Biblia Todo Logo
Bib sou entènèt

- Piblisite -




ରୋମୀୟ 7:9 - ପବିତ୍ର ବାଇବଲ (CL) NT (BSI)

9 ଦିନେ ବ୍ୟବସ୍ଥା ନ ଜାଣି ମୁଁ ଜୀବିତ ଥିଲି; ବ୍ୟବସ୍ଥା ଜାଣିବା ପରେ ପାପ ପ୍ରବେଶ କଲା

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଆଉ, ମୁଁ ଏକ ସମୟରେ ବ୍ୟବସ୍ଥା ବିନା ଜୀବିତ ଥିଲି, କିନ୍ତୁ ଆଜ୍ଞା ଆସନ୍ତେ ପାପ ଜୀବିତ ହେଲା, ପୁଣି ମୁଁ ମୃତ ହେଲି;

Gade chapit la Kopi

ଓଡିଆ ବାଇବେଲ

9 ଆଉ, ମୁଁ ଏକ ସମୟରେ ମୋଶାଙ୍କ ବ୍ୟବସ୍ଥା ବିନା ଜୀବିତ ଥିଲି, କିନ୍ତୁ ଆଜ୍ଞା ଆସନ୍ତେ ପାପ ଜୀବିତ ହେଲା, ପୁଣି, ମୁଁ ମୃତ ହେଲି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଆଉ, ମୁଁ ଏ କ ସମୟରେ ବ୍ୟବସ୍ଥା ବିନା ଜୀବିତ ଥିଲି, କିନ୍ତୁ ଆଜ୍ଞା ଆସନ୍ତେ ପାପ ଜୀବିତ ହେଲା, ପୁଣି, ମୁଁ ମୃତ ହେଲି;

Gade chapit la Kopi

ପବିତ୍ର ବାଇବଲ

9 ବ୍ୟବସ୍ଥା ଜାଣିବା ପୂର୍ବରୁ, ବ୍ୟବସ୍ଥା ବିନା ମୁଁ ଜୀବିତ ଥିଲି। କିନ୍ତୁ ଯେତେବେଳେ ବ୍ୟବସ୍ଥାର ଆଦେଶ ମୋ’ ପାଖକୁ ଆସିଲା, ସେତେବେଳେ ପାପ ଜୀବିତ ହେଲା ଓ ପାପ ହେତୁ ଆତ୍ମିକ ଭାବରେ ମୁଁ ମୃତ୍ୟୁ ବରଣ କଲି।

Gade chapit la Kopi




ରୋମୀୟ 7:9
22 Referans Kwoze  

ଯେଉଁମାନେ ବ୍ୟବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସେମାନେ ଅଭିଶାପର ଆଶଙ୍କା ମଧ୍ୟରେ ଜୀବନ ଯାପନ କରନ୍ତି। କାରଣ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଯାହା ସବୁ ଲେଖା ଯାଇଛି, ଯଦି କେହି ସମ୍ପୂର୍ଣ୍ଣଭାବେ ତାହା ପାଳନ ନ କରେ, ସେ ଈଶ୍ୱରଙ୍କ ଅଭିଶାପର ପାତ୍ର ହେବ।”


ମାନବ ପ୍ରକୃତିର ବଶୀଭୂତ ହେବା ଦ୍ୱାରା ବ୍ୟକ୍ତି ଈଶ୍ୱରଙ୍କ ଶତ୍ରୁ ହୁଏ; କାରଣ ସେ ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କରେ ନାହିଁ- ସେ ତା’ କରିବାକୁ ଅସମର୍ଥ।


ବ୍ୟବସ୍ଥା ପ୍ରତି ମୁଁ ସମ୍ପୂର୍ଣ୍ଣ ମୃତ - ସେହି ବ୍ୟବସ୍ଥା ଦ୍ୱାରା ହିଁ ମୁଁ ନିହତ ହୋଇଛି। କିନ୍ତୁ ମୁଁ ଏବେ ଈଶ୍ୱରଙ୍କ ପାଇଁ ସଜୀବ। ଖ୍ରୀଷ୍ଟଙ୍କ ସହିତ ତାଙ୍କ କ୍ରୁଶ ଉପରେ ମୁଁ ମଧ୍ୟ ନିହତ ହୋଇଛି।


ବ୍ୟବସ୍ଥା ପାଳନ କରିବା ଦ୍ୱାରା ଧାର୍ମିକ ହେବା ବିଷୟରେ ମୋଶା ଲେଖିଛନ୍ତି: “ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି, ସେମାନେ ବଞ୍ଚିବେ।”


ବ୍ୟବସ୍ଥାର ସୁଯୋଗ ନେଇ ପାପ ମୋତେ ପ୍ରତାରଣା କଲା ଓ ମୋତେ ହତ୍ୟା କଲା।


ବର୍ତ୍ତମାନ ଆମେମାନେ ବ୍ୟବସ୍ଥାର କର୍ତ୍ତୃତ୍ୱରୁ ମୁକ୍ତି ପାଉଛୁ, କାରଣ ଯାହା ଦିନେ ଆମକୁ ବନ୍ଦୀ କରି ରଖିଥିଲା, ସେଥିପ୍ରତି ଆମେ ଏବେ ମୃତ। ଆମେ ଆଉ ପୂର୍ବପରି ଲିଖିତ ବ୍ୟବସ୍ଥାର ସେବା କରୁ ନାହୁଁ, ପବିତ୍ରଆତ୍ମା ପ୍ରଦର୍ଶିତ ପଥରେ ବର୍ତ୍ତମାନ ଆମେ ଚାଲିଛୁ।


ଭାଇମାନେ, ତୁମ୍ଭମାନଙ୍କର ମଧ୍ୟ ଠିକ୍ ସେହି ପରିସ୍ଥିତି। ତୁମ୍ଭେମାନେ ଜଳଦୀକ୍ଷା ଦ୍ୱାରା ଖ୍ରୀଷ୍ଟଙ୍କ ଶରୀର ସହିତ ମୃତ୍ୟୁଭୋଗ କରି, ତାଙ୍କର ପୁନରୁତ୍ଥାନରେ ମଧ୍ୟ ଅଂଶୀ ହୋଇଛ ଏବଂ ବର୍ତ୍ତମାନ ତୁମେ ଈଶ୍ୱରଙ୍କ ସୁଯୋଗ୍ୟ ସେବକ। ବ୍ୟବସ୍ଥା ପ୍ରତି ତୁମ୍ଭେମାନେ ମୃତ ହୋଇଛି।


ଲୋକଟି ଉତ୍ତର ଦେଲା, “ମୁଁ ଯୌବନାବସ୍ଥାରୁ ଏ ସମସ୍ତ ଆଜ୍ଞା ପାଳନ କରି ଆସିଛି।”


କିନ୍ତୁ ସେ ବାପାଙ୍କୁ ଉତ୍ତର ଦେଲା, ‘ଦେଖ, ବର୍ଷ ବର୍ଷ ଧରି ମୁଁ ତୁମର କ୍ରୀତଦାସ ବରି କାର୍ଯ୍ୟ କରୁଛି ଓ କେବେହେଲେ ତୁମର ଆଦେଶ ଅମାନ୍ୟ କରି ନାହିଁ। ତୁମେ ମୋତେ କ’ଣ ଦେଇଛ? ମୋର ବନ୍ଧୁମାନଙ୍କ ସହିତ ଭୋଜି କରିବା ପାଇଁ ମୋତେ ଛେଳିଟିଏ ସୁଦ୍ଧା ଦେଇ ନାହିଁ।


ଯୁବକ ଉତ୍ତର ଦେଲା, “ଏସବୁ ଆଜ୍ଞା ମୁଁ ପାଳନ କରିଛି। ମୋର ଆଉ କ’ଣ କରିବା ଦରକାର?”


କିନ୍ତୁ ଉପରୋକ୍ତ ଆଜ୍ଞାର ସୁଯୋଗ ନେଇ ପାପ ମୋ’ ମନରେ ନାନା ପ୍ରକାର ସ୍ୱାର୍ଥପର ଅଭିଳାଷ ଜନ୍ମାଇଲା। ବ୍ୟବସ୍ଥା ବିନା ପାପ ନିଷ୍କ୍ରିୟ।


ଓ ମୁଁ ମୃତ ହେଲି; ଯେଉଁ ବ୍ୟବସ୍ଥଶ ଜୀବନ ଦାନ କରିବା ପାଇଁ ଉଦ୍ଦିଷ୍ଟ ଥିଲା, ତାହା ମୋ’ ମୃତ୍ୟୁର କାରଣ ହେଲା।


Swiv nou:

Piblisite


Piblisite