Biblia Todo Logo
Bib sou entènèt

- Piblisite -




ରୋମୀୟ 9:16 - ପବିତ୍ର ବାଇବଲ (CL) NT (BSI)

16 ତେଣୁ ସମସ୍ତ ବିଷୟ ଈଶ୍ୱରଙ୍କ ଅନୁଗ୍ରହ ଉପରେ ନିର୍ଭର କରେ, ମନୁଷ୍ୟର ଇଚ୍ଛା ବା କାର୍ଯ୍ୟ ଉପରେ ନୁହେଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଅତଏବ, ଯେ ଇଚ୍ଛା କରେ, କିମ୍ଵା ଯେ ଚେଷ୍ଟା କରେ, ତାହାଠାରୁ ଏହା ହୁଏ ନାହିଁ, ମାତ୍ର ଦୟାଳୁ ଈଶ୍ଵରଙ୍କଠାରୁ ହୁଏ।

Gade chapit la Kopi

ଓଡିଆ ବାଇବେଲ

16 ଅତଏବ, ଯେ ଇଚ୍ଛା କରେ, କିମ୍ବା ଯେ ଚେଷ୍ଟା କରେ, ତାହାଠାରୁ ଏହା ହୁଏ ନାହିଁ, ମାତ୍ର ଦୟାଳୁ ଈଶ୍ୱରଙ୍କଠାରୁ ହୁଏ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଅତଏବ, ଯେ ଇଚ୍ଛା କରେ, କିମ୍ବା ଯେ ଚେଷ୍ଟା କରେ, ତାହାଠାରୁ ଏହା ହୁଏ ନାହିଁ, ମାତ୍ର ଦୟାଳୁ ଈଶ୍ବରଙ୍କଠାରୁ ହୁଏ।

Gade chapit la Kopi

ପବିତ୍ର ବାଇବଲ

16 ଅତଏବ, ପରମେଶ୍ୱରଙ୍କ ଦୟା ଉପରେ ଏହା ନିର୍ଭର କରେ, ଜଣେ ଲୋକର ଇଚ୍ଛା ବା ଚେଷ୍ଟା ଉପରେ ନୁହେଁ।

Gade chapit la Kopi




ରୋମୀୟ 9:16
20 Referans Kwoze  

କାରଣ ଈଶ୍ୱରଙ୍କ ଅନୁଗ୍ରହ ହେତୁ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଛ। ଏହା ତୁମ ନିଜ ପ୍ରଚେଷ୍ଟାର ଫଳ ନୁହେଁ, ମାତ୍ର ଈଶ୍ୱରଙ୍କ ଦାନ ଅଟେ। ତେଣୁ ଏ ବିଷୟରେ କେହି ଦର୍ପ କରିପାରିବ ନାହିଁ।


କାରଣ ତୁମ୍ଭମାନଙ୍କୁ ତାଙ୍କର ଉଦ୍ଦେଶ୍ୟ ସାଧନ କରିବା ନିମନ୍ତେ ଇଚ୍ଛୁକ ଓ ସମର୍ଥ କରିବାକୁ ସ୍ୱୟଂ ଈଶ୍ୱର ତୁମ ମଧ୍ୟରେ ସଦା କାର୍ଯ୍ୟରତ।


ସମଗ୍ର ପ୍ରାଣୀ ଜଗତରେ ଆମେ ଯେପରି ପ୍ରଥମ ସ୍ଥାନ ଅଧିକାର କରିବୁ, ଏଥିପାଇଁ ସେ ସ୍ୱଇଚ୍ଛାରେ ସତ୍ୟ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ସୃଷ୍ଟି କଲେ।


ଏମାନଙ୍କ ମଧ୍ୟରୁ ଜଣେ ଈଶ୍ୱରଙ୍କ ଉଦ୍ଦେଶ୍ୟ ସାଧନ ନିମନ୍ତେ ମନୋନୀତ ହେଲା। ରିବିକାଙ୍କୁ ଈଶ୍ୱର କହିଲେ, “ଜ୍ୟେଷ୍ଠ ଭ୍ରାତା କନିଷ୍ଠର ସେବା କରିବ।” ସେମାନେ ଜନ୍ମ ହେବା ଆଗରୁ, କେହି କିଛି ସତ୍ ବା ଅସତ୍ କାର୍ଯ୍ୟ କରିବା ପୂର୍ବରୁ ଈଶ୍ୱର ଏହା କହିଥିଲେ। ସେମାନଙ୍କ କର୍ମ ଫଳରୁ ନୁହେଁ, କେବଳ ଈଶ୍ୱରଙ୍କ ଆହ୍ୱାନ ଦ୍ୱାରା ସେମାନେ ମନୋନୀତ ହେଲେ।


ସେହି ସମୟରେ ଯୀଶୁ ପବିତ୍ରଆତ୍ମାଙ୍କ ଦ୍ୱାରା ଆନନ୍ଦରେ ପରିପୂର୍ଣ୍ଣ ହୋଇ କହିଲେ, “ହେ ପିତା, ସ୍ୱର୍ଗ ଓ ପୃଥିବୀର ପ୍ରଭୁ! ମୁଁ ତୁମକୁ ଧନ୍ୟବାଦ ଦେଉଛି, ତୁମେ ବିଜ୍ଞ ଓ ଜ୍ଞାନବାନ ଲୋକମାନଙ୍କଠାରୁ ଯାହା ଗୁପ୍ତ ରଖିଛ, ତାହା ଅଜ୍ଞାନମାନଙ୍କ ନିକଟରେ ପ୍ରକାଶ କରିଛି। ହଁ ପିତା, ଏହା ହିଁ ତୁମର ମହତ୍ ଇଚ୍ଛା।


ପବନ ଯେଉଁ ଆଡ଼େ ଇଚ୍ଛା ସେହି ଆଡ଼େ ବହେ। ତୁମେ କେବଳ ତା’ର ଶବ୍ଦ ଶୁଣିପାର, କିନ୍ତୁ ତାହା କେଉଁଠାରୁ ଆସିଛି ଓ କେଉଁ ଆଡ଼କୁ ଗତି କରୁଛି, କହି ପାରିବ ନାହିଁ। ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ମଧ୍ୟ ସେହିପରି।


ତା’ପରେ ଶୟତାନ ତାଙ୍କୁ ଗୋଟିଏ ଉଚ୍ଚ ପର୍ବତର ଶିଖରକୁ ନେଇଗଲା ଏବଂ ତାଙ୍କୁ ଜଗତର ସମସ୍ତ ରାଜ୍ୟଗୁଡ଼ିକର ଐଶ୍ୱର୍ଯ୍ୟ ଦେଖାଇ କହିଲା,


“ମୋ’ ନିତା ମୋତେ ସବୁକିଛି ଦାନ କରିଛନ୍ତି। ପିତାଙ୍କ ଛଡ଼ଶ ପୁତ୍ରଙ୍କୁ ଆଉ କେହି ଜାଣିନ୍ତି ନାହିଁ। ପୁତ୍ର ଯେଉଁମାନଙ୍କ ନିକଟରେ ପିତାଙ୍କୁ ପ୍ରକାଶ କରିବେ, କେବଳ ସେହିମାନେ ପିତାଙ୍କୁ ଜାଣି ପାରିବେ।


ସେଠାକୁ ଯିବାକୁ ହେବ ବୋଲି ଈଶ୍ୱରଙ୍କଠାରୁ ପ୍ରତ୍ୟାଦେଶ ପାଇ ମୁଁ ଯାଇଥିଲି। ଅଣଇହୁଦୀମାନଙ୍କ ନିକଟରେ ମୁଁ ଯେଉଁ ବାର୍ତ୍ତା ପ୍ରଚାର କରିଥାଏ, ଯିରୂଶାଲମର ନେତାମାନଙ୍କୁ ଗୋଟିଏ ଘରୋଇ ବୈଠକରେ ତାହା ବୁଝାଇ ଦେଇଥିଲି। ମୋର ଅତୀତ ବା ବର୍ତ୍ତମାନ ସମୟର କାର୍ଯ୍ୟ ଯେପରି ବ୍ୟର୍ଥ ନ ହୁଏ, ସେଥିପ୍ରତି ମୁଁ ଦୃଷ୍ଟି ରଖିଥିଲି।


Swiv nou:

Piblisite


Piblisite