Biblia Todo Logo
Bib sou entènèt

- Piblisite -




ରୋମୀୟ 7:18 - ପବିତ୍ର ବାଇବଲ (CL) NT (BSI)

18 ମୁଁ ଜାଣେ, ମୋ' ଭିତରେ ଅର୍ଥାତ୍ ମୋର ମାନବ ପ୍ରକୃତିରେ କୌଣସି ଉତ୍ତମତା ନାହିଁ, କାରଣ ସତ୍କାର୍ଯ୍ୟ କରିବାକୁ ମୋର ଇଚ୍ଛା ଥିଲେ ସୁଦ୍ଧା ତା’ କରିପାରେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 କାରଣ ମୋʼଠାରେ, ଅର୍ଥାତ୍, ମୋʼ ଶରୀରରେ ଯେ କୌଣସି ଉତ୍ତମ ବିଷୟ ବାସ କରେ ନାହିଁ, ଏହା ମୁଁ ଜାଣେ, ଯେଣୁ ମୁଁ ଇଚ୍ଛା କରି ପାରୁଅଛି, କିନ୍ତୁ ଯାହା ଉତ୍ତମ, ତାହା କରିବା ନିମନ୍ତେ ମୋହର ସାମର୍ଥ୍ୟ ନାହିଁ।

Gade chapit la Kopi

ଓଡିଆ ବାଇବେଲ

18 କାରଣ ମୋ'ଠାରେ, ଅର୍ଥାତ୍‍, ମୋ' ଶରୀରରେ ଯେକୌଣସି ଉତ୍ତମ ବିଷୟ ବାସ କରେ ନାହିଁ, ଏହା ମୁଁ ଜାଣେ, ଯେଣୁ ମୁଁ ଇଚ୍ଛା କରି ପାରୁଅଛି, କିନ୍ତୁ ଯାହା ଉତ୍ତମ, ତାହା କରିବା ନିମନ୍ତେ ମୋହର ସାମର୍ଥ୍ୟ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 କାରଣ ମୋʼ ଠାରେ, ଅର୍ଥାତ୍‍, ମୋʼ ଶରୀରରେ ଯେକୌଣସି ଉତ୍ତମ ବିଷୟ ବାସ କରେ ନାହିଁ, ଏହା ମୁଁ ଜାଣେ, ଯେଣୁ ମୁଁ ଇଚ୍ଛା କରିପାରୁଅଛି, କିନ୍ତୁ ଯାହା ଉତ୍ତମ, ତାହା କରିବା ନିମନ୍ତେ ମୋହର ସାମର୍ଥ୍ୟ ନାହିଁ।

Gade chapit la Kopi

ପବିତ୍ର ବାଇବଲ

18 ମୁଁ ଏହା ଜାଣେ ଯେ ମୋ’ ଭିତରେ କିଛି ଭଲ ନାହିଁ। ମୋ’ କହିବା ଅର୍ଥ ଯେ, ମୋର ଶରୀରରେ କୌଣସି ଭଲ ବିଷୟ ନାହିଁ।

Gade chapit la Kopi




ରୋମୀୟ 7:18
31 Referans Kwoze  

ଶରୀରରୁ ଯାହା ଜାତ, ତାହା ଶାରୀରିକ। ଆତ୍ମାରୁ ଯାହା ଜାତ, ତାହା ଆତ୍ମିକ।


ମନୁଷ୍ୟ ପ୍ରକୃତି ପବିତ୍ର ଆତ୍ମାଙ୍କ ଇଚ୍ଛାର ବିରୋଧୀ। ସେହିପରି ପବିତ୍ର ଆତ୍ମାଙ୍କ ଇଚ୍ଛା, ମନୁଷ୍ୟ ପ୍ରକୃତିର ବିରୋଧୀ। ଏମାନେ ପରସ୍ପରର ଶତ୍ରୁ। ତେଣୁ ତୁମ୍ଭେମାନେ ଯାହା କରିବାକୁ ଇଚ୍ଛା କର, ତାହା କରିବାକୁ ଅସମର୍ଥ।


ଧନ୍ୟ ଈଶ୍ୱର, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏହା ସେ ସାଧନ କରିଛନ୍ତି। ତେବେ, ଏହା ହେଉଛି ମୋର ଅବସ୍ଥା। ଈଶ୍ୱରଙ୍କ ବ୍ୟବସ୍ଥା କେବଳ ମୁଁ ମୋ’ ମନରେ ପାଳନ କରିପାରେ। କିନ୍ତୁ ମୋର ମାନବ ପ୍ରକୃତି ମୋତେ ପାପର ଦାସ ହେବାକୁ ବାଧ୍ୟ କରୁଛି।


ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କର, ସେମାନେ ସମସ୍ତ ଲାଳସା ଓ କାମନାସକ୍ତ ମନୁଷ୍ୟ ପ୍ରକୃତିକୁ କ୍ରୁଶବିଦ୍ଧ କରିଅଛନ୍ତି।


କାରଣ ତୁମ୍ଭମାନଙ୍କୁ ତାଙ୍କର ଉଦ୍ଦେଶ୍ୟ ସାଧନ କରିବା ନିମନ୍ତେ ଇଚ୍ଛୁକ ଓ ସମର୍ଥ କରିବାକୁ ସ୍ୱୟଂ ଈଶ୍ୱର ତୁମ ମଧ୍ୟରେ ସଦା କାର୍ଯ୍ୟରତ।


ଆମ୍ଭେମାନେ ନିଜେ ଦିନେ ନିର୍ବୋଧ, ଅବାଧ୍ୟ ଓ ଭ୍ରାନ୍ତ ଥିଲୁ; ନାନା ପ୍ରକାର ଆମୋଦେ ପ୍ରମୋଦ ଓ ନୀଚ ପ୍ରବୃତ୍ତିଗୁଡ଼ିକର ବଶୀଭୂତ ଥିଲୁ; ଦ୍ୱେଷ ଓ ଈର୍ଷାପରବଶ ହୋଇ ଦିନାତିପାତ କରିଥିଲୁ; ଅନ୍ୟମାନେ ଆମ୍ଭମାନଙ୍କୁ ଘୃଣା କରୁଥିଲେ, ଆମ୍ଭେମାନେ ମଧ୍ୟ ସେମାନଙ୍କୁ ଘୃଣା କରୁଥିଲୁ।


ସେଥିପାଇଁ ଯେଉଁ ସତ୍କାର୍ଯ୍ୟ କରିବାକୁ ମୋର ଇଚ୍ଛା, ତା’ ନ କରି ମୋ’ ଇଚ୍ଛା ବିରୁଦ୍ଧରେ ଅସତ୍ କାର୍ଯ୍ୟ ହିଁ କରୁଥାଏ।


ମୁଁ କଅଣ କରେ, ତା’ ମୁଁ ବୁଝେ ନାହିଁ। ଯାହା କରିବା ପାଇଁ ମୋର ଇଚ୍ଛା, ତା’ ମୁଁ କରେ ନାହିଁ; କିନ୍ତୁ ଯାହା ଘୃଣା କରେ, ତାହା ହିଁ କରେ।


କାରଣ ତା’ ହୃଦୟରୁ ଜାତ ଅସତ୍ ଚିନ୍ତା ଦ୍ୱାରା ସେ ନରହତ୍ୟା, ବ୍ୟଭିଚାର, ଲଣ୍ଠନ, ମିଥ୍ୟା ଓ ପର କୁତ୍ସାରଟନା ପରି ନାନା ପ୍ରକାର ନୀତିହୀନ କାର୍ଯ୍ୟ କରିଥାଏ।


ତୁମ୍ଭେମାନେ ବର୍ତ୍ତମାନଠାରୁ ଜୀବନର ଅବଶିଷ୍ଟ କାଳ ଭିତରେ ଶାରୀରିକ ଅଭିଲାଷର ବଶବର୍ତ୍ତୀ ନ ହୋଇ ଈଶ୍ୱରଙ୍କ ଇଚ୍ଛାଧୀନ ହୁଅ।


ମୁଁ କୃତକାର୍ଯ୍ୟ ବା ସିଦ୍ଧ ହୋଇସାରିଛି ବୋଲି କହୁ ନାହିଁ। ପୁରସ୍କାର ପାଇବା ପାଇଁ ଦୌଡ଼ିବାରେ ଲାଗିଛି। ସ୍ୱୟଂ ଖ୍ରୀଷ୍ଟ ମୋତେ ଧରି ଆଣି ଏଥିରେ ନିଯୁକ୍ତ କରିଛନ୍ତି।


ତୁମ୍ଭେମାନେ ଅସତ୍ ହେଲେ ସୁଦ୍ଧା ତୁମ ପିଲାମାନଙ୍କୁ ଉତ୍ତମ ବିଷୟ ଦେବାକୁ ଜାଣ, ତା’ ହେଲେ ସ୍ୱର୍ଗସ୍ଥ ପିତା, ତାଙ୍କଠାରେ ନିବେଦନ କରୁଥିବା ଲୋକଙ୍କୁ କେତେ ଅଧିକ ରୂପେ ପବିତ୍ରଆତ୍ମାଙ୍କୁ ନ ଦେବେ?”


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ପାପ ପ୍ରତି ବିମୁଖ ହୁଅ ଓ ନିଜର ଲାଳସାଗୁଡ଼ିକୁ ଚରିତାର୍ଥ କର ନାହିଁ।


ଯେତେ ଦିନ ପର୍ଯ୍ୟନ୍ତ ଆମେ ଶାରୀରିକ ଅଭିଳାଷର ବଶବର୍ତ୍ତୀ ଥିଲୁ, ବ୍ୟବସ୍ଥାର ନିଷେଧାଜ୍ଞା ଆମ୍ଭମାନଙ୍କର ପାପ ପ୍ରବୃତ୍ତିକୁ କେବଳ ଉତ୍ତେଜିତ କରୁଥିଲା ଏବଂ ଆମ୍ଭେମାନେ ମୃତ୍ୟୁର ସେବା ପାଇଁ ଉପଯୋଗୀ ଥିଲୁ।


Swiv nou:

Piblisite


Piblisite