Biblia Todo Logo
Bib sou entènèt

- Piblisite -




ରୋମୀୟ 5:10 - ପବିତ୍ର ବାଇବଲ (CL) NT (BSI)

10 ଆମ୍ଭେମାନେ ଈଶ୍ୱରଙ୍କ ଶତ୍ରୁ ଥିବା ସମୟରେ ତାଙ୍କ ପୁତ୍ର ଆମ୍ଭମାନଙ୍କ ପାଇଁ ପ୍ରାଣ ଦେଲେ, ତାହା ଦ୍ୱାରା ଈଶ୍ୱରଙ୍କ ସହିତ ପୁନର୍ମିଳନ ହେଲା ପରେ ବର୍ତ୍ତମାନ ଖ୍ରୀଷ୍ଟଙ୍କ ଜୀବନ ଦ୍ୱାରା ପରିତ୍ରାଣ ପାଇବା ପାଇଁ ଆମେ କେତେ ଅଧିକ ସୁଯୋଗ ନ ପାଇବା?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 କାରଣ ଆମ୍ଭେମାନେ ଶତ୍ରୁ ଥିବା ସମୟରେ ଯଦି ଈଶ୍ଵରଙ୍କ ସହିତ ତାହାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ଵାରା ମିଳିତ ହେଲୁ, ତାହାହେଲେ ଏହା ଅଧିକ ସୁନିଶ୍ଚିତ ଯେ, ଆମ୍ଭେମାନେ ମିଳିତ ହୋଇ ତାହାଙ୍କ ଜୀବନ ଦ୍ଵାରା ପରିତ୍ରାଣ ପାଇବା।

Gade chapit la Kopi

ଓଡିଆ ବାଇବେଲ

10 କାରଣ ଆମ୍ଭେମାନେ ଶତ୍ରୁ ଥିବା ସମୟରେ ଯଦି ଈଶ୍ୱରଙ୍କ ସହିତ ତାହାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ମିଳିତ ହେଲୁ, ତାହାହେଲେ ଏହା ଅଧିକ ସୁନିଶ୍ଚିତ ଯେ, ଆମ୍ଭେମାନେ ମିଳିତ ହୋଇ ତାହାଙ୍କ ଜୀବନ ଦ୍ୱାରା ପରିତ୍ରାଣ ପାଇବା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 କାରଣ ଆମ୍ଭେମାନେ ଶତ୍ରୁ ଥିବା ସମୟରେ ଯଦି ଈଶ୍ବରଙ୍କ ସହିତ ତାହାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ମିଳିତ ହେଲୁ, ତାହାହେଲେ, ଆମ୍ଭେମାନେ ମିଳିତ ହୋଇ ତାହାଙ୍କ ଜୀବନ ଦ୍ୱାରା ନିଶ୍ଚୟ ପରିତ୍ରାଣ ପାଇବା।

Gade chapit la Kopi

ପବିତ୍ର ବାଇବଲ

10 ମୋ’ କହିବା ଅର୍ଥ ଯେ ଆମ୍ଭେ ପରମେଶ୍ୱରଙ୍କର ଶତ୍ରୁ ହୋଇଥିଲେ ମଧ୍ୟ, ସେ ନିଜ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ଆମ୍ଭ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି। ସେଥିପାଇଁ ଏବେ ଯେହେତୁ ଆମ୍ଭେ ପରମେଶ୍ୱରଙ୍କର ମିତ୍ର, ପରମେଶ୍ୱର ତାଙ୍କ ପୁତ୍ରଙ୍କ ଜୀବନ ମାଧ୍ୟମରେ ଆମ୍ଭକୁ ନିଶ୍ଚିତ ଭାବରେ ରକ୍ଷା କରିବେ।

Gade chapit la Kopi




ରୋମୀୟ 5:10
29 Referans Kwoze  

ଈଶ୍ୱର କଦାପି ଆମର ବିପକ୍ଷ ନୁହନ୍ତି, କାରଣ ସେ ନିଜ ପୁତ୍ରଙ୍କୁ ମଧ୍ୟ ରକ୍ଷା ନ କରି ଆମ୍ଭମାନଙ୍କ ପାଇଁ ଦାନ କରିଛନ୍ତି। ତାହାହେଲେ, ସେ କଅଣ ଆମ୍ଭମାନଙ୍କୁ ସବୁ ବିଷୟ ଦାନ କରିବେ ନାହିଁ?


କ୍ରୁଶରେ ତାଙ୍କ ମୃତ୍ୟୁଭୋଗ ଦ୍ୱାରା ଖ୍ରୀଷ୍ଟ ସେହି ଜାତିମାନଙ୍କ ମଧ୍ୟରେ ଥିବା ଶତ୍ରୁତାକୁ ବିଲୋପ କରିଛନ୍ତି; କ୍ରୁଶ ଦ୍ୱାରା ସେ ଉଭୟ ଜାତିକୁ ସମ୍ମିଳିତ କରି ଏକ ଶରୀର ସ୍ୱରୂପ କରିଛନ୍ତି ଏବଂ ଈଶ୍ୱରଙ୍କ ନିକଟକୁ ସେମାନଙ୍କୁ ଫେରାଇ ଆଣିଛନ୍ତି।


ମୁଁ ସ୍ୱୟଂଜୀବୀ; ମୃତ୍ୟୁ ବରଣ କରିଥିଲି, କିନ୍ତୁ ମୁଁ ଏବେ ଜୀବିତ - ଅନନ୍ତ କାଳ ଜୀବିତ ରହିବି। ମୃତ୍ୟୁ ଓ ପରଲୋକର ଚାବି ମୋ’ ହାତରେ ଅଛି।


ତେଣୁ ଯେଉଁମାନେ ତାଙ୍କ ଦ୍ୱାରା ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ଉଦ୍ଧାର କରିବାକୁ ସେ ବର୍ତ୍ତମାନ ତଥା ଚିରକାଳ ସମର୍ଥ, କାରଣ ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଛାମୁରେ ନିବେଦନ କରିବାକୁ ସେ ଚିରକାଳ ଜୀବିତ।


ତେବେ କିଏ ସେମାନଙ୍କୁ ଆଉ ଦୋଷୀ କରିପାରିବ? ଖ୍ରୀଷ୍ଟ ଯୀଶୁ ତା’ କେବେ କରିବେ ନାହିଁ, କାରଣ ସେ ମୃତ୍ୟୁରୁ ପୁନରୁତ୍ଥିତ ହୋଇ ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ ହୋଇ ଅଛନ୍ତି।


ମାନବ ପ୍ରକୃତିର ବଶୀଭୂତ ହେବା ଦ୍ୱାରା ବ୍ୟକ୍ତି ଈଶ୍ୱରଙ୍କ ଶତ୍ରୁ ହୁଏ; କାରଣ ସେ ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କରେ ନାହିଁ- ସେ ତା’ କରିବାକୁ ଅସମର୍ଥ।


ଏହାର ଅର୍ଥ ହେଉଛି, ସବୁ ବିଷୟରେ ତାଙ୍କର ଭ୍ରାତାମାନଙ୍କ ସଦୃଶ ହେବା ତାଙ୍କର ପ୍ରୟୋଜନ ଥିଲା, ଯାହା ଫଳରେ ସେ ସେମାନଙ୍କର ବିଶ୍ୱସ୍ତ ଓ ଦୟାଳୁ ମହାଯାଜକ ହୋଇ ଈଶ୍ବରଙ୍କ ସେବା କରିପାରିବେ ଏବଂ ମନୁଷ୍ୟମାନେ ପାପକ୍ଷମା ପାଇବେ।


କାରଣ ଖ୍ରୀଷ୍ଟ ସମ୍ପୂର୍ଣ୍ଣ ନିଷ୍ଠାପ ଥିଲେ ସୁଦ୍ଧା, ଈଶ୍ୱର ତାଙ୍କୁ ଆମ ପାଇଁ ପାପ ସ୍ୱରୂପ କଲେ, ଆମେ ଯେପିର ତାଙ୍କ ସହିତ ଯଂଯୁକ୍ତ ହୋଇ ଈଶ୍ୱରଙ୍କ ଧାର୍ମିକତାର ଅଂଶୀ ହୋଇ ପାରିବା।


ତୁମ୍ଭମାନଙ୍କ ମଙ୍ଗଳାର୍ଥେ ଇହୁଦୀମାନେ ସୁସମାଚାରକୁ ପ୍ରତ୍ୟାଖ୍ୟାନ କରି ଈଶ୍ୱରଙ୍କ ଶତ୍ରୁ ହୋଇଛନ୍ତି। କିନ୍ତୁ ଈଶ୍ୱରଙ୍କ ଦ୍ୱାରା ମନୋନୀତ ହେବା ଦ୍ୱାରା ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଯୋଗୁଁ ସେମାନେ ଈଶ୍ୱରଙ୍କ ମିତ୍ର ହୋଇ ରହିଛନ୍ତି।


କେବଳ ସେତିକି ନୁହେଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱର ଯେଉଁ ସବୁ କାର୍ଯ୍ୟ ସାଧନ କରିଛନ୍ତି, ସେଥିପାଇଁ ଆମର ହୃଦୟ ଉଚ୍ଛ୍ୱସିତ ଆନନ୍ଦରେ ପରିପୂର୍ଣ୍ଣ। ସେହି ଯୀଶୁ ଈଶ୍ୱରଙ୍କ ସହିତ ଆମ୍ଭମାନଙ୍କର ପୁନର୍ମିଳନ କରାଇଛନ୍ତି।


ଅଳ୍ପ ସମୟ ପରେ ଜଗତ ମୋତେ ଆଉ ଦେଖିବ ନାହିଁ, କିନ୍ତୁ ତୁମ୍ଭେମାନେ ଦେଖିବ ଏବଂ ଯେହେତୁ ମୁଁ ଚିରଞ୍ଜୀବୀ, ତୁମେ ମଧ୍ୟ ମୋ’ ସହିତ ଜୀବିତ ରହିବ।


ଜୀବନ୍ତ ପିତା ଈଶ୍ୱର ମୋତେ ପ୍ରେରଣ କରିଛନ୍ତି; ତାଙ୍କ ଯୋଗୁଁ ମୁଁ ମଧ୍ୟ ଜୀବିତ। ସେହିପରି ଯେ ମୋତେ ଭୋଜନ କରେ, ମୋ’ ଯୋଗୁଁ ସେ ମଧ୍ୟ ଜୀବିତ ରହିବ।


କାରଣ ପିତା ଚାହାଁନ୍ତି, ଯେଉଁମାନେ ତାଙ୍କ ପୁତ୍ରଙ୍କୁ ଦେଖି ତାଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ଅନନ୍ତ ଜୀବନ ଲାଭ କରନ୍ତୁ। ଏଣୁ ଶେଷ ଦିନରେ ମୁଁ ସେ ସମସ୍ତଙ୍କୁ ପୁନର୍ଜୀବିତ କରିବି।”


ପିତା ଯେପରି ଜୀବନର ଉତ୍ସ, ପୁତ୍ରଙ୍କୁ ମଧ୍ୟ ସେହିପରି ସେ ଜୀବନର ଉତ୍ସ କରିଛନ୍ତି।


ଆମ୍ଭେମାନେ ଅସହାୟ ଥିବାବେଳେ ଈଶ୍ୱରଙ୍କ ନିରୂପିତ ସମୟରେ ଖ୍ରୀଷ୍ଟ ପାପୀମାନଙ୍କ ପାଇଁ ମୃତ୍ୟୁଭୋଗ କଲେ।


ସୁତରାଂ ଆମେ ଖ୍ରୀଷ୍ଟଙ୍କ ସପକ୍ଷରେ ଏ କଥା କହୁଛୁ। ସ୍ୱୟଂ ଈଶ୍ୱର ଆମ ସ୍ୱାରା ଏହି ଆହ୍ନାନ ଦେଇଛନ୍ତି ବୋଲି ମନେ କରିବାକୁ ହେବ। ଖ୍ରୀଷ୍ଟଙ୍କ ପକ୍ଷରୁ ଆମେ ବିନତି କରୁଛୁଳ ଈଶ୍ୱରଙ୍କ ସହିତ ପୁନର୍ମିଳିତ ହୁଅ,


ପ୍ରକୃତରେ ଆମେ ସମସ୍ତେ ସେମାନଙ୍କ ପରି ଥିଲୁ ଏବଂ ଶରୀର ଓ ମନର ଅଭିଳାଷକୁ ଚରିତାର୍ଥ କରି ଜୀବନ ଯାପନ କରୁଥିଲୁ। ସ୍ୱଭାବତଃ, ଅନ୍ୟମାନଙ୍କ ପରି ଆମେ ମଧ୍ୟ ଈଶ୍ୱରଙ୍କ କ୍ରୋଧର ପରିଣାମ ଭୋଗ କରିବାକୁ ଯାଉଥିଲୁ।


ପିଲାମାନେ, ତୁମ୍ଭମାନଙ୍କୁ ମୋର ଏହି ଚିଠି ଲେଖିବାର ଉଦ୍ଦେଶ୍ୟ, ଏହି ପଢ଼ି ଯେପରି ଆଉ ପାପ କରିବ ନାହିଁ। ପୁଣି ତୁମ୍ଭେମାନେ ଯେପରି ଜାଣିବ, କେହି ଯଦି ପାପ କରେ, ଆମ ପାଇଁ ପିତା ଈଶ୍ୱରଙ୍କଠାରେ କୃପାଭିକ୍ଷଶ କରିବାକୁ ଜଣେ ମହାପୁଣ୍ୟବାନ ବ୍ୟକ୍ତିଅଛନ୍ତି- ପ୍ରଭୁଯୀଶୁ ଖ୍ରୀଷ୍ଟ।


ଏହା ହିଁ ପ୍ରକୃତ ପ୍ରେମ- ଆମେ ଈଶ୍ୱରଙ୍କୁ ପ୍ରେମ କରି ନାହୁଁ, ଅଥଚ ସେ ଆମକୁ ପ୍ରେମ କରି, ଆମ ପାପର ପ୍ରାୟଶ୍ଚିତ ହେବା ନିମନ୍ତେ ତାଙ୍କ ପୁତ୍ରଙ୍କୁ ପ୍ରେରଣ କଲେ।


Swiv nou:

Piblisite


Piblisite