Biblia Todo Logo
Bib sou entènèt

- Piblisite -




ରୋମୀୟ 3:9 - ପବିତ୍ର ବାଇବଲ (CL) NT (BSI)

9 ତେବେ କଅଣ ଇହୁଦୀମାନଙ୍କର ଅବସ୍ଥା ଅଣଇହୁଦୀମାନଙ୍କଠାରୁ ଅଧିକ ଭଲ? ଆଦୌ ନୁହେଁ। ମୁଁ ଆଗରୁ ଦର୍ଶାଇଛି ଯେ, ଉଭୟେ ଇହୁଦୀ ଓ ଅଣଇହୁଦୀ ପାପର କବଳରେ ଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ତେବେ କଅଣ? ଆମ୍ଭେମାନେ କି ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ? ନା, କୌଣସି ପ୍ରକାରେ ନୁହେଁ; କାରଣ ଯିହୁଦୀ ଓ ଗ୍ରୀକ୍ ସମସ୍ତେ ଯେ ପାପର ଅଧୀନ, ଆମ୍ଭେମାନେ ପୂର୍ବରେ ଉଭୟଙ୍କ ବିରୁଦ୍ଧରେ ଏହି ଅଭିଯୋଗ କରିଅଛୁ,

Gade chapit la Kopi

ଓଡିଆ ବାଇବେଲ

9 ତେବେ କ'ଣ ? ଆମ୍ଭେମାନେ କି ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ? ନା, କୌଣସି ପ୍ରକାରେ ନୁହେଁ, କାରଣ ଯିହୂଦୀ ଓ ଗ୍ରୀକ୍‍ ସମସ୍ତେ ଯେ ପାପର ଅଧିନ, ଆମ୍ଭେମାନେ ପୂର୍ବରେ ଉଭୟଙ୍କ ବିରୁଦ୍ଧରେ ଏହି ଅଭିଯୋଗ କରିଅଛୁ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ତେବେ କଅଣ? ଆମ୍ଭେମାନେ କି ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ? ନା, କୌଣସି ପ୍ରକାରେ ନୁହେଁ, କାରଣ ଯିହୁଦୀ ଓ ଗ୍ରୀକ୍‍ ସମସ୍ତେ ଯେ ପାପର ଅଧୀନ, ଆମ୍ଭେମାନେ ପୂର୍ବରେ ଉଭୟଙ୍କ ବିରୁଦ୍ଧରେ ଏହି ଅଭିଯୋଗ କରିଅଛୁ,

Gade chapit la Kopi

ପବିତ୍ର ବାଇବଲ

9 ସେଥିପାଇଁ ଅନ୍ୟ ଲୋକମାନଙ୍କଠାରୁ ଆମ୍ଭେ ଯିହୂଦୀଗଣ କ’ଣ ଭଲ? ନା। ଯିହୂଦୀ ଓ ଅଣଯିହୂଦୀ ସମସ୍ତେ ସମାନ ବୋଲି ଆମ୍ଭେ ଆଗରୁ କହି ସାରିଛୁ। ସେମାନେ ସମସ୍ତେ ନିଜ ନିଜ ପାପ ପାଇଁ ଦୋଷୀ।

Gade chapit la Kopi




ରୋମୀୟ 3:9
21 Referans Kwoze  

କିନ୍ତୁ ଧର୍ମଶାସ୍ତ୍ରରେ ଉଲ୍ଲିଖିତ ଅଛି, ସମଗ୍ର ମାନବ ଜାତି ପାପ ଶକ୍ତିର ଅଧୀନ, ତେଣୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସର ଫଳ ସ୍ୱରୂପ ପ୍ରତିଜ୍ଞାତ ଆଶୀର୍ବାଦ ଖ୍ରୀଷ୍ଟବିଶ୍ୱାସୀମାନେ ପାଇବେ।


ତାହାହେଲେ, ଆମ୍ଭେମାନେ ବ୍ୟବସ୍ଥାର ଅଧୀନ ନ ହୋଇ ଈଶ୍ୱରଙ୍କ ଅନୁଗ୍ରହପ୍ରାପ୍ତ ବୋଲି କଅଣ ପାପ କରୁଥିବା? କଦାପି ନୁହେଁ।


ଈଶ୍ୱର ସମସ୍ତଙ୍କୁ ଅବାଧ୍ୟ ହେବା ପାଇଁ ଛାଡ଼ି ଦେଇଛନ୍ତି; ଫଳରେ ସମସ୍ତେ ଈଶ୍ୱରଙ୍କ ଦୟାର ପାତ୍ର ହୋଇ ପାରିବେ।


ଆମେ ଜାଣୁ, ଯେଉଁମାନେ ବ୍ୟବସ୍ଥାର ଅଧୀନ, ତାହାର ସମସ୍ତ ବିଧିବିଧାନ ସେମାନେ ପାଳନ କରିବାକୁ ବାଧ୍ୟ। ଈଶ୍ୱର ଯେତେବେଳେ ସମଗ୍ର ବିଶ୍ୱର ବିଚାର କରିବେ, ବ୍ୟବସ୍ଥା ଲଙ୍ଘନକାରୀମାନେ କୌଣସି ଆଳ ଦେଖାଇ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇ ପାରିବେ ନାହିଁ।


ସେଥିରେ କିଛି ଯାଏ ଆସେ ନାହିଁ। ସଦୁଉଦ୍ଦେଶ୍ୟରେ ହେଉ ବା ଅସତ୍ ଅଭିପ୍ରାୟ ନେଇ ହେଉ, ଯେ କୌଣସି ଉପାୟରେ ଖ୍ରୀଷ୍ଟଙ୍କ ବାର୍ତ୍ତା ପ୍ରଚାରିତ ହେଲେ, ସେଥିରେ ମୋର ଆନନ୍ଦ। ମୁଁ ଆନନ୍ଦ କରୁଥିବି,


ଯେଉଁମାନେ ବ୍ୟବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସେମାନେ ଅଭିଶାପର ଆଶଙ୍କା ମଧ୍ୟରେ ଜୀବନ ଯାପନ କରନ୍ତି। କାରଣ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଯାହା ସବୁ ଲେଖା ଯାଇଛି, ଯଦି କେହି ସମ୍ପୂର୍ଣ୍ଣଭାବେ ତାହା ପାଳନ ନ କରେ, ସେ ଈଶ୍ୱରଙ୍କ ଅଭିଶାପର ପାତ୍ର ହେବ।”


ତେବେ ମୁଁ କ’ଣ କରିବି? ମୁଁ ମୋ’ ଆତ୍ମାର ପ୍ରେରଣାରେ ପ୍ରାର୍ଥନା କରିବି, କିନ୍ତୁ ସଙ୍ଗେ ସଙ୍ଗେ ମୋର ବୁଦ୍ଧି ପ୍ରୟୋଗ କରି ମଧ୍ୟ ପ୍ରାର୍ଥନା କରିବି। ମୁଁ ମୋର ଆତ୍ମାର ପ୍ରେରଣାରେ ଗୀତ ଗାଇବି, କିନ୍ତୁ ତାହା ସହିତ ମନ ଧ୍ୟାନ ଦେଇ ଗୀତ ଗାଇବି।


ତେବେ ମୁଁ କ’ଣ କହୁଛି ଯେ, ପ୍ରତିମା ଓ ତା’ ଉଦ୍ଦେଶ୍ୟରେ ଉତ୍ସର୍ଗିତ ବଳିର କିଛି ମୂଲ୍ୟ ଅଛି?


ଅନ୍ୟଠାରୁ ତୁମକୁ କିଏ ଶ୍ରେଷ୍ଠ କରିଛି? ତୁମର ସର୍ବସ୍ୱ କ’ଣ ଈଶ୍ୱରଙ୍କ ଦାନ ନୁହେଁ? ତେବେ ତୁମର ଯାହା ଅଛି, ତାହା ଦାନ ସ୍ୱରୂପେ ପାଇ ନ ଥିବା ଭଳି ଗର୍ବ କରୁଛ କାହିଁକି?


ତେବେ କ’ଣ ହେଲା? ଇଶ୍ରାଏଲୀୟମାନେ ଯାହା ଖୋଜୁଥିଲେ, ତାହା ପାଇଲେ ନାହିଁ। କେବଳ ଈଶ୍ୱର ମନୋନୀତ କରିଥିବା ଗୋଟିଏ ଛୋଟ ଦଳ ତା’ର ସନ୍ଧାନ ପାଇଲେ। ଅନ୍ୟ କେହି ଈଶ୍ୱରଙ୍କ ଆହ୍ୱାନ ପ୍ରତି ମନୋଯୋଗ କଲେ ନାହିଁ।


ଏଠାରେ ଗୋଟିଏ ପ୍ରଶ୍ନ ହୋଇପାରେ, “ଯଦି ଆମର ଅଧାର୍ମିକତା ଈଶ୍ୱରଙ୍କ ଧାର୍ମିକତା ପ୍ରମାଣ କରେ, ତେବେ ଈଶ୍ୱର ଆମକୁ ଦଣ୍ଡ ଦେଇ ଅନ୍ୟାୟ କରୁଛନ୍ତି ବୋଲି କହି ପାରିବା କି?


ଯେଉଁ ପାପୀ ଦୁରାଚାରୀ ଲୋକମାନେ ନିଜର ଭ୍ରଷ୍ଟାଚାରଣ ଦ୍ୱାରା ସତ୍ୟର ପ୍ରତିରୋଧ କରନ୍ତି, ସେମାନଙ୍କ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶ ପାଏ।


ଏହା ଦେଖି ସେହି ଫାରୁଶୀ ମନେ ମନେ ଭାବିଲେ, “ଯଦି ଏହି ଲୋକ ଜଣେ ଭାବବାଦୀ ହୋଇଥାନ୍ତେ, ତେବେ ତାଙ୍କୁ ଛୁଇଁଥିବା ଏ ସ୍ତ୍ରୀ ଲୋକଟି କିଏ, ସେ ଜାଣିଥାନ୍ତେ। ସେ କି ପ୍ରକାର ପାପପୂର୍ଣ୍ଣ ଜୀବନ କାଟୁଛି, ତାହା ସେ ଜାଣିପାରିଥାନ୍ତେ।”


ବନ୍ଧୁ, ତୁମେ କଅଣ ଅନ୍ୟମାନଙ୍କର ବିଚାର କରୁଛ? ତୁମେ ଯେ କୌଣସି ବ୍ୟକ୍ତି ହେଲେ ମଧ୍ୟ, ଏହା କରିବା ତୁମ ପକ୍ଷରେ ଯଥାର୍ଥ ନୁହେଁ। ଅନ୍ୟମାନଙ୍କର ଦୋଷ ଧରି ତୁମେ ଯଦି ନିଜେ ତାହା କରୁଥାଅ, ତଦ୍ଦ୍ୱାରା ତୁମେ ନିଜକୁ ଦୋଷୀ କରୁଛ।


ତେବେ ଅଣଇହୁଦୀମାନଙ୍କଠାରୁ ଇହୁଦୀମାନଙ୍କର ଅଧିକ ସୁବିଧା କଅଣ? ସୁନ୍ନତ ସଂସ୍କାରର ବା ଉପକାର କଅଣ?


ଆମେ ଜାଣୁ, ବ୍ୟବସ୍ଥା ଆଧ୍ୟାତ୍ମିକ। କିନ୍ତୁ ମୋର ମର ଶରୀର ପାପ କ୍ରୀତଦାସ।


Swiv nou:

Piblisite


Piblisite