Biblia Todo Logo
Bib sou entènèt

- Piblisite -




ରୋମୀୟ 7:5 - ପବିତ୍ର ବାଇବଲ (CL) NT (BSI)

5 ଯେତେ ଦିନ ପର୍ଯ୍ୟନ୍ତ ଆମେ ଶାରୀରିକ ଅଭିଳାଷର ବଶବର୍ତ୍ତୀ ଥିଲୁ, ବ୍ୟବସ୍ଥାର ନିଷେଧାଜ୍ଞା ଆମ୍ଭମାନଙ୍କର ପାପ ପ୍ରବୃତ୍ତିକୁ କେବଳ ଉତ୍ତେଜିତ କରୁଥିଲା ଏବଂ ଆମ୍ଭେମାନେ ମୃତ୍ୟୁର ସେବା ପାଇଁ ଉପଯୋଗୀ ଥିଲୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 କାରଣ ଯେତେବେଳେ ଆମ୍ଭେମାନେ ଶରୀରର ବଶରେ ଥିଲୁ, ସେତେବେଳେ ବ୍ୟବସ୍ଥା ଦ୍ଵାରା ପାପାଭିଳାଷ-ଗୁଡ଼ାକ ଆମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ମୃତ୍ୟୁ ନିମନ୍ତେ ଫଳ ଉତ୍ପନ୍ନ କରିବାକୁ କାର୍ଯ୍ୟ ସାଧନ କରୁଥିଲା,

Gade chapit la Kopi

ଓଡିଆ ବାଇବେଲ

5 କାରଣ ଯେତେବେଳେ ଆମ୍ଭେମାନେ ଶରୀରର ବଶରେ ଥିଲୁ, ସେତେବେଳେ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ପାପାଭିଳାଷଗୁଡ଼ାକ ଆମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ମୃତ୍ୟୁ ନିମନ୍ତେ ଫଳ ଉତ୍ପନ୍ନ କରିବାକୁ କାର୍ଯ୍ୟ ସାଧନ କରୁଥିଲା,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 କାରଣ ଯେତେବେଳେ ଆମ୍ଭେମାନେ ଶରୀରର ବଶରେ ଥିଲୁ, ସେତେବେଳେ ବ୍ୟବସ୍ଥା ଦ୍ୱାରା ପାପାଭିଳାଷଗୁଡ଼ାକ ଆମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ମୃତ୍ୟୁ ନିମନ୍ତେ ଫଳ ଉତ୍ପନ୍ନ କରିବାକୁ କାର୍ଯ୍ୟ ସାଧନ କରୁଥିଲା,

Gade chapit la Kopi

ପବିତ୍ର ବାଇବଲ

5 ଅତୀତରେ, ଆମ୍ଭେ ଆମ୍ଭର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହେଉଥିଲୁ। ଆମ୍ଭ ଦ୍ୱାରା ବ୍ୟବସ୍ଥା ପାପପୂର୍ଣ୍ଣ କାମ କରାଉ ଥିଲା। ଓ ଏହି ପାପପୂର୍ଣ୍ଣ କାମସବୁ ଆମ୍ଭର ଶରୀରକୁ ନିୟନ୍ତ୍ରିତ କରୁଥିଲା। ଅତଏବ ଏହି କର୍ମ ଆମ୍ଭର ଆଧ୍ୟାତ୍ମିକ ମୃତ୍ୟୁ ଘଟାଉ ଥିଲା।

Gade chapit la Kopi




ରୋମୀୟ 7:5
28 Referans Kwoze  

ପ୍ରକୃତରେ ଆମେ ସମସ୍ତେ ସେମାନଙ୍କ ପରି ଥିଲୁ ଏବଂ ଶରୀର ଓ ମନର ଅଭିଳାଷକୁ ଚରିତାର୍ଥ କରି ଜୀବନ ଯାପନ କରୁଥିଲୁ। ସ୍ୱଭାବତଃ, ଅନ୍ୟମାନଙ୍କ ପରି ଆମେ ମଧ୍ୟ ଈଶ୍ୱରଙ୍କ କ୍ରୋଧର ପରିଣାମ ଭୋଗ କରିବାକୁ ଯାଉଥିଲୁ।


ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କର, ସେମାନେ ସମସ୍ତ ଲାଳସା ଓ କାମନାସକ୍ତ ମନୁଷ୍ୟ ପ୍ରକୃତିକୁ କ୍ରୁଶବିଦ୍ଧ କରିଅଛନ୍ତି।


ଯେଉଁମାନେ ବ୍ୟବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସେମାନେ ଅଭିଶାପର ଆଶଙ୍କା ମଧ୍ୟରେ ଜୀବନ ଯାପନ କରନ୍ତି। କାରଣ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଯାହା ସବୁ ଲେଖା ଯାଇଛି, ଯଦି କେହି ସମ୍ପୂର୍ଣ୍ଣଭାବେ ତାହା ପାଳନ ନ କରେ, ସେ ଈଶ୍ୱରଙ୍କ ଅଭିଶାପର ପାତ୍ର ହେବ।”


ତୁମ୍ଭେମାନେ ନିଜକୁ କୌଣସି ପ୍ରକାରେ ପାପ ନିକଟରେ ସମର୍ପଣ କରି ଦୁଷ୍କର୍ମର ଅସ୍ତ୍ର ରୂପେ ବ୍ୟବହୃତ ହୁଅ ନାହିଁ। ବରଂ ମୃତ୍ୟୁରୁ ରକ୍ଷା ପାଇ ଜୀବନ ପ୍ରାପ୍ତ ହୋଇ ଥିବାରୁ ତୁମ୍ଭେମାନେ ସତ୍କାର୍ଯ୍ୟ ସାଧନ ପାଇଁ ନିଜ ନିଜକୁ ସମ୍ପୂର୍ଣ୍ଣଭାବେ ଈଶ୍ୱରଙ୍କଠାରେ ସମର୍ପଣ କର।


ବର୍ତ୍ତମାନ ତୁମ୍ଭମାନଙ୍କୁ ଯେଉଁ ସବୁ କାର୍ଯ୍ୟ କରିବାକୁ ଲଜ୍ଜାବୋଧ ହେଉଛି, ସେତେବେଳେ ସେସବୁ କରୁଥିଲ। ସେଥିରୁ କି ଲାଭ ପାଇଲ? ସେହି ସବୁ କାର୍ଯ୍ୟର ପରିଣାମ ମୃତ୍ୟୁ।


ଯେ କେହି ପାପ କରେ, ସେ ଈଶ୍ୱରଙ୍କ ଆଜ୍ଞା ଲଘଂନ କରେ, କାରଣ ପାପର ଅର୍ଥ ହେଉଛି ଆଜ୍ଞା ଲଘଂନ।


ତୁମ ଅନ୍ତରରେ କାର୍ଯ୍ୟରତ ଜାଗତିକ ପ୍ରବୃତ୍ତିଗୁଡ଼ିକ ଯଥା - କାମୁକତା, ଅଶୁଚିତା, ଇନ୍ଦ୍ରିୟାସକ୍ତି, ଦୁରଭିଳାଷ ଓ ଲୋଭକୁ ତୁମ୍ଭେମାନେ ବିନାଶ କର। ଲୋଭ ପ୍ରତିମା ପୂଜାର ଏକ ରୂପାନ୍ତର।


ମୃତ୍ୟୁର ନାହୁଡ଼ ପାପ, ପୁଣି ପାପର ବଳ ବ୍ୟବସ୍ଥା।


ତୁମ୍ଭମାନଙ୍କ ମଧ୍ୟରେ ସଂଘର୍ଷ ଓ କଳହ କାହିଁକତ ହୁଏ? ତୁମ ଅନ୍ତରରେ ଲାଗି ରହିଥିବା ଭୋଗ ବିଳାସର କାମନା ହିଁ ଏହାର କାରଣ।


କୁଅଭିଳାଷର ଗର୍ଭରୁ ପାପ ଜାତ ହୁଏ ଏବଂ ସେହି ପାପ ବୃଦ୍ଧି ପାଇ ପୂର୍ଣ୍ଣତା ଲାଭ କଲେ, ମୃତ୍ୟୁ ଘଟାଏ।


ଆମ୍ଭେମାନେ ନିଜେ ଦିନେ ନିର୍ବୋଧ, ଅବାଧ୍ୟ ଓ ଭ୍ରାନ୍ତ ଥିଲୁ; ନାନା ପ୍ରକାର ଆମୋଦେ ପ୍ରମୋଦ ଓ ନୀଚ ପ୍ରବୃତ୍ତିଗୁଡ଼ିକର ବଶୀଭୂତ ଥିଲୁ; ଦ୍ୱେଷ ଓ ଈର୍ଷାପରବଶ ହୋଇ ଦିନାତିପାତ କରିଥିଲୁ; ଅନ୍ୟମାନେ ଆମ୍ଭମାନଙ୍କୁ ଘୃଣା କରୁଥିଲେ, ଆମ୍ଭେମାନେ ମଧ୍ୟ ସେମାନଙ୍କୁ ଘୃଣା କରୁଥିଲୁ।


ନିଜର ଅତୀତ ଅବସ୍ଥା ସ୍ମରଣ କର: ଜାତିରେ ତୁମ୍ଭେମାନେ ଅଣଇହୁଦୀ ଥିଲ, ନିଜକୁ “ସୁନ୍ନତ୍” ବୋଲାଉଥିବା ଇହୁଦୀମାନେ ତୁମ୍ଭମାନଙ୍କୁ “ଅସୁନ୍ନତ୍” କହନ୍ତି। (ଏହା କେବଳ ଏକ ଶାରୀରିକ ଅବସ୍ଥାକୁ ବୁଝାଏ।)


କିନ୍ତୁ ମୋ’ ମନର ଏହି ଇଚ୍ଛା ବିରୁଦ୍ଧରେ ମୋର ଶରୀରକୁ ନିୟନ୍ତ୍ରଣ କରୁଥିବା ବିଧାନ ସର୍ବଦା ସଂଘର୍ଷ କରୁଥାଏ। ମୋ’ ଶରୀରରେ ସକ୍ରିୟ ଥିବା ସେହି ପାପ ପ୍ରବୃତ୍ତି ମୋତେ ବନ୍ଦୀ କରି ରଖିଛି।


ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅଯାଚିତ ଦାନ ହେଉଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଅନନ୍ତ ଜୀବନ।


(ତୁମ୍ଭମାନଙ୍କ ସ୍ୱାଭାବିକ ଦୁର୍ବଳତା ହେତୁ, ଏ ସବୁ କଥା ମୁଁ ଚଳନ୍ତି ଭାଷାରେ କହୁଛି।) ଦିନେ ତୁମେ ଅଶୁଚିତା ଓ ଜଘନ୍ୟ ଦୁଷ୍କର୍ମରେ ନିଜ ନିଜକୁ ଲିପ୍ତ ରଖିଥିଲ। ସେହିପରି ବର୍ତ୍ତମାନ ପବିତ୍ର ହେବା ପାଇଁ ଧାର୍ମିକତା ନିକଟରେ ନିଜକୁ ସର୍ବତୋଭାବେ ଉତ୍ସର୍ଗ କର।


ବ୍ୟବସ୍ଥାର ପ୍ରଚଳନ ଯୋଗୁଁ କୁକର୍ମ ବୃଦ୍ଧି ପାଇଲା। କିନ୍ତୁ ପାପର ବୃଦ୍ଧି ସଙ୍ଗେ ସଙ୍ଗେ ଈଶ୍ୱରଙ୍କ ଅନୁଗ୍ରହ ମଧ୍ୟ ଅଧିକ ପ୍ରଚୁର ହେଲା।


ବ୍ୟବସ୍ଥା ଲଙ୍ଘନ ଦ୍ୱାରା ମନୁଷ୍ୟ ଈଶ୍ୱରଙ୍କ କ୍ରୋଧର ପାତ୍ର ହୁଏ। କିନ୍ତୁ ଯେଉଁଠାରେ ବ୍ୟବସ୍ଥା ନାହିଁ, ସେଠାରେ ବ୍ୟବସ୍ଥା ଲଙ୍ଘନର ପ୍ରଶ୍ନ ଉଠୁ ନାହିଁ।


କିନ୍ତୁ ବ୍ୟବସ୍ଥାର କ୍ରିୟାକର୍ମ ସାଧନ କରି କେହି ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇପାରିବ ନାହିଁ। ବ୍ୟବସ୍ଥାରୁ ମନୁଷ୍ୟ କେବଳ ପାପର ବୋଧ ପାଇଥାଏ।


ସେମାନେ ଲଜ୍ଜାଜନକ ପାପ କାର୍ଯ୍ୟରେ ଲିପ୍ତ ରହିଥିବାରୁ ଈଶ୍ୱର ସେମାନଙ୍କୁ ଛାଡ଼ି ଦେଇଛନ୍ତି, ସେମାନଙ୍କ ସ୍ତ୍ରୀ ଲୋକମାନେ ସ୍ୱାଭାବିକ ଯୌନକ୍ରିୟା ପରିବର୍ତ୍ତେ ଅସ୍ୱାଭାବିକ କାର୍ଯ୍ୟ ସବୁ କରୁଛନ୍ତି ଓ


ଶରୀରରୁ ଯାହା ଜାତ, ତାହା ଶାରୀରିକ। ଆତ୍ମାରୁ ଯାହା ଜାତ, ତାହା ଆତ୍ମିକ।


କାରଣ ତା’ ହୃଦୟରୁ ଜାତ ଅସତ୍ ଚିନ୍ତା ଦ୍ୱାରା ସେ ନରହତ୍ୟା, ବ୍ୟଭିଚାର, ଲଣ୍ଠନ, ମିଥ୍ୟା ଓ ପର କୁତ୍ସାରଟନା ପରି ନାନା ପ୍ରକାର ନୀତିହୀନ କାର୍ଯ୍ୟ କରିଥାଏ।


ଆମେ ଏହି ଜଗତରେ ବାସ କରୁ ସତ, କିନ୍ତୁ କୌଣସି ଜାଗତିକ ଉଦ୍ଦେଶ୍ୟ ରଖି ସଂଗ୍ରାମ କରି ନ ଥାଉ


Swiv nou:

Piblisite


Piblisite