Biblia Todo Logo
Bib sou entènèt

- Piblisite -




ରୋମୀୟ 7:7 - ପବିତ୍ର ବାଇବଲ (CL) NT (BSI)

7 ତେବେ କଅଣ କହିବା, ବ୍ୟବସ୍ଥା ହିଁ ପାପ? ତା’ ଅବଶ୍ୟ ନୁହେଁ। କିନ୍ତୁ ପାପ କଅଣ, ତାହା ବ୍ୟବସ୍ଥା ମୋତେ ଜଣାଇ ଦେଇଛି। “ପର ଦ୍ରବ୍ୟକୁ ଲୋଭ କର ନାହିଁ”, ଏହି ଆଜ୍ଞା ଯଦି ବ୍ୟବସ୍ଥା ଦେଇ ନ ଥାଆନ୍ତା, ଲୋଭ କଅଣ, ମୁଁ ଜାଣି ନ ଥାଆନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ତେବେ, ଆମ୍ଭେମାନେ କଅଣ କହିବା? ବ୍ୟବସ୍ଥା କଅଣ ପାପ? ତାହା କେବେ ହେଁ ନ ହେଉ। ବରଂ ପାପ କଅଣ, ତାହା ବ୍ୟବସ୍ଥା ବିନା ମୁଁ ଜାଣି ନ ଥାଆନ୍ତି; କାରଣ ଲୋଭ କର ନାହିଁ, ବ୍ୟବସ୍ଥା ଏହା କହି ନ ଥିଲେ, ଲୋଭ କଅଣ, ତାହା ମୁଁ ଜାଣି ନ ଥାଆନ୍ତି।

Gade chapit la Kopi

ଓଡିଆ ବାଇବେଲ

7 ତେବେ, ଆମ୍ଭେମାନେ କ'ଣ କହିବା ? ମୋଶାଙ୍କ ବ୍ୟବସ୍ଥା କ'ଣ ପାପ ? ତାହା କେବେ ହେଁ ନ ହେଉ । ବରଂ ପାପ କ'ଣ, ତାହା ମୋଶାଙ୍କ ବ୍ୟବସ୍ଥା ବିନା ମୁଁ ଜାଣି ନ ଥାଆନ୍ତି; କାରଣ ଲୋଭ କର ନାହିଁ, ମୋଶାଙ୍କ ବ୍ୟବସ୍ଥା ଏହା କହି ନ ଥିଲେ, ଲୋଭ କଅଣ, ତାହା ମୁଁ ଜାଣି ନ ଥାଆନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ତେବେ, ଆମ୍ଭେମାନେ କଅଣ କହିବା? ମୋଶାଙ୍କ ବ୍ୟବସ୍ଥା କଅଣ ପାପ? ତାହା କେବେ ହେଁ ନ ହେଉ। ବରଂ ପାପ କଅଣ, ତାହା ମୋଶାଙ୍କ ବ୍ୟବସ୍ଥା ବିନା ମୁଁ ଜାଣି ନ ଥାଆନ୍ତି; କାରଣ ଲୋଭ କର ନାହିଁ, ମୋଶାଙ୍କ ବ୍ୟବସ୍ଥା ଏହା କହି ନ ଥିଲେ, ଲୋଭ କଅଣ, ତାହା ମୁଁ ଜାଣି ନ ଥାଆନ୍ତି।

Gade chapit la Kopi

ପବିତ୍ର ବାଇବଲ

7 ତୁମ୍ଭେ ଭାବି ପାର ଯେ, ମୁଁ କହୁଛି ପାପ ଓ ବ୍ୟବସ୍ଥା ହେଉଛି ଏକା କଥା। ଏହା ସତ୍ୟ ନୁହେଁ। କିନ୍ତୁ ବ୍ୟବସ୍ଥା ହେଉଛି ଏକମାତ୍ର ଉପାୟ ଯାହାଦ୍ୱାରା ମୁଁ ପାପର ଅର୍ଥ ଜାଣି ପାରିଲି। ମୁଁ କେବେ ହେଲେ ଜାଣି ପାରି ନ ଥା’ନ୍ତି, “ଲୋଭ କରିବା” ଅର୍ଥ କ’ଣ। କିନ୍ତୁ ବ୍ୟବସ୍ଥା କହିଲା, “ଅନ୍ୟମାନଙ୍କ ବସ୍ତୁ ପାଇବା ପାଇଁ କେବେ ହେଲେ ଲୋଭ କର ନାହିଁ।”

Gade chapit la Kopi




ରୋମୀୟ 7:7
30 Referans Kwoze  

କିନ୍ତୁ ବ୍ୟବସ୍ଥାର କ୍ରିୟାକର୍ମ ସାଧନ କରି କେହି ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇପାରିବ ନାହିଁ। ବ୍ୟବସ୍ଥାରୁ ମନୁଷ୍ୟ କେବଳ ପାପର ବୋଧ ପାଇଥାଏ।


ବ୍ୟବସ୍ଥା ଲଙ୍ଘନ ଦ୍ୱାରା ମନୁଷ୍ୟ ଈଶ୍ୱରଙ୍କ କ୍ରୋଧର ପାତ୍ର ହୁଏ। କିନ୍ତୁ ଯେଉଁଠାରେ ବ୍ୟବସ୍ଥା ନାହିଁ, ସେଠାରେ ବ୍ୟବସ୍ଥା ଲଙ୍ଘନର ପ୍ରଶ୍ନ ଉଠୁ ନାହିଁ।


ମୃତ୍ୟୁର ନାହୁଡ଼ ପାପ, ପୁଣି ପାପର ବଳ ବ୍ୟବସ୍ଥା।


“ବ୍ୟଭିଚାର କର ନାହିଁ, ନର ହତ୍ୟା କର ନାହିଁ, ଚୋରି କର ନାହିଁ, ପର ଦ୍ରବ୍ୟ ଲୋଭ କର ନାହିଁ”, ଇତ୍ୟାଦି ସମସ୍ତ ଆଜ୍ଞା ଗୋଟିଏ ଆଜ୍ଞାରେ ନିହିତ- “ତୁମ ପଡ଼ୋଶୀକୁ ଆତ୍ମତୁଲ୍ୟ ପ୍ରେମ କର।”


କିନ୍ତୁ ଉପରୋକ୍ତ ଆଜ୍ଞାର ସୁଯୋଗ ନେଇ ପାପ ମୋ’ ମନରେ ନାନା ପ୍ରକାର ସ୍ୱାର୍ଥପର ଅଭିଳାଷ ଜନ୍ମାଇଲା। ବ୍ୟବସ୍ଥା ବିନା ପାପ ନିଷ୍କ୍ରିୟ।


ଏଠାରେ ଗୋଟିଏ ପ୍ରଶ୍ନ ହୋଇପାରେ, “ଯଦି ଆମର ଅଧାର୍ମିକତା ଈଶ୍ୱରଙ୍କ ଧାର୍ମିକତା ପ୍ରମାଣ କରେ, ତେବେ ଈଶ୍ୱର ଆମକୁ ଦଣ୍ଡ ଦେଇ ଅନ୍ୟାୟ କରୁଛନ୍ତି ବୋଲି କହି ପାରିବା କି?


ତୁମ ଅନ୍ତରରେ କାର୍ଯ୍ୟରତ ଜାଗତିକ ପ୍ରବୃତ୍ତିଗୁଡ଼ିକ ଯଥା - କାମୁକତା, ଅଶୁଚିତା, ଇନ୍ଦ୍ରିୟାସକ୍ତି, ଦୁରଭିଳାଷ ଓ ଲୋଭକୁ ତୁମ୍ଭେମାନେ ବିନାଶ କର। ଲୋଭ ପ୍ରତିମା ପୂଜାର ଏକ ରୂପାନ୍ତର।


ଈଶ୍ୱରଙ୍କ ଲୋକ ଥିବାରୁ ତୁମ୍ଭମାନଙ୍କ ମଧ୍ୟରେ ବ୍ୟଭିଚାର, ଅଶୁଚିତା ବା ଲୋଲୁପତା ଲେଶମାତ୍ର ନ ରହୁ।


ତା’ହେଲେ, ଯାହା ମଙ୍ଗଳଜନକ, ତାହା କଅଣ ମୋ’ ମୃତ୍ୟୁର କାରଣ ହୋଇଥିଲା? କଦାପି ନୁହେଁ। ପାପ ହିଁ ତା’ କଲା। ମଙ୍ଗଳଜନକ ବ୍ୟବସ୍ଥାକୁ ବ୍ୟବହାର କରି ପାପ ମୋର ମୃତ୍ୟୁ ଘଟାଇଲା। ତଦ୍ଦ୍ୱାରା ପାପର ପ୍ରକୃତ ରୂପ ପ୍ରକାଶ ପାଇଲା। ତେଣୁ ବ୍ୟବସ୍ଥା ଦ୍ୱାରା ପାପର ଅତିଶୟ ଭୟଙ୍କରତା ଜଣାପଡ଼ିଲା।


ବ୍ୟବସ୍ଥାର ସୁଯୋଗ ନେଇ ପାପ ମୋତେ ପ୍ରତାରଣା କଲା ଓ ମୋତେ ହତ୍ୟା କଲା।


ଯେତେ ଦିନ ପର୍ଯ୍ୟନ୍ତ ଆମେ ଶାରୀରିକ ଅଭିଳାଷର ବଶବର୍ତ୍ତୀ ଥିଲୁ, ବ୍ୟବସ୍ଥାର ନିଷେଧାଜ୍ଞା ଆମ୍ଭମାନଙ୍କର ପାପ ପ୍ରବୃତ୍ତିକୁ କେବଳ ଉତ୍ତେଜିତ କରୁଥିଲା ଏବଂ ଆମ୍ଭେମାନେ ମୃତ୍ୟୁର ସେବା ପାଇଁ ଉପଯୋଗୀ ଥିଲୁ।


ତାହାହେଲେ, ଆମ୍ଭେମାନେ ବ୍ୟବସ୍ଥାର ଅଧୀନ ନ ହୋଇ ଈଶ୍ୱରଙ୍କ ଅନୁଗ୍ରହପ୍ରାପ୍ତ ବୋଲି କଅଣ ପାପ କରୁଥିବା? କଦାପି ନୁହେଁ।


ଆମ ଆଦି ପିତା ଅବ୍ରାହାମଙ୍କ ବିଷୟରେ କ’ଣ କହିବା?


ମୁଁ କାହାରି ରୂପା, ସୁନା କିମ୍ବା ବସ୍ତ୍ର ପାଇବାକୁ ଆଶା କରି ନାହିଁ।


ପୁଣି ସେ ସେମାନଙ୍କୁ କହିଲେ, “ସବୁ ପ୍ରକାର ଲୋଭରୁ ନିଜକୁ ଦୂରେଇ ରଖ, କାରଣ ଜଣେ ଲୋକର ଜୀବନ ତା’ ସମ୍ପତ୍ତିର ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରି ନ ଥାଏ।”


କିନ୍ତୁ ମୁଁ କହୁଛି, ଯଦି କେହି ପର ସ୍ତ୍ରୀକୁ ଲୋଲୁପ ଦୃଷ୍ଟିରେ ଚାହେଁ, ସେ ତା’ ସହିତ ମନେ ମନେ ବ୍ୟଭିଚାର ଅପରାଧ କରିଛି।


ସେ ଆସି ସେହି ଚାଷୀମାନଙ୍କର ମୂଳପୋଛ କରିବେ ଏବଂ କ୍ଷେତଟିକୁ ଅନ୍ୟ ଚାଷୀମାନଙ୍କୁ ହସ୍ତାନ୍ତର କରିବେ।” ଲୋକମାନେ ଏ କଥା ଶୁଣି କହିଲେ, “ଈଶ୍ୱର ତାହା ନ କରନ୍ତୁ!”


ବ୍ୟବସ୍ଥାର ପ୍ରଚଳନ ଯୋଗୁଁ କୁକର୍ମ ବୃଦ୍ଧି ପାଇଲା। କିନ୍ତୁ ପାପର ବୃଦ୍ଧି ସଙ୍ଗେ ସଙ୍ଗେ ଈଶ୍ୱରଙ୍କ ଅନୁଗ୍ରହ ମଧ୍ୟ ଅଧିକ ପ୍ରଚୁର ହେଲା।


କାରଣ ମୋଶାପ୍ରଦତ୍ତ ବ୍ୟବସ୍ଥା ଦ୍ୱାରା କୌଣସି ବିଷୟ ପୂର୍ଣ୍ଣତା ଲାଭ କରି ପାରିଲା ନାହିଁ। ବର୍ତ୍ତମାନ ଅମ୍ଭମାନଙ୍କୁ ଏକ ବଳବତ୍ତର ଭରସା ପ୍ରଦତ୍ତ ହୋଇଛି; ସେଥିଦ୍ୱାରା ଆମେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ପାଇଁ ସମର୍ଥ ହୋଇଛୁ।


Swiv nou:

Piblisite


Piblisite