Biblia Todo Logo
Bib sou entènèt

- Piblisite -




ରୋମୀୟ 8:5 - ପବିତ୍ର ବାଇବଲ (CL) NT (BSI)

5 ଯେଉଁମାନେ ମାନବ ପ୍ରକୃତି ଅନୁଯାୟୀ କାର୍ଯ୍ୟ କରୁଥାଆନ୍ତି, ସେମାନଙ୍କ ମନ ସେହି ପ୍ରକୃତିର ବଶୀଭୂତ ହୋଇଥାଏ। କିନ୍ତୁ ଯେଉଁମାନେ ପବିତ୍ରଆତ୍ମାଙ୍କ ପ୍ରେରଣା ଅନୁଯାୟୀ କାର୍ଯ୍ୟ କରନ୍ତି, ସେମାନଙ୍କ ମନ ପବିତ୍ରଆତ୍ମାଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 କାରଣ ଯେଉଁମାନେ ଶାରୀରିକମନା, ସେମାନେ ଶାରୀରିକ ବିଷୟରେ ମନୋଯୋଗ କରନ୍ତି, କିନ୍ତୁ ଯେଉଁମାନେ ଆତ୍ମିକମନା, ସେମାନେ ଆତ୍ମିକ ବିଷୟରେ ମନୋଯୋଗ କରନ୍ତି।

Gade chapit la Kopi

ଓଡିଆ ବାଇବେଲ

5 କାରଣ ଯେଉଁମାନେ ଶାରୀରିକମନା, ସେମାନେ ଶାରୀରିକ ବିଷୟରେ ମନୋଯୋଗ କରନ୍ତି, କିନ୍ତୁ ଯେଉଁମାନେ ଆତ୍ମିକମନା, ସେମାନେ ଆତ୍ମିକ ବିଷୟରେ ମନୋଯୋଗ କରନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 କାରଣ ଯେଉଁମାନେ ଶାରୀରିକମନା, ସେମାନେ ଶାରୀରିକ ବିଷୟରେ ମନୋଯୋଗ କରନ୍ତି, କିନ୍ତୁ ଯେଉଁମାନେ ଆତ୍ମିକମନା, ସେମାନେ ଆତ୍ମିକ ବିଷୟରେ ମନୋଯୋଗ କରନ୍ତି।

Gade chapit la Kopi

ପବିତ୍ର ବାଇବଲ

5 ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ୍ଣ ଶରୀର ଅନୁସାରେ ଜୀବନଯାପନ କରନ୍ତି, ସେମାନେ ସବୁବେଳେ ତାହାଙ୍କ ପାପପୂର୍ଣ୍ଣ କଥା ଅନୁସାରେ ଚିନ୍ତା କରନ୍ତି। କିନ୍ତୁ ଯେଉଁ ଲୋକମାନେ ଆତ୍ମା ଅନୁସାରେ ଜୀବନଯାପନ କରନ୍ତି, ସେମାନେ ସର୍ବଦା ଆତ୍ମା ଅନୁସାରେ ଚିନ୍ତା କରନ୍ତି।

Gade chapit la Kopi




ରୋମୀୟ 8:5
14 Referans Kwoze  

କିନ୍ତୁ ଯେ ଆଧ୍ୟାତ୍ମିକମନା ନୁହେଁ, ସେ ପରମାତ୍ମାଙ୍କ ଦାନଗୁଡ଼ିକ ଗ୍ରହଣ କରିବାକୁ ଅକ୍ଷମ। ସେ ପ୍ରକୃତରେ ଏହି ଦାନଗୁଡ଼ିକୁ ବୁଝିପାରେ ନାହିଁ। ସେସବୁ ତା’ ପାଇଁ ନିର୍ବୋଧତା; କାରଣ କେବଳ ଆଧ୍ୟାତ୍ମିକ ଭିତ୍ତିରେ ସେଗୁଡ଼କର ମୂଲ୍ୟାୟନ କରାଯାଇପାରେ।


ଶରୀରରୁ ଯାହା ଜାତ, ତାହା ଶାରୀରିକ। ଆତ୍ମାରୁ ଯାହା ଜାତ, ତାହା ଆତ୍ମିକ।


ଯଦି ପ୍ରକୃତରେ ଈଶ୍ୱରଙ୍କ ପବିତ୍ରଆତ୍ମା ତୁମ୍ଭମାନଙ୍କଠାରେ ବିଦ୍ୟମାନ, ତୁମେ ଆଉ ମାନବ ପ୍ରକୃତି ଅନୁଯାୟୀ ଜୀବନ ଯାପନ କରୁ ନାହଁ, ବରଂ ଜୀବନରେ ପବିତ୍ରଆତ୍ମାଙ୍କ ଆଜ୍ଞା ପାଳନ କରୁଛ। ଖ୍ରୀଷ୍ଟଙ୍କ ଆତ୍ମା ଯାହା ନିକଟକରେ ନାହାନ୍ତି, ସେ କେବେ ତାଙ୍କ ଲୋକ ହୋଇପାରିବ ନାହିଁ।


କିନ୍ତୁ ଯୀଶୁ ବୁଲିପଡ଼ି ଶିଷ୍ୟମାନଙ୍କୁ ଚାହିଁଲେ ଏବଂ ପିତରଙ୍କୁ ତିରସ୍କାର କରି କହିଲେ, “ମୋ’ଠାରୁ ଦୂର ହୁଅ ଶୟତାନ, ତୁମର ଚିନ୍ତା କେବଳ ମାନବୀୟ, ଐଶ୍ୱରିକ ନୁହେଁ।”


ଆମେ ଏହି ଜଗତରେ ବାସ କରୁ ସତ, କିନ୍ତୁ କୌଣସି ଜାଗତିକ ଉଦ୍ଦେଶ୍ୟ ରଖି ସଂଗ୍ରାମ କରି ନ ଥାଉ


ବିଶେଷତଃ ଯେଉଁମାନେ ଈଶ୍ୱରଙ୍କ କ୍ଷମତାକୁ ଚତୁଚ୍ଛ କରି ନିଜର ଶାରୀରିକ ଲାଳସା ଚରିତାର୍ଥ କରୁଥାଆନ୍ତି, ସେମାନଙ୍କୁ ମହାବିଚାର ଦିନ ପର୍ଯ୍ୟନ୍ତ କିପରି ଦଣ୍ଡିତ କରି ରଖିବାକୁ ହେବ, ତାହା ସେ ଜାଣନ୍ତି। ସେହି ଶଠ ଶିକ୍ଷକମାନେ ଦୁଃସାହାସୀ ଓ ଉଦ୍ଧତ। ସେମାନେ ଉଦ୍ଧ୍ୱର୍ଲୋକର ଗୌରବମୟ ପ୍ରାଣୀମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ନ କରି ସେମାନଙ୍କୁ ଅପମାନିତ କରୁଛନ୍ତି।


କାରଣ, ଆଲୋକ ହିଁ ସବୁ ପ୍ରକାର ସଦ୍ଗୁଣ, ଧାର୍ମିକତା ଓ ସତ୍ୟରୂପ ଫଳ ଉତ୍ପନ୍ନ କରେ।


ପାର୍ଥିବ ମନୁଷ୍ୟ ସଦୃଶ। କିନ୍ତୁ ସ୍ୱର୍ଗୀୟ ସ୍ୱଭାବବିଶିଷ୍ଟ ମନୁଷ୍ୟମାନେ ସେହି ସ୍ୱର୍ଗୀୟ ସ୍ୱଭାବବିଶିଷ୍ଟ ମନୁଷ୍ୟମାନେ ସେହି ସ୍ୱର୍ଗୀୟ ମାନବଙ୍କ ସଦୃଶ।


ମନୁଷ୍ୟ ପ୍ରକୃତି ପବିତ୍ର ଆତ୍ମାଙ୍କ ଇଚ୍ଛାର ବିରୋଧୀ। ସେହିପରି ପବିତ୍ର ଆତ୍ମାଙ୍କ ଇଚ୍ଛା, ମନୁଷ୍ୟ ପ୍ରକୃତିର ବିରୋଧୀ। ଏମାନେ ପରସ୍ପରର ଶତ୍ରୁ। ତେଣୁ ତୁମ୍ଭେମାନେ ଯାହା କରିବାକୁ ଇଚ୍ଛା କର, ତାହା କରିବାକୁ ଅସମର୍ଥ।


Swiv nou:

Piblisite


Piblisite