Biblia Todo Logo
Bib sou entènèt

- Piblisite -




ରୋମୀୟ 5:2 - ପବିତ୍ର ବାଇବଲ (CL) NT (BSI)

2 ସେହି ଯୀଶୁ ଆମ୍ଭମାନଙ୍କ ବିଶ୍ୱାସ ଯୋଗୁଁ ବର୍ତ୍ତମାନ ଆମ ଜୀବନରେ ଈଶ୍ୱରଙ୍କ ଅନୁଗ୍ରହର ଅନୁଭୂତି ପ୍ରଦାନ କରିଛନ୍ତି। ତେଣୁ ଈଶ୍ୱରଙ୍କ ଗୌରବରେ ଅଂଶୀ ହେବାର ଆଶା ଆମ୍ଭମାନଙ୍କୁ ଉତ୍ଫୁଲ୍ଲ କରି ରଖିଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଯେଉଁ ଅନୁଗ୍ରହର ଅବସ୍ଥା ମଧ୍ୟରେ ଆମ୍ଭେମାନେ ଅଛୁ, ସେଥିରେ ତାହାଙ୍କ ଦ୍ଵାରା ବିଶ୍ଵାସରେ ପ୍ରବେଶ ମଧ୍ୟ କରିଅଛୁ; ପୁଣି, ଆମ୍ଭେମାନେ ଈଶ୍ଵରଙ୍କ ଗୌରବର ଭରସାରେ ଦର୍ପ କରୁଅଛୁ।

Gade chapit la Kopi

ଓଡିଆ ବାଇବେଲ

2 ଯେଉଁ ଅନୁଗ୍ରହର ଅବସ୍ଥା ମଧ୍ୟରେ ଆମ୍ଭେମାନେ ଅଛୁ, ସେଥିରେ ତାହାଙ୍କ ଦ୍ୱାରା ବିଶ୍ୱାସରେ ପ୍ରବେଶ ମଧ୍ୟ କରିଅଛୁ; ପୁଣି, ଆମ୍ଭେମାନେ ଈଶ୍ୱରଙ୍କ ଗୌରବର ଭରସାରେ ଦର୍ପ କରୁଅଛୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଯେଉଁ ଅନୁଗ୍ରହର ଅବସ୍ଥା ମଧ୍ୟରେ ଆମ୍ଭେମାନେ ଅଛୁ, ସେଥିରେ ତାହାଙ୍କ ଦ୍ୱାରା ବିଶ୍ୱାସରେ ପ୍ରବେଶ ମଧ୍ୟ କରିଅଛୁ; ପୁଣି, ଆମ୍ଭେମାନେ ଈଶ୍ବରଙ୍କ ଗୌରବର ଭରସାରେ ଦର୍ପ କରୁଅଛୁ।

Gade chapit la Kopi

ପବିତ୍ର ବାଇବଲ

2 ଏବେ ଆମ୍ଭେ ଏହି ଅନୁଗ୍ରହରେ ରହିଛୁ ଓ ଆମ୍ଭେ ପରମେଶ୍ୱରଙ୍କ ଏହି ମହିମାରେ ଭାଗୀଦର ହୋଇଥିବା ଆଶାରେ ଆନନ୍ଦିତ।

Gade chapit la Kopi




ରୋମୀୟ 5:2
43 Referans Kwoze  

ଖ୍ରୀଷ୍ଟଙ୍କ ଦ୍ୱାରା ହିଁ ଇହୁଦୀ ଓ ଅଣଇହୁଦୀ ସମସ୍ତେ ଏକ ଆତ୍ମାରେ ପିତାଙ୍କ ସମ୍ମୁଖକୁ ଆସିବା ପାଇଁ ସକ୍ଷମ ହୋଇଛୁ।


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ଓ ତାଙ୍କଠାରେ ବିଶ୍ୱାସ କରୁଥିବାରୁ ଭରସାର ସହିତ ଈଶ୍ୱରଙ୍କ ସମ୍ମୁଖକୁ ଯିବା ପାଇଁ ଆମର ଏବେ ସାହସ ଅଛି।


ଭାଇମାନେ, ମୁଁ ଯେଉଁ ଶୁଭ ବାର୍ତ୍ତା ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଅଛି, ଯାହା ତୁମ୍ଭେମାନେ ଗ୍ରହଣ କରିଅଛ ଏବଂ ଯାହା ଉପରେ ତୁମ୍ଭମାନଙ୍କର ବିଶ୍ୱାସ ପ୍ରତିଷ୍ଠିତ, ସେହି ବିଷୟ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବା ପାଇଁ ମୁଁ ଚାହେଁ।


ତୁମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟକୁ କଢ଼ାଇ ଆଣିବା ପାଇଁ ଖ୍ରୀଷ୍ଟ ନିଜେ ଧାମର୍ମିକ ହୋଇ ଅଧାର୍ମିକମାନଙ୍କ ପାପର ପ୍ରାୟଶ୍ଚିତ ନିମନ୍ତେ ନିଜର ପ୍ରାଣ ଦେଲେ। ଏହି ପ୍ରାୟଶ୍ଚିତ ସେ ଏକାଥରକେ ଅନନ୍ତ କାଳ ପାଇଁ ସାଧନ କରିଛନ୍ତି। ସେ ଶାରୀରିକ ଭାବରେ ହତ ହେଲେ, କିନ୍ତୁ ଆତ୍ମିକ ଭାବରେ ସଞ୍ଜୀବିତ ହେଲେ


ଦୃଢ଼ ଭରସା ରଖି ଆନନ୍ଦ କର। ଦୁଃଖ ଦୁର୍ଦ୍ଦଶା ସମୟରେ ଧୈର୍ଯ୍ୟ ଧର। ଅନବରତ ପ୍ରାର୍ଥନାରେ ନିବିଷ୍ଟ ରୁହ।


କିନ୍ତୁ ପୁତ୍ରଭାବେ ଈଶ୍ୱରଙ୍କ ଗୃହର ତତ୍ତ୍ୱାବଧାନରେ ଖ୍ରୀଷ୍ଟ ବିଶ୍ୱାସ୍ତ ଅଡ଼ନ୍ତି। ଆମେ ଯଦି ସାହାସ ଧରି ପ୍ରତ୍ୟାଶିତ ବିଷୟ ପାଇବୁ ବୋଲି ଆମ ବିଶ୍ୱାସରେ ଦୃଢ଼ ରହୁ, ତେବେ ଆମେ ଗୃହ ସ୍ୱରୂପ ହେବୁ।


ଆମର ଯେଉଁ ପ୍ରଭୁ ସ୍ୱୟଂ ଯୀଶୁ ଖ୍ରୀଷ୍ଟ ଓ ପିତା ଈଶ୍ୱର ଆମକୁ ପ୍ରେମ କରି ତାଙ୍କର ଅନୁଗ୍ରହ ଦ୍ୱାରା ଆମକୁ ଅଦମ୍ୟ ସାହସ ଓ ଦୃଢ଼ ଭରସା ଦାନ କରିଛନ୍ତି,


ମୁଁ ହେଉଛି ଦ୍ୱାର। ଯେ ମୋ’ ଦେଇ ପ୍ରବେଶ କରେ, ସେ ରକ୍ଷା ପାଇବ ଏବଂ ଭିତରକୁ ଓ ବାହାରକୁ ଯାଇ ଚରା ପାଇବ।


ଏହି ସାମାନ୍ୟ ଓ କ୍ଷଣିକ ଦୁଃଖ ଦୁର୍ଦ୍ଦଶା ଆମ ପାଇଁ ଆଣି ଦେଉଛି ଅତୁଳନୀୟ ଚିରସ୍ଥାୟୀ ଗୌରବର ସମ୍ପଦ।


“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯେ କେହି ମୋ’ କଥାରେ କର୍ଣ୍ଣପାତ କରି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ଲାଭ କରିବ। ସେ ବିଚାରର ସମ୍ମୁଖୀନ ହେବ ନାହିଁ। କାରଣ ସେ ମୃତ୍ୟୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଛି।


ସମସ୍ତ ଭରସାର ଆଧାର, ଈଶ୍ୱର ତୁମ୍ଭମାନଙ୍କ ବିଶ୍ୱାସ ଯୋଗୁଁ ତୁମ୍ଭମାନଙ୍କୁ ଆନନ୍ଦ ଓ ଶାନ୍ତିରେ ପୂର୍ଣ୍ଣ କରନ୍ତୁ। ପବିତ୍ରଆତ୍ମାଙ୍କ ଶକ୍ତିରେ ତୁମମାନଙ୍କର ଭରସା ବୃଦ୍ଧି ପାଉ।


ନଗରୀଟିକୁ ଆଲୋକିତ କରିବା ପାଇଁ ସୂର୍ଯ୍ୟ ବା ଚନ୍ଦ୍ରର ପ୍ରୟୋଜନ ନାହିଁ, କାରଣ ଈଶ୍ୱରଙ୍କ ଗୌରବରେ ତାହା ଜାଜ୍ୱଲ୍ୟମାନ ଏବଂ ମେଷଶାବକ ତାହାର ପ୍ରଦୀପ।


ପୁଣି ସ୍ୱର୍ଗ ସିଂହାସନରୁ ଗୋଟିଏ ବାଣୀ ଉଚ୍ଚାରିତ ହେଲା: “ବର୍ତ୍ତମାନ ଈଶ୍ୱରଙ୍କ ନିବାସ ମନୁଷ୍ୟମାନଙ୍କ ମଧ୍ୟରେ; ସେ ସେମାନଙ୍କ ସଙ୍ଗରେ ବାସ କରିବେ ଏବଂ ସେମାନେ ତାଙ୍କ ନିଜର ଲୋକ ହେବେ। ଈଶ୍ୱର ସେମାନଙ୍କ ସହିତ ବାସ କରିବେ ଓ ସେମାନଙ୍କର ଈଶ୍ୱର ହେବେ।


ଭରସା ଆମ୍ଭମାନଙ୍କୁ ନିରାଶ ହେବାକୁ ଦିଏ ନାହିଁ, କାରଣ ଈଶ୍ୱର ଆମ୍ଭମାନଙ୍କୁ ପବିତ୍ରଆତ୍ମା ଦାନ କରି ଆମ ହୃଦୟରେ ତାଙ୍କ ପ୍ରେମ ଭରି ଦେଇଛନ୍ତି।


ସମସ୍ତେ ପାପ କରିଛନ୍ତି ଓ ଈଶ୍ୱରଙ୍କ ମହିମାର ପୂର୍ଣ୍ଣତାରୁ ବଞ୍ôଚିତ ହୋଇଛନ୍ତି।


କେତେ ଜଣ ଗୌରବ, ସମ୍ମାନ ଓ ଅମରତ୍ୱ ପ୍ରାପ୍ତି ଆଶାରେ ଧୈର୍ଯ୍ୟର ସହିତ ସତ୍‍କର୍ମ କରି ଯାଆନ୍ତି, ସେମାନଙ୍କୁ ଈଶ୍ୱର ଅନନ୍ତ ଜୀବନ ପ୍ରଦାନ କରିବେ।


ଯୀଶୁ ଉତ୍ତର ଦେଲେ, “ମୁଁ ପଥ, ସତ୍ୟ ଓ ଜୀବନ। ମୋ’ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରିବି ନାହିଁ।


ତେଣୁ ଯୀଶୁ ପୁନର୍ବାର କହିଲେ, “ସତ କହୁଛି- ମୁଁ ମେଷମାନଙ୍କ ପାଇଁ ଦ୍ୱାର।


ମଁ ଯେପରି ବିଜୟୀ ହୋଇ ମୋ’ ପିତାଙ୍କ ସହିତ ତାଙ୍କ ସିଂହାସନରେ ବସିଅଛି, ଯେଉଁମାନେ ଜୟ କରିବେ, ସେ ସମସ୍ତଙ୍କୁ ମୁଁ ଠିକ୍ ସେହିପରି ମୋର ସିଂହାସନରେ ମୋ’ ପାଖରେ ବସିବାର ଅଧିକାର ଦେବି।


ତାଙ୍କର ପ୍ରତିଜ୍ଞା ଓ ଶପଥ ଅପରିବର୍ତ୍ତନୀୟ, ତାହା ଭଙ୍ଗ କରି ଈଶ୍ୱର ମିଥ୍ୟାବାଦୀ ହେବେ ନାହିଁ। ଅତଏବ ତାଙ୍କର ଆଶ୍ରିତ ଆମ୍ଭେମାନେ, ସମ୍ମୁଖରେ ଥିବା ଭରସାକୁ ଦୃଢ଼ ରୂପେ ଧରି ରଖିବା ନିମନ୍ତେ ବିଶେଷ ଉତ୍ସାହ ଲାଭ କରୁଛୁ।


କାରଣ ଭରସା ରଖିବା ଦ୍ୱାରା ହିଁ ଆମ୍ଭେମାନେ ମୁକ୍ତି ପାଇଥାଉ। କିନ୍ତୁ ଯାହା ଦୃଶ୍ୟମାନ, ତାହା ପାଇଁ ଭରସା ରଖିବା ପ୍ରକୃତ ଭରସା ନୁହେଁ। କିଏ କଅଣ ଦୃଶ୍ୟମାନ ବିଷୟ ସବୁ ପାଇଁ ଭରସା କରେ?


ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ଜୀବନ ଯାପନ କରନ୍ତି, ସେମାନେ ଆଉ ଦୋଷୀ ବିବେଚିତ ହେବେ ନାହିଁ।


ସେମାନେ ଆଣ୍ଟିୟୋଖରେ ପହଞ୍ଚି ମଣ୍ଡଳୀର ଲୋକମାନଙ୍କୁ ଏକତ୍ରିତ କଲେ। ଈଶ୍ୱର ସେମାନଙ୍କ ପ୍ରତି ଯାହାସବୁ କରିଥିଲେ ଓ ଅଣଇହୁଦୀମାନଙ୍କ ବିଶ୍ୱାସ ପାଇଁ କିପରି ପଥ ଉନ୍ମୁକ୍ତ କରିଥିଲେ, ସେସବୁ ସେମାନଙ୍କୁ ଜଣାଇଲେ।


ମାଲିକ ଖୁସି ହୋଇ କହିଲେ, ‘ଠିକ୍ କରିଛ, ତୁମେ ମୋର ଉପଯୁକ୍ତ ଓ ବିଶ୍ୱସ୍ତ ଦାସ। ତୁମେ ବିଶ୍ୱସ୍ତ ଭାବରେ ଅଳ୍ପ ଧନର କାରବାର କରିପାରିଥିବାରୁ ତୁମ ହାତରେ ବହୁତ ଧନ ଛାଡ଼ି ଦେବି। ଆସ, ମୋ’ ସହିତ ଆନନ୍ଦ କର।’


ଅତଏବ ବର୍ତ୍ତମାନ ଈଶ୍ୱରଦତ୍ତ ଯୁଦ୍ଧସଜ୍ଜା ପରିଧାନ କର; ତା’ହେଲେ ଦୁର୍ଦ୍ଦିନ ସମୟରେ ତୁମ୍ଭେମାନେ ଶତ୍ରୁ ଆକ୍ରମଣକୁ ପ୍ରତିରୋଧ କରିପାରିବ ଓ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରି ସୁଦ୍ଧା ଅଟଳ ରହିବ।


ଆମ ସମସ୍ତଙ୍କ ଅନାବୃତ ମୁଖରେ ଏବେ ପଅଭୁଙ୍କ ମହିମା ପଅତିଫଳିତ ହେଉଛି ଏବଂ ପ୍ରଭୁଙ୍କଠାରୁ ନିସୃତ ସେହି ମହିମାର ପ୍ରଭାବରେ ଆମେ ଅଧିକ ତେଜୋମୟ ଭାବରେ ତାଙ୍କ ସାଦୃଶ୍ୟରେ ରୂପାନ୍ତରିତ ହେଉଛୁ।


ଅନ୍ୟର ଦାସକୁ ବିଚାର କରିବା ପାଇଁ ତୁମେ କିଏ? ସେ ତା’ କାର୍ଯ୍ୟରେ କେତେ ଦୂର ସଫଳ ବା ବିଫଳ ହେଉଛି, ତାହା ତା’ର ମୁନିବ ବିଚାର କରିବେ। ସେ ନିଶ୍ଚୟ ସଫଳ ହେବ, କାରଣ ପ୍ରଭୁ ତାଙ୍କ ଦାସକୁ କୃତକାର୍ଯ୍ୟ କରାଇବା ପାଇଁ ସମର୍ଥ।


ତା’ ସତ୍ୟ। ସେମାନେ ବିଶ୍ୱାସ ନ କରିବାରୁ ଛିନ୍ନ ହେଲେ। ତୁମ୍ଭେମାନେ କେବଳ ବିଶ୍ୱାସ ବଳରେ ସେହି ସ୍ଥାନ ଅଧିକାର ଅଧିକାର କରିଛ। କିନ୍ତୁ ଗର୍ବ ନ କରି ଭୟ କର।


Swiv nou:

Piblisite


Piblisite