Biblia Todo Logo
Bib sou entènèt

- Piblisite -




ରୋମୀୟ 7:6 - ପବିତ୍ର ବାଇବଲ (CL) NT (BSI)

6 ବର୍ତ୍ତମାନ ଆମେମାନେ ବ୍ୟବସ୍ଥାର କର୍ତ୍ତୃତ୍ୱରୁ ମୁକ୍ତି ପାଉଛୁ, କାରଣ ଯାହା ଦିନେ ଆମକୁ ବନ୍ଦୀ କରି ରଖିଥିଲା, ସେଥିପ୍ରତି ଆମେ ଏବେ ମୃତ। ଆମେ ଆଉ ପୂର୍ବପରି ଲିଖିତ ବ୍ୟବସ୍ଥାର ସେବା କରୁ ନାହୁଁ, ପବିତ୍ରଆତ୍ମା ପ୍ରଦର୍ଶିତ ପଥରେ ବର୍ତ୍ତମାନ ଆମେ ଚାଲିଛୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 କିନ୍ତୁ ଯଦ୍ଦ୍ଵାରା ଆମ୍ଭେମାନେ ଆବଦ୍ଧ ଥିଲୁ, ସେଥିପ୍ରତି ମୃତ ହୋଇ ଆମ୍ଭେମାନେ ଏବେ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ; ଏଣୁ ଆମ୍ଭେମାନେ ଆକ୍ଷରିକ ପୁରାତନ ଭାବରେ ଦାସ୍ୟକର୍ମ ନ କରି ଆତ୍ମାର ନୂତନ ଭାବରେ ଦାସ୍ୟକର୍ମ କରୁଅଛୁ।

Gade chapit la Kopi

ଓଡିଆ ବାଇବେଲ

6 କିନ୍ତୁ ଯଦ୍ୱାରା ଆମ୍ଭେମାନେ ଆବଦ୍ଧ ଥିଲୁ, ସେଥିପ୍ରତି ମୃତ ହୋଇ ଆମ୍ଭେମାନେ ଏବେ ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ; ଏଣୁ ଆମ୍ଭେମାନେ ଆକ୍ଷରିକ ପୁରାତନ ଭାବରେ ଦାସ୍ୟକର୍ମ ନ କରି ଆତ୍ମାର ନୂତନ ଭାବରେ ଦାସ୍ୟକର୍ମ କରୁଅଛୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 କିନ୍ତୁ ଯେପରି ଆମ୍ଭେମାନେ ଆବଦ୍ଧ ଥିଲୁ, ସେଥିପ୍ରତି ମୃତ ହୋଇ ଆମ୍ଭେମାନେ ବର୍ତ୍ତମାନ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ; ଏଣୁ ଆମ୍ଭେମାନେ ଆକ୍ଷରିକ ପୁରାତନ ଭାବରେ ଦାସ୍ୟକର୍ମ ନ କରି ଆତ୍ମାରେ ନୂତନ ଭାବରେ ଦାସ୍ୟକର୍ମ କରୁଅଛୁ।

Gade chapit la Kopi

ପବିତ୍ର ବାଇବଲ

6 ଅତୀତର ବ୍ୟବସ୍ଥା ଆମ୍ଭକୁ ବନ୍ଦୀ ଭଳି ବାନ୍ଧି ରଖି ଥିଲା। କିନ୍ତୁ ଆମ୍ଭର ପୁରୁଣା ବ୍ୟକ୍ତିତ୍ୱ ଏବେ ମରି ଯାଇଛି ଓ ଆମ୍ଭେ ବ୍ୟବସ୍ଥାରୁ ମୁକ୍ତ ହୋଇ ସାରିଛୁ। ଅତଏବ ଆମ୍ଭେ ପ୍ରାଚୀନ ପଦ୍ଧତି ଲିଖିତ ବ୍ୟବସ୍ଥା ଅନୁସାରେ ପରମେଶ୍ୱରଙ୍କ ସେବା କରୁ ନାହୁଁ। ଆମ୍ଭେ ପରମେଶ୍ୱରଙ୍କ ନୂତନ ପଦ୍ଧତିରେ ଆତ୍ମାରେ ସେବା କରୁଅଛୁ।

Gade chapit la Kopi




ରୋମୀୟ 7:6
24 Referans Kwoze  

ନୂତନ ନିୟମକୁ ପାଳକ କରିବା ନିମନ୍ତେ ଈଶ୍ୱର ଅମ୍ଭମାନଙ୍କୁ ଯୋଗ୍ୟ କରିଛନ୍ତି। ଏହି ନିୟମ ଲିଖିତ ନୁହେଁ, ମାତ୍ର ଆତ୍ମାଙ୍କ ନିୟମ ଜୀବନ ସଞ୍ଚାର କରେ।


ଭାଇମାନେ, ତୁମ୍ଭମାନଙ୍କର ମଧ୍ୟ ଠିକ୍ ସେହି ପରିସ୍ଥିତି। ତୁମ୍ଭେମାନେ ଜଳଦୀକ୍ଷା ଦ୍ୱାରା ଖ୍ରୀଷ୍ଟଙ୍କ ଶରୀର ସହିତ ମୃତ୍ୟୁଭୋଗ କରି, ତାଙ୍କର ପୁନରୁତ୍ଥାନରେ ମଧ୍ୟ ଅଂଶୀ ହୋଇଛ ଏବଂ ବର୍ତ୍ତମାନ ତୁମେ ଈଶ୍ୱରଙ୍କ ସୁଯୋଗ୍ୟ ସେବକ। ବ୍ୟବସ୍ଥା ପ୍ରତି ତୁମ୍ଭେମାନେ ମୃତ ହୋଇଛି।


ଜଳଦୀକ୍ଷା ଦ୍ୱାରା ଆମ୍ଭେମାନେ ତାଙ୍କ ମୃତ୍ୟୁରେ ଅଂଶୀ ହୋଇ ତାଙ୍କ ସହିତ କବର ପାଇଛୁ। ସେ ଯେପରି ପିତାଙ୍କ ଗୌରବମୟ ଶକ୍ତି ଦ୍ୱାରା ପୁନରୁତ୍ଥିତ ହେଲେ, ଆମ୍ଭେମାନେ ମଧ୍ୟ ତାଙ୍କ ଯୋଗୁଁ ନୂତନଭାବେ ଜୀବନଯାପନ କରିପାରିବା।


ମାତ୍ର ଖ୍ରୀଷ୍ଟ ଆମ ପାଇଁ ଅଭିଶପ୍ତ ହୋଇ ବ୍ୟବସ୍ଥାରେ ଉଲ୍ଲିଖିତ ଅଭିଶାପରୁ ଆମକୁ ମୁକ୍ତ କରିଛନ୍ତି। ଧର୍ମଶାସ୍ତ୍ରରେ ଲେଖାଅଛି, “ଯେ ବୃକ୍ଷରେ ଟଙ୍ଗାଯାଇ ମୃତ୍ୟୁଦଣ୍ଡ ଭୋଗ କରେ, ସେ ଈଶ୍ୱରଙ୍କ ଦ୍ୱାରା ଅଭିଶପ୍ତ!”


ଏବଂ ନୂତନ ସ୍ୱଭାବ ଧାରଣ କରିଛ। ମନୁଷ୍ୟର ଏହି ନବୀକରଣ, ସ୍ରଷ୍ଟା ଈଶ୍ୱର ନିଜ ପ୍ରତିମୂର୍ତ୍ତିରେ ଅବିରତ ସାଧନ କରୁଛନ୍ତି। ଏଥିଦ୍ୱାରା ତୁମ୍ଭେମାନେ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନପ୍ରାପ୍ତ ହେଉଛ।


କିଏ ସୁନ୍ନତ ବା ଅସୁନ୍ନତ, ସେଥିରେ କିଛି ଯାଏ ଆସେ ନା, ନୂତନ ସୃଷ୍ଟି ହିଁ ସାର ବିଷୟ।


ଏ ଜଗତର ମାପ କାଠି ଅନୁଯାୟୀ ଆଚରଣ କର ନାହିଁ। ଈଶ୍ୱର ତୁମ୍ଭମାନଙ୍କର ମନୋଭାବକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରନ୍ତୁ ଏବଂ ତୁମ ଅନ୍ତର ସମ୍ପୂର୍ଣ୍ଣ ରୂପାନ୍ତରିତ ହେଉ। ତା’ହେଲେ, ଈଶ୍ୱରଙ୍କ ଇଚ୍ଛା କଅଣ, ତାଙ୍କ ଦୃଷ୍ଟିରେ କେଉଁ ସବୁ ବିଷୟ ସତ୍, ସନ୍ତୋଷଜନକ ଓ ସିଦ୍ଧ, ଏହା ତୁମ୍ଭେମାନେ ଜାଣିପାରିବ।


କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ପାପରୁ ମୁକ୍ତି ପାଇ ଈଶ୍ୱରଙ୍କ ଦାସ ହୋଇଛ। ଏହାର ଲାଭ ହେଉଛି, ଈଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ ଏବଂ ଏହାର ପରିଣାମ ଅନନ୍ତ ଜୀବନ।


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେଲେ, ମନୁଷ୍ୟର ନୂତନ ସୃଷ୍ଟି ହୁଏ। ପୁରାତନ ବିଷୟସବୁ ଲୋକ ପାଏ, ନୂତନର ଆବିର୍ଭାବ ହୁଏ।


ଭାଇମାନେ, ବର୍ତ୍ତମାନ ଯାହା କହିବାକୁ ଯାଉଛି, ତୁମ୍ଭେମାନେ ତାହା ବୁଝିପାରିବ, କାରଣ ତୁମେ ଜାଣିଛ, “ବ୍ୟବସ୍ଥା” କଅଣ। ମନୁଷ୍ୟ କେବଳ ତା’ର ଜୀବଦ୍ଦଶା ସମୟରେ ବ୍ୟବସ୍ଥାର ଅଧୀନରେ ଥାଏ।


କଦାପି ନୁହେଁ। ପାପ ପ୍ରତି ଆମ୍ଭେମାନେ ମୃତ ହୋଇଛୁ- ସେଥିରେ ଆଉ ଜୀବନ କାଟିବା କିପରି?


(ତୁମ୍ଭମାନଙ୍କ ସ୍ୱାଭାବିକ ଦୁର୍ବଳତା ହେତୁ, ଏ ସବୁ କଥା ମୁଁ ଚଳନ୍ତି ଭାଷାରେ କହୁଛି।) ଦିନେ ତୁମେ ଅଶୁଚିତା ଓ ଜଘନ୍ୟ ଦୁଷ୍କର୍ମରେ ନିଜ ନିଜକୁ ଲିପ୍ତ ରଖିଥିଲ। ସେହିପରି ବର୍ତ୍ତମାନ ପବିତ୍ର ହେବା ପାଇଁ ଧାର୍ମିକତା ନିକଟରେ ନିଜକୁ ସର୍ବତୋଭାବେ ଉତ୍ସର୍ଗ କର।


ସେହିପରି ତୁମ୍ଭେମାନେ ମଧ୍ୟ ପାପ ପ୍ରତି ମୃତ ହୋଇଛ ବୋଲି ମନେକର। ତୁମ୍ଭେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଜୀବନରେ ଈଶ୍ୱରଙ୍କ ସହ ସଂଯୁକ୍ତ ହୋଇଛ।


ସର୍ବାନ୍ତଃକରଣରେ ମୁଁ ଯେଉଁ ଈଶ୍ୱରଙ୍କର ସେବା କରୁଛି ଓ ଯେଉଁ ଈଶ୍ୱରଙ୍କ ପୁତ୍ରଙ୍କ ସମ୍ପର୍କରେ ଶୁଭ ବାର୍ତ୍ତା ପ୍ରଚାର କରୁଛି, ସେହି ଈଶ୍ୱର ମୋର ସାକ୍ଷୀ। ମୁଁ ଯାହା କହୁଛି; ତାହା ସତ୍ୟ,


ଆମେ ପ୍ରକୃତରେ ସୁନ୍ନତପ୍ରାପ୍ତ; ସେମାନେ ନୁହଁନ୍ତି। ଆମେ ପବିତ୍ରଆତ୍ମାଙ୍କ ସାହାଯ୍ୟରେ ଈଶ୍ୱରଙ୍କ ଉପାସନା କରୁଛୁ ଏବଂ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଆନନ୍ଦୋଲ୍ଲାସ କରୁଛୁ। ବାହ୍ୟ ରୀତିନୀତି ଉପରେ ଆମର ଆସ୍ଥା ନାହିଁ।


ସ୍ୱାମୀ ବଞ୍ଚିଥିବା ପର୍ଯ୍ୟନ୍ତ ତା’ର ପତ୍ନୀ ତା’ ସହିତ ବିବାହ ବନ୍ଧରେ ଆବଦ୍ଧ ଥାଏ। କିନ୍ତୁ ସ୍ୱାମୀର ମୃତ୍ୟୁ ହେଲେ, ତା’ର ସ୍ତ୍ରୀ ଏହି ବ୍ୟବସ୍ଥାରୁ ମୁକ୍ତ ହୁଏ।


ଈଶ୍ୱରଙ୍କ ସ୍ୱରୂପରେ ସୃଷ୍ଟ ନୂତନ ଆତ୍ମା ଧାରଣ କର। ତାହା ତୁମର ପବିତ୍ର ଓ ନ୍ୟାୟପରାୟଣ ଜୀବନରେ ପ୍ରକାଶ ପାଉ।


Swiv nou:

Piblisite


Piblisite