Biblia Todo Logo
Bib sou entènèt

- Piblisite -




ରୋମୀୟ 4:5 - ପବିତ୍ର ବାଇବଲ (CL) NT (BSI)

5 କିନ୍ତୁ ଯେ ନିଜ ଉପରେ ନିର୍ଭର ନ କରି, ଈଶ୍ୱରଙ୍କଠାରେ ବିଶ୍ୱାସ କରେ, ତା’ର ବିଶ୍ୱାସ ଯୋଗୁଁ ଅପରାଧୀକୁ ଦୋଷମୁକ୍ତ କରୁଥିବା ଈଶ୍ୱର ତାକୁ ଧାର୍ମିକରୂପେ ଗ୍ରହଣ କରନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 କିନ୍ତୁ ଯେ କର୍ମ ଉପରେ ନିର୍ଭର କରେ ନାହିଁ, ମାତ୍ର ଅଧାର୍ମିକକୁ ଧାର୍ମିକ ବୋଲି ଯେ ଗଣନା କରନ୍ତି, ତାହାଙ୍କଠାରେ ବିଶ୍ଵାସ କରେ, ତାହା ପକ୍ଷରେ ତାʼର ବିଶ୍ଵାସ ଧାର୍ମିକତା ବୋଲି ଗଣିତ ହୁଏ।

Gade chapit la Kopi

ଓଡିଆ ବାଇବେଲ

5 କିନ୍ତୁ ଯେ କର୍ମ ଉପରେ ନିର୍ଭର କରେ ନାହିଁ, ମାତ୍ର ଅଧାର୍ମିକକୁ ଧାର୍ମିକ ବୋଲି ଯେ ଗଣନା କରନ୍ତି, ତାହାଙ୍କଠାରେ ବିଶ୍ୱାସ କରେ, ତାହା ପକ୍ଷରେ ତା'ର ବିଶ୍ୱାସ ଧାର୍ମିକତା ବୋଲି ଗଣିତ ହୁଏ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 କିନ୍ତୁ ଯେ କର୍ମ ଉପରେ ନିର୍ଭର କରେ ନାହିଁ, ମାତ୍ର ଅଧାର୍ମିକକୁ ଧାର୍ମିକ ବୋଲି ଯେ ଗଣନା କରନ୍ତି, ତେବେ, ତାହା ପକ୍ଷରେ ତାହାର ବିଶ୍ୱାସ ଧାର୍ମିକତା ବୋଲି ଗଣିତ ହୁଏ।

Gade chapit la Kopi

ପବିତ୍ର ବାଇବଲ

5 କିନ୍ତୁ ଜଣେ ଲୋକ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେବା ଭଳି କାମ କରି ପାରେ ନାହିଁ। ତାହାର ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ରହିବା ଉଚିତ୍। ତା'ହେଲେ ପରମେଶ୍ୱର ସେ ଲୋକର ବିଶ୍ୱାସକୁ ଗ୍ରହଣ କରନ୍ତି ଓ ଏହା ତାହାକୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରେ। ପରମେଶ୍ୱର ମନ୍ଦ ଲୋକକୁ ମଧ୍ୟ ଧାର୍ମିକ କରି ପାରନ୍ତି।

Gade chapit la Kopi




ରୋମୀୟ 4:5
24 Referans Kwoze  

ଯେଉଁ ଧାର୍ମିକତା ବ୍ୟବସ୍ଥା ପାଳନ ଦ୍ୱାରା ଲାଭ କରାଯାଇପାରେ, ସେହି ପ୍ରକାର କୌଣସି ନିଜସ୍ୱ ଧାର୍ମିକତା ମୋର ନାହିଁ। ବର୍ତ୍ତମାନ ମୋର ଯେଉଁ ଧାର୍ମିକତା ଅଛି, ତାହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ମିଳେ; ତାହା ଈଶ୍ୱରଙ୍କଠାରୁ ଆସେ ଓ ତାହା ବିଶ୍ୱାସ ଉପରେ ପ୍ରତିଷ୍ଠିତ।


କେବଳ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଲୋକେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୁଅନ୍ତି। ଈଶ୍ୱର କାହା ପ୍ରତି ପକ୍ଷପାତିତା ନ କରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ଏହି ସୁଯୋଗ ଦିଅନ୍ତି।


ମନୁଷ୍ୟକୁ ଧାର୍ମିକ ରୂପେ ଗ୍ରହଣ କରିବା ପାଇଁ ଈଶ୍ୱରନିରୂପିତ ଉପାୟ ଅବଲମ୍ବନ ନ କରି ସେମାନେ ଧାର୍ମିକ ହେବାକୁ ନିଜ ପଥରେ ଚାଲିଛନ୍ତି। ତେଣୁ ସେମାନେ ଈଶ୍ୱରଙ୍କ ସେହି ପଥ ପରିତ୍ୟାଗ କରିଛନ୍ତି।


ଆମ୍ଭେମାନେ ମଧ୍ୟ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଧାର୍ମିକରୂପେ ଗୃହୀତ ହେବୁ। ଈଶ୍ୱର ପ୍ରଭୁ ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିଛନ୍ତି।


ଶାସ୍ତ୍ର ଅନୁଯାୟୀ, “ଅବ୍ରାହାମ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ଏହି ବିଶ୍ୱାସ ଯୋଗୁଁ ଈଶ୍ୱର ତାଙ୍କୁ ଧାର୍ମିକ ରୂପେ ଗ୍ରହଣ କଲେ।”


ଯୀଶୁ ଉତ୍ତର ଦେଲେ: “ଯାହାଙ୍କୁ ଈଶ୍ୱର ପ୍ରେରଣ କରିଛନ୍ତି, ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତୁମ୍ଭେମାନେ ତାହା କରିପାରିବ।”


“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯେ କେହି ମୋ’ କଥାରେ କର୍ଣ୍ଣପାତ କରି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ଲାଭ କରିବ। ସେ ବିଚାରର ସମ୍ମୁଖୀନ ହେବ ନାହିଁ। କାରଣ ସେ ମୃତ୍ୟୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଛି।


ଯୀଶୁ କହିଲେ, “ହଁ! ଯେ ବିଶ୍ୱାସ କରେ, ତା’ ପକ୍ଷରେ ସବୁ ସମ୍ଭବ।”


ଯେଉଁ ଲୋକର କ୍ରିୟାକର୍ମ ପ୍ରତି ଦୃଷ୍ଟି ନ ଦେଇ ଈଶ୍ୱର ତାକୁ ଧାର୍ମିକ ବୋଲି ଗ୍ରହଣ କରନ୍ତି, ତାକୁ ପ୍ରଶଂସା କରି ଦାଉଦ କହିଛନ୍ତି:


Swiv nou:

Piblisite


Piblisite