Biblia Todo Logo
Bib sou entènèt

- Piblisite -




ରୋମୀୟ 7:15 - ପବିତ୍ର ବାଇବଲ (CL) NT (BSI)

15 ମୁଁ କଅଣ କରେ, ତା’ ମୁଁ ବୁଝେ ନାହିଁ। ଯାହା କରିବା ପାଇଁ ମୋର ଇଚ୍ଛା, ତା’ ମୁଁ କରେ ନାହିଁ; କିନ୍ତୁ ଯାହା ଘୃଣା କରେ, ତାହା ହିଁ କରେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 କାରଣ ମୁଁ ଯାହା କରେ, ତାହା ଜାଣେ ନାହିଁ; ଯେଣୁ ମୁଁ ଯାହା ଇଚ୍ଛା କରେ, ତାହା କରେ ନାହିଁ, ବରଂ ଯାହା ମୁଁ ଘୃଣା କରେ, ତାହା ହିଁ କରେ।

Gade chapit la Kopi

ଓଡିଆ ବାଇବେଲ

15 କାରଣ ମୁଁ ଯାହା କରେ, ତାହା ଜାଣେ ନାହିଁ; ଯେଣୁ ମୁଁ ଯାହା ଇଚ୍ଛା କରେ, ତାହା କରେ ନାହିଁ, ବରଂ ଯାହା ମୁଁ ଘୃଣା କରେ, ତାହା ହିଁ କରେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 କାରଣ ମୁଁ ଯାହା କରେ, ତାହା ଜାଣେ ନାହିଁ; ଯେଣୁ ମୁଁ ଯାହା ଇଚ୍ଛା କରେ, ତାହା କରେ ନାହିଁ, ବରଂ ଯାହା ମୁଁ ଘୃଣା କରେ, ତାହା ହିଁ କରେ।

Gade chapit la Kopi

ପବିତ୍ର ବାଇବଲ

15 ଯେଉଁ ଭଲ କାମ ମୁଁ କରିବାକୁ ଇଚ୍ଛା କରେ, ମୁଁ କରେ ନାହିଁ। ଓ ଯେଉଁ ମନ୍ଦ କାମ କରିବାକୁ ମୁଁ ଘୃଣା କରେ, ସେହି କାମ କରେ।

Gade chapit la Kopi




ରୋମୀୟ 7:15
32 Referans Kwoze  

ମନୁଷ୍ୟ ପ୍ରକୃତି ପବିତ୍ର ଆତ୍ମାଙ୍କ ଇଚ୍ଛାର ବିରୋଧୀ। ସେହିପରି ପବିତ୍ର ଆତ୍ମାଙ୍କ ଇଚ୍ଛା, ମନୁଷ୍ୟ ପ୍ରକୃତିର ବିରୋଧୀ। ଏମାନେ ପରସ୍ପରର ଶତ୍ରୁ। ତେଣୁ ତୁମ୍ଭେମାନେ ଯାହା କରିବାକୁ ଇଚ୍ଛା କର, ତାହା କରିବାକୁ ଅସମର୍ଥ।


ଆମେ ସମସ୍ତେ ଅନେକ ଥର ଭୁଲ କରିଥାଉ। ଯଦି କେହି ତା’କଥାବାର୍ତ୍ତାରେ କଦାପି ଭୁଲି କରେ ନାହିଁ, ତେବେ ସେ ସିଦ୍ଧ ଏବଂ ନିଜକୁ ସମ୍ପୁର୍ଣ୍ଣ ସଂଯୁତ କରିପାରିଛି।


ପ୍ରେମ ଆନ୍ତରିକ ହେବା ଉଚିତ। ଯାହା ସବୁ ଅସତ୍; ତାହା ଘୃଣା କର, ସମସ୍ତ ସତ୍ ବିଷୟରେ ଆସକ୍ତ ହୁଅ।


ଭ୍ରାନ୍ତିରେ ପଡ଼ି ବିଷ୍ଟ ହେବାକୁ ଯାଉଥିବା ଲୋକଙ୍କୁ ଅଗ୍ନିରୁ ଉଦ୍ଧାର କର। ଆଉ କେତେକଙ୍କର ପାପ କଳଙ୍କିତ ବସ୍ତ୍ରକୁ ସୁଦ୍ଧା ଘୃଣା କର, କିନ୍ତୁ ଭୟର ସହ ସେମାନଙ୍କୁ ଦୟା ପ୍ରଦର୍ଶ କର।


ଏହି ବିଷୟରେ ତୁମ ବ୍ୟକ୍ତିଗତ ବିଶ୍ୱାସ କେବଳ ଈଶ୍ୱର ଜାଣନ୍ତୁ। ଯେଉଁ ବ୍ୟକ୍ତି ଉତ୍ତମ ମନେ କରି କୌରସି କାର୍ଯ୍ୟ କରେ, ପୁଣି ସେଥିପାଇଁ ପଛେ ତାକୁ ପଶ୍ଚାତ୍ତାପ କରିବାକୁ ପଡ଼େ ନାହିଁ, ସେ ଧନ୍ୟ।


କିନ୍ତୁ ଈଶ୍ୱର ଯେଉଁ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିଛନ୍ତି, ତାକୁ କେହି ଦୋହଲାଇ ପାରିବେ ନାହିଁ। ସେହି ଭିତ୍ତିପ୍ରସ୍ତର ଉପରେ ଖୋଦିତ ହୋଇଛି: “ଈଶ୍ୱର ତାଙ୍କ ନିଜ ଲୋକମାନଙ୍କୁ ଜାଣନ୍ତି - ଯେ ନିଜକୁ ଈଶ୍ୱରଙ୍କ ଲୋକ ବୋଲି ପରିଚୟ ଦିଏ, ସେ ସବୁ ଦୁଷ୍କର୍ମରୁ ବିମୁଖ ହେଉ।”


ତୁମେ ଧାର୍ମିକତାକୁ ଭଲ ପାଅ ଓ ଅନ୍ୟାୟ ଘୃଣା କର। ସେଥିପାଇଁ ତୁମ ଈଶ୍ୱର ତୁମକୁ ମନୋନୀତ କରିଛନ୍ତି। ଏବଂ ତୁମ ସଙ୍ଗୀମାନଙ୍କ ଅପେକ୍ଷା ତୁମକୁ ଅଧିକତର ସମ୍ମାନ ଦେଇ ଆନନ୍ଦ ପ୍ରଦାନ କରିଛନ୍ତି।”


ଯାହା କରେ, ତାହା ପ୍ରକୃତରେ ମୋର ଇଚ୍ଛା ବିରୁଦ୍ଧରେ କରୁଥିବାରୁ, ବ୍ୟବସ୍ଥା ଯଥାର୍ଥ ବୋଲି ମୁଁ ସ୍ୱୀକାର କରୁଛି।


ତୁମେ ତେବେ ସ୍ୱୀକାର କର ଯେ ତୁମର ପୂର୍ବପୁରୁଷମାନେ ଯାହା କରିଥିଲେ, ସେଥିରେ ତୁମର ସମ୍ମତି ଅଛି। ସେମାନେ ଭାବବାଦୀମାନଙ୍କୁ ହତ୍ୟା କରିଥିଲେ, ଆଉ ତୁମେ ସେମାନଙ୍କର କବର ନିର୍ମାଣ କରୁଛ।


ମୁଁ ତୁମକୁ ଆଉ ଦାସ ବୋଲି କହୁନାହିଁ; କାରଣ ମାଲିକ କଅଣ କରୁଛନ୍ତି, ଦାସ ଜାଣେ ନାହିଁ। ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୋ’ ପିତାଙ୍କଠାରୁ ଯାହା ଯାହା ଶୁଣିଛି, ତାହା ସବୁ ତୁମକୁ ଜଣାଇ ଦେଇଛି।


Swiv nou:

Piblisite


Piblisite