Biblia Todo Logo
Bib sou entènèt

- Piblisite -




ତୀତସ 1:7 - ପବିତ୍ର ବାଇବଲ (CL) NT (BSI)

7 ଈଶ୍ୱରଙ୍କ କାର୍ଯ୍ୟର ଦାୟିତ୍ୱରେ ଥିବା ମଣ୍ଡଳୀର ବିଶପ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରହିବା ଆବଶ୍ୟକ। ସେ ଉଦ୍ଧତ ବା କ୍ଷଣକୋପୀ ହୋଇ ନ ଥିବେ, ମଦ୍ୟପ, ଉଗ୍ରସ୍ୱଭାବ ବା ଅର୍ଥଲିପ୍ସୁ ହୋଇ ନ ଥିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 କାରଣ ଅଧ୍ୟକ୍ଷ, ଈଶ୍ଵରଙ୍କର ବେବର୍ତ୍ତା ସ୍ଵରୂପେ ନିର୍ଦ୍ଦୋଷ ହେବା ଆବଶ୍ୟକ; ସେ ସ୍ଵେଚ୍ଛାଚାରୀ କି ଆଶୁକ୍ରୋଧୀ କି ମଦ୍ୟପାୟୀ କି ବିବାଦପ୍ରିୟ କି କୁତ୍ସିତ ଧନଲାଭର ଅଭିଳାଷୀ ନ ହୋଇ ଆତିଥ୍ୟପ୍ରିୟ,

Gade chapit la Kopi

ଓଡିଆ ବାଇବେଲ

7 କାରଣ ଅଧ୍ୟକ୍ଷ, ଈଶ୍ୱରଙ୍କ ବେବର୍ତ୍ତା ସ୍ୱରୂପେ ନିର୍ଦ୍ଦୋଷ ହେବା ଆବଶ୍ୟକ; ସେ ସ୍ଵେଚ୍ଛାଚାରୀ କି ଆଶୁକ୍ରୋଧୀ କି ମଦ୍ୟପାୟୀ କି ବିବାଦପ୍ରିୟ କି କୁତ୍ସିତ ଧନଲୋଭର ଅଭିଳାଷୀ ନ ହୋଇ ଅାତିଥ୍ୟ ପ୍ରିୟ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 କାରଣ ଅଧ୍ୟକ୍ଷ, ଈଶ୍ବରଙ୍କ ବେବର୍ତ୍ତା ସ୍ୱରୂପେ ନିର୍ଦ୍ଦୋଷ ହେବା ଆବଶ୍ୟକ; ସେ ସ୍ଵେଚ୍ଛାଚାରୀ କି ଆଶୁକ୍ରୋଧୀ କି ମଦ୍ୟପାୟୀ କି ବିବାଦ-ପ୍ରିୟ କି କୁତ୍ସିତ ଧନଲୋଭର ଅଭିଳାଷୀ ନ ହୋଇ ଅାତିଥ୍ୟପ୍ରିୟ,

Gade chapit la Kopi

ପବିତ୍ର ବାଇବଲ

7 ଏହି ପ୍ରାଚୀନମାନଙ୍କର କାମ ହେଉଛି ପରମେଶ୍ୱରଙ୍କ କାମର ଯତ୍ନ ନେବା, ଅତଏବ ସେ ନିର୍ଦ୍ଦୋଷ ହେବା କଥା। ସେ ଗର୍ବୀ, ସ୍ୱାର୍ଥୀ ଓ ଶୀଘ୍ର କ୍ରୋଧୀ ହୋଇ ନ ଥିବେ। ସେ ଅତ୍ୟଧିକ ମଦ୍ୟ ପାନ କରୁ ନ ଥିବେ। ସେ କଳହ ପ୍ରିୟ ହୋଇ ନ ଥିବେ। ଅନ୍ୟମାନଙ୍କୁ ଠକି ଧନୀ ହେବା ପାଇଁ ସର୍ବଦା ଚେଷ୍ଟା କରୁ ନ ଥିବେ।

Gade chapit la Kopi




ତୀତସ 1:7
23 Referans Kwoze  

ବିଶେଷତଃ ଯେଉଁମାନେ ଈଶ୍ୱରଙ୍କ କ୍ଷମତାକୁ ଚତୁଚ୍ଛ କରି ନିଜର ଶାରୀରିକ ଲାଳସା ଚରିତାର୍ଥ କରୁଥାଆନ୍ତି, ସେମାନଙ୍କୁ ମହାବିଚାର ଦିନ ପର୍ଯ୍ୟନ୍ତ କିପରି ଦଣ୍ଡିତ କରି ରଖିବାକୁ ହେବ, ତାହା ସେ ଜାଣନ୍ତି। ସେହି ଶଠ ଶିକ୍ଷକମାନେ ଦୁଃସାହାସୀ ଓ ଉଦ୍ଧତ। ସେମାନେ ଉଦ୍ଧ୍ୱର୍ଲୋକର ଗୌରବମୟ ପ୍ରାଣୀମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ନ କରି ସେମାନଙ୍କୁ ଅପମାନିତ କରୁଛନ୍ତି।


ମଦ୍ୟପାନରେ ମତ୍ତ ହୁଅ ନାହିଁ, କାରଣ ତାହା କେବଳ ତୁମର ସର୍ବନାଶ କରିବ, ମାତ୍ର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୁଅ।


ଈଶ୍ୱର ତୁମ୍ଭମାନଙ୍କ ହସ୍ତରେ ଯେଉଁ ମେଷପଲର ଦାୟିତ୍ୱ ଦେଇଛନ୍ତି, ମୁଁ ଅନୁରୋଧ କରୁଛି, ତୁମ୍ଭେମାନେ କୁଣ୍ଠିତଭାବେ ତାହା ନ କରି ଆଗ୍ର୍ରହର ସେମାନଙ୍କୁ ପ୍ରତିପାଳନ କର। ଧନଲାଭ ଆଶାରେ ତା’ ନ କରି, ପ୍ରକୃତ ସେବା ମନୋଭାବ ସହିତ ତୁମର କର୍ତ୍ତବ୍ୟ ସାଧନ କର।


ଯେ ଯେଉଁ ଦାନ ପାଇଛି, ତା’ର ଯୋଗ୍ୟ ବେବର୍ତ୍ତାରୂପେ ଅନ୍ୟମାନଙ୍କର ମଙ୍ଗଳ ପାଇଁ ସେହି ଦାନର ସଦ୍ବ୍ୟବହାର କରିବା ଉଚିତ।


ପ୍ରଭୁ ଉତ୍ତର ଦେଲେ, “ତେବେ ବିଶ୍ୱସ୍ତ ଓ ଜ୍ଞାନୀ ଦାସ କିଏ? ଯାହାକୁ ମାଲିକ ଘର ଚଳାଇବା ଦାୟିତ୍ୱରେ ରଖିବେ। ସେ ଉପଯୁକ୍ତ ସମୟରେ ଅନ୍ୟ ଦାସମାନଙ୍କୁ ଖାଇବାକୁ ଦେଇଥାଏ।


ବୟସ୍କା ସ୍ତ୍ରୀମାନଙ୍କୁ ପବିତ୍ର ଜୀବନଯାପନ କରିବାକୁ ଶିକ୍ଷା ଦିଅ। ସେମାନେ ପର କୁତ୍ସା ରଟନା ନ କରନ୍ତୁ, ନିଶା ସେବନରେ ଆସକ୍ତ ନ ହୁଅନ୍ତୁ।


ସେଠାରେ କେତୋଟି ବିଷୟର ସୁବ୍ୟବସ୍ଥା କରିବା ପାଇଁ ଏବଂ ଏଥିନିମନ୍ତେ ପ୍ରତ୍ୟେକ ସହରରେ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତା ନିଯୁକ୍ତ କରିବାକୁ ତୁମକୁ ମୁଁ କ୍ରୀଟ୍ରେ ଛାଡ଼ି ଆସିଥିଲି। ଏ ସମ୍ପର୍କରେ ମୋର ନିର୍ଦ୍ଦେଶଗୁଡ଼ିକୁ ସ୍ମରଣ ରଖ,


ଫିଲିପୀ ମଣ୍ଡଳୀର ବିଶପ୍‌ମାନଙ୍କୁ, ଦୀକନମାନଙ୍କୁ ଓ ଖ୍ରୀଷ୍ଟିବିଶ୍ୱାସୀ ସମସ୍ତଙ୍କୁ, ଖ୍ରୀଷ୍ଟ ଯୀଶୁଙ୍କ ଦାସ ପାଉଲ ଓ ତୀମଥିଙ୍କର ପତ୍ର:-


“କିଏ ତାହାହେଲେ ବିଶ୍ୱସ୍ତ ଓ ବୁଦ୍ଧିମାନ ଭୃତ୍ୟ? ଯାହା ଉପରେ ମାଲିକ ଅନ୍ୟ ଭୃତ୍ୟମାନଙ୍କୁ ଠିକ୍ ସମୟରେ ଖାଦ୍ୟ ଦେବା ଭାର ନ୍ୟସ୍ତ କରିଥାନ୍ତି।


Swiv nou:

Piblisite


Piblisite