Biblia Todo Logo
Bib sou entènèt

- Piblisite -




ରୋମୀୟ 8:1 - ପବିତ୍ର ବାଇବଲ (CL) NT (BSI)

1 ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ଜୀବନ ଯାପନ କରନ୍ତି, ସେମାନେ ଆଉ ଦୋଷୀ ବିବେଚିତ ହେବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ତାଜ୍ଞା ନାହିଁ।

Gade chapit la Kopi

ଓଡିଆ ବାଇବେଲ

1 ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ।

Gade chapit la Kopi

ପବିତ୍ର ବାଇବଲ

1 ଅତଏବ ଏବେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନେ ଦେଷୀ ବୋଲି ବିଗ୍ଭରିତ ହୁଅନ୍ତି ନାହିଁ।

Gade chapit la Kopi




ରୋମୀୟ 8:1
32 Referans Kwoze  

ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେଲେ, ମନୁଷ୍ୟର ନୂତନ ସୃଷ୍ଟି ହୁଏ। ପୁରାତନ ବିଷୟସବୁ ଲୋକ ପାଏ, ନୂତନର ଆବିର୍ଭାବ ହୁଏ।


ମାତ୍ର ଖ୍ରୀଷ୍ଟ ଆମ ପାଇଁ ଅଭିଶପ୍ତ ହୋଇ ବ୍ୟବସ୍ଥାରେ ଉଲ୍ଲିଖିତ ଅଭିଶାପରୁ ଆମକୁ ମୁକ୍ତ କରିଛନ୍ତି। ଧର୍ମଶାସ୍ତ୍ରରେ ଲେଖାଅଛି, “ଯେ ବୃକ୍ଷରେ ଟଙ୍ଗାଯାଇ ମୃତ୍ୟୁଦଣ୍ଡ ଭୋଗ କରେ, ସେ ଈଶ୍ୱରଙ୍କ ଦ୍ୱାରା ଅଭିଶପ୍ତ!”


ବର୍ତ୍ତମାନ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇଛୁ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଯୋଗୁଁ ଈଶ୍ୱରଙ୍କ ସହିତ ଆମର ପ୍ରତିଷ୍ଠା ହୋଇଛି।


କିନ୍ତୁ ଈଶ୍ୱର ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ କରିଛନ୍ତି ଓ ସେହି ଖ୍ରୀଷ୍ଟଙ୍କୁ ହିଁ ଆମ୍ଭମାନଙ୍କ ଜ୍ଞାନ ସ୍ୱରୂପ କରିଛନ୍ତି। ତାଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଆମର ଯଥାର୍ଥ ସମ୍ପର୍କ ପୁନଃପ୍ରତିଷ୍ଠିତ ହୋଇଛି, ଆମେ ଧାର୍ମିକ ଓ ପବିତ୍ର ଲୋକ ହୋଇ ମୁକ୍ତି ପାଇଛୁ।


ତେବେ କିଏ ସେମାନଙ୍କୁ ଆଉ ଦୋଷୀ କରିପାରିବ? ଖ୍ରୀଷ୍ଟ ଯୀଶୁ ତା’ କେବେ କରିବେ ନାହିଁ, କାରଣ ସେ ମୃତ୍ୟୁରୁ ପୁନରୁତ୍ଥିତ ହୋଇ ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ ହୋଇ ଅଛନ୍ତି।


“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯେ କେହି ମୋ’ କଥାରେ କର୍ଣ୍ଣପାତ କରି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ଲାଭ କରିବ। ସେ ବିଚାରର ସମ୍ମୁଖୀନ ହେବ ନାହିଁ। କାରଣ ସେ ମୃତ୍ୟୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଛି।


ମୋ’ ସହିତ ସଂଯୁକ୍ତ ହୋଇ ରୁହ। ତା’ହେଲେ ମୁଁ ମଧ୍ୟ ତୁମ ସହିତ ରହିବି। ଶାଖା, ଲତା ସହିତ ସଂଯୁକ୍ତ ହୋଇ ନ ରହିଲେ, ନିଜେ ଫଳ ଧରି ପାରିବ ନାହିଁ, ସେହିପରି ତୁମେ ମୋ’ଠାରେ ନ ରହିଲେ, ଫଳପ୍ରଦ ହୋଇପାରିବ ନାହିଁ।


ଯେଉଁ ଧାର୍ମିକତା ବ୍ୟବସ୍ଥା ପାଳନ ଦ୍ୱାରା ଲାଭ କରାଯାଇପାରେ, ସେହି ପ୍ରକାର କୌଣସି ନିଜସ୍ୱ ଧାର୍ମିକତା ମୋର ନାହିଁ। ବର୍ତ୍ତମାନ ମୋର ଯେଉଁ ଧାର୍ମିକତା ଅଛି, ତାହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ମିଳେ; ତାହା ଈଶ୍ୱରଙ୍କଠାରୁ ଆସେ ଓ ତାହା ବିଶ୍ୱାସ ଉପରେ ପ୍ରତିଷ୍ଠିତ।


ଯେଉଁମାନେ ଈଶ୍ୱରଙ୍କ ଆତ୍ମା ଦ୍ୱାରା ପରିଚାଳିତ, ସେମାନେ ଈଶ୍ୱରଙ୍କ ସନ୍ତାନ।


ଆଦମଙ୍କ ସହିତ ସମ୍ପର୍କ ଥିବାରୁ ପ୍ରତ୍ୟେକ ମନୁଷ୍ୟ ମୃତ୍ୟୁଭୋଗ କଲା ପରି ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ପ୍ରତ୍ୟେକେ ପୁନର୍ଜୀବନ ଲାଭ କରିବେ।


ମୋର କହିବାର କଥା ହେଲା, ପବିତ୍ରଆତ୍ମା ତୁମ୍ଭମାନଙ୍କ ଜୀବନକୁ ପରିଚାଳିତ କରନ୍ତୁ। ତା’ହେଲେ ତୁମ୍ଭେମାନେ ଆଉ ମନୁଷ୍ୟର ପ୍ରକୃତିଗତ ଲାଳସାକୁ ଚରିତାର୍ଥ କରିବ ନାହିଁ।


ତେଣୁ ବର୍ତ୍ତମାନ ଆମେ ମାନବ ପ୍ରକୃତିର ବଶବର୍ତ୍ତୀ ନ ହୋଇ ପବିତ୍ରଆତ୍ମାଙ୍କ ଦ୍ୱାରା ପରିଚାଳିତ ଏବଂ ଏହା ଦ୍ୱାରା ଆମ୍ଭେମାନେ ବ୍ୟବସ୍ଥାର ଯଥାର୍ଥ ଦାବୀ ପୂରଣ କରିଛୁ।


ଊଦ୍ଧ୍ୱର୍ସ୍ଥ ବା ନିମ୍ନସ୍ଥ କୌଣସି ବିଷୟ- ସମଗ୍ର ସୃଷ୍ଟିରେ ଏପରି କୌଣସି ବିଷୟ ନାହିଁ, ଯାହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରକାଶିତ ଈଶ୍ୱରଙ୍କ ସେହି ପ୍ରେମରୁ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିପାରିବ।


ପବିତ୍ର ଆତ୍ମା ଆମ୍ଭମାନଙ୍କୁ ଜୀବନ ଦାନ କରି ଅଛନ୍ତି, ସେ ଆମ୍ଭମାନଙ୍କର ଜୀବନକୁ ମଧ୍ୟ ନିୟନ୍ତ୍ରଣ କରନ୍ତୁ।


ତେଣୁ ଇହୁଦୀ ଓ ଅଣଇହୁଦୀ, କ୍ରୀତଦାସ ଓ ସ୍ୱାଧୀନ ନାଗରିକ, ପୁରୁଷ କିମ୍ବା ସ୍ତ୍ରୀ ମଧ୍ୟରେ ଆଉ କୌଣସି ପାର୍ଥକ୍ୟ ନାହିଁ। ତୁମେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଏକ ହୋଇଅଛ।


ସେହିଦିନ ଆସିଲେ, ତୁମ୍ଭେମାନେ ଜାଣିବ; ମୁଁ ପିତାଙ୍କଠାରେ, ତୁମ୍ଭେମାନେ ମୋ’ଠାରେ ଓ ମୁଁ ତୁମ୍ଭମାନଙ୍କଠାରେ ବିଦ୍ୟମାନ।


ମୋ’ ଇଚ୍ଛା ବିରୁଦ୍ଧରେ ଯାହା ମୁଁ କରେ, ପ୍ରକୃତରେ ମୁଁ ତା’ କରେ ନାହିଁ, ମୋ’ ଭିତରେ ଥିବା ପାପ ହିଁ ତା’ କରେ।


ତେଣୁ ସେ କାର୍ଯ୍ୟ ପ୍ରକୃତରେ ମୁଁ କରେ ନାହିଁ- ମୋ’ ଭିତରେ ଥିବା ପାପ ହିଁ ତା' କରେ।


ଖ୍ରୀଷ୍ଟାଶ୍ରିତ ଜଣେ ବ୍ୟକ୍ତି ଚଉଦ ବର୍ଷ ତଳେ ତୃତୀୟ ସ୍ୱର୍ଗକୁ ଯାଇଥିଲେ (ସେ ସୁଶରୀରରେ ଯାଇଥିଲେ କିମ୍ବା ସ୍ୱପ୍ନ ଦେଖିଥିଲେ, ମୁଁ ଜାଣେ ନାହିଁ, ତାହା କେବଳ ଈଶ୍ୱର ଜାଣନ୍ତି)।


ଆନ୍ଦ୍ରୋନିକସ୍ ଓ ୟୁନିୟାଙ୍କୁ ମୋର ଅଭିବାଦନ। ଏ ଦୁଇ ଜଣ ଇହୁଦୀ ମୋ’ ସହିତ ବନ୍ଦୀଶାଳାରେ ଥିଲେ। ମୋ’ ପୂର୍ବରୁ ସେମାନେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ଓ ପ୍ରେରିତ ଶିଷ୍ୟମାନଙ୍କ ମଧ୍ୟରେ ସେମାନେ ସୁପରିଚିତ।


ଖ୍ରୀଷ୍ଟ ଯୀଶୁଙ୍କ ସେବାରେ ମୋର ସହକର୍ମୀ ପ୍ରିସ୍କିଲା ଓ ଆକ୍ୱିଲାଙ୍କୁ ମୋର ନମସ୍କାର ଜଣାଇବ।


ଗୋଟିଏ ବ୍ୟକ୍ତିର ପାପ ଲାଗି ମନୁଷ୍ୟ ବିଚାରର ସମ୍ମୁଖୀନ ହୋଇ ଦୋଷୀ ସାବ୍ୟସ୍ତ ହେଲା; କିନ୍ତୁ ଅନେକଙ୍କର ବହୁ ପାପ ସତ୍ତେ୍ୱ ଓ କ୍ଷମା ପାଇବା ପାଇଁ କୌଣସି ଯୋଗ୍ୟତା ନ ଥାଇ ମଧ୍ୟ, ଈଶ୍ୱରଙ୍କ ସେହି ଦାନ ଯୋଗୁଁ, ଏବେ ମନୁଷ୍ୟ ନିର୍ଦ୍ଦୋଷ ବୋଲି ବିବେଚିତ ହୋଇପାରିବ।


ପବିତ୍ରଆତ୍ମା ଯେଉଁ ବ୍ୟବସ୍ଥା ଦ୍ୱାରା ଆମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ କରି ଜୀବନ ଦେଇଛନ୍ତି, ତଦ୍ଦ୍ୱାରା ଆମେ ପାପ ଓ ମୃତ୍ୟୁର ବ୍ୟବସ୍ଥାରୁ ମୁକ୍ତ ହୋଇଛୁ।


ଯଦି ପ୍ରକୃତରେ ଈଶ୍ୱରଙ୍କ ପବିତ୍ରଆତ୍ମା ତୁମ୍ଭମାନଙ୍କଠାରେ ବିଦ୍ୟମାନ, ତୁମେ ଆଉ ମାନବ ପ୍ରକୃତି ଅନୁଯାୟୀ ଜୀବନ ଯାପନ କରୁ ନାହଁ, ବରଂ ଜୀବନରେ ପବିତ୍ରଆତ୍ମାଙ୍କ ଆଜ୍ଞା ପାଳନ କରୁଛ। ଖ୍ରୀଷ୍ଟଙ୍କ ଆତ୍ମା ଯାହା ନିକଟକରେ ନାହାନ୍ତି, ସେ କେବେ ତାଙ୍କ ଲୋକ ହୋଇପାରିବ ନାହିଁ।


ଯଦି ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିଥିବା ଈଶ୍ୱରଙ୍କ ଆତ୍ମା ତୁମଠାରେ ବିଦ୍ୟମାନ, ତେବେ ସେହି ଆତ୍ମାଙ୍କ ସାହାଯ୍ୟରେ ଈଶ୍ୱର ତୁମ ମର ଶରୀରକୁ ମଧ୍ୟ ଜୀବନ୍ତ କରିବେ।


ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ତୁମେ ସମସ୍ତେ ଈଶ୍ୱରଙ୍କର ସନ୍ତାନ ହୋଇଛ।


ଈଶ୍ୱରଙ୍କ ଅଭିମତ ଅନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ ଶିଷ୍ୟ ରୂପେ ନିଯୁକ୍ତ ହୋଇଥିବା ପାଉଲ, ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ବିଶ୍ୱସ୍ତ ଜୀବନ ଯାପନ କରୁଥିବା ଏଫିସୀର ଈଶ୍ୱରଭକ୍ତମାନଙ୍କ ନିକଟକୁ ଲେଖିଥିବା ଏହି ପତ୍ର:-


Swiv nou:

Piblisite


Piblisite