Biblia Todo Logo
Bib sou entènèt

- Piblisite -




ରୋମୀୟ 4:3 - ପବିତ୍ର ବାଇବଲ (CL) NT (BSI)

3 ଶାସ୍ତ୍ର ଅନୁଯାୟୀ, “ଅବ୍ରାହାମ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ଏହି ବିଶ୍ୱାସ ଯୋଗୁଁ ଈଶ୍ୱର ତାଙ୍କୁ ଧାର୍ମିକ ରୂପେ ଗ୍ରହଣ କଲେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 କାରଣ ଶାସ୍ତ୍ର କଅଣ କୁହେ? ଅବ୍ରହାମ ଈଶ୍ଵରଙ୍କଠାରେ ବିଶ୍ଵାସ କଲେ, ଆଉ ତାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା।

Gade chapit la Kopi

ଓଡିଆ ବାଇବେଲ

3 କାରଣ ଶାସ୍ତ୍ର କ'ଣ କୁହେ ? ଅବ୍ରହାମ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ, ଆଉ ତାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 କାରଣ ପବିତ୍ର ଶାସ୍ତ୍ର କଅଣ କୁହେ? ଅବ୍ରହାମ ଈଶ୍ବରଙ୍କଠାରେ ବିଶ୍ୱାସ କଲେ, ଆଉ ତାହାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା।

Gade chapit la Kopi

ପବିତ୍ର ବାଇବଲ

3 ଶାସ୍ତ୍ର କୁହେ, “ଅବ୍ରହାମ ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଲେ। ପରମେଶ୍ୱର ତାହାଙ୍କର ବିଶ୍ୱାସକୁ ଗ୍ରହଣ କଲେ। ଏହା ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଅବ୍ରହାମ ଧାର୍ମିକ ହେଲେ।”

Gade chapit la Kopi




ରୋମୀୟ 4:3
16 Referans Kwoze  

ଏହା ଦ୍ୱାରା ଧର୍ମଶାସ୍ତ୍ର ଉକ୍ତି ସଫଳ ହେଲା: “ଅବ୍ରାହାମ ଈଶ୍ୱରଙ୍କୁ ବିଶ୍ୱାସ କଲେ ଏବଂ ତାଙ୍କର ବିଶ୍ୱାସ କଲେ ଏବଂ ତାଙ୍କର ବିଶ୍ୱାସ ହେତୁ ଈଶ୍ୱରଙ୍କ ଦୃଷ୍ଟିରେ ସେ ଧାର୍ମିକ ରୂପେ ଗଣ୍ୟ ହେଲେ।” ପୁଣି ଅବ୍ରାହାମ ଈଶ୍ୱରଙ୍କ ବନ୍ଧୁ ବୋଲି ପରିଚିତ ହେଲେ।


ଏଠାରେ ଦାଉଦ ଯେଉଁମାନଙ୍କୁ ଧନ୍ୟ ବୋଲି କହିଛନ୍ତି, ସେମାନେ କଅଣ କେବଳ ସୁନ୍ନତ ଲୋକ ଥିଲେ? ନା, ଅସୁନ୍ନତ ଲୋକେ ମଧ୍ୟ ଧନ୍ୟ ହୋଇ ପାରିବେ। ଆମେ କହୁଛୁ- ଅବ୍ରହାମ ବିଶ୍ୱାସଦ୍ୱାରା ଧାର୍ମିକ ବିବେଚିତ ହେଲେ,


କିନ୍ତୁ ଯେ ନିଜ ଉପରେ ନିର୍ଭର ନ କରି, ଈଶ୍ୱରଙ୍କଠାରେ ବିଶ୍ୱାସ କରେ, ତା’ର ବିଶ୍ୱାସ ଯୋଗୁଁ ଅପରାଧୀକୁ ଦୋଷମୁକ୍ତ କରୁଥିବା ଈଶ୍ୱର ତାକୁ ଧାର୍ମିକରୂପେ ଗ୍ରହଣ କରନ୍ତି।


ସୁନ୍ନତ ହେବା ପୂର୍ବରୁ ଅବ୍ରାହାମଙ୍କ ବିଶ୍ୱାସ ଯୋଗୁଁ ଈଶ୍ୱର ତାଙ୍କୁ ଧାର୍ମିକ ରୂପେ ଗ୍ରହଣ କରିଥିଲେ। ଏହା ଜଣାଇବା ପାଇଁ ଏକ ଚିହ୍ନ ସ୍ୱରୂପେ ଅବ୍ରାହାମ ଏହି ସୁନ୍ନତ ବିଧି ପାଳନ କରିଥିଲେ। ଅତଏବ, ଯେଉଁମାନେ ସୁନ୍ନତ ନ ହୋଇ ମଧ୍ୟ ଈଶ୍ୱରଙ୍କ ଦ୍ୱାରା ଧାର୍ମିକ ବୋଲି ଗୃହୀତ, ଆଧ୍ୟାତ୍ମିକଭାବେ ଅବ୍ରାହାମ ସେମାନଙ୍କ ପିତା।


ଈଶ୍ୱର ଆଦ୍ୟରୁ ମନୋନୀତ କରିଥିବା ତାଙ୍କ ଲୋକମାନଙ୍କୁ କେବେହେଲେ ବର୍ଜ୍ଜନ କରିନାହାନ୍ତି। ତୁମ୍ଭେମାନେ ଶାସ୍ତ୍ରରେ ପାଠ କରିଛ, କିପରି ଏଲିୟ ଈଶ୍ୱରଙ୍କ ନିକଟରେ ଇଶ୍ରାଏଲୀୟମାନଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଥିଲେ:


ଶାସ୍ତ୍ର ଅନୁଯାୟୀ, “ତାଙ୍କଠାରେ ବିଶ୍ୱାସ କରି କେହି ବିଫଳ ହେବ ନାହିଁ।”


ଶାସ୍ତ୍ର ଅନୁଯାୟୀ ଈଶ୍ୱର ମିସର ରାଜାଙ୍କୁ କହିଥିଲେ, “ତୁମ୍ଭ ଦ୍ୱାରା ଆମ୍ଭର ଶକ୍ତି ପ୍ରଦର୍ଶନ କରିବା ପାଇଁ ଓ ସମଗ୍ର ଜଗତରେ ଆମ୍ଭର ମହିମା ପ୍ରକାଶ କରିବା ପାଇଁ ଆମ୍ଭେ ତୁମ୍ଭକୁ ରାଜା କରିଅଛୁ।”


ଶାସ୍ତ୍ରରେ ଏହି କଥା ତୁମେ ନିଶ୍ଚୟ ପଢ଼ିଛ। ‘ଗୃହ ନିର୍ମାଣକାରୀମାନେ ଯେଉଁ ପଥରଟିକୁ ଅଦରକାରୀ ଭାବି ଛାଡ଼ି ଦେଇଥିଲେ, ତାହା ଗୃହର ପ୍ରଧାନ କୋଣପଥର ହେଲା।


ଶାସ୍ତ୍ରର ଏହି ଉକ୍ତିରେ କ’ଣ ସତ୍ୟତା ନାହିଁ ବୋଲି ମନେ କରୁଛ, “ଈଶ୍ୱର ଆମ୍ଭମାନଙ୍କଠାରେ ଯେଉଁ ଆତ୍ମା ସ୍ଥାପନ କରିଛନ୍ତି, ତାହାକୁ ସମ୍ପୁର୍ଣ୍ଣ ଅଧିକାର କରିବା ପାଇଁ ସେ ଉତ୍କଣ୍ଠିତ?”


ଯେଉଁମାନେ ସର୍ବପ୍ରଥମେ କାମରେ ଯୋଗ ଦେଇଛନ୍ତି, ସେମାନଙ୍କ ମଜୁରୀ ଶେଷରେ ଦିଅ। ଉପରଓଳି ପାଞ୍ଚଟାରେ ଯେଉଁମାନେ କାମରେ ଯୋଗ ଦେଇଥିଲେ, ସେମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ରୌପମୁଦ୍ରା ପାଇଲେ।


Swiv nou:

Piblisite


Piblisite