Biblia Todo Logo
Bib sou entènèt

- Piblisite -




ତୀତସ 1:13 - ପବିତ୍ର ବାଇବଲ (CL) NT (BSI)

13 ତାଙ୍କର ଏହି ମନ୍ତବ୍ୟ ବାସ୍ତବିକ୍ ଯଥାର୍ଥ। ଅତଏବ, ତୁମେ ସେଭଳି ଲୋକମାନଙ୍କୁ ତୀବ୍ର ଭର୍ତ୍ସନା କର। ହୁଏତ ତଦ୍ଦ୍ୱାରା ସେମାନେ ସରଳ ଧର୍ମବିଶ୍ୱାସ ପ୍ରତି ଫେରି ଆସିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଏହି ସାକ୍ଷ୍ୟ ସତ୍ୟ। ଏଣୁ ସେମାନେ ଯେପରି ଯିହୁଦୀୟ କଳ୍ପିତ ଗଳ୍ପ ପୁଣି ସତ୍ୟରୁ ବିମୁଖ ହୋଇଥିବା ଲୋକମାନଙ୍କ

Gade chapit la Kopi

ଓଡିଆ ବାଇବେଲ

13 ଏହି ଉକ୍ତିଟି ସତ୍ୟ । ଏଣୁ ସେମାନେ ଯେପରି ଯିହୂଦୀୟ କଳ୍ପିତ ଗଳ୍ପ ପୁଣି, ସତ୍ୟରୁ ବିମୁଖ ହୋଇଥିବା ଲୋକମାନଙ୍କ ବାକ୍ୟ ପ୍ରତି ମନୋଯୋଗୀ ନ ହୋଇ ବିଶ୍ୱାସରେ ସବଳ ହୁଅନ୍ତି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଏହି ଉକ୍ତିଟି ସତ୍ୟ। ଏଣୁ ସେମାନେ ଯେପରି ଯିହୁଦୀମାନଙ୍କ କଳ୍ପିତ ଗଳ୍ପ ପୁଣି, ସତ୍ୟରୁ ବିମୁଖ ହୋଇଥିବା ଲୋକମାନଙ୍କ ବାକ୍ୟ ପ୍ରତି ମନୋଯୋଗୀ ନ ହୋଇ ବିଶ୍ୱାସରେ ସବଳ ହୁଅନ୍ତି,

Gade chapit la Kopi

ପବିତ୍ର ବାଇବଲ

13 ସେହି ଭାବବାଦୀଙ୍କ କଥା ସତ। ଅତଏବ ସେମାନଙ୍କୁ କୁହ ଯେ ସେମାନେ ଭୁଲ୍ କରୁଛନ୍ତି। ତୁମ୍ଭେ ତାହାଙ୍କ ପ୍ରତି କଠୋର ହେବା ଉଚିତ୍। ତା'ହେଲେ ସେମାନେ ବିଶ୍ୱାସରେ ଦୃଢ଼ ହେବେ।

Gade chapit la Kopi




ତୀତସ 1:13
12 Referans Kwoze  

ବୟୋଜ୍ୟେଷ୍ଠମାନଙ୍କୁ ମିତାଚାରୀ, ବିଚାରବନ୍ତ ଓ ଆତ୍ମସଂଯମୀ ହେବାକୁ ଅନୁରୋଧ କର; ସେମାନେ ଯଥାର୍ଥ ବିଶ୍ୱାସ, ପ୍ରେମ ଓ ସହିଷ୍ଣୁତାରେ ପରିପୂର୍ଣ୍ଣ ହୁଅନ୍ତୁ।


କିନ୍ତୁ ଯେଉଁମାନେ ପ୍ରକୃତରେ ପାପ କାର୍ଯ୍ୟରେ ଲିପ୍ତ, ଅନ୍ୟମାନଙ୍କୁ ସତର୍କ କରିବା ପାଇଁ, ସେମାନଙ୍କୁ ପ୍ରକାଶ୍ୟରେ ଭର୍ତ୍ସନା କର।


ଏହି ସମସ୍ତ ବିଷୟ ଶିକ୍ଷା ଦିଅ ଏବଂ ତୁମର ପୂର୍ଣ୍ଣ କ୍ଷମତା ପ୍ରୟୋଗ କରି ଶ୍ରୋତାମାନଙ୍କୁ ଉତ୍ସାହିତ କର। ଆବଶ୍ୟକ ସ୍ଥଳେ, ସେମାନଙ୍କୁ ଭର୍ତ୍ସନା କରି ସତର୍କ କରିଦିଅ। ତୁମକୁ ଅବଜ୍ଞା କରିବାକୁ କାହାକୁ ଅବକାଶ ଦିଅ ନାହିଁ।


ସମୟ ଅସମୟ ବିଚାର ନ କରି, ତୁମେ ସବୁବେଳେ ସେହି ବିଷୟ ଉପରେ ଜୋର ଦେଇ ବୁଝାଇବ; ଧୈର୍ଯ୍ୟ ସହକାରେ ଶିକ୍ଷା ଦେଇ, କେତେବେଳେ ଭର୍ତ୍ସନା କରି, କେତେବେଳେ ବା ଉତ୍ସାହିତ କରି ଅନ୍ୟମାନଙ୍କ ମନରେ ସେଥିପ୍ରତି ପ୍ରତ୍ୟୟ ଜନ୍ମାଇବ।


ସେଥିପାଇଁ ଦୂରରେ ରହି ମୁଁ ତୁମ୍ଭମାନଙ୍କ ନିକଟକୁ ଏ ଚିଠି ଲେଖୁଛି, ଫଳରେ ତୁମ୍ଭମାନଙ୍କ ନିକଟରେ ଉସ୍ଥିତ ହେବା ସମୟରେ ଯେପରି କଠୋର ଭାବରେ ମୋତେ କ୍ଷମତା ପ୍ରୟୋଗ କରିବାକୁ ପଡ଼ିବ ନାହିଁ। କାରଣ ତୁମ୍ଭମାନଙ୍କୁ ଭାଙ୍ଗିବାକୁ ନୁହେଁ, ମାତ୍ର ଗଢ଼ିବାକୁ ପ୍ରଭୁ ମୋତେ କ୍ଷମତା ଦେଇଛନ୍ତି।


ସତ୍ୟ ଉପରେ ପ୍ରତିଷ୍ଠିତ ଆମ ଧର୍ମବିଶ୍ୱାସ ଓ ତତ୍ତ୍ୱରେ ଅନୁପ୍ରାଣିତ ହୋଇ ତୁମେ ଯଦି ମଣ୍ଡଳୀର ଭାଇମାନଙ୍କୁ ଏହି ସବୁ ଶିକ୍ଷା ଦାନ କର, ତୁମେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସୁଦକ୍ଷ ସେବକ ହେବ।


ନରହତ୍ୟା, ଲମ୍ପଟତା, ଅସ୍ୱାଭାବିକ, କାମୁକତା, ମନୁଷ୍ୟ ଅପହରଣ ଓ ମିଥ୍ୟା ସାକ୍ଷ୍ୟ ଦାନରେ ଯେଉଁମାନେ ଅଭ୍ୟସ୍ତ, ସ୍ଥୂଳତଃ ଯେଉଁମାନେ ସମସ୍ତ ସତ୍ଶିକ୍ଷାରେ ବିରୁଦ୍ଧାଚରଣ କରନ୍ତି, ସେମାନଙ୍କ ନିମନ୍ତେ ବ୍ୟବସ୍ଥା ଉଦ୍ଦିଷ୍ଟ।


Swiv nou:

Piblisite


Piblisite