Biblia Todo Logo
Bib sou entènèt

- Piblisite -




ରୋମୀୟ 7:21 - ପବିତ୍ର ବାଇବଲ (CL) NT (BSI)

21 ଏହା ମୋ’ ଭିତରେ ଏକ ସକ୍ରିୟ ବିଧାନ ବୋଲି ମନେହୁଏ। ଯାହା ସତ୍, ତାହା ମୁଁ କରିବାକୁ ଗଲାବେଳେ, କେବଳ ଅସତ୍ କାର୍ଯ୍ୟ କରିଥାଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ଅତଏବ, ଉତ୍ତମ କର୍ମ କରିବାକୁ ଇଚ୍ଛୁକ ଯେ ମୁଁ, ମୋʼ ନିକଟରେ ଯେ ମନ୍ଦ ଉପସ୍ଥିତ, ଏହି ବ୍ୟବସ୍ଥା ମୁଁ ଦେଖୁଅଛି।

Gade chapit la Kopi

ଓଡିଆ ବାଇବେଲ

21 ଅତଏବ, ଉତ୍ତମ କର୍ମ କରିବାକୁ ଇଚ୍ଛୁକ ଯେ ମୁଁ, ମୋ' ନିକଟରେ ଯେ ମନ୍ଦ ଉପସ୍ଥିତ, ଏହି ମୋଶାଙ୍କ ବ୍ୟବସ୍ଥା ମୁଁ ଦେଖୁଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ଅତଏବ, ଉତ୍ତମ କର୍ମ କରିବାକୁ ଇଚ୍ଛୁକ ଯେ ମୁଁ, ମୋʼ ନିକଟରେ ଯେ ମନ୍ଦ ଉପସ୍ଥିତ, ଏହି ବ୍ୟବସ୍ଥା ମୋʼଠାରେ କାର୍ଯ୍ୟ କରେ, ତାହା ମୁଁ ଦେଖୁଅଛି।

Gade chapit la Kopi

ପବିତ୍ର ବାଇବଲ

21 ସେହିଭଳି ମୁଁ ଏହି ବ୍ୟବସ୍ଥାଟି ଶିଖିଛି: ଯେତେବେଳେ ମୁଁ ଭଲ କାମ କହିବାକୁ ଇଚ୍ଛା କରେ, ମନ୍ଦ ମୋ’ ପାଖେ ଉପସ୍ଥିତ ଥାଏ।

Gade chapit la Kopi




ରୋମୀୟ 7:21
19 Referans Kwoze  

କିନ୍ତୁ ମୋ’ ମନର ଏହି ଇଚ୍ଛା ବିରୁଦ୍ଧରେ ମୋର ଶରୀରକୁ ନିୟନ୍ତ୍ରଣ କରୁଥିବା ବିଧାନ ସର୍ବଦା ସଂଘର୍ଷ କରୁଥାଏ। ମୋ’ ଶରୀରରେ ସକ୍ରିୟ ଥିବା ସେହି ପାପ ପ୍ରବୃତ୍ତି ମୋତେ ବନ୍ଦୀ କରି ରଖିଛି।


ଏହାର ଅର୍ଥ ହେଉଛି, ସବୁ ବିଷୟରେ ତାଙ୍କର ଭ୍ରାତାମାନଙ୍କ ସଦୃଶ ହେବା ତାଙ୍କର ପ୍ରୟୋଜନ ଥିଲା, ଯାହା ଫଳରେ ସେ ସେମାନଙ୍କର ବିଶ୍ୱସ୍ତ ଓ ଦୟାଳୁ ମହାଯାଜକ ହୋଇ ଈଶ୍ବରଙ୍କ ସେବା କରିପାରିବେ ଏବଂ ମନୁଷ୍ୟମାନେ ପାପକ୍ଷମା ପାଇବେ।


ପବିତ୍ରଆତ୍ମା ଯେଉଁ ବ୍ୟବସ୍ଥା ଦ୍ୱାରା ଆମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ କରି ଜୀବନ ଦେଇଛନ୍ତି, ତଦ୍ଦ୍ୱାରା ଆମେ ପାପ ଓ ମୃତ୍ୟୁର ବ୍ୟବସ୍ଥାରୁ ମୁକ୍ତ ହୋଇଛୁ।


ପାପ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ ନ କରୁ। ତୁମ୍ଭେମାନେ ଆଉ ବ୍ୟବସ୍ଥାର ଅଧୀନ ନୁହଁ। କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହରେ ଆଶ୍ରିତ।


ତୁମ ମର ଶରୀର ଉପରେ ପାପ ଆଉ ରାଜତ୍ୱ ନ କରୁ; ତୁମ୍ଭେମାନେ ଆଉ କୌଣସି ଶାରୀରିକ ଅଭିଳାଷର ବଶବର୍ତ୍ତୀ ହୁଅ ନାହିଁ।


ଏମାନଙ୍କୁ ସେହି ଶଠ ଶିକ୍ଷକମାନେ ସ୍ୱାଧୀନତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦିଅନ୍ତୁ, ଅଥଚ ସେମାନେ ନିଜେ ଧ୍ଂସକାରୀ କୁଅଭ୍ୟାସର କ୍ରୀଦାସ; କାରଣ ମନୁଷ୍ୟ ଯେଉଁ ବିଷୟର ବଶୀଭୂତ, ତାହାର ସେ କ୍ରୀତଦାସ।


ଯେ ଆମର ଦୋଷ ଦୁର୍ବଳତା ଅନୁଭବ କରି ପାରନ୍ତି ନାହିଁ, ସେପରି ମହାଯାଜକ ସେ ନୁଦ୍ନ୍ି। ବରଂ ଆମ ମହାଯାଜକ, ଆମ ପରି ନାନା ପ୍ରକାରେ ପ୍ରଲୋଭିତ ହୋଇଥିଲେ, କିନ୍ତୁ ସେ ନିଷ୍ପାପ ରହିଲେ;


ଯୀଶୁ କହିଲେ: “ମୁଁ ସତ୍ୟ କହୁଛି, ଯେଉଁମାନେ ପାପ କରନ୍ତି, ସେମାନେ ସମସ୍ତେ ପାପର ଦାସ।


ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଯର୍ଦ୍ଦନରୁ ଫେରିଲେ ଓ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ମରୁ ଅଞ୍ଚଳକୁ ଗଲେ।


ଧନ୍ୟ ଈଶ୍ୱର, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏହା ସେ ସାଧନ କରିଛନ୍ତି। ତେବେ, ଏହା ହେଉଛି ମୋର ଅବସ୍ଥା। ଈଶ୍ୱରଙ୍କ ବ୍ୟବସ୍ଥା କେବଳ ମୁଁ ମୋ’ ମନରେ ପାଳନ କରିପାରେ। କିନ୍ତୁ ମୋର ମାନବ ପ୍ରକୃତି ମୋତେ ପାପର ଦାସ ହେବାକୁ ବାଧ୍ୟ କରୁଛି।


Swiv nou:

Piblisite


Piblisite