Biblia Todo Logo
Bib sou entènèt

- Piblisite -




ତୀତସ 1:15 - ପବିତ୍ର ବାଇବଲ (CL) NT (BSI)

15 ନିର୍ମଳ ଚରିତ୍ର ସାଧୁ ଲୋକମାନଙ୍କ ଦୃଷ୍ଟିରେ ସକଳ ବିଷୟ ପବିତ୍ର; କିନ୍ତୁ କଳୁଷିତ ଅବିଶ୍ୱାସୀମାନେ କୌଣସି ବିଷୟର ପବିତ୍ରତା ସ୍ୱୀକାର କରନ୍ତି ନାହିଁ, କାରଣ ସେମାନଙ୍କର ମନ ଓ ବିବେକ କଳୁଷିତ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଶୁଚି ଲୋକମାନଙ୍କ ନିମନ୍ତେ ସମସ୍ତହିଁ ଶୁଚି; କିନ୍ତୁ କଳୁଷିତ ଓ ଅବିଶ୍ଵାସୀମାନଙ୍କ ନିମନ୍ତେ କୌଣସି ବିଷୟ ଶୁଚି ନୁହେଁ, ବରଂ ସେମାନଙ୍କ ମନ ଓ ବିବେକ ଉଭୟ ହିଁ କଳୁଷିତ।

Gade chapit la Kopi

ଓଡିଆ ବାଇବେଲ

15 ଶୁଚି ଲୋକମାନଙ୍କ ନିମନ୍ତେ ସମସ୍ତ ହିଁ ଶୁଚି; କିନ୍ତୁ କଳୁଷିତ ଓ ଅବିଶ୍ୱାସୀମାନଙ୍କ ନିମନ୍ତେ କୌଣସି ବିଷୟ ଶୁଚି ନୁହେଁ । ବରଂ ସେମାନଙ୍କ ମନ ଓ ବିବେକ ଉଭୟ ହିଁ କଳୁଷିତ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଶୁଚି ଲୋକମାନଙ୍କ ନିମନ୍ତେ ସମସ୍ତ ହିଁ ଶୁଚି; କିନ୍ତୁ କଳୁଷିତ ଓ ଅବିଶ୍ୱାସୀମାନଙ୍କ ନିମନ୍ତେ କୌଣସି ବିଷୟ ଶୁଚି ନୁହେଁ। ବରଂ ସେମାନଙ୍କ ମନ ଓ ବିବେକ ଉଭୟ ହିଁ କଳୁଷିତ।

Gade chapit la Kopi

ପବିତ୍ର ବାଇବଲ

15 ଯେଉଁମାନେ ପବିତ୍ର, ତାହାଙ୍କ ପାଇଁ ସବୁକିଛି ପବିତ୍ର। କିନ୍ତୁ ଯେଉଁମାନେ ପାପୀ ଓ ଅବିଶ୍ୱାସୀ, ସେମାନଙ୍କ ଲାଗି କିଛି ହେଲେ ପବିତ୍ର ନୁହେଁ। ସେମାନଙ୍କର ଚିନ୍ତା ପାପରେ ଦୂଷିତ ହୋଇଯାଇଛି ଓ ଠିକ୍ କ’ଣ, ସେ ସମ୍ବନ୍ଧରେ ସେମାନଙ୍କର ଜ୍ଞାନ ନଷ୍ଟ ହୋଇ ଯାଇଛି।

Gade chapit la Kopi




ତୀତସ 1:15
21 Referans Kwoze  

ଯୀଶୁଙକଠାରୁ ନିର୍ଦ୍ଦେଶ ପାଇ ନିଶ୍ଚିତଭାବେ କହୁଛି, କୌଣସି ଖାଦ୍ୟ ଅଶୁଚି ନୁହେଁ। କିନ୍ତୁ ଯଦି କେହି କୌଣସି ଖାଦ୍ୟ ଅଶୁଚି ବୋଲି ବିଶ୍ୱାସ କରେ, ତା’ ପାଇଁ ତାହା ଅଶୁଚି ହୁଏ।


ସାମାନ୍ୟ ଖାଦ୍ୟ ଯୋଗୁଁ ଈଶ୍ୱର ଯାହା ସାଧନ କରିଛନ୍ତି, ତାହା ନଷ୍ଟ କର ନାହିଁ। ଯେ କୌଣସି ଖାଦ୍ୟ ଭୋଜନ କରାଯାଇପାରେ। କିନ୍ତୁ କୌଣସି ଖାଦ୍ୟ ଖାଇବା ଦ୍ୱାରା ଯଦି ତୁମେ ଅନ୍ୟର ବାଧାର କାରଣ ହୁଅ, ତେବେ ସେହି ଖାଦ୍ୟ ଖାଇବା ଅନୁଚିତ।


ସେମାନେ କହୁଛନ୍ତି, “ସବୁ କରିବା ପାଇଁ ଆମର ସ୍ୱାଧୀନତା ଅଛି।” ସତ କଥା, କିନ୍ତୁ ସବୁ ବିଷୟ ବିହିତ ନୁହେଁ। ଆମେ ସବୁ କରିପାରୁ, କିନ୍ତୁ ସବୁ ବିଷୟ ହିତଜନକ ନୁହେଁ।


କିନ୍ତୁ ଯେଉଁସବୁ ବିଷୟ ତା’ ମୁହଁ ବାଟେ ବାହାରକୁ ଆସେ, ତାହା ତା’ର ହୃଦୟରୁ ଜାତ ହୋଇଥାଏ ଏବଂ ତଦ୍ୱାରା ସେ ଅପବିତ୍ର ହୁଏ;


କିନ୍ତୁ କୌଣସି ଖାଦ୍ୟ ଖାଇବା ଉଚିତ୍ କି ନୁହେଁ, ମନରେ ଦ୍ୱିଧା ରଖି ଯେ ତାହା ଖାଏ; ଈଶ୍ୱରଙ୍କ ସମ୍ମୁଖରେ ସେ ଦୋଷୀ ହେବ, କାରଣ ତାହା ତା’ଣ ବିଶ୍ୱାସ ଅନୁରୂପ କାର୍ଯ୍ୟ ନୁହେଁ। ବିଶ୍ୱାସ ଉପରେ ଯାହା ପ୍ରତିଷ୍ଠିତ ନୁହେଁ, ପାପ।


ତୁମେ ଖିଆପିଆ କିମ୍ବା ଯାହା କିଛି କର, ତାହା ଈଶ୍ୱରଙ୍କ ଗୌରବ ଉଦ୍ଦେଶ୍ୟରେ କର।


ଆଉ ଥରେ ସେ ଶୁଣିଲେ, “ଈଶ୍ୱର ଯାହାକୁ ଶୁଚି କରିଛନ୍ତି, ତୁମେ ତାହାକୁ ଅଶୁଚି ମନେ କର ନାହିଁ।”


କିନ୍ତୁ ଏ ଜ୍ଞାନ ସମସ୍ତଙ୍କର ନାହିଁ। କେହି କେହି ପ୍ରତିମା ପୂଜାରେ ଏତେ ଅଭ୍ୟସ୍ତ ହୋଇ ଯାଇଛନ୍ତି ଯେ, ଏବେ ମଧ୍ୟ ସେମାନେ ପ୍ରତିମା ନିକଟରେ ଉତ୍ସର୍ଗିତ ଖାଦ୍ୟକୁ ଦେବ ପ୍ରସାଦ ବୋଲି ମନେକରି ଖାଉଛନ୍ତି। ସେମାନଙ୍କ ବିବେକ ଦୁର୍ବଳ, ତେଣୁ ସେହି ଖାଦ୍ୟ ଖାଇବା ଦ୍ୱାରା ସେମାନେ କଳୁଷିତ ହୁଅନ୍ତି।


ଅତଏବ ଆସ, ଆମ୍ଭେମାନେ ଶୁଦ୍ଧ ଅନ୍ତଃକରଣ ଓ ଦୃଢ଼ ବିଶ୍ୱାସ ସହହ ଈଶ୍ୱରଙ୍କ ନିକଟକୁ ଯିବା; କାରଣ ଆମ୍ଭୋନେ ଏବେ କଳୁଷିତ ବିବେକରୁ ଶୁଚି ହୋଇଛୁ ଓ ଆମ ଶରୀର ନିର୍ମଳ ଜଳରେ ଧୌତ ହୋଇଛି


ବିବେକକୁ ନିର୍ମଳ ରଖିବା ପାଇଁ କୌଣସି ପ୍ରଶ୍ନ ନ ପଚାରି ବଜାରରେ ବିକ୍ରି ହେଉଥିବା ମାଂସ ତୁମେ ସ୍ୱଚ୍ଛନ୍ଦରେ ଭୋଜନ କରିପାର,


ସେମାନେ ବିଚାରଶୂନ୍ୟ ହୋଇ ଅଯଥା ଯୁକ୍ତିତର୍କ ଦ୍ୱାରା ସତ୍ୟର ଅପଳାପ କରନ୍ତି। ଧର୍ମବିଶ୍ୱାସକୁ କେବଳ ଧନୀ ହେବାର ଏକ ପନ୍ଥା ବୋଲି ସେମାନେ ମନେ କରନ୍ତି।


ଏହା ଯଦି ସତ୍ୟ ହୋଇଥାଏ, ତେବେ ଖ୍ରୀଷ୍ଟଙ୍କ ରକ୍ତ ଆହୁରି କେତେ ଅଧିକ ଫଳପ୍ରଦ ନ ହେବ? ଅନନ୍ତ ଆତ୍ମାଙ୍କ ସାହୟତାରେ ସେ ନିଜକୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦୋଷ ବଳି ରୂପେ ଉତ୍ସର୍ଗ କରିଛନ୍ତି। ତାଙ୍କର ସେହି ରକ୍ତ ଦ୍ୱାରା ଅସାର କ୍ରିୟା କର୍ମରୁ ନିଷ୍କୃତି ଲାଭ କରି ଆମ ବିବେକ ଶୁଚି ହେବ ଏବଂ ଆମେ ଜୀବିତ ଈଶ୍ୱରଙ୍କ ପ୍ରକୃତି ସେବା କରିବାକୁ ସୁଯୋଗ ପାଇବୁ।


ସାବଧାନ, ଯେପରି ଈା୍ବରଙ୍କ ଅନୁଗ୍ରହରୁ ବଞ୍ଚିତ ନ ହୁଅ। ତିକ୍ତ ବୃକ୍ଷ ପରି ହୁଅ ନାହିଁ। ତିକ୍ତ ବୃକ୍ଷ ବଢ଼ିଗଲେ, ତା’ର ବିଷ ଦ୍ୱାରା ବହୁ ଅନିଷ୍ଠ ସାଧିତ ହୁଏ।


Swiv nou:

Piblisite


Piblisite