Biblia Todo Logo
Bib sou entènèt

- Piblisite -




ତୀତସ 1:9 - ପବିତ୍ର ବାଇବଲ (CL) NT (BSI)

9 ଆମ ପ୍ରଚାରିତ ଶୁଭ ବାର୍ତ୍ତାରେ ସେ ଦୃଢ଼ତା ସହିତ ବିଶ୍ୱାସ କରୁଥିବେ - ଏହି ବାର୍ତ୍ତା ପ୍ରକୃତ ଧର୍ମତତ୍ତ୍ୱ ଜ୍ଞାନ ଉପରେ ପ୍ରତିଷ୍ଠିତ ଏବଂ ସର୍ବତୋଭାବେ ନିର୍ଭରଯୋଗ୍ୟ। ଏହି ବାର୍ତ୍ତାର ସତ୍ଶିକ୍ଷାରେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବାକୁ ଏବଂ ଏହାକୁ ବିରୋଧ କରୁଥିବା ଲୋକମାନଙ୍କ ଭ୍ରାନ୍ତି ଦୂର କରିବାକୁ ତାଙ୍କର ଦକ୍ଷତା ଥିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ପୁଣି, ଯେପରି ସେ ହିତଜନକ ଶିକ୍ଷା ଦେଇ ଉତ୍ସାହ ଦେବାକୁ ଓ ବିପକ୍ଷବାଦୀମାନଙ୍କୁ ଅନୁଯୋଗ କରିବାକୁ ସକ୍ଷମ ହୁଅନ୍ତି, ଏଥିନିମନ୍ତେ ପ୍ରାପ୍ତ ଶିକ୍ଷାନୁଯାୟୀ ବିଶ୍ଵାସ-ଯୋଗ୍ୟ ବାକ୍ୟକୁ ଦୃଢ଼ ଭାବରେ ଧରନ୍ତୁ।

Gade chapit la Kopi

ଓଡିଆ ବାଇବେଲ

9 ପୁଣି, ଯେପରି ସେ ହିତଜନକ ଶିକ୍ଷା ଦେଇ ଉତ୍ସାହ ଦେବାକୁ ଓ ବିପକ୍ଷବାଦୀମାନଙ୍କୁ ଅନୁଯୋଗ କରିବାକୁ ସକ୍ଷମ ହୁଅନ୍ତି, ଏଥି ନିମନ୍ତେ ପ୍ରାପ୍ତ ଶିକ୍ଷାନୁଯାୟୀ ବିଶ୍ୱାସଯୋଗ୍ୟ ବାକ୍ୟକୁ ଦୃଢ ଭାବରେ ଧରନ୍ତୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ପୁଣି, ଯେପରି ସେ ହିତଜନକ ଶିକ୍ଷା ଦେଇ ଉତ୍ସାହ ଦେବାକୁ ଓ ବିପକ୍ଷବାଦୀମାନଙ୍କୁ ଅନୁଯୋଗ କରିବାକୁ ସକ୍ଷମ ହୁଅନ୍ତି, ଏଥିନିମନ୍ତେ ପ୍ରାପ୍ତ ଶିକ୍ଷାନୁଯାୟୀ ବିଶ୍ୱାସଯୋଗ୍ୟ ବାକ୍ୟକୁ ଦୃଢ ଭାବରେ ଧରନ୍ତୁ।

Gade chapit la Kopi

ପବିତ୍ର ବାଇବଲ

9 ପ୍ରକୃତ ଶିକ୍ଷାକୁ ବ୍ୟବହାର କରି ଜଣେ ପ୍ରାଚୀନ ଲୋକମାନଙ୍କୁ ସାହାଯ୍ୟ କରିବାରେ ସକ୍ଷମ ହୋଇଥିବେ ଏବଂ ପ୍ରକୃତ ଶିକ୍ଷାର ବିରୋଧୀମାନଙ୍କୁ ସେ ଯେପରି ଦେଖାଇ ଦେବାକୁ ସକ୍ଷମ ହେବେ ଯେ ସେମାନେ ଭୁଲ୍ ଅଟନ୍ତି।

Gade chapit la Kopi




ତୀତସ 1:9
24 Referans Kwoze  

ତେଣୁ ହେ ଭାଇମାନେ, ଆମ ପ୍ରଚାର ଓ ଆମ ପତ୍ରରେ ଆମେ ତୁମ୍ଭମାନଙ୍କ ନିକଟରେ ଯେଉଁ ସତ୍ୟ ପ୍ରକାଶ କରିଛୁ, ତାହାକୁ ଦୃଢ଼ ଭାବରେ ଧରି ରଖ; ସେଥିରେ ଅବିଚଳିତ ରୁହ।


ମୁଁ ତୁମକୁ ଶିକ୍ଷା ଦେଇଥିବା ସତ୍ୟଗୁଡ଼ିକୁ ଦୃଢ଼ତା ସହିତ ଧରି ରଖ ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ପ୍ରକୃତ ପ୍ରେମ ଓ ଧର୍ମ ବିଶ୍ୱାସରେ ଅବିଚଳିତ ରୁହ।


ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ସହିତ ସାମଞ୍ଜସ୍ୟ ନ ଥିବା ଏବଂ ଆମ ଧର୍ମଶିକ୍ଷାର ବିରୋଧ କରୁଥିବା ଅନ୍ୟ ପ୍ରକାର ମତ ପ୍ରଚାର କରନ୍ତି,


ନରହତ୍ୟା, ଲମ୍ପଟତା, ଅସ୍ୱାଭାବିକ, କାମୁକତା, ମନୁଷ୍ୟ ଅପହରଣ ଓ ମିଥ୍ୟା ସାକ୍ଷ୍ୟ ଦାନରେ ଯେଉଁମାନେ ଅଭ୍ୟସ୍ତ, ସ୍ଥୂଳତଃ ଯେଉଁମାନେ ସମସ୍ତ ସତ୍ଶିକ୍ଷାରେ ବିରୁଦ୍ଧାଚରଣ କରନ୍ତି, ସେମାନଙ୍କ ନିମନ୍ତେ ବ୍ୟବସ୍ଥା ଉଦ୍ଦିଷ୍ଟ।


ତୁମକୁ ଯେଉଁ ଶିକ୍ଷା ଦିଆଯାଇଥିଲା ଏବଂ ତୁମେ ଯାହା ଶୁଣିଥିଲ, ତାହା ସ୍ମରଣ କରି ପାଳନ କର ଓ ତୁମ ପାପରୁ ଫେର। ଜାଗ୍ରତ ନ ହେଲେ, ମୁଁ ଚୋର ପରି ଅତର୍କିତ ଭାବରେ ତୁମ ନିକଟକୁ ଆସିବି। କେଉଁ ସମୟରେ ଆସିବି, ତାହା ତୁମେ ଜାଣି ପାରିବ ନାହିଁ।


ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ପୃଥିବୀକୁ ଆସିଥିଲେ, ଏହା ଗୋଟିଏ ନିରାଟ ସତ୍ୟ - ସମସ୍ତେ ଏହାକୁ ପୂର୍ଣ୍ଣ ମାତ୍ରାରେ ଉପଲବ୍ଧି କରିବା ଆବଶ୍ୟକ। ସେହି ପାପୀମାନଙ୍କ ମଧ୍ୟରେ ମୁଁ ସମସ୍ତଙ୍କଠାରୁ ଅଧମ।


ଆମ ଧର୍ମତତ୍ତ୍ୱଗୁଡ଼ିକୁ ନିର୍ଭୁଲ ଭାବରେ ଶିକ୍ଷା ଦିଅ।


ସେମାନଙ୍କୁ ଏଥିରୁ ନିବୃତ୍ତ କରିବାକୁ ହେବ, କାରଣ ସେମାନେ ନିର୍ଲ୍ଲଜ୍ଜ ଭାବରେ କେବଳ ଅର୍ଥ ଲାଭ ଉଦ୍ଦେଶ୍ୟରେ ଅବାନ୍ତର ଶିକ୍ଷା ଦେଇ ଅନେକ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି କରୁଛନ୍ତି।


ଦିନ ଆସିବ, ଯେତେବେଳେ ଲୋକେ ସତ୍ଶିକ୍ଷାକୁ କର୍ଣ୍ଣପାତ କରିବେ ନାହିଁ - ସେମାନେ କେବଳ ନିଜ ନିଜର ଅଭିଳାଷ ଚରିତାର୍ଥ କରିବା ପାଇଁ ଲାଳାୟିତ ହେବେ ଏବଂ ଏ ଦିଗରେ ସେମାନଙ୍କୁ ସମର୍ଥନ କରୁଥିବା ଭଣ୍ଡ ଶିକ୍ଷକମାନଙ୍କୁ ସେମାନେ ସ୍ୱାଗତ କରିବେ।


ସମସ୍ତ ବିଷୟ ପରୀକ୍ଷା କରି ଦେଖ; ଯାହା ସବୁ ସତ୍, ତାହାକୁ ଗ୍ରହଣ କର;


ମୁଁ ଶୀଘ୍ର ଆସୁଅଛି, ତୁମର ଯାହା ଅଛି, ତାହା ସୁରକ୍ଷା କର, ଯେପରି କେହି ତୁମ ନିକଟରୁ, ତୁମ ବିଜୟ ପୁରସ୍କାର ଅପହରଣ ନ କରେ।


ମାତ୍ର ମୁଁ ନ ଆସିବା ପର୍ଯ୍ୟନ୍ତ ତୁମର ଯାହା ରହିଛି, ତାହା ଦୃଢ଼ଭାବେ ଧରି ରଖ।


ପ୍ରିୟ ବନ୍ଧୁଗଣ, ଆମେ ସମସ୍ତେ ଯେଉଁ ପରିତ୍ରାଣର ଅଂଶୀ, ସେ ବିଷୟରେ ତୁମ୍ଭମାନଙ୍କ ନିକଟକୁ ଲେଖିବାପାଇଁ ମୁଁ ଉତ୍ସୁକ ଥିଲି। କିନ୍ତୁ ଇତିମଧ୍ୟରେ ଈଶ୍ୱର ତାଙ୍କ ଲୋକମାନଙ୍କୁ ଅନନ୍ତ କାଳ ପାଇଁ ପ୍ରଦାନ କରିଥିବା ବଶ୍ୱାସ ସପକ୍ଷରେ ସଂଗ୍ରାମ କରିବା ପାଇଁ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ବୋଲି ମୁଁ ମନେ କଲି।


ତାଙ୍କୁ ବିରୋଧ କରୁଥିବା ଲୋକମାନଙ୍କର ଦୋଷତ୍ରୁଟି ସେ ମୃଦୁ ଭାବରେ ଦର୍ଶାଇ ଦେଉଥିବେ, କାରଣ ଅନୁତାପ କରି ସତ୍ୟ ଉପଲବ୍ଧି କରିବାକୁ ହୁଏତ ଦିନେ ଈଶ୍ୱର ସେମାନଙ୍କୁ ଅବକାଶ ଦେବେ।


ବହୁ ସାକ୍ଷୀଙ୍କ ଉପସ୍ଥିତିରେ ମୁଁ ପ୍ରଚାର କରିଥିବା ବିଷୟଗୁଡ଼ିକ ତୁମେ ଶୁଣିଛ। ଅନ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ଦକ୍ଷ ଓ ବିଶ୍ୱାସଯୋଗ୍ୟ ବ୍ୟକ୍ତିମାନଙ୍କୁ ଏ ସବୁ ବିଷୟ ଅବଗତ କରାଅ।


ଏହା ନିରାଟ ସତ୍ୟ ଏବଂ ସମସ୍ତେ ଏହା ଉପଲବ୍ଧି କରି ପୂର୍ଣ୍ଣପ୍ରାଣରେ ବିଶ୍ୱାସ କରିବା ଆବଶ୍ୟକ।


ବିବେକକୁ ନିର୍ମଳ ରଖି, ତୁମ ଧର୍ମ ବିଶ୍ୱାସରେ ଅଟଳ ରୁହ। କେହି କେହି ବିବେକର ଚେତାବନୀକୁ ଉପେକ୍ଷା କରି ନିଜ ଧର୍ମବିଶ୍ୱାସକୁ ନଷ୍ଟ କରି ଦେଇଛନ୍ତି।


ଯୀଶୁ ଯେ ମସୀହ ଅଟନ୍ତି, ତାଙ୍କର ବଳିଷ୍ଠ ଯୁକ୍ତି ଦ୍ୱାରା ଧର୍ମଶାସ୍ତ୍ରରୁ ଏହା ପ୍ରମାଣ କରି ଭାଷଣ ଦେବା ସମୟରେ ସେ ଇହୁଦୀମାନଙ୍କୁ ପରାସ୍ତ କଲେ।


କିନ୍ତୁ ସେମାନେ ଯଦି ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଥାଆନ୍ତି ଓ ଜଣେ ଅନ୍ୟ ମତାବଲମ୍ବୀ କିମ୍ବା ସାଧାରଣ ଲୋକ ସେଠାରେ ଉପସ୍ଥିତ ହୁଏ, ସେ ଯାହା ଶୁଣିବ,


କିନ୍ତୁ ଯେଉଁ ସବୁ ସତ୍ୟ ଶିକ୍ଷା କରି ଦୃଢ଼ ଭାବରେ ବିଶ୍ୱାସ କରୁଛ, ସେ ସବୁରେ ତୁମେ ଅଟଳ ରୁହ। ତୁମର ଶିକ୍ଷକମାନେ କିଏ, ତୁମେ ଜାଣିଛ।


Swiv nou:

Piblisite


Piblisite