Biblia Todo Logo
Bib sou entènèt

- Piblisite -




ରୋମୀୟ 8:8 - ପବିତ୍ର ବାଇବଲ (CL) NT (BSI)

8 ଯେଉଁମାନେ ମାନବ ପ୍ରକୃତି ଅନୁଯାୟୀ କାର୍ଯ୍ୟ କରନ୍ତି, ସେମାନେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଯେଉଁମାନେ ଶରୀରର ବଶରେ ଅଛନ୍ତି, ସେମାନେ ଈଶ୍ଵରଙ୍କର ସନ୍ତୋଷପାତ୍ର ହୋଇ ପାରନ୍ତି ନାହିଁ।

Gade chapit la Kopi

ଓଡିଆ ବାଇବେଲ

8 ଯେଉଁମାନେ ଶରୀରର ବଶରେ ଅଛନ୍ତି, ସେମାନେ ଈଶ୍ୱରଙ୍କର ସନ୍ତୋଷପାତ୍ର ହୋଇ ପାରନ୍ତି ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଯେଉଁମାନେ ଶରୀରର ବଶରେ ଅଛନ୍ତି, ସେମାନେ ଈଶ୍ବରଙ୍କର ସନ୍ତୋଷପାତ୍ର ହୋଇପାରନ୍ତି ନାହିଁ।

Gade chapit la Kopi

ପବିତ୍ର ବାଇବଲ

8 ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ୍ଣ ଶରୀର ଦ୍ୱାରା ଶାସିତ ସେମାନେ ପରମେଶ୍ୱରଙ୍କୁ ଖୁସୀ କରି ପାରିବେ ନାହିଁ।

Gade chapit la Kopi




ରୋମୀୟ 8:8
16 Referans Kwoze  

ଯେତେ ଦିନ ପର୍ଯ୍ୟନ୍ତ ଆମେ ଶାରୀରିକ ଅଭିଳାଷର ବଶବର୍ତ୍ତୀ ଥିଲୁ, ବ୍ୟବସ୍ଥାର ନିଷେଧାଜ୍ଞା ଆମ୍ଭମାନଙ୍କର ପାପ ପ୍ରବୃତ୍ତିକୁ କେବଳ ଉତ୍ତେଜିତ କରୁଥିଲା ଏବଂ ଆମ୍ଭେମାନେ ମୃତ୍ୟୁର ସେବା ପାଇଁ ଉପଯୋଗୀ ଥିଲୁ।


ଯଦି ପ୍ରକୃତରେ ଈଶ୍ୱରଙ୍କ ପବିତ୍ରଆତ୍ମା ତୁମ୍ଭମାନଙ୍କଠାରେ ବିଦ୍ୟମାନ, ତୁମେ ଆଉ ମାନବ ପ୍ରକୃତି ଅନୁଯାୟୀ ଜୀବନ ଯାପନ କରୁ ନାହଁ, ବରଂ ଜୀବନରେ ପବିତ୍ରଆତ୍ମାଙ୍କ ଆଜ୍ଞା ପାଳନ କରୁଛ। ଖ୍ରୀଷ୍ଟଙ୍କ ଆତ୍ମା ଯାହା ନିକଟକରେ ନାହାନ୍ତି, ସେ କେବେ ତାଙ୍କ ଲୋକ ହୋଇପାରିବ ନାହିଁ।


ତାହାହେଲେ, ତୁମ୍ଭେମାନେ ପ୍ରଭୁଙ୍କ ଇଚ୍ଛା ଅନୁରୂପ ଜୀବନ କାଟି ପାରିବ ଓ ତାଙ୍କର ସନ୍ତୋଷଜନକ କାର୍ଯ୍ୟ କରିପାରିବ। ତୁମ୍ଭେମାନେ ଜୀବନରେ ସମସ୍ତ ପ୍ରକାର ଉତ୍ତମ କାର୍ଯ୍ୟ କରି ପାରିବ ଓ ଈଶ୍ୱରଙ୍କ ବିଷୟରେ ତୁମ୍ଭମାନଙ୍କର ଜ୍ଞାନ ବୃଦ୍ଧି ପାଇବ।


ଯୀଶୁ ତାଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମକୁ କହୁଛି, ପୁନର୍ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖି ପାରିବ ନାହିଁ।”


ପୁଣି ତାଙ୍କୁ ଯାହା ମଗିବ, ସେ ତାହା ଦାନ କରିବେ, କାରଣ ଆମେ ତାଙ୍କ ଆଜ୍ଞାନୁବର୍ତ୍ତୀ; ଆମ୍ଭମାନଙ୍କ କାର୍ଯ୍ୟରେ ତାଙ୍କୁ ପ୍ରୀତ କରିଛୁ।


ଯେ ମୋତେ ପ୍ରେରଣ କରିଛନ୍ତି, ସେ ମୋ’ ସଙ୍ଗରେ ଅଛନ୍ତି। ସେ ମୋତେ ଏକାକୀ ଛାଡ଼ି ଦେଇ ନାହାନ୍ତି, କାରଣ ଯାହା ତାଙ୍କର ସନ୍ତୋଷଜନକ, କେବଳ ତାହା ମୁଁ ସବୁବେଳେ କରିଥାଏ।”


ତୁମ୍ଭେମାନେ ବ୍ୟସ୍ତତାରୁ ମୁକ୍ତ ହୁଅ ବୋଲି ମୁଁ ଚାହେଁ। ଅବିବାହିତ ବ୍ୟକ୍ତି ପ୍ରଭୁଙ୍କ କାର୍ଯ୍ୟରେ ମନୋଯୋଗୀ ହୁଏ; କାରଣ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା, ତା’ର ଏକମାତ୍ର ଲକ୍ଷ୍ୟ।


ପରିଶେଷରେ, ଭାଇମାନେ, ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ କିପରି ଜୀବନ ଯାପନ କରିବାକୁ ହେବ, ତାହା ଆମଠାରୁ ଶିକ୍ଷା କରିଛ। ଅବଶ୍ୟ ସେହିପରି ଭାବେ ତୁମ୍ଭେମାନେ ଜୀବନ ଯାପନ କରି ଆସୁଅଛ, କିନ୍ତୁ ଏହାଠାରୁ କିଛି ଅଧିକ କରିବାକୁ ତୁମ୍ଭମାନଙ୍କୁ ଆମେ ଏବେ ପ୍ରଭୁ ଯୀଶୁଙ୍କ ନାମରେ ବିନତି କରୁଛୁ।


ତତ୍ପରେ ସ୍ୱର୍ଗରୁ ଐଶୀବାଣୀ ଉଚ୍ଚାରିତ ହେଲା, “ଏହି ମୋର ପ୍ରିୟ ପୁତ୍ର, ତାଙ୍କଠାରେ ମୁଁ ସନ୍ତୁଷ୍ଟ।”


ଅନ୍ୟମାନଙ୍କର ଉପକାର କରିବାକୁ ଓ ସେମାନଙ୍କୁ ସାହାଯ୍ୟ କରିବାକୁ ଭୁଲିଯାଅ ନାହିଁ, କାରଣ ଏହିସବୁ ହିଁ ଈଶ୍ୱରଙ୍କ ସନ୍ତୋଷଜନକ ବଳି, ସ୍ୱରୂପ।


ସନ୍ତାନଗଣ, ସର୍ବଦା ତୁମ୍ଭମାନଙ୍କ ପିତାମାତାଙ୍କର ବାଧ୍ୟ ହୁଅ। ଏହା ତୁମର ଖ୍ରୀଷ୍ଟୀୟ କର୍ତ୍ତବ୍ୟ, କାରଣ ଏଥିରେ ଈଶ୍ୱର ସନ୍ତୁଷ୍ଟ ହୁଅନ୍ତି।


ତୁମଠାରୁ ମୁଁ ପାଇଥିବା ସମସ୍ତ ଦାନ ପାଇଁ ପ୍ରାପ୍ତି ସ୍ୱୀକାର ଜଣାଉଛି। ତାହା ମୋ’ ନିମନ୍ତେ ଯଥେଷ୍ଟରୁ ଅଧିକ ହୋଇଛି। ଏପାଫ୍ରଦିତ୍ଙ୍କ ହାତରେ ତୁମେ ପଠାଇ ଥିବା ଦାନ ମୋର ସମସ୍ତ ଅଭାବ ପୂରଣ କରିଛି। ତାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ସୁଗନ୍ଧି ନୈବେଦ୍ୟ ଓ ତାଙ୍କ ଗ୍ରହଣଯୋଗ୍ୟ ତଥା ସନ୍ତୋଷଜନକ ବଳିଦାନ ସଦୃଶ।


ସେମାନେ ଈଶ୍ୱରଙ୍କ ପରିଚୟ ପାଇ ସୁଦ୍ଧା ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇ ନାହାନ୍ତି କିମ୍ବା ତାଙ୍କୁ କୌଣସି ବିଷୟ ପାଇଁ ଧନ୍ୟବାଦ ଦେଉ ନାହାନ୍ତି। ବରଂ ସେମାନଙ୍କ ଚିନ୍ତାସବୁ ଅସାର ଓ ସେମାନଙ୍କର ନିର୍ବୋଧ ମନ ଅନ୍ଧକାରାଚ୍ଛନ୍ନ।


Swiv nou:

Piblisite


Piblisite