Biblia Todo Logo
Bib sou entènèt

- Piblisite -




ରୋମୀୟ 6:4 - ପବିତ୍ର ବାଇବଲ (CL) NT (BSI)

4 ଜଳଦୀକ୍ଷା ଦ୍ୱାରା ଆମ୍ଭେମାନେ ତାଙ୍କ ମୃତ୍ୟୁରେ ଅଂଶୀ ହୋଇ ତାଙ୍କ ସହିତ କବର ପାଇଛୁ। ସେ ଯେପରି ପିତାଙ୍କ ଗୌରବମୟ ଶକ୍ତି ଦ୍ୱାରା ପୁନରୁତ୍ଥିତ ହେଲେ, ଆମ୍ଭେମାନେ ମଧ୍ୟ ତାଙ୍କ ଯୋଗୁଁ ନୂତନଭାବେ ଜୀବନଯାପନ କରିପାରିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଅତଏବ, ଆମ୍ଭେମାନେ ବାପ୍ତିସ୍ମ ଦ୍ଵାରା ମରଣରେ ତାହାଙ୍କ ସହିତ ସମାଧିପ୍ରାପ୍ତ ହୋଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ଵାରା ମୃତମାନଙ୍କ ମଧ୍ୟରୁ ଯେଉଁପ୍ରକାରେ ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହିପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ;

Gade chapit la Kopi

ଓଡିଆ ବାଇବେଲ

4 ଅତଏବ, ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧିପ୍ରାପ୍ତ ହୋଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତ୍ୟୁମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଅତଏବ, ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧି ପାଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ;

Gade chapit la Kopi

ପବିତ୍ର ବାଇବଲ

4 ଅତଏବ ଆମ୍ଭେ ଯେତେବେଳେ ବାପ୍ତିଜିତ ହେଲୁ, ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ଭିତରେ ସମାଧି ପ୍ରାପ୍ତ ହୋଇଗଲୁ ଓ ତାହାଙ୍କ ମୃତ୍ୟୁର ଭାଗୀଦାର ହେଲୁ। ଖ୍ରୀଷ୍ଟଙ୍କ ସହିତ କବରସ୍ଥ ହେବା ଦ୍ୱାରା ଆମ୍ଭେ ପୁନରୁତ୍‌‌ଥିତ ହୋଇ ନୂତନ ଜୀବନଯାପନ କରିବା। ପରମପିତାଙ୍କର ଆଶ୍ଚର୍ଯ୍ୟ ଶକ୍ତି ଦ୍ୱାରା ଯେପରି ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେଲେ, ସେହିଭଳି ଏହା ଘଟିଲା।

Gade chapit la Kopi




ରୋମୀୟ 6:4
33 Referans Kwoze  

ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେଲେ, ମନୁଷ୍ୟର ନୂତନ ସୃଷ୍ଟି ହୁଏ। ପୁରାତନ ବିଷୟସବୁ ଲୋକ ପାଏ, ନୂତନର ଆବିର୍ଭାବ ହୁଏ।


ଏବଂ ନୂତନ ସ୍ୱଭାବ ଧାରଣ କରିଛ। ମନୁଷ୍ୟର ଏହି ନବୀକରଣ, ସ୍ରଷ୍ଟା ଈଶ୍ୱର ନିଜ ପ୍ରତିମୂର୍ତ୍ତିରେ ଅବିରତ ସାଧନ କରୁଛନ୍ତି। ଏଥିଦ୍ୱାରା ତୁମ୍ଭେମାନେ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନପ୍ରାପ୍ତ ହେଉଛ।


ବର୍ତ୍ତମାନ ଆମେମାନେ ବ୍ୟବସ୍ଥାର କର୍ତ୍ତୃତ୍ୱରୁ ମୁକ୍ତି ପାଉଛୁ, କାରଣ ଯାହା ଦିନେ ଆମକୁ ବନ୍ଦୀ କରି ରଖିଥିଲା, ସେଥିପ୍ରତି ଆମେ ଏବେ ମୃତ। ଆମେ ଆଉ ପୂର୍ବପରି ଲିଖିତ ବ୍ୟବସ୍ଥାର ସେବା କରୁ ନାହୁଁ, ପବିତ୍ରଆତ୍ମା ପ୍ରଦର୍ଶିତ ପଥରେ ବର୍ତ୍ତମାନ ଆମେ ଚାଲିଛୁ।


ସେମାନେ ତୁମ୍ଭମାନଙ୍କ ପରିତ୍ରାଣ ସାଧନ କରୁଥିବା ଜଳଦୀକ୍ଷାର ପ୍ରତୀକ। ଏହି ଜଳଦୀକ୍ଷା ତୁମ ଦେହର ମଳିନତା ଦୂର କରେ ନାହିଁ- ତାହା ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ତୁମ ବିବେକକୁ ଶୁଚି କରିବା ପାଇଁ ଈଶ୍ୱରଙ୍କ ନିକଟେରେ ଆବେଦନ।


ଆମେ ଜାଣୁ, ଖ୍ରୀଷ୍ଟ ମୃତ୍ୟୁରୁ ପୁନରୁତ୍ଥିତ ହୋଇଥିବାରୁ, ସେ ଆଉ କେବେ ମୃତ୍ୟୁଭୋଗ କରିବେ ନାହିଁ। ତାଙ୍କ ଉପରେ ମୃତ୍ୟୁର ଆଉ କର୍ତ୍ତୃତ୍ୱ ନାହିଁ।


ସେ ଦୁର୍ବଳ ହୋଇ କ୍ରୁଶରେ ନିହତ ହେଲେ ମଧ୍ୟ ଈଶ୍ୱରଙ୍କ ପରାକ୍ରମରେ ଏବେ ଜୀବିତ ଅଛନ୍ତି। ତାଙ୍କ ସହିତ ମିଳିତ ହୋଇ ଆମେ ମଧ୍ୟ ଦୁର୍ବଳ ହୋଇଛୁ, କିନ୍ତୁ ତୁମ ସହିତ ଆମ ସର୍ମ୍ପକରେ ଈଶ୍ୱରଙ୍କ ପରାକ୍ରମର ଅଂଶୀ ହୋଇ ଖ୍ରୀଷ୍ଟଙ୍କ ସହିତ ଆମେ ଜୀବତ ହେବା।


ତୁମ୍ଭେମାନେ ଜାଣ, ଜଳଦୀକ୍ଷା ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଆମ୍ଭେମାନେ ତାଙ୍କ ମୃତ୍ୟୁରେ ମଧ୍ୟ ଅଂଶୀ ହୋଇଛୁ।


ଯେ ଈଶ୍ୱରଙ୍କ ସତ୍ତା ଅନୁଭବ କରୁଛି ବୋଲି କହେ, ସେ ଅବିକଳ ଖ୍ରୀଷ୍ଟ ଯୀଶୁଙ୍କ ପରି ଜୀବନ ଯାପନ କରିବା ଉଚିତ।


ଈଶ୍ୱର ପ୍ରଭୁ ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଅଛନ୍ତି ଏବଂ ଆପଣା ଶକ୍ତିରେ ସେ ଆମ୍ଭମାନଙ୍କୁ ମଧ୍ୟ ପୁନର୍ଜୀବିତ କରିବେ।


ଯଦି ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିଥିବା ଈଶ୍ୱରଙ୍କ ଆତ୍ମା ତୁମଠାରେ ବିଦ୍ୟମାନ, ତେବେ ସେହି ଆତ୍ମାଙ୍କ ସାହାଯ୍ୟରେ ଈଶ୍ୱର ତୁମ ମର ଶରୀରକୁ ମଧ୍ୟ ଜୀବନ୍ତ କରିବେ।


ତେଣୁ ପ୍ରଭୁଙ୍କ ନାମରେ ମୁଁ ତୁମ୍ଭମାନଙ୍କୁ ସତର୍କ କରି ଦେଉଛି। ବିଧର୍ମୀମାନଙ୍କ ପରି ଆଉ ଜୀବନ ଯାପନ କର ନାହିଁ। ସେମାନଙ୍କର ଚିନ୍ତା ଅସାର


(ତୁମ୍ଭମାନଙ୍କ ସ୍ୱାଭାବିକ ଦୁର୍ବଳତା ହେତୁ, ଏ ସବୁ କଥା ମୁଁ ଚଳନ୍ତି ଭାଷାରେ କହୁଛି।) ଦିନେ ତୁମେ ଅଶୁଚିତା ଓ ଜଘନ୍ୟ ଦୁଷ୍କର୍ମରେ ନିଜ ନିଜକୁ ଲିପ୍ତ ରଖିଥିଲ। ସେହିପରି ବର୍ତ୍ତମାନ ପବିତ୍ର ହେବା ପାଇଁ ଧାର୍ମିକତା ନିକଟରେ ନିଜକୁ ସର୍ବତୋଭାବେ ଉତ୍ସର୍ଗ କର।


ଯୀଶୁ ତାଙ୍କୁ କହିଲେ, “ତୁମେ ବିଶ୍ୱାସ କଲେ, ଈଶ୍ୱରଙ୍କ ମହିମା ଦେଖିବ ବୋଲି ମୁଁ କ’ଣ କହି ନ ଥିଲି?”


କିନ୍ତୁ ଈଶ୍ୱର ତାଙ୍କୁ ମୃତ୍ୟୁ କବଳରୁ ମୁକ୍ତ କରି ପୁନରୁତ୍ôଥତ କଲେ, କାରଣ ସେ ମୃତ୍ୟୁ ଦ୍ୱାରା ଆବଦ୍ଧ ହୋଇ ରହିବା ଅସମ୍ଭବ।


ମୁନିବଗଣ, ତୁମ୍ଭମାନଙ୍କ ଦାସମାନଙ୍କ ପ୍ରତି ଉପଯୁକ୍ତ ଓ ନ୍ୟାୟ ଆଚରଣ କର। ମନେରଖ, ସ୍ୱର୍ଗରେ ତୁମର ମଧ୍ୟ ଜଣେ ପ୍ରଭୁ ଅଛନ୍ତି।


ତୁମ୍ଭେମାନେ ନିଜେ ଦିନେ ଅନ୍ଧକାରରେ ଥିଲ। କିନ୍ତୁ ବର୍ତ୍ତମାନ ପ୍ରଭୁଙ୍କ ଲୋକ ହୋଇଥିବାରୁ ତୁମ୍ଭେମାନେ ଆଲୋକରେ ରହିଛ। ତେଣୁ ତୁମ୍ଭେମାନେ ଆଲୋକର ସନ୍ତାନମାନଙ୍କ ପରି ଆଚରଣ କର।


ଯୀଶୁ ତାଙ୍କର ଏହି ପ୍ରଥମ ଅଲୌକିକ କାର୍ଯ୍ୟ ଗାଲିଲୀର କାନ୍ନା ସହରରେ କରିଥିଲେ। ସେଠାରେ ସେ ତାଙ୍କର ମହିମା ପ୍ରକାଶ କଲେ ଏବଂ ଶିଷ୍ୟମାନେ ତାଙ୍କଠାରେ ବିଶ୍ୱାସ କଲେ।


ଈଶ୍ୱର ଏହି ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିଛନ୍ତି। ଆମେ ସମସ୍ତେ ଏହାର ସାକ୍ଷୀ।


ଆମ୍ଭେମାନେ ଯୀଶୁଙ୍କ ସହିତ ମୃତ୍ୟୁବରଣ କରିଥିବାରୁ, ତାଙ୍କ ସହିତ ମଧ୍ୟ ଜୀବନ ପାଇବୁ ବୋଲି ବିଶ୍ୱାସ କରୁଛୁ।


Swiv nou:

Piblisite


Piblisite