Biblia Todo Logo
Bib sou entènèt

- Piblisite -




ରୋମୀୟ 4:11 - ପବିତ୍ର ବାଇବଲ (CL) NT (BSI)

11 ସୁନ୍ନତ ହେବା ପୂର୍ବରୁ ଅବ୍ରାହାମଙ୍କ ବିଶ୍ୱାସ ଯୋଗୁଁ ଈଶ୍ୱର ତାଙ୍କୁ ଧାର୍ମିକ ରୂପେ ଗ୍ରହଣ କରିଥିଲେ। ଏହା ଜଣାଇବା ପାଇଁ ଏକ ଚିହ୍ନ ସ୍ୱରୂପେ ଅବ୍ରାହାମ ଏହି ସୁନ୍ନତ ବିଧି ପାଳନ କରିଥିଲେ। ଅତଏବ, ଯେଉଁମାନେ ସୁନ୍ନତ ନ ହୋଇ ମଧ୍ୟ ଈଶ୍ୱରଙ୍କ ଦ୍ୱାରା ଧାର୍ମିକ ବୋଲି ଗୃହୀତ, ଆଧ୍ୟାତ୍ମିକଭାବେ ଅବ୍ରାହାମ ସେମାନଙ୍କ ପିତା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆଉ, ସେ ଅସୁନ୍ନତି ଅବସ୍ଥାରେ ବିଶ୍ଵାସ ସକାଶେ ଧାର୍ମିକ ଗଣିତ ହୋଇ ସେଥିର ମୁଦ୍ରାଙ୍କ ସ୍ଵରୂପେ ସୁନ୍ନତ ଚିହ୍ନ ପାଇଲେ, ଯେପରି ଅସୁନ୍ନତି ଅବସ୍ଥାରେ ଥିବା ସମସ୍ତ ବିଶ୍ଵାସୀଙ୍କ ପକ୍ଷରେ ଧାର୍ମିକତା ଗଣନା କରାଯିବା ନିମନ୍ତେ ସେ ସେମାନଙ୍କର ପିତା ହୁଅନ୍ତି,

Gade chapit la Kopi

ଓଡିଆ ବାଇବେଲ

11 ଆଉ, ସେ ଅସୁନ୍ନତି ଅବସ୍ଥାରେ ବିଶ୍ୱାସ ସକାଶେ ଧାର୍ମିକ ଗଣିତ ହୋଇ ସେଥିର ମୁଦ୍ରାଙ୍କ ସ୍ୱରୂପେ ସୁନ୍ନତ ଚିହ୍ନ ପାଇଲେ, ଯେପରି ଅସୁନ୍ନତି ଅବସ୍ଥାରେ ଥିବା ସମସ୍ତ ବିଶ୍ୱାସୀଙ୍କ ପକ୍ଷରେ ଧାର୍ମିକତା ଗଣନା କରାଯିବା ନିମନ୍ତେ ସେ ସେମାନଙ୍କର ପିତା ହୁଅନ୍ତି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆଉ, ସେ ଅସୁନ୍ନତି ଅବସ୍ଥାରେ ବିଶ୍ୱାସ ସକାଶେ ଧାର୍ମିକ ଗଣିତ ହୋଇ ସେଥିର ମୁଦ୍ରାଙ୍କ ସ୍ୱରୂପେ ସୁନ୍ନତ ଚିହ୍ନ ପାଇଲେ, ଯେପରି ଅସୁନ୍ନତି ଅବସ୍ଥାରେ ଥିବା ସମସ୍ତ ବିଶ୍ୱାସୀଙ୍କ ପକ୍ଷରେ ଧାର୍ମିକତା ଗଣନା କରାଯିବା ନିମନ୍ତେ ସେ ସେମାନଙ୍କର ପିତା ହୁଅନ୍ତି,

Gade chapit la Kopi

ପବିତ୍ର ବାଇବଲ

11 ପରମେଶ୍ୱର ଗ୍ରହଣ କରି ନେଇଛନ୍ତି ବୋଲି ପ୍ରମାଣିତ କରିବା ଲାଗି ଅବ୍ରହାମଙ୍କୁ ପରେ ସୁନ୍ନତ କରାଯାଇ ଥିଲା। ଏହି ସୁନ୍ନତ ପ୍ରମାଣ କରୁଛି ଯେ ସୁନ୍ନତ ହେବା ପୂର୍ବରୁ ପରମେଶ୍ୱରଙ୍କ ପ୍ରତି ସେ ଧାର୍ମିକ ଥିଲେ। ସେଥିପାଇଁ, ଯେଉଁମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି ଓ ସୁନ୍ନତ ହୋଇ ନାହାନ୍ତି, ସେ ସମସ୍ତ ଲୋକଙ୍କର ପିତା ଅବ୍ରହାମ ଅଟନ୍ତି। ସେମାନେ ବିଶ୍ୱାସ କରନ୍ତି ଓ ଏହି କାରଣରୁ ସେମାନେ ପରମେଶ୍ୱରଙ୍କ ପାଇଁ ଧାର୍ମିକ ବୋଲି ନିରୂପିତ ହୁଅନ୍ତି।

Gade chapit la Kopi




ରୋମୀୟ 4:11
46 Referans Kwoze  

କେବଳ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଲୋକେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୁଅନ୍ତି। ଈଶ୍ୱର କାହା ପ୍ରତି ପକ୍ଷପାତିତା ନ କରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ଏହି ସୁଯୋଗ ଦିଅନ୍ତି।


ଯୀଶୁ ତାକୁ କହିଲେ, “ଆଜି ଏହି ଗୃହକୁ ପରିତ୍ରାଣ ଆସିଛି, କାରଣ ଏହି ବ୍ୟକ୍ତି ମଧ୍ୟ ଅବ୍ରାହମଙ୍କ ଜଣେ ବଂଶଧର।


ବିଶ୍ୱାସ ବଳରେ ନେହ ଅଦୃଶ୍ୟ ଭାବୀ ଘଟଣା ସମ୍ବଦ୍ଧରେ ଈଶ୍ୱରଙ୍କ ସତକପର୍ବାଣୀ ଶୁଣି ପାରିଥିଲେ। ସେ ଈଶ୍ୱରଙ୍କ ଆଦେଶ ପାଳନ କରି ଏକ ଜାହାଜ ପରିବାରବର୍ଗ ରକ୍ଷା ପାଇଥିଲେ। ଫଳରେ ଜଗତବାସୀ ଦଣ୍ଡିତ ହେଲେ, କିନ୍ତୁ ନୋହ ତାଙ୍କ ବିଶ୍ୱାସ ହେତ ଧାର୍ମକତାର ପୁରସ୍କାର ଲାଭ କଲେ।


ସେ ଆମକୁ ପୃଥକ୍ କରିଛନ୍ତି। ଆମ ହୃଦୟରେ ତାଙ୍କ ପବିତ୍ରଆତ୍ମା ହେଉଛନ୍ତି, ଆମ ଉପରେ ଈଶ୍ୱରଙ୍କ ଅଧିକାରର ଚିହ୍ନ ଓ ଭବିଷ୍ୟତରେ ଆମେ ଯାହା ନାଇବୁ, ତାର ପ୍ରତିଭୂ ସ୍ୱରୂପ।


ଯେଉଁ ଧାର୍ମିକତା ବ୍ୟବସ୍ଥା ପାଳନ ଦ୍ୱାରା ଲାଭ କରାଯାଇପାରେ, ସେହି ପ୍ରକାର କୌଣସି ନିଜସ୍ୱ ଧାର୍ମିକତା ମୋର ନାହିଁ। ବର୍ତ୍ତମାନ ମୋର ଯେଉଁ ଧାର୍ମିକତା ଅଛି, ତାହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ମିଳେ; ତାହା ଈଶ୍ୱରଙ୍କଠାରୁ ଆସେ ଓ ତାହା ବିଶ୍ୱାସ ଉପରେ ପ୍ରତିଷ୍ଠିତ।


ଈଶ୍ୱରଙ୍କ ପବିତ ଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। କାରଣ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଈଶ୍ୱରଙ୍କ ସ୍ୱତ୍ୱାଧିକାରର ଚିହ୍ନ ସ୍ୱରୂପ ଓ ଈଶ୍ୱର ଯେ ଦିନେ ତୁମ୍ଭମାନଙ୍କର ମୁକ୍ତି ସାଧନ କରିବେ, ଏହାର ପ୍ରତିଭୂ।


ତୁମ୍ଭେମାନେ ମଧ୍ୟ ଯେତେବେଳେ ପରିତ୍ରାଣ ପ୍ରଦାୟକ ଏହି ସୁସମାଚାରର ସତ୍ୟବାର୍ତ୍ତା ଶୁଣିଲ, ସେହି ସମୟରୁ ଈଶ୍ୱରଙ୍କର ହୋଇଅଛ। ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବାରୁ, ଈଶ୍ୱର ତାଙ୍କ ପ୍ରତିଜ୍ଞା ଅନୁଯାୟୀ ପବିତ୍ରଆତ୍ମାଙ୍କୁ ଦାନ କରି ତୁମ୍ଭମାନଙ୍କ ଉପରେ ତାଙ୍କ ସ୍ୱତ୍ୱ ମୁଦ୍ରାଙ୍କିତ କରିଛନ୍ତି।


ଯେଉଁମାନେ ନିଜ ଜୀବନରେ ଏହି ନୀତି ଅନୁସରଣ କରନ୍ତି, ସେମାନେ ସମସ୍ତେ ଓ ଈଶ୍ୱରଙ୍କ ଲୋକମାନେ ସମସ୍ତେ ଜୀବନରେ ଶାନ୍ତି ଓ ଅନୁଗ୍ରହ ଅନୁଭବ କରନ୍ତୁ।


କିନ୍ତୁ ଆମେ ଆଶା ପୋଷଣ କରୁଛୁ ଯେ, ଈଶ୍ୱର ଆମକୁ ତାଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ବିବେଚିତ କରିବେ; ଆମ ବିଶ୍ୱାସର ଫଳ ସ୍ୱରୂପ, ଆମ ଭିତରେ କାର୍ଯ୍ୟ କରୁଥିବା ପରମାତ୍ମାଙ୍କ ଶକ୍ତି ଦ୍ୱାରା ଏହା ସାଧିତ ହେବ ବୋଲି ଅପେକ୍ଷା କରି ରହିଛୁ।


ତୁମ୍ଭେମାନେ ମଧ୍ୟ ଅବ୍ରହାମଙ୍କ ବଂଶଧର ଏବଂ ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଲାଭ କରିବ।


କିନ୍ତୁ ଧର୍ମଶାସ୍ତ୍ରରେ ଉଲ୍ଲିଖିତ ଅଛି, ସମଗ୍ର ମାନବ ଜାତି ପାପ ଶକ୍ତିର ଅଧୀନ, ତେଣୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସର ଫଳ ସ୍ୱରୂପ ପ୍ରତିଜ୍ଞାତ ଆଶୀର୍ବାଦ ଖ୍ରୀଷ୍ଟବିଶ୍ୱାସୀମାନେ ପାଇବେ।


ଯେଉଁମାନେ ବିଶ୍ୱାସ କରିବାକୁ ସମର୍ଥ, କେବଳ ସେହିମାନେ ଅବ୍ରାହାମଙ୍କ ପ୍ରକୃତ ବଂଶଧର - ଏହା ତୁମକୁ ଉପଲବ୍ôଧ କରିବାକୁ ହେବ।


ଶାସ୍ତ୍ର ଅନୁଯାୟୀ, “ତାଙ୍କଠାରେ ବିଶ୍ୱାସ କରି କେହି ବିଫଳ ହେବ ନାହିଁ।”


କିନ୍ତୁ ବିଶ୍ୱାସ ଦ୍ୱାରା ଧାର୍ମିକ ବିବେଚିତ ହେବା ବିଷୟରେ ଶାସ୍ତ୍ରରେ ଲେଖାଅଛି, “କିଏ ସ୍ୱର୍ଗକୁ ଆରୋହଣ କରିବ? (ଖ୍ରୀଷ୍ଟଙ୍କୁ ଓହ୍ଲାଇ ଆଣିବା ପାଇଁ), ତୁମେ ଏ ପ୍ରଶ୍ନ କରିବା ଅନାବଶ୍ୟକ।


ଖ୍ରୀଷ୍ଟ ହିଁ ବ୍ୟବସ୍ଥାର ଚୂଡ଼ାନ୍ତ, କେବଳ ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ମନୁଷ୍ୟ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୁଏ।


ଯୀଶୁ କହିଲେ: “ମୁଁ ସେହି ଜୀବନଦାୟୀ ଆହାର। ଯେ ମୋ’ ନିକଟକୁ ଆସେ, ସେ ଆଉ କ୍ଷୁଧିତ ହେବ ନାହିଁ। ଯେ ମୋତେ ବିଶ୍ୱାସ କରେ, ସେ ଆଉ କେବେ ତୃଷାର୍ତ୍ତ ହେବ ନାହିଁ।


ତୃଣ, ବୃକ୍ଷ ବା କୌଣସି ଉଦ୍ଭିଦର କ୍ଷତି ନ କରି ଯେଉଁମାନଙ୍କ କପାଳରେ ଈଶ୍ୱରଙ୍କ ମୋହରର ଚିହ୍ନ ନ ଥିଲା, କେବଳ ସେମାନଙ୍କୁ କଷ୍ଟ ଦେବା ପାଇଁ ସେହି ପଙ୍ଗପାଳମାନେ ଆଦିଷ୍ଟ ହୋଇଥିଲେ।


ଯେଉଁମାନେ ଆମ ଈଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ଯୋଗୁଁ ଆମ ପରି ବିଶ୍ୱାସରୂପ ବହୁମୂଲ୍ୟ ଦାନ ପ୍ରାପ୍ତ ହୋଇଛନ୍ତି, ସେମାନଙ୍କ ନିକଟକୁ ଯୀଶୁ ଖ୍ରୀଷ୍ଟଙ୍କ ସେବକ ଓ ପ୍ରେରିତ ଶିଷ୍ୟ ଶିମୋନ ପିତରଙ୍କ ପତ୍ର:-


ତେଣୁ ଅଣଇହୁଦୀମାନଙ୍କ ବିଷୟରେ ଏହା କହିପାରିବା, ସେମାନେ ଧାର୍ମିକ ହେବାକୁ ଚେଷ୍ଟା କରୁ ନ ଥିଲେ, କିନ୍ତୁ ସେମାନଙ୍କ ବିଶ୍ୱାସ ଯୋଗୁଁ ଧାର୍ମିକ ବିବେଚିତ ହୋଇଛନ୍ତି।


ଈଶ୍ୱରଙ୍କ ପ୍ରତିଜ୍ଞା ବିଫଳ ହୋଇଛି ବୋଲି ମୁଁ କହୁ ନାହିଁ, କାରଣ ଇଶ୍ରାଏଲୀୟମାନେ ସମସ୍ତେ ଈଶ୍ୱରଙ୍କ ଲୋକ ନୁହଁନ୍ତି,


କିନ୍ତୁ ବର୍ତ୍ତମାନ ସେ ନିଜର ଧାର୍ମିକତା ପ୍ରକାଶ କରିବା ପାଇଁ ପାପ କ୍ଷମାର ବ୍ୟବସ୍ଥା କରିଛନ୍ତି। ଏଥିଦ୍ୱାରା ଈଶ୍ୱର ଦର୍ଶାଇ ଦେଇଛନ୍ତି ଯେ, ସେ ନିଜେ ଧାର୍ମିକ ଓ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି, ସେ ସମସ୍ତଙ୍କୁ ଧାର୍ମିକ ରୂପେ ଗ୍ରହଣ କରିବେ।


ଇହୁଦୀମାନେ ଉତ୍ତର ଦେଇ କହିଲେ: “ଆମେ ଅବ୍ରହାମଙ୍କ ବଂଶଧର: ଆମେ କେବେ କାହାର ଦାସ ହୋଇ ରହି ନାହୁଁ। ତୁମେ କାହିଁକି କହୁଛ- ଆମେ ମୁକ୍ତ ହେବୁ- ଏ କଥାର ଅର୍ଥ କ’ଣ?”


ମୁଁ ସତ୍ୟ କହୁଛି, ଯେ କେହି ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପାଇବ।


କାରଣ ପିତା ଚାହାଁନ୍ତି, ଯେଉଁମାନେ ତାଙ୍କ ପୁତ୍ରଙ୍କୁ ଦେଖି ତାଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ଅନନ୍ତ ଜୀବନ ଲାଭ କରନ୍ତୁ। ଏଣୁ ଶେଷ ଦିନରେ ମୁଁ ସେ ସମସ୍ତଙ୍କୁ ପୁନର୍ଜୀବିତ କରିବି।”


ଯେ କେହି ସେହି ପୁତ୍ରଙ୍କଠାରେ ବିଶ୍ୱାସ ସ୍ଥାପନ କରେ, ସେ ଅନନ୍ତ ଜୀବନ ପାଇବ; ଯେ କେହି ତାଙ୍କର ଅବାଧ୍ୟ ହୁଏ, ସେ ସେହି ଜୀବନରୁ ବଞ୍ôଚତ ହେବ ଓ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ରହିବ।


ଶିମୋନ ପିତର ଉତ୍ତର ଦେଲେ, “ଆପଣ ମସୀହ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର।”


ମନେରଖ, ପୂର୍ବ ଦେଶରୁ ଓ ପଶ୍ଚିମ ଦେଶରୁ ଅନେକେ ଆସି ସ୍ୱର୍ଗରାଜ୍ୟରେ ଅବ୍ରାହାମ, ଇସ୍ହାମ ଓ ଯାକୁବଙ୍କ ସଙ୍ଗରେ ଏକାଠି ଭୋଜନ କରିବାକୁ ବସିବେ।


ଶାସ୍ତ୍ରରେ ଯେପରି ଲେଖା ହୋଇଛି: “ଦେଖ, ଆମେ ସିୟୋନରେ ଗୋଟିଏ ପ୍ରସ୍ତର ଓ ଗୋଟିଏ ଶିଳାଖଣ୍ଡ ସ୍ଥାପନ କରିଛୁ। ସେଥିରେ ଆଘାତ ପାଇ ଲୋକେ ଝୁଣ୍ଟି ପଡ଼ିବେ। କିନ୍ତୁ ବିଶ୍ୱାସୀ ନିରାଶ ହେବ ନାହିଁ।”


ଯେ କେହି ତାଙ୍କ ବାର୍ତ୍ତା ଗ୍ରହଣ କରେ, ସେ ଈଶ୍ୱରଙ୍କୁ ସତ୍ୟର ସ୍ୱରୂପ ବୋଲି ସ୍ୱୀକାର କରେ।


ଈଶ୍ୱର ଏକ। ଉଭୟ ଇହୁଦୀ ଓ ଅଣଇହୁଦୀମାନଙ୍କର ବିଶ୍ୱାସ ଯୋଗୁ ସେ ସେମାନଙ୍କୁ ଧାର୍ମିକ ରୂପେ ଗ୍ରହଣ କରିବେ।


ଏହା କେଉଁ ସମୟରେ ଘଟିଥିଲା? ଅବ୍ରାହମ ସୁନ୍ନତ ହେବା ପରେ ନା, ତା’ ପୂର୍ବରୁ? ପୂର୍ବରୁ, ପରେ ନୁହେଁ।


Swiv nou:

Piblisite


Piblisite