Biblia Todo Logo
Bib sou entènèt

- Piblisite -




ରୋମୀୟ 4:18 - ପବିତ୍ର ବାଇବଲ (CL) NT (BSI)

18 ଆଶା କରିବା ପାଇଁ କୌଣସି କାରଣ ନ ଥାଇ ସୁଦ୍ଧା ଅବ୍ରାହାମ ବିଶ୍ୱାସ କରି ଆଶାବାଦୀ ହେଲେ। ତେଣୁ ସେ ଅନେକ ଜାତିର ପିତା ହେଲେ, କାରଣ ଶାସ୍ତ୍ର ଅନୁଯାୟୀ ତାଙ୍କୁ ପ୍ରତିଜ୍ଞା ମିଳିଥିଲା: “ତୁମ ବଂଶଧରମାନେ ଆକାଶର ତାରା ପରି ଅଗଣିତ ହେବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 “ଏହିପରି ତୁମ୍ଭର ବଂଶ ହେବ,” ଏହି ଯେଉଁ କଥା କୁହାଯାଇଥିଲା, ତଦନୁସାରେ ସେ ଯେପରି ବହୁ ଜାତିର ପିତା ହୁଅନ୍ତି, ସେଥିନିମନ୍ତେ ଆଶା ନ ଥିଲେ ସୁଦ୍ଧା ଆଶା ରଖି ସେ ବିଶ୍ଵାସ କଲେ।

Gade chapit la Kopi

ଓଡିଆ ବାଇବେଲ

18 "ଏହିପରି ତୁମ୍ଭର ବଂଶ ହେବ," ଏହି ଯେଉଁ କଥା କୁହାଯାଇଥିଲା, ତଦନୁସାରେ ସେ ଯେପରି ବହୁ ଜାତିର ପିତା ହୁଅନ୍ତି, ସେଥିନିମନ୍ତେ ଆଶା ନ ଥିଲେ ସୁଦ୍ଧା ଆଶା ରଖି ସେ ବିଶ୍ୱାସ କଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 “ଏହିପରି ତୁମ୍ଭର ବଂଶ ହେବ,” ଏହି ଯେଉଁ କଥା କୁହାଯାଇଥିଲା, ତଦନୁସାରେ ସେ ଯେପରି ବହୁ ଜାତିର ପିତା ହୁଅନ୍ତି, ସେଥିନିମନ୍ତେ ଆଶା ନ ଥିଲେ ସୁଦ୍ଧା ଆଶା ରଖି ସେ ବିଶ୍ୱାସ କଲେ।

Gade chapit la Kopi

ପବିତ୍ର ବାଇବଲ

18 ଅବ୍ରହାମଙ୍କର ସନ୍ତାନ ହେବାର ଆଶା ନ ଥିଲା। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ଓ ଭରସାକୁ ବଜାୟ ରଖିଲେ। ସେଥିପାଇଁ ସେ ଅନେକ ଜାତିର ପିତା ହେଲେ। ପରମେଶ୍ୱର ତାହାଙ୍କୁ କହିଥିଲେ: “ତୁମ୍ଭର ଅଗଣିତ ବଂଶଧର ହେବେ।”

Gade chapit la Kopi




ରୋମୀୟ 4:18
12 Referans Kwoze  

କାରଣ ଭରସା ରଖିବା ଦ୍ୱାରା ହିଁ ଆମ୍ଭେମାନେ ମୁକ୍ତି ପାଇଥାଉ। କିନ୍ତୁ ଯାହା ଦୃଶ୍ୟମାନ, ତାହା ପାଇଁ ଭରସା ରଖିବା ପ୍ରକୃତ ଭରସା ନୁହେଁ। କିଏ କଅଣ ଦୃଶ୍ୟମାନ ବିଷୟ ସବୁ ପାଇଁ ଭରସା କରେ?


ଭରସା ଆମ୍ଭମାନଙ୍କୁ ନିରାଶ ହେବାକୁ ଦିଏ ନାହିଁ, କାରଣ ଈଶ୍ୱର ଆମ୍ଭମାନଙ୍କୁ ପବିତ୍ରଆତ୍ମା ଦାନ କରି ଆମ ହୃଦୟରେ ତାଙ୍କ ପ୍ରେମ ଭରି ଦେଇଛନ୍ତି।


ଏଣୁ, ଭାଇମାନେ, ସାହସ ଧରନ୍ତୁ! କାରଣ ମୁଁ ଈଶ୍ୱରଙ୍କଠାରେ ବିଶ୍ୱାସ କରେ, ମୋତେ ଯାହା କୁହାଗଲା, ଠିକ୍ ସେହିପରି ଘଟିବ।


ଏ ସମ୍ପର୍କରେ ଶାସ୍ତ୍ରରେ ଲେଖାଅଛି, “ତୁମକୁ ଆମ୍ଭେ ଅନେକ ଜାତିର ଜନକ କରିଛୁ।” ଈଶ୍ୱରଙ୍କ ଦୃଷ୍ଟିରେ ଏହି ପ୍ରତିଜ୍ଞା ଯଥାର୍ଥ ଥିଲା, କାରଣ ଯେଉଁ ଈଶ୍ୱରଙ୍କୁ ଅବ୍ରାହମ ବିଶ୍ୱାସ କରୁଥିଲେ, ତାଙ୍କର ବାକ୍ୟ ମୃତକୁ ସଞ୍ଜୀବିତ କରେ ଓ ଶୂନ୍ୟରୁ ସମସ୍ତ ବିଷୟ ସୃଷ୍ଟି କରେ।


ଜିଖରିୟ ସ୍ୱର୍ଗଦୂତଙ୍କୁ କହିଲେ, “ଏ ବିଷୟ ଘଟିବ ବୋଲି ମୁଁ କିପରି ଜାଣିବି? ମୁଁ ବୃଦ୍ଧ ଓ ମୋ’ ସ୍ତ୍ରୀ ମଧ୍ୟ ବୃଦ୍ଧା।


ତାଙ୍କୁ ସେତେବେଳେ ଶହେ ବର୍ଷ ହୋଇଥିଲା। କିନ୍ତୁ ତାଙ୍କ ମୃତପ୍ରାୟ ଶରୀର କଥା ଭାବି, କିମ୍ବା ସାରା ଯେ ଆଉ ସନ୍ତାନ ପ୍ରସବ କରିବାକୁ ଅକ୍ଷମ, ଏ କଥା ଜାଣି, ତାଙ୍କର ବିଶ୍ୱାସ ଦୁର୍ବଳ ହୋଇ ନ ଥିଲା।


ଏହି ଭରସା ଆମ୍ଭମାନଙ୍କ ଜୀବନର ଲଙ୍ଗର ସ୍ୱରୂପ। ଏହା ନିର୍ଭରଯୋଗ୍ୟ ଓ ନିରାପଦ ଏବଂ ସ୍ୱଗୀୟ ମନ୍ଦିରର ପର୍ଦ୍ଦ। ଭେଦ କରି ମହାବବିତ୍ର ସ୍ଥାନରେ ପହଞ୍ଚି ପାରିଛି।


Swiv nou:

Piblisite


Piblisite