Biblia Todo Logo
Bib sou entènèt

- Piblisite -




ରୋମୀୟ 4:2 - ପବିତ୍ର ବାଇବଲ (CL) NT (BSI)

2 ଯଦି ତାଙ୍କ ନିଜର କର୍ମ ଦ୍ୱାରା ସେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇଥାଆନ୍ତେ, ଗର୍ବ କରିବା ପାଇଁ ତାଙ୍କର କାରଣ ଥିଲା। କିନ୍ତୁ ଈଶ୍ୱରଙ୍କ ଦୃଷ୍ଟିରେ ତା’ ହୋଇ ନ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 କାରଣ ଅବ୍ରହାମ ଯଦି କ୍ରିୟାକର୍ମ ଦ୍ଵାରା ଧାର୍ମିକ ଗଣିତ ହେଲେ, ତେବେ ତାହାଙ୍କ ଗର୍ବର କାରଣ ଅଛି; କିନ୍ତୁ ଈଶ୍ଵରଙ୍କ ନିକଟରେ ନୁହେଁ।

Gade chapit la Kopi

ଓଡିଆ ବାଇବେଲ

2 କାରଣ ଅବ୍ରହାମ ଯଦି କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ହେଲେ, ତେବେ ତାହାଙ୍କ ଗର୍ବର କାରଣ ଅଛି; କିନ୍ତୁ ଈଶ୍ୱରଙ୍କ ନିକଟରେ ନୁହେଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 କାରଣ ଅବ୍ରହାମ ଯଦି କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ହେଲେ, ତେବେ ତାହାଙ୍କ ଗର୍ବର କାରଣ ଅଛି; କିନ୍ତୁ ଈଶ୍ବରଙ୍କ ନିକଟରେ ନୁହେଁ।

Gade chapit la Kopi

ପବିତ୍ର ବାଇବଲ

2 ସେ ବିଶ୍ୱାସ ବିଷୟରେ କ’ଣ ଶିଖିଲେ? ଅବ୍ରହାମ ଯଦି ନିଜର କର୍ମ ପାଇଁ ଧାର୍ମିକ ବୋଲି ଧରା ହେଲେ, ତା'ହେଲେ, ସେଥିରେ ତାହାଙ୍କର ଗର୍ବ କରିବା କଥା। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କ ଆଗରେ ଗର୍ବ କରି ପାରିଲେ ନାହିଁ।

Gade chapit la Kopi




ରୋମୀୟ 4:2
21 Referans Kwoze  

ତେଣୁ ଧର୍ମଶାସ୍ତ୍ରରେ ଯେପରି ଲେଖାଅଛି: “ଯେ ଦର୍ପ କରିବାକୁ ଚାହେଁ, ପ୍ରଭୁ ଯାହା କରିଛନ୍ତି, ସେଥିପାଇଁ କେବଳ ସେ ଦର୍ପ କରୁ।”


ଯଦି ଦର୍ପ କରିବାକୁ ହୁଏ, ତେବେ ମୋର ଏହି ସବୁ ଦୁର୍ବଳତା ପାଇଁ ମୋତେ ଦର୍ପ କରିବାକୁ ହେବ।


ଯେଉଁ ଧାର୍ମିକତା ବ୍ୟବସ୍ଥା ପାଳନ ଦ୍ୱାରା ଲାଭ କରାଯାଇପାରେ, ସେହି ପ୍ରକାର କୌଣସି ନିଜସ୍ୱ ଧାର୍ମିକତା ମୋର ନାହିଁ। ବର୍ତ୍ତମାନ ମୋର ଯେଉଁ ଧାର୍ମିକତା ଅଛି, ତାହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ମିଳେ; ତାହା ଈଶ୍ୱରଙ୍କଠାରୁ ଆସେ ଓ ତାହା ବିଶ୍ୱାସ ଉପରେ ପ୍ରତିଷ୍ଠିତ।


କିନ୍ତୁ ଧର୍ମଶାସ୍ତ୍ରରେ ଉଲ୍ଲିଖିତ ଅଛି, ସମଗ୍ର ମାନବ ଜାତି ପାପ ଶକ୍ତିର ଅଧୀନ, ତେଣୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସର ଫଳ ସ୍ୱରୂପ ପ୍ରତିଜ୍ଞାତ ଆଶୀର୍ବାଦ ଖ୍ରୀଷ୍ଟବିଶ୍ୱାସୀମାନେ ପାଇବେ।


ସୁସମାଚାର ପ୍ରଚାର କରୁଛି ବୋଲି ମୋର ଦର୍ପ କରିବାର କିଛି କାରଣ ନାହିଁ। ଏହି ଦାୟିତ୍ୱ ପାଳନ ନିମନ୍ତେ ମୁଁ ଆଦେଶ ପାଇଛି। ତେଣୁ ସୁସମାଚାର ପ୍ରଚାର ନ କଲେ ମୋତେ ଧିକ୍।


ଏଥିର ସୁସ୍ପଷ୍ଟ ଯେ କେହି ଈଶ୍ୱରଙ୍କ ସମ୍ମୁଖରେ ଦର୍ପ ପରି ନ ପାରେ।


ଆମେ ଆଉ ଥରେ ତୁମ୍ଭମାନଙ୍କ ନିକଟରେ ଆମୂବଡ଼ିମା କରିବାରୁ ଚାହୁଁ ନାହୁଁ। ବରଂ ଆମ ସମ୍ପର୍କରେ ଯଥାର୍ଥରେ ଦର୍ପ କରିବା ପାଇଁ ତୁମ୍ଭମାନଙ୍କୁ ସୁଯୋଗ ଦେବା ଆମର ଉଦ୍ଦେଶ୍ୟ। ତା’ହେଲେ, ଅନ୍ତରର ଗୁଣ ନ ଦେଖି କେବଳ ବାହ୍ୟିକ ଆଡ଼ମ୍ବର ଲକ୍ଷ୍ୟ କରି ଯେଉଁମାନେ ଦର୍ପ କରନ୍ତି, ସେମାନଙ୍କୁ ତୁମ୍ଭେମାନେ ଉପଯୁକ୍ତ ଉତ୍ତର ଦେଇ ପାରିବ।


ଖ୍ରୀଷ୍ଟ ଯୀଶୁଙ୍କ ସହିତ ସମ୍ମିଳିତ ହୋଇ ଈଶ୍ୱରଙ୍କ ନିମନ୍ତେ ଏହି ସେବା କାର୍ଯ୍ୟ କରୁଥିବାରୁ ମୁଁ ଗର୍ବ ଅନୁଭବ କରୁଛି।


କିନ୍ତୁ ବର୍ତ୍ତମାନ ମୁଁ ଯାହା କରୁଛି, ତାହା କରି ଚାଲିଥିବି। ତାହାହେଲେ, ଆମ ପରି କାର୍ଯ୍ୟ କରୁଛନ୍ତି ବୋଲି ଯେଉଁମାନେ ଦର୍ପ କରନ୍ତି, ସେମାନେ ଆଉ ତାହା କରି ପାରିବେ ନାହିଁ।


ଅନ୍ୟଠାରୁ ତୁମକୁ କିଏ ଶ୍ରେଷ୍ଠ କରିଛି? ତୁମର ସର୍ବସ୍ୱ କ’ଣ ଈଶ୍ୱରଙ୍କ ଦାନ ନୁହେଁ? ତେବେ ତୁମର ଯାହା ଅଛି, ତାହା ଦାନ ସ୍ୱରୂପେ ପାଇ ନ ଥିବା ଭଳି ଗର୍ବ କରୁଛ କାହିଁକି?


Swiv nou:

Piblisite


Piblisite