀକାର କରି ଶିକ୍ଷା ଓ ପ୍ରଚାର କାର୍ଯ୍ୟ କରୁଥିବେ, ସେମାନେ ଦୁଇ ଗୁଣ ହାରରେ ପାରିଶ୍ରମିକ ପାଇବା ଉଚିତ,


ମୁକ୍ତିଦାତା ସ୍ୱୟଂ ଈଶ୍ୱର ଓ ଆମ୍ଭମାନଙ୍କ ଭରସାର ଭିତ୍ତି ଖ୍ରୀଷ୍ଟ ଯୀଶୁଙ୍କ ଆଜ୍ଞା ଅନୁଯାୟୀ ନିଯୁକ୍ତ ପ୍ରେରିତ ପାଉଲ


ପରିଶେଷରେ, ଭାଇମାନେ, ଯେଉଁ ସମସ୍ତ ବିଷୟ ସତ୍ ଓ ପ୍ରଶଂସ୍ୟ, ଯାହା ସବୁ ସତ୍ୟ ଓ ମହତ୍, ଯାହା ଯଥାର୍ଥ, ବିଶୁଦ୍ଧ, ପ୍ରୀତିକର ଓ ସମ୍ମାନଜନକ, ସେ ସବୁ ତୁମ୍ଭମାନଙ୍କର ଚିନ୍ତନୀୟ ବିଷୟ ହେଉ।


ମୁଁ ତୁମ୍ଭମାନଙ୍କୁ ଦେଖିପା ପାଇଁ ଯିବାକୁ ସମର୍ଥ ହୁଏ ଅବା ନ ହୁଏ, ବର୍ତ୍ତମାନ ପ୍ରଧାନ ବିଷୟ ହେଉଛି, ତୁମ୍ଭମାନଙ୍କର ଜୀବନ ପ୍ରଣାଳୀ ଯେପରି ଖ୍ରୀଷ୍ଟଙ୍କ ସୁସମାଚାରର ଅନୁରୂପ ହେବ - ମୁଁ ଯେପରି ଶୁଣିବି, ତୁମ୍ଭେମାନେ ଏକ ଉଦ୍ଦେଶ୍ୟ ନେଇ ଦୃଢ଼ ରୂପେ ଠିଆ ହୋଇଛ ଓ ଏକ ଆକାଂକ୍ଷା ନେଇ ସୁସମାଚାର ବିଶ୍ୱାସ ନିମନ୍ତେ ଏକକ ସଂଗ୍ରାମ କରୁଛ।


ଦରିଦ୍ରମାନଙ୍କ ପ୍ରତି ଯିହୁଦାର ଦରଦ ଥିବାରୁ ଯେ ସେ ଏ କଥା କହିଥିଲା, ତା’ ନୁହେଁ। ସେ ଥିଲା ଗୋଟିଏ ଚୋର। ତା’ ଦାୟିତ୍ୱରେ ଥିବା ଟଙ୍କା ଥଳୀରୁ ସେ କିଛି କିଛି ଆତ୍ମସାତ୍ କରୁଥିଲା।


ମୋର ଅନ୍ତରାତ୍ମା ଉଲ୍ଲସିତ, କାରଣ ଈଶ୍ୱର ମୋର ତ୍ରାଣକର୍ତ୍ତା।


ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶିଶୁଟିର ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ ଘଟିଲା କିନ୍ତୁ ଇଶ୍ରାୟେଲ ଲୋକମାନଙ୍କ ସମକ୍ଷରେ ନିଜକୁ ପ୍ରକାଶ କରିବା ପର୍ଯ୍ୟନ୍ତ ସେ ନିର୍ଜ୍ଜନ ମରୁ ଅଞ୍ଚଳରେ ବାସ କଲେ।


କିନ୍ତୁ ମୁକ୍ତିଦାତା ଈଶ୍ୱର ନିଜେ ଆମ୍ଭମାନଙ୍କ ପ୍ରତି ତାଙ୍କର ଦୟା ଓ ପ୍ରେମ ପ୍ରକାଶ କରି ଆମକୁ ରକ୍ଷା କରିଛନ୍ତି। ଆମ ସତ୍କର୍ମର ଫଳ ସ୍ୱରୂପ ଏହା ହୋଇନାହିଁ। କେବଳ ତାଙ୍କ ଅନୁଗ୍ରହରେ ପବିତ୍ର ଆତ୍ମାଙ୍କ ସ୍ପର୍ଶ ଦ୍ୱାରା ଆମ ପାପ ସବୁ ଧୋଇ ହୋଇଯାଇଛି ଏବଂ ଆମେ ନୂତନ ଜନ୍ମ ଲାଭ କରି ପରିତ୍ରାଣ ପାଇଛୁ।


Swiv nou:

Piblisite


Piblisite