Biblia Todo Logo
Bib sou entènèt

- Piblisite -




ରୋମୀୟ 7:4 - ପବିତ୍ର ବାଇବଲ (CL) NT (BSI)

4 ଭାଇମାନେ, ତୁମ୍ଭମାନଙ୍କର ମଧ୍ୟ ଠିକ୍ ସେହି ପରିସ୍ଥିତି। ତୁମ୍ଭେମାନେ ଜଳଦୀକ୍ଷା ଦ୍ୱାରା ଖ୍ରୀଷ୍ଟଙ୍କ ଶରୀର ସହିତ ମୃତ୍ୟୁଭୋଗ କରି, ତାଙ୍କର ପୁନରୁତ୍ଥାନରେ ମଧ୍ୟ ଅଂଶୀ ହୋଇଛ ଏବଂ ବର୍ତ୍ତମାନ ତୁମେ ଈଶ୍ୱରଙ୍କ ସୁଯୋଗ୍ୟ ସେବକ। ବ୍ୟବସ୍ଥା ପ୍ରତି ତୁମ୍ଭେମାନେ ମୃତ ହୋଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଏଣୁ ହେ ମୋହର ଭାଇମାନେ, ଖ୍ରୀଷ୍ଟଙ୍କ ଶରୀର ଦ୍ଵାରା ତୁମ୍ଭେମାନେ ମଧ୍ୟ ବ୍ୟବସ୍ଥା ପ୍ରତି ମୃତ ହୋଇଅଛ, ଯେପରି ତୁମ୍ଭେମାନେ ଅନ୍ୟ ସହିତ ସଂଯୁକ୍ତ ହୁଅ, ଅର୍ଥାତ୍ ଆମ୍ଭେମାନେ ଈଶ୍ଵରଙ୍କ ନିମନ୍ତେ ଫଳ ଉତ୍ପନ୍ନ କରିବା ପାଇଁ ଯେ ମୃତ୍ୟୁରୁ ଉତ୍ଥାପିତ ହୋଇଅଛନ୍ତି, ତାହାଙ୍କ ସହିତ ସଂଯୁକ୍ତ ହୁଅ।

Gade chapit la Kopi

ଓଡିଆ ବାଇବେଲ

4 ଏଣୁ ହେ ମୋହର ଭାଇମାନେ, ଖ୍ରୀଷ୍ଟଙ୍କ ଶରୀର ଦ୍ୱାରା ତୁମ୍ଭେମାନେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ପ୍ରତି ମୃତ ହୋଇଅଛ, ଯେପରି ତୁମ୍ଭେମାନେ ଅନ୍ୟ ସହିତ ସଂଯୁକ୍ତ ହୁଅ, ଅର୍ଥାତ୍‍ ଆମ୍ଭେମାନେ ଈଶ୍ୱରଙ୍କ ନିମନ୍ତେ ଫଳ ଉତ୍ପନ୍ନ କରିବା ପାଇଁ ଯେ ମୃତ୍ୟୁରୁ ଉତ୍ଥାପିତ ହୋଇଅଛନ୍ତି, ତାହାଙ୍କ ସହିତ ସଂଯୁକ୍ତ ହୁଅ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଏଣୁ ହେ ମୋହର ଭାଇମାନେ, ଖ୍ରୀଷ୍ଟଙ୍କ ଶରୀର ଦ୍ୱାରା ତୁମ୍ଭେମାନେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ପ୍ରତି ମୃତ ହୋଇଅଛ, ଯେପରି ତୁମ୍ଭେମାନେ ଅନ୍ୟ ସହିତ ସଂଯୁକ୍ତ ହୁଅ, ଅର୍ଥାତ୍‍ ଆମ୍ଭେମାନେ ଈଶ୍ବରଙ୍କ ନିମନ୍ତେ ଫଳ ଉତ୍ପନ୍ନ କରିବା ପାଇଁ ଯେ ମୃତ୍ୟୁରୁ ଉତ୍ଥାପିତ ହୋଇଅଛନ୍ତି, ତାହାଙ୍କ ସହିତ ସଂଯୁକ୍ତ ହୁଅ।

Gade chapit la Kopi

ପବିତ୍ର ବାଇବଲ

4 ଠିକ୍ ସେହିଭଳି, ମୋ’ ଭାଇ ଓ ଭଉଣୀଗଣ, ତୁମ୍ଭମାନଙ୍କ ପୁରୁଣା ବ୍ୟକ୍ତିତ୍ୱ ମରିଯାଇଛି ଓ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର ମାଧ୍ୟମରେ ବ୍ୟବସ୍ଥାରୁ ମୁକ୍ତ ହୋଇ ଯାଇଛ। ଏବେ ତୁମ୍ଭେମାନେ ଅନ୍ୟ ଜଣକର ଅଟ। ତୁମ୍ଭେମାନେ ମୃତ୍ୟୁରୁ ବଞ୍ଚି ଉଠିଥିବା ଖ୍ରୀଷ୍ଟଙ୍କର ଅଟ। ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ଅଟୁ, ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ସେବାରେ ନିୟୋଜିତ ହୋଇ ପାରିବା।

Gade chapit la Kopi




ରୋମୀୟ 7:4
35 Referans Kwoze  

ଆମ୍ଭମାନେ ଯେପରି ପାପ ପ୍ରତି ମୃତ ହେବୁ ଓ ଧର୍ମ ଜୀବନ ଯାପନ କରିବୁ, ଏଥିପାଇଁ ଖୀଷ୍ଟ କ୍ରୁଶ ଉପରେ ନିଜ ଶରୀରରେ ଆମ ପାପ ବୋଝ ବହନ କଲେ। ତାଙ୍କ ଶରୀରର ସେହି କ୍ଷତ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ।


ପବିତ୍ରଆତ୍ମା ଯେଉଁ ବ୍ୟବସ୍ଥା ଦ୍ୱାରା ଆମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ କରି ଜୀବନ ଦେଇଛନ୍ତି, ତଦ୍ଦ୍ୱାରା ଆମେ ପାପ ଓ ମୃତ୍ୟୁର ବ୍ୟବସ୍ଥାରୁ ମୁକ୍ତ ହୋଇଛୁ।


ସେ ଇହୁଦୀମାନଙ୍କର ସମସ୍ତ ଦଣ୍ଡବିଧାନ ସମ୍ବଳିତ ବ୍ୟବସ୍ଥାକୁ ଉଚ୍ଛେଦ କରି ଇହୁଦୀ ଓ ଅଣଇହୁଦୀ ଜାତିମାନଙ୍କ ମଧ୍ୟରୁ ତାଙ୍କର ସାହଚର୍ଯ୍ୟ ଉପଭୋଗ କରୁଥିବା ଏକ ନୂତନ ମାନବ ଜାତି ସୃଷ୍ଟି କରିଛନ୍ତି। ଏଥିରେ ପୃଥିବୀରେ ଶଶନ୍ତି ସ୍ଥାପିତ ହେବ।


ବର୍ତ୍ତମାନ ଆମେମାନେ ବ୍ୟବସ୍ଥାର କର୍ତ୍ତୃତ୍ୱରୁ ମୁକ୍ତି ପାଉଛୁ, କାରଣ ଯାହା ଦିନେ ଆମକୁ ବନ୍ଦୀ କରି ରଖିଥିଲା, ସେଥିପ୍ରତି ଆମେ ଏବେ ମୃତ। ଆମେ ଆଉ ପୂର୍ବପରି ଲିଖିତ ବ୍ୟବସ୍ଥାର ସେବା କରୁ ନାହୁଁ, ପବିତ୍ରଆତ୍ମା ପ୍ରଦର୍ଶିତ ପଥରେ ବର୍ତ୍ତମାନ ଆମେ ଚାଲିଛୁ।


ଯଦି ପବିତ୍ର ଆତ୍ମା ତୁମ୍ଭମାନଙ୍କୁ ପରିଚାଳିତ କରନ୍ତି, ତେବେ ତୁମ୍ଭେମାନେ ଆଉ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୁହଁ।


କିନ୍ତୁ ବର୍ତ୍ତମାନ ଈଶ୍ୱର ତୁମ୍ଭମାନଙ୍କୁ ପବିତ୍ର, ସିଦ୍ଧ ଓ ନିର୍ଦ୍ଦୋଷ ରୂପେ ତାଙ୍କ ସମ୍ମୁଖକୁ ଆଣିବା ପାଇଁ ତାଙ୍କର ପୁତ୍ରଙ୍କ ଶାରୀରିକ ମୃତ୍ୟୁ ଦ୍ୱାରା ତୁମ୍ଭମାନଙ୍କୁ ନିଜ ସହିତ ପୁନର୍ମିଳିତ କରି ଅଛନ୍ତି।


କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ପାପରୁ ମୁକ୍ତି ପାଇ ଈଶ୍ୱରଙ୍କ ଦାସ ହୋଇଛ। ଏହାର ଲାଭ ହେଉଛି, ଈଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ ଏବଂ ଏହାର ପରିଣାମ ଅନନ୍ତ ଜୀବନ।


ମାତ୍ର ଖ୍ରୀଷ୍ଟ ଆମ ପାଇଁ ଅଭିଶପ୍ତ ହୋଇ ବ୍ୟବସ୍ଥାରେ ଉଲ୍ଲିଖିତ ଅଭିଶାପରୁ ଆମକୁ ମୁକ୍ତ କରିଛନ୍ତି। ଧର୍ମଶାସ୍ତ୍ରରେ ଲେଖାଅଛି, “ଯେ ବୃକ୍ଷରେ ଟଙ୍ଗାଯାଇ ମୃତ୍ୟୁଦଣ୍ଡ ଭୋଗ କରେ, ସେ ଈଶ୍ୱରଙ୍କ ଦ୍ୱାରା ଅଭିଶପ୍ତ!”


ପାପ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ ନ କରୁ। ତୁମ୍ଭେମାନେ ଆଉ ବ୍ୟବସ୍ଥାର ଅଧୀନ ନୁହଁ। କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହରେ ଆଶ୍ରିତ।


ସେ ଆମ୍ଭମାନଙ୍କ ବିରୁଦ୍ଧରେ ଥିବା ବ୍ୟବସ୍ଥାର ଦଲିଲ୍ ଏବଂ ଏହାର ବିଧିବିଧାନକୁ କ୍ରୁଶବିଦ୍ଧ କରି ଋଦ୍ଧ କରି ଦେଇଛନ୍ତି।


ତାହାହେଲେ, ତୁମ୍ଭେମାନେ ପ୍ରଭୁଙ୍କ ଇଚ୍ଛା ଅନୁରୂପ ଜୀବନ କାଟି ପାରିବ ଓ ତାଙ୍କର ସନ୍ତୋଷଜନକ କାର୍ଯ୍ୟ କରିପାରିବ। ତୁମ୍ଭେମାନେ ଜୀବନରେ ସମସ୍ତ ପ୍ରକାର ଉତ୍ତମ କାର୍ଯ୍ୟ କରି ପାରିବ ଓ ଈଶ୍ୱରଙ୍କ ବିଷୟରେ ତୁମ୍ଭମାନଙ୍କର ଜ୍ଞାନ ବୃଦ୍ଧି ପାଇବ।


ଓ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା ନିମନ୍ତେ ତୁମ୍ଭମାନଙ୍କର ଜୀବନ ଯୀଶୁ ଖ୍ରୀଷ୍ଟଙ୍କ ପ୍ରଦତ୍ତ ସମସ୍ତ ସଦ୍ଗୁଣରେ ପରିପୂର୍ଣ୍ଣ ହେବ।


ଆସ, ଆନନ୍ଦ ଓ ଉଲ୍ଲାସ କରିବା, ତାଙ୍କ ମହନୀୟତାର ପ୍ରଶସ୍ତି କରିବା। ମେଷଶାବକଙ୍କ ବିବାହ ଉତ୍ସବ ଉପସ୍ଥିତ, ତାଙ୍କର କନ୍ୟା ସେଥିପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି।


କଦାପି ନୁହେଁ। ପାପ ପ୍ରତି ଆମ୍ଭେମାନେ ମୃତ ହୋଇଛୁ- ସେଥିରେ ଆଉ ଜୀବନ କାଟିବା କିପରି?


ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହ ମୃତ୍ୟୁଭୋଗ କରିଛ ଓ ଏହି ବିଶ୍ୱ ଉପରେ କର୍ତ୍ତୃତ୍ୱ କରୁଥିବା ଶକ୍ତିମାନଙ୍କ କବଳରୁ ମୁକ୍ତି ଲାଭ କରିଛ। ତେବେ କାହିଁକି ତୁମ୍ଭେମାନେ ଜାଗତିକମନା ଲୋକଙ୍କ ପରି ଜୀବନ କାଟୁଛ? କାହିଁକି ତୁମ୍ଭେମାନେ ଏହିପରି ନିୟମସବୁ ପାଳନ କର, ଯଥା


ଯେଉଁ ସୁସମାଚାର ପ୍ରଚାର ହେତୁ ତୁମ୍ଭେମାନେ ପ୍ରଥମେ ଈଶ୍ୱରଙ୍କ ଅନୁଗ୍ରହ ବିଷୟ ଶୁଣିଲ ଓ ଏହାର ସତ୍ୟତା ଅନୁଭବ କଲ, ସେହି ସୁସମାଚାର ବର୍ତ୍ତମାନ ସମଗ୍ର ଜଗତରେ ପ୍ରସାର ଲାଭ କରୁଛି ଓ ଆଶୀର୍ବାଦ ଆଣୁଛି।


କିନ୍ତୁ ତୁମ୍ଭମାନଙ୍କଠାରୁ କେବଳ ଦାନ ଗ୍ରହଣ କରିବାକୁ ମୁଁ ଚାହେଁ ନାହିଁ; ଏହାର ଫଳରେ ତୁମ୍ଭେମାନେ ଯେପରି ଅଧିକରୁ ଅଧିକ ଲାଭବାନ ହୁଅ, ଏହା ମୋର ଇଚ୍ଛା।


ମୋର ଏ କଥାର ତୁମ୍ଭେମାନେ ସାକ୍ଷୀ। ନବବଧୂ କେବଳ ବରର ନିଜସ୍ୱ। କିନ୍ତୁ ପାଶ୍ୱର୍ରେ ଠିଆ ହୋଇଥିବା ବରର ବନ୍ଧୁ ତା’ କଥା ଶୁଣି ଉତ୍ଫୁଲ ହୁଏ। ଏହି ପରିପୂର୍ଣ୍ଣ ଆନନ୍ଦ ମୁଁ ଏବେ ଉପଭୋଗ କରୁଛି।


ସେମାନେ ଭୋଜନ କରିବା ସମୟରେ ଯୀଶୁ ଗୋଟିଏ ରୋଟୀ ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଏବଂ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, “ଏହା ମୋର ଶରୀର।”


ସପ୍ତ ଅନ୍ତିମ ମହାମାରୀପୂର୍ଣ୍ଣ ସପ୍ତ ପାତ୍ର ଧରିଥିବା ସପ୍ତ ଦୂତଙ୍କ, ମଧ୍ୟରୁ ଜଣେ ମୋ’ ନିକଟକୁ ଆସି କହିଲେ, “ଆସ, ମେଷଶାବକଙ୍କ ପତ୍ନୀ ନବବଧୂଙ୍କୁ ଦେଖିବ।”


ଅତଏବ ଈଶ୍ୱର ଏହି ସମସ୍ତ ବଳିଦାନ ଅଗ୍ରାହ୍ୟ କରି ତା’ ପରିବର୍ତ୍ତେ ଖୀଷ୍ଟଙ୍କ ବଳିଦାନ ଗ୍ରହଣ କଲେ। ଯୀଶୁ ଖୀଷ୍ଟ ଥରେ ମାତ୍ର ଓ ଚିରକାଳ ପାଇଁ ନିଜ ଶରୀରକୁ ଉତ୍ସର୍ଗ କରି ଈଶ୍ୱରଙ୍କ ଇଚ୍ଛା ସାଧନ କରିଥିବାରୁ, ତାଙ୍କର ସେହି ପ୍ରାୟଶ୍ଚିତ ଯୋଗୁଁ ଆମେ ସମସ୍ତେ ପାପରୁ ପରିଷ୍କୃତ ହୋଇଛୁ।


ତୁମ୍ଭମାନଙ୍କ ସମ୍ବନ୍ଧରେ ଏକ ଐଶ୍ୱରିକ ଈର୍ଷାଭାବ ମୋ’ ଅନ୍ତରରେ ଅଛି। କାରଣ ତୁମ୍ଭେମାନେ ପବିତ୍ୟ କୁମାରୀ ପରି। ଏକମାତ୍ର ବର ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କର ମିଳନ କରାଉ ଦେବା ନିମନ୍ତେ ମୁଁ ପ୍ରତିଜ୍ଞା କରିଅଛି।


ପ୍ରଭୁଭୋଜରେ ଆମେ ଯେଉଁ ପାନପାତ୍ର ବ୍ୟବହାର କରୁ, ତାହା ନିମନ୍ତେ ଆମେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥାଉ। ଏହି ପାନପାତ୍ରରୁ ପାନ କରିବାବେଳେ ଆମେ ଖ୍ରୀଷ୍ଟଙ୍କ ରକ୍ତରେ ଅଂଶ ଗ୍ରହଣ କରୁ। ପୁଣି ରୋଟୀ ଭାଙ୍ଗି ଖାଇବା ଦ୍ୱାରା ଆମେ ଖ୍ରୀଷ୍ଟଙ୍କ ଶରୀରରେ ଅଂଶ ଗ୍ରହଣ କରୁ।


ତୁମ୍ଭେମାନେ ପ୍ରଚୁର ଫଳ ଧାରଣ କଲେ, ମୋ’ ପିତାଙ୍କ ମହିମା ପ୍ରକାଶ ପାଇବ ଏବଂ ଏହାଦ୍ୱାରା ତୁମେ ମୋର ପ୍ରକୃତ ଶିଷ୍ୟ ହେବ।


ମୁଁ ସ୍ୱର୍ଗରୁ ଆଗତ ସେହି ଜୀବନଦାୟୀ ଆହାର। ଏହି ଆହାର ଯେ ଖାଏ, ସେ ଚିରଞ୍ଜୀବୀ ହେବ। ମୁଁ ଯେଉଁ ଖାଦ୍ୟ ଦେବି, ତାହା ମୋର ମାଂସ। ଜଗତକୁ ବଞ୍ଚାଇବା ପାଇଁ ମୁଁ ତାହା ଦାନ କରିବି।”


କିନ୍ତୁ ଭଲ ଜମିରେ ପଡ଼ିଥିବା ବିହନ ପରି, ସେହି ବାର୍ତ୍ତାକୁ ଆଉ କେତେକ ଶୁଣି ଗ୍ରହଣ କରନ୍ତି ଏବଂ ଜୀବନରେ କେହି ତିରିଶ ଗୁଣ, କେହି ଷାଠିଏ ଗୁଣ ଓ କେହି ଶହେ ଗୁଣ ଫଳ ଫଳନ୍ତି।”


ସେହିପରି ତୁମ୍ଭେମାନେ ମଧ୍ୟ ପାପ ପ୍ରତି ମୃତ ହୋଇଛ ବୋଲି ମନେକର। ତୁମ୍ଭେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଜୀବନରେ ଈଶ୍ୱରଙ୍କ ସହ ସଂଯୁକ୍ତ ହୋଇଛ।


ସ୍ୱାମୀ ଜୀବିତ ଥିବାବେଳେ; ସ୍ତ୍ରୀ ଯଦି ଅନ୍ୟ ପୁରୁଷ ଗ୍ରହଣ କରେ, ତାକୁ ବ୍ୟଭିଚାରିଣୀ ବୋଲି କୁହାଯିବ; କିନ୍ତୁ ସ୍ୱାମୀର ମୃତ୍ୟୁ ପରେ ସେ ଆଉ ଜଣକୁ ବିବାହ କଲେ, ତାହା ବ୍ୟଭିଚାର ହେବ ନାହିଁ।


Swiv nou:

Piblisite


Piblisite