Biblia Todo Logo
Bib sou entènèt

- Piblisite -




ରୋମୀୟ 9:21 - ପବିତ୍ର ବାଇବଲ (CL) NT (BSI)

21 ମାଟିକୁ ନିଜ ଇଚ୍ଛା ଅନୁଯାୟୀ ଉପଯୋଗ କରି ପାତ୍ର ଗଢ଼ିବା ପାଇଁ କୁମ୍ଭକାରର ପୂର୍ଣ୍ଣ ଅଧିକାର ରହିଛି। ଏକା ମାଟି ପିଣ୍ଡୁଳାରୁ ସେ ଦୁଇ ପ୍ରକାର ପାତ୍ର ତିଆରି କରିପାରେ- ଗୋଟିଏ ବିଶେଷ ଦିନମାନଙ୍କରେ ଓ ଆଉ ଗୋଟିଏ ସାଧାରଣ କାର୍ଯ୍ୟରେ ବ୍ୟବହୃତ ହେବା ପାଇଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 କିମ୍ଵା ଗୋଟିଏ ମାଟିପିଣ୍ତୁଳାରୁ ଗୋଟିଏ ପାତ୍ର ଆଦର ନିମନ୍ତେ ଓ ଅନ୍ୟଟି ଅନାଦର ନିମନ୍ତେ ଗଢ଼ିବା ପାଇଁ କି ମାଟି ଉପରେ କୁମ୍ଭକାରର ଅଧିକାର ନାହିଁ?

Gade chapit la Kopi

ଓଡିଆ ବାଇବେଲ

21 କିମ୍ବା ଗୋଟିଏ ମାଟିପିଣ୍ଡୁଳାରୁ ଗୋଟିଏ ପାତ୍ର ଆଦର ନିମନ୍ତେ ଓ ଅନ୍ୟଟି ଅନାଦର ନିମନ୍ତେ ଗଢ଼ିବା ପାଇଁ କି ମାଟି ଉପରେ କୁମ୍ଭକାରର ଅଧିକାର ନାହିଁ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 କିମ୍ବା ଗୋଟିଏ ମାଟିପିଣ୍ଡୁଳାରୁ ଗୋଟିଏ ପାତ୍ର ଆଦର ନିମନ୍ତେ ଓ ଅନ୍ୟଟି ଅନାଦର ନିମନ୍ତେ ଗଢ଼ିବା ପାଇଁ କି ମାଟି ଉପରେ କୁମ୍ଭକାରର ଅଧିକାର ନାହିଁ?

Gade chapit la Kopi

ପବିତ୍ର ବାଇବଲ

21 କୁମ୍ଭାରର ଅଧିକାର ରହିଛି ଯେ ସେ ମାଟି ପିଣ୍ତୁଳାଟି ନେଇ ବିଶେଷ ପ୍ରୟୋଜନ ନିମନ୍ତେ ଗୋଟିଏ ଓ ସାଧାରଣ ପ୍ରୟୋଜନ ନିମନ୍ତେ ଅନ୍ୟ ପାତ୍ରଟିଏ ତିଆରି କରିବ।

Gade chapit la Kopi




ରୋମୀୟ 9:21
13 Referans Kwoze  

ପ୍ରଭୁ ତାଙ୍କୁ କହିଲେ, “ଯାଅ, ଇହୁଦୀ, ଅଣଇହୁଦୀ ଓ ରାଜାମାନଙ୍କ ସମ୍ମୁଖରେ, ମୋ’ ନାମ ଘୋଷଣା କରିବାକୁ ଏବଂ ମୋର ସେବା କରିବାକୁ ମୁଁ ତାକୁ ମନୋନୀତ କରିଛି।


ଏମାନଙ୍କ ମଧ୍ୟରୁ ଜଣେ ଈଶ୍ୱରଙ୍କ ଉଦ୍ଦେଶ୍ୟ ସାଧନ ନିମନ୍ତେ ମନୋନୀତ ହେଲା। ରିବିକାଙ୍କୁ ଈଶ୍ୱର କହିଲେ, “ଜ୍ୟେଷ୍ଠ ଭ୍ରାତା କନିଷ୍ଠର ସେବା କରିବ।” ସେମାନେ ଜନ୍ମ ହେବା ଆଗରୁ, କେହି କିଛି ସତ୍ ବା ଅସତ୍ କାର୍ଯ୍ୟ କରିବା ପୂର୍ବରୁ ଈଶ୍ୱର ଏହା କହିଥିଲେ। ସେମାନଙ୍କ କର୍ମ ଫଳରୁ ନୁହେଁ, କେବଳ ଈଶ୍ୱରଙ୍କ ଆହ୍ୱାନ ଦ୍ୱାରା ସେମାନେ ମନୋନୀତ ହେଲେ।


ସୁତରାଂ ଈଶ୍ୱରଙ୍କ ଇଚ୍ଛାନୁଯାୟୀ ସେ କାହା ପ୍ରତି ଦୟା ପ୍ରଦର୍ଶନ କରନ୍ତି ଓ କାହାକୁ କଠିନମନା ହେବାକୁ ଛାଡ଼ି ଦିଅନ୍ତି।


କିନ୍ତୁ ବନ୍ଧୁ, ଈଶ୍ୱରଙ୍କ କଥାରେ ପ୍ରତିବାଦ କରିବାକୁ ତୁମେ କିଏ? “ମୋତେ ଏପରି କାହିଁକି ଗଢ଼ିଲ” ବୋଲି ପାତ୍ରଟିଏ କୁମ୍ଭକାରକୁ ପଚାରି ପାରେ ନାହିଁ।


Swiv nou:

Piblisite


Piblisite