Biblia Todo Logo
Bib sou entènèt

- Piblisite -




ରୋମୀୟ 5:11 - ପବିତ୍ର ବାଇବଲ (CL) NT (BSI)

11 କେବଳ ସେତିକି ନୁହେଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱର ଯେଉଁ ସବୁ କାର୍ଯ୍ୟ ସାଧନ କରିଛନ୍ତି, ସେଥିପାଇଁ ଆମର ହୃଦୟ ଉଚ୍ଛ୍ୱସିତ ଆନନ୍ଦରେ ପରିପୂର୍ଣ୍ଣ। ସେହି ଯୀଶୁ ଈଶ୍ୱରଙ୍କ ସହିତ ଆମ୍ଭମାନଙ୍କର ପୁନର୍ମିଳନ କରାଇଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ପୁଣି, କେବଳ ତାହା ନୁହେଁ, କିନ୍ତୁ ଆମ୍ଭମାନଙ୍କ ଯେଉଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଆମ୍ଭେମାନେ ଏବେ ମିଳନ ଲାଭ କରିଅଛୁ; ତାହାଙ୍କ ଦ୍ଵାରା ଆମ୍ଭେମାନେ ଈଶ୍ଵରଙ୍କଠାରେ ଦର୍ପ ମଧ୍ୟ କରୁଅଛୁ।

Gade chapit la Kopi

ଓଡିଆ ବାଇବେଲ

11 ପୁଣି, କେବଳ ତାହା ନୁହେଁ, କିନ୍ତୁ ଆମ୍ଭମାନଙ୍କ ଯେଉଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭେମାନେ ଏବେ ମିଳନ ଲାଭ କରିଅଛୁ; ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କଠାରେ ଦର୍ପ ମଧ୍ୟ କରୁଅଛୁ |

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ପୁଣି, କେବଳ ତାହା ନୁହେଁ, କିନ୍ତୁ ଆମ୍ଭମାନଙ୍କ ଯେଉଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭେମାନେ ଏବେ ମିଳନ ଲାଭ କରିଅଛୁ; ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ବରଙ୍କଠାରେ ଦର୍ପ ମଧ୍ୟ କରୁଅଛୁ।

Gade chapit la Kopi

ପବିତ୍ର ବାଇବଲ

11 ଆମ୍ଭେ ଯେ କେବଳ ରକ୍ଷା ପାଇବୁ ତା’ ନୁହେଁ, ବରଂ ଏବେ ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କଠାରେ ମଧ୍ୟ ଅତ୍ୟଧିକ ଆନନ୍ଦିତ ହେତୁ କେବଳ ଯୀଶୁଙ୍କ ପାଇଁ ଆମ୍ଭେ ଆଜି ପରମେଶ୍ୱରଙ୍କ ମିତ୍ର ଅଟୁ।

Gade chapit la Kopi




ରୋମୀୟ 5:11
28 Referans Kwoze  

ଆମ୍ଭେମାନେ ଈଶ୍ୱରଙ୍କ ଶତ୍ରୁ ଥିବା ସମୟରେ ତାଙ୍କ ପୁତ୍ର ଆମ୍ଭମାନଙ୍କ ପାଇଁ ପ୍ରାଣ ଦେଲେ, ତାହା ଦ୍ୱାରା ଈଶ୍ୱରଙ୍କ ସହିତ ପୁନର୍ମିଳନ ହେଲା ପରେ ବର୍ତ୍ତମାନ ଖ୍ରୀଷ୍ଟଙ୍କ ଜୀବନ ଦ୍ୱାରା ପରିତ୍ରାଣ ପାଇବା ପାଇଁ ଆମେ କେତେ ଅଧିକ ସୁଯୋଗ ନ ପାଇବା?


ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ସବୁବେଳେ ଆନନ୍ଦ କର। ପୁନର୍ବାର କହୁଅଛି, “ଆନନ୍ଦ କର।”


କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ଈଶ୍ୱରଙ୍କୁ ଜାଣି ଅଛ, ଅଥବା ମୁଁ କହିବି, ବର୍ତ୍ତମାନ ଈଶ୍ୱର ତୁମ୍ଭମାନଙ୍କୁ ଜାଣିଛନ୍ତି। ତେବେ ଏହା କିପରି ସମ୍ଭବ ଯେ, ତୁମ୍ଭେମାନେ ପୁଣି ଥରେ ସେହି ହୀନବଳ, ଦୟନୀୟ ଦେବଦେବୀମାନଙ୍କ ନିକଟକୁ ଫେରି ଯିବାକୁ ଚାହୁଁଛ? ତୁମ୍ଭେମାନେ କାହିଁକି ପୁନର୍ବାର ସେମାନଙ୍କ ଦାସ ହେବାକୁ ଇଚ୍ଛା କରୁଛ?


ବର୍ତ୍ତମାନେ ତୁମ୍ଭେମାନେ ତାଙ୍କୁ ନ ଦେଖିଥିଲେ ହଁ ପ୍ରେମ କରୁଛ ଓ ତାଙ୍କଠାରେ ବିଶ୍ୱାସ କରୁଛ।


ଯେହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କୁ ପ୍ରଭୁ ରୂପେ ଗ୍ରହଣ କରିଛ, ତାଙ୍କ ସହିତ ସଂଯୁକ୍ତ ହୋଇ ଜୀବନ ଯାପନ କର।


ଆମେ ପ୍ରକୃତରେ ସୁନ୍ନତପ୍ରାପ୍ତ; ସେମାନେ ନୁହଁନ୍ତି। ଆମେ ପବିତ୍ରଆତ୍ମାଙ୍କ ସାହାଯ୍ୟରେ ଈଶ୍ୱରଙ୍କ ଉପାସନା କରୁଛୁ ଏବଂ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଆନନ୍ଦୋଲ୍ଲାସ କରୁଛୁ। ବାହ୍ୟ ରୀତିନୀତି ଉପରେ ଆମର ଆସ୍ଥା ନାହିଁ।


ପରିଶେଷରେ ଭାଇମାନେ, ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ତୁମ୍ଭେମାନେ ଆନନ୍ଦିତ ହୁଅ। ପୂର୍ବରୁ ଯାହା ଲେଖିଛି, ତାହାର ପୁନରୁକ୍ତି କରିବାକୁ ମୁଁ କ୍ଲାନ୍ତିକର ମନେ କରୁ ନାହିଁ, କାରଣ ତୁମ୍ଭମାନଙ୍କ ସୁରକ୍ଷା ପାଇଁ ଏହା ସାହାଯ୍ୟ କରିବ।


ପବିତ୍ର ଆତ୍ମାଙ୍କ ଦାନ ହେଉଛି; ପ୍ରେମ, ଆନନ୍ଦ, ଶାନ୍ତି, ଧୈର୍ଯ୍ୟ, ଦୟା, ସଦାଚାର, ବିଶ୍ୱସ୍ତତା, ନମ୍ରତା ଏବଂ ଆତ୍ମସଂଯମ। ଏହିପରି ଶ୍ରେୟସ୍କର ବିଷୟ ବିରୁଦ୍ଧରେ ବ୍ୟବସ୍ଥାର କୌଣସି ବିରୋଧ ନାହିଁ।


ପ୍ରଭୁଭୋଜରେ ଆମେ ଯେଉଁ ପାନପାତ୍ର ବ୍ୟବହାର କରୁ, ତାହା ନିମନ୍ତେ ଆମେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥାଉ। ଏହି ପାନପାତ୍ରରୁ ପାନ କରିବାବେଳେ ଆମେ ଖ୍ରୀଷ୍ଟଙ୍କ ରକ୍ତରେ ଅଂଶ ଗ୍ରହଣ କରୁ। ପୁଣି ରୋଟୀ ଭାଙ୍ଗି ଖାଇବା ଦ୍ୱାରା ଆମେ ଖ୍ରୀଷ୍ଟଙ୍କ ଶରୀରରେ ଅଂଶ ଗ୍ରହଣ କରୁ।


କାରଣ ସେମାନେ ପରିତ୍ୟକ୍ତ ହେବା ଦ୍ୱାରା ଈଶ୍ୱରଙ୍କ ସହିତ ସମଗ୍ର ମାନବ ଜାତିର ବନ୍ଧୁତା ସ୍ଥାପନ ହୋଇଛି। ତାହାହେଲେ, ଯଦି ଈଶ୍ୱର ସମୁଦାୟ ଇହୁଦୀ ଜାତିକୁ ଗ୍ରହଣ କରନ୍ତି, ତାହାର ଫଳ କଅଣ ହେବ? ତା’ ହେବ ମୃତ ବ୍ୟକ୍ତି ସଞ୍ଜୀବିତ ହେବା ସଦୃଶ।


ତୁମ୍ଭେମାନେ ନିଜକୁ ଇହୁଦୀ ବୋଲାଉଛ, ବ୍ୟବସ୍ଥା ଉପରେ ନିର୍ଭର କରି ଓ ଈଶ୍ୱରଙ୍କ ସହିତ ନିଜ ସମ୍ପର୍କ ନେଇ ଗର୍ବ କରୁଛ;


କିନ୍ତୁ ଯେଉଁମାନେ ତାଙ୍କୁ ଗ୍ରହଣ କରି ତାଙ୍କଠାରେ ବିଶ୍ୱାସ କଲେ, ସେମାନଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦେଲେ।


ମରିୟମ କହିଲେ, “ମୋର ହୃଦୟ ଈଶ୍ୱରଙ୍କ ପ୍ରଶଂସାରେ ପରିପୂର୍ଣ୍ଣ;


ବର୍ତ୍ତମାନ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇଛୁ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଯୋଗୁଁ ଈଶ୍ୱରଙ୍କ ସହିତ ଆମର ପ୍ରତିଷ୍ଠା ହୋଇଛି।


ସବୁ ପ୍ରକାର ଦୁଃଖ କ୍ଲେଶରେ ମଧ୍ୟ ଆମ୍ଭେମାନେ ଆନନ୍ଦ ଅନୁଭବ କରୁଛୁ, କାରଣ ବିଚଳିତ ନ ହୋଇ କ୍ଳେଶ ସହିବା ଦ୍ୱାରା ମନରେ ଧୈର୍ଯ୍ୟ ଆସେ।


ଆମ୍ଭେମାନେ ଈଶ୍ୱରଙ୍କ ପ୍ରଥମ ଦାନ ସ୍ୱରୂପ ପବିତ୍ରଆତ୍ମାଙ୍କୁ ପାଇଛୁ; ତଥାପି ଈଶ୍ୱରଙ୍କ ପରିବାରଭୁକ୍ତ ହୋଇ ସର୍ବତୋଭାବେ ମୁକ୍ତି ପାଇବା ପାଇଁ ଆମେ ମଧ୍ୟ ଅପେକ୍ଷା କରି ଅନ୍ତରରେ ଆର୍ତ୍ତନାଦ କରୁଛୁ।


କେବଳ ସେତିକି ନୁହେଁ। ରିବିକାଙ୍କ ଦୁଇ ପୁତ୍ର ଏକ ପିତା ଯିସାହାକଠାରୁ ଜାତ ହୋଇଥିଲେ ସୁଦ୍ଧା,


କେବଳ ସେତିକି ନୁହେଁ, ପ୍ରଭୁଙ୍କ ଗୌରବ ଓ ଆମ୍ଭମାନଙ୍କ ଶୁଭେଚ୍ଛା ପ୍ରକାଶ କରିବା ପାଇଁ ଯେଉଁ ଅନୁଗ୍ରହର କାର୍ଯ୍ୟ ଆମେ ଗ୍ରହଣ କରିଛୁ, ସେଥିରେ ଆମର ସହଯାତ୍ରୀ ହେବା ପାଇଁ ବିଭିନ୍ନ ମଣ୍ଡଳୀ ତାଙ୍କୁ ମନୋନୀତ କରିଛି।


Swiv nou:

Piblisite


Piblisite