Biblia Todo Logo
Bib sou entènèt

- Piblisite -




ରୋମୀୟ 4:9 - ପବିତ୍ର ବାଇବଲ (CL) NT (BSI)

9 ଏଠାରେ ଦାଉଦ ଯେଉଁମାନଙ୍କୁ ଧନ୍ୟ ବୋଲି କହିଛନ୍ତି, ସେମାନେ କଅଣ କେବଳ ସୁନ୍ନତ ଲୋକ ଥିଲେ? ନା, ଅସୁନ୍ନତ ଲୋକେ ମଧ୍ୟ ଧନ୍ୟ ହୋଇ ପାରିବେ। ଆମେ କହୁଛୁ- ଅବ୍ରହାମ ବିଶ୍ୱାସଦ୍ୱାରା ଧାର୍ମିକ ବିବେଚିତ ହେଲେ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ତାହାହେଲେ ସୁନ୍ନତିମାନଙ୍କୁ ଏପରି ଧନ୍ୟ ବୋଲି କୁହାଯାଏ, ବା ଅସୁନ୍ନତିମାନଙ୍କୁ ମଧ୍ୟ କୁହାଯାଏ? ଯେଣୁ ଆମ୍ଭେମାନେ କହୁ, ଅବ୍ରହାମଙ୍କ ବିଶ୍ଵାସ ତାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା।

Gade chapit la Kopi

ଓଡିଆ ବାଇବେଲ

9 ତାହାହେଲେ ସୁନ୍ନତିମାନଙ୍କୁ ଏପରି ଧନ୍ୟ ବୋଲି କୁହାଯାଏ, ବା ଅସୁନ୍ନତିମାନଙ୍କୁ ମଧ୍ୟ କୁହାଯାଏ ? ଯେଣୁ ଆମ୍ଭେମାନେ କହୁ, ଅବ୍ରହାମଙ୍କ ବିଶ୍ୱାସ ତାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ତାହାହେଲେ ସୁନ୍ନତିମାନଙ୍କୁ ଏପରି ଧନ୍ୟ ବୋଲି କୁହାଯାଏ, ନା ଅସୁନ୍ନତିପ୍ରାପ୍ତମାନଙ୍କୁ କୁହାଯାଏ? ଯେଣୁ ଆମ୍ଭେମାନେ କହୁ, ଅବ୍ରହାମଙ୍କ ବିଶ୍ୱାସ ତାହାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା।

Gade chapit la Kopi

ପବିତ୍ର ବାଇବଲ

9 ତେବେ ଏହି ଖୁସୀ କ’ଣ କେବଳ ସୁନ୍ନତ ହୋଇଥିବା ଯିହୂଦୀମାନଙ୍କ ପାଇଁ ଅଟେ? ବା ଯେଉଁ ଅଣଯିହୂଦୀମାନେ ସୁନ୍ନତ ହୋଇ ନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ଅଟେ? ଆମ୍ଭେ କହି ସାରିଛୁ ଯେ, ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ ଓ ସେହି ବିଶ୍ୱାସ ଅବ୍ରହାମଙ୍କୁ ତାଙ୍କ ପ୍ରତି ଧାର୍ମିକ କଲା।

Gade chapit la Kopi




ରୋମୀୟ 4:9
14 Referans Kwoze  

ଈଶ୍ୱର ଅବ୍ରାହାମଙ୍କୁ ଯେଉଁ ଆଶୀର୍ବାଦ ପ୍ରଦାନ କରିବାକୁ ପ୍ରତିଜ୍ଞା କରିଥିଲେ, ଅଣଇହୁଦୀମାନେ ମଧ୍ୟ ଯେପରି ତାହା ଲାଭ କରି ପାରିବେ, ଏଥିପାଇଁ ଖ୍ରୀଷ୍ଟ ଏହି କାର୍ଯ୍ୟ ସାଧନ କରିଛନ୍ତି। ତେଣୁ ବିଶ୍ୱାସ ଦ୍ୱାରା ଆମେ ମଧ୍ୟ ଈଶ୍ୱରଙ୍କ ପ୍ରତିଶ୍ରୁତି ଅନୁସାରେ ପବିତ୍ର ଆତ୍ମା ଲାଭ କରିପାରିବୁ।


ଫଳରେ, ଇହୁଦୀ, ଅଣଇହୁଦୀ, ସୁନ୍ନତ ଓ ଅସୁନ୍ନତ, ମ୍ଲେଚ୍ଛ, ବର୍ବର, କ୍ରୀତଦାସ ବା ସ୍ୱାଧୀନ ବ୍ୟକ୍ତି ମଧ୍ୟରେ ଆଉ କୌଣସି ପ୍ରଭେଦ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କ ମଧ୍ୟରେ ଅଛନ୍ତି ଓ ସେ ହେଉଛନ୍ତି ସର୍ବେସର୍ବା।


ମୁଁ ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ସମସ୍ତଙ୍କଠାରୁ କ୍ଷୁଦ୍ରତମ, ତଥାପି ଅଣଇହୁଦୀମାନଙ୍କ ନିକଟକୁ ଖ୍ରୀଷ୍ଟଙ୍କର ଅପରିମିତ ସମ୍ପଦର ବାର୍ତ୍ତା ଘେନି ଯିବା ପାଇଁ ମୋତେ ଈଶ୍ୱର ସୁଯୋଗ ଦେଇଛନ୍ତି।


ଶାସ୍ତ୍ର ଅନୁଯାୟୀ, “ଅବ୍ରାହାମ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ଏହି ବିଶ୍ୱାସ ଯୋଗୁଁ ଈଶ୍ୱର ତାଙ୍କୁ ଧାର୍ମିକ ରୂପେ ଗ୍ରହଣ କଲେ।”


ଏକ ଜ୍ୟୋତି ପ୍ରଦାନ କରିଛ ଅଣଇହୁଦୀମାନଙ୍କ ନିକଟରେ ତୁମ ଇଚ୍ଛା ପ୍ରକାଶ କରିବା ପାଇଁ ଏବଂ ତୁମର ଇଶ୍ରାୟେଲୀୟ ଲୋକମାନଙ୍କୁ ଗୌରବାନ୍ୱିତ କରିବା ପାଇଁ।”


ଏହା କେଉଁ ସମୟରେ ଘଟିଥିଲା? ଅବ୍ରାହମ ସୁନ୍ନତ ହେବା ପରେ ନା, ତା’ ପୂର୍ବରୁ? ପୂର୍ବରୁ, ପରେ ନୁହେଁ।


Swiv nou:

Piblisite


Piblisite