Biblia Todo Logo
Bib sou entènèt

- Piblisite -




ତୀତସ 1:6 - ପବିତ୍ର ବାଇବଲ (CL) NT (BSI)

6 ମଣ୍ଡଳୀର ନେତା ରୂପେ ନିଯୁକ୍ତ ହେବା ବ୍ୟକ୍ତି ନିଷ୍କଳଙ୍କ ଚରିତ୍ର ହେବା ଆବଶ୍ୟକ। ସେ ଏକପତ୍ନୀକ ହୋଇଥିବେ ଏବଂ ତାଙ୍କ ସନ୍ତାନମାନେ ଧର୍ମବିଶ୍ୱାସୀ ହୋଇଥିବେ; ଉତ୍ସୃଙ୍ଖଳ କିମ୍ବା ଅବାଧ୍ୟ ବୋଲି ସେମାନଙ୍କର ଦୁର୍ନାମ ନ ଥିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଯେଉଁ ବ୍ୟକ୍ତି ନିର୍ଦ୍ଦୋଷ ଓ ଏକ ସ୍ତ୍ରୀର ସ୍ଵାମୀ, ଯାହାଙ୍କ ସନ୍ତାନମାନେ ବିଶ୍ଵାସୀ ଅଟନ୍ତି ଓ କଦାଚରଣ ବିଷୟରେ ଅପବାଦିତ କିମ୍ଵା ଅବାଧ୍ୟ ନୁହନ୍ତି, ତାଙ୍କୁ ନିଯୁକ୍ତ କର।

Gade chapit la Kopi

ଓଡିଆ ବାଇବେଲ

6 ଯେଉଁ ବ୍ୟକ୍ତି ନିର୍ଦ୍ଦୋଷ ଓ ଏକ ସ୍ତ୍ରୀର ସ୍ୱାମୀ, ଯାହାଙ୍କ ସନ୍ତାନମାନେ ବିଶ୍ୱାସୀ ଅଟନ୍ତି ଓ କଦାଚରଣ କିମ୍ବା ଅବାଧ୍ୟ ନୁହଁନ୍ତି, ତାହାଙ୍କୁ ନିଯୁକ୍ତ କର ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଯେଉଁ ବ୍ୟକ୍ତି ନିର୍ଦ୍ଦୋଷ ଓ ଏକ ସ୍ତ୍ରୀର ସ୍ୱାମୀ, ଯାହାଙ୍କ ସନ୍ତାନମାନେ ବିଶ୍ୱାସୀ ଅଟନ୍ତି ଓ କଦାଚରଣ କିମ୍ବା ଅବାଧ୍ୟ ନୁହଁନ୍ତି, ତାହାଙ୍କୁ ନିଯୁକ୍ତ କର।

Gade chapit la Kopi

ପବିତ୍ର ବାଇବଲ

6 ଏକ ପ୍ରାଚୀନ ହେବା ପାଇଁ ଜଣେ ଲୋକର ଯେଉଁ ଗୁଣ ଥିବା ଦରକାର, ସେଗୁଡ଼ିକ ହେଲା ସେ ନିର୍ଦ୍ଦୋଷ ଥିବେ। ତାହାଙ୍କର ଜଣେ ମାତ୍ର ସ୍ତ୍ରୀ ଥିବେ। ତାହାଙ୍କର ସନ୍ତାନମାନେ ବିଶ୍ୱାସୀ ହୋଇଥିବେ। ସେମାନେ ହିଂସ୍ର ଜୀବନଯାପନ କରୁ ନ ଥିବେ ଓ ଅନୁଶାସନହୀନ ନ ଥିବେ।

Gade chapit la Kopi




ତୀତସ 1:6
18 Referans Kwoze  

ଅନେକେ, ବିଶେଷତଃ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଇହୁଦୀମାନେ ବିଦ୍ରୋହ କରି ଅସଙ୍ଗତ କଥା ଦ୍ୱାରା ଅନ୍ୟମାନଙ୍କୁ ପ୍ରତାରଣା କରୁଛନ୍ତି।


ମଦ୍ୟପାନରେ ମତ୍ତ ହୁଅ ନାହିଁ, କାରଣ ତାହା କେବଳ ତୁମର ସର୍ବନାଶ କରିବ, ମାତ୍ର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୁଅ।


ଭାଇମାନେ, ତୁମ୍ଭମାନଙ୍କୁ ଆମର ଅନୁରୋଧ; ନିଷ୍କର୍ମାମାନଙ୍କୁ ସତର୍କ କରିଦିଅ, ଭୀରୁମାନଙ୍କୁ ଉତ୍ସାହିତ କର, ଦୁର୍ବଳମାନଙ୍କୁ ସାହାଯ୍ୟ କର ଓ ସମସ୍ତଙ୍କ ପ୍ରତି ସହନଶୀଳ ହୁଅ।


“ଯିହୁଦାର ରାଜା ହେରୋଦଙ୍କ ସମୟରେ ଅବୀୟ ଦଳର ଜିଖରିୟ ନାମକ ଜଣେ ଯାଜକ ଥିଲେ। ତାଙ୍କର ପତ୍ନୀ ଏଲିଶାବେଥ୍ ହାରୋଣ ଯାଜକଙ୍କ ବଂଶଜ ଥିଲେ।


କିନ୍ତୁ ମନେ ରଖିବାକୁ ହେବ, ଏହି ବ୍ୟବସ୍ଥା ଧାର୍ମିକ ଲୋକମାନଙ୍କ ପାଇଁ ହୋଇ ନାହିଁ। ନିୟମଭଙ୍ଗକାରୀ ଅଧାର୍ମିକମାନଙ୍କ ପାଇଁ ତାହା ତିଆରି ହୋଇଛି। ଯେଉଁମାନେ ସ୍ୱେଚ୍ଛାଚାରୀ, ଯେଉଁମାନଙ୍କର ଈଶ୍ୱର ଭୟ ନାହିଁ, ଯେଉଁମାନେ ପାପ ଅପକର୍ମରେ ଆସକ୍ତ, ଯେଉଁମାନଙ୍କର ଧର୍ମଭାବ ଓ ଅଧ୍ୟାତ୍ମବୋଧ ନାହିଁ, ଯେଉଁମାନେ ପିତାମାତାଙ୍କୁ ହତ୍ୟା କରିବାକୁ କୁଣ୍ଠିତ ନୁହଁନ୍ତି;


Swiv nou:

Piblisite


Piblisite