Biblia Todo Logo
Bib sou entènèt

- Piblisite -




ରୋମୀୟ 4:15 - ପବିତ୍ର ବାଇବଲ (CL) NT (BSI)

15 ବ୍ୟବସ୍ଥା ଲଙ୍ଘନ ଦ୍ୱାରା ମନୁଷ୍ୟ ଈଶ୍ୱରଙ୍କ କ୍ରୋଧର ପାତ୍ର ହୁଏ। କିନ୍ତୁ ଯେଉଁଠାରେ ବ୍ୟବସ୍ଥା ନାହିଁ, ସେଠାରେ ବ୍ୟବସ୍ଥା ଲଙ୍ଘନର ପ୍ରଶ୍ନ ଉଠୁ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 କାରଣ ବ୍ୟବସ୍ଥା କ୍ରୋଧ ଜନ୍ମାଏ, କିନ୍ତୁ ଯେଉଁଠାରେ ବ୍ୟବସ୍ଥା ନାହିଁ, ସେଠାରେ ବ୍ୟବସ୍ଥା ଲଙ୍ଘନ ମଧ୍ୟ ନାହିଁ।

Gade chapit la Kopi

ଓଡିଆ ବାଇବେଲ

15 କାରଣ ମୋଶାଙ୍କ ବ୍ୟବସ୍ଥା କ୍ରୋଧ ଜନ୍ମାଏ, କିନ୍ତୁ ଯେଉଁଠାରେ ମୋଶାଙ୍କ ବ୍ୟବସ୍ଥା ନାହିଁ, ସେଠାରେ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ମଧ୍ୟ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 କାରଣ ବ୍ୟବସ୍ଥା କ୍ରୋଧ ଜନ୍ମାଏ, କିନ୍ତୁ ଯେଉଁଠାରେ ବ୍ୟବସ୍ଥା ନାହିଁ, ସେଠାରେ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ମଧ୍ୟ ନାହିଁ।

Gade chapit la Kopi

ପବିତ୍ର ବାଇବଲ

15 କାରଣ ବ୍ୟବସ୍ଥା ପାଳନ ନ କରିବା ଦ୍ୱାରା ବ୍ୟବସ୍ଥା ପରମେଶ୍ୱରଙ୍କର କ୍ରୋଧ ଆଣିଥାଏ। କିନ୍ତୁ ଯଦି ବ୍ୟବସ୍ଥା ନ ଥା’ନ୍ତା, ତା'ହେଲେ ଅବାଧ୍ୟ ହେବାର ପ୍ରଶ୍ନ ଉଠିବ ନାହିଁ।

Gade chapit la Kopi




ରୋମୀୟ 4:15
26 Referans Kwoze  

ବ୍ୟବସ୍ଥା ପ୍ରଦତ୍ତ ହେବା ପୂର୍ବରୁ ଜଗତରେ ପାପ ଥିଲା; କିନ୍ତୁ ବ୍ୟବସ୍ଥା ନ ଥିବା ସମୟରେ ପାପର ହିସାବ ରଖାଯାଉ ନ ଥିଲା।


ଯେଉଁମାନେ ବ୍ୟବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସେମାନେ ଅଭିଶାପର ଆଶଙ୍କା ମଧ୍ୟରେ ଜୀବନ ଯାପନ କରନ୍ତି। କାରଣ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଯାହା ସବୁ ଲେଖା ଯାଇଛି, ଯଦି କେହି ସମ୍ପୂର୍ଣ୍ଣଭାବେ ତାହା ପାଳନ ନ କରେ, ସେ ଈଶ୍ୱରଙ୍କ ଅଭିଶାପର ପାତ୍ର ହେବ।”


ମୃତ୍ୟୁର ନାହୁଡ଼ ପାପ, ପୁଣି ପାପର ବଳ ବ୍ୟବସ୍ଥା।


ତେବେ ବ୍ୟବସ୍ଥା କାହିଁକି ପ୍ରଦତ୍ତ ହେଲା? ମନୁଷ୍ୟର ଅସତ୍ କାର୍ଯ୍ୟ ସବ ଦର୍ଶାଇ ଦେବା ତାହାର ଉଦ୍ଦେଶ୍ୟ ଥିଲା ଏବଂ ଅବ୍ରାହାମଙ୍କର ଯେଉଁ ବଂଶଧରଙ୍କୁ ଲକ୍ଷ୍ୟ କରି ଈଶ୍ୱର ଉକ୍ତ ପ୍ରତିଜ୍ଞା କରିଥିଲେ, ସେହି ବ୍ୟକ୍ତିଙ୍କର ଆଗମନ ପର୍ଯ୍ୟନ୍ତ ବ୍ୟବସ୍ଥାର ଆବଶ୍ୟକତା ଥିଲା। ଜଣେ ମନୁଷ୍ୟର ମଧ୍ୟସ୍ଥତାରେ ସ୍ୱର୍ଗଦୂତମାନଙ୍କ ଦ୍ୱାରା ବ୍ୟବସ୍ଥା ପ୍ରଦତ୍ତ ହୋଇଥିଲା।


ଯେ କେହି ସେହି ପୁତ୍ରଙ୍କଠାରେ ବିଶ୍ୱାସ ସ୍ଥାପନ କରେ, ସେ ଅନନ୍ତ ଜୀବନ ପାଇବ; ଯେ କେହି ତାଙ୍କର ଅବାଧ୍ୟ ହୁଏ, ସେ ସେହି ଜୀବନରୁ ବଞ୍ôଚତ ହେବ ଓ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ରହିବ।


ଯେ କେହି ପାପ କରେ, ସେ ଈଶ୍ୱରଙ୍କ ଆଜ୍ଞା ଲଘଂନ କରେ, କାରଣ ପାପର ଅର୍ଥ ହେଉଛି ଆଜ୍ଞା ଲଘଂନ।


ନିରର୍ଥକ କଥା କହି କେହି ତୁମକୁ ପ୍ରତାରଣା ନ କରୁ। ଏ ସବୁ କୁକର୍ମ ଦ୍ୱାରା ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ କରନ୍ତି, ସେମାନଙ୍କ ପ୍ରତି ତାଙ୍କର କ୍ରୋଧ ପ୍ରଜ୍ଜ୍ୱଳିତ ହେବ।


ଯଦି ମୁଁ ଆସି ଏସବୁ ବିଷୟ ସେମାନଙ୍କୁ ବୁଝାଇ ନ ଥାଆନ୍ତି, ତେବେ ସେମାନେ ଦେଷୀ ହୋଇ ନ ଥା’ନ୍ତେ; କିନ୍ତୁ ଏବେ ଏହି ପାପାଚରଣ ପାଇଁ ସେମାନେ କୌଣସି ଆଳ ଦେଖାଇ ପାରିବେ ନାହିଁ।


ଏ ସବୁରେ ଲିପ୍ତ ରହି ଯେଉଁମାନେ ଈଶ୍ୱରଙ୍କ ଅବାଧ୍ୟ ହୁଅନ୍ତି, ସେମାନଙ୍କ ଉପରେ ଈଶ୍ୱରଙ୍କ କ୍ରୋଧ ପ୍ରଜ୍ଜ୍ୱଳିତ ହେବ।


ମନୁଷ୍ୟ ଈଶ୍ୱରଙ୍କ ନିକଟରେ କିପରି ଧାର୍ମିକ ବିବେଚିତ ହୋଇପାରିବ, ଏହାର ଉପାୟ ସେଥିରେ ପ୍ରକାଶ କରାଯାଇଛି। ଆରମ୍ଭରୁ ଶେଷଯାଏ ପରିତ୍ରାଣ ପାଇବାର ଏକମାତ୍ର ଉପାୟ ହେଉଛି, ବିଶ୍ୱାସ। ଶାସ୍ତ୍ରବାକ୍ୟାନୁଯାୟୀ: “ଯେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ନିକଟରେ ଧାର୍ମିକ ବିବେଚିତ ହୁଏ, ସେ ବଞ୍ଚିବ।”


ତାଙ୍କ ମୁଖରୁ ଗୋଟିଏ ତୀକ୍ଷ୍ଣ ଖଡ଼୍ଗ ନିଷ୍କାସିତ ହୋଇଥିଲା। ତାହା ସାହାଯ୍ୟରେ ସେ ପୃଥିବୀର ସମସ୍ତ ଜାତିକୁ ପରାସ୍ତ କରିବେ। ପୁଣି ସେମାନଙ୍କୁ ସେ ଲୌହଦଣ୍ଡରେ ଶାସନ କରିବେ ଏବଂ ସର୍ବଶକ୍ତିମାନ ଈଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାକୁ ସେ ପେଷଣ କୁଣ୍ଡରେ ନିଜେ ଦଳି ସୁରା ବାହାର କରିବେ।


Swiv nou:

Piblisite


Piblisite