Biblia Todo Logo
Bib sou entènèt

- Piblisite -




ରୋମୀୟ 3:5 - ପବିତ୍ର ବାଇବଲ (CL) NT (BSI)

5 ଏଠାରେ ଗୋଟିଏ ପ୍ରଶ୍ନ ହୋଇପାରେ, “ଯଦି ଆମର ଅଧାର୍ମିକତା ଈଶ୍ୱରଙ୍କ ଧାର୍ମିକତା ପ୍ରମାଣ କରେ, ତେବେ ଈଶ୍ୱର ଆମକୁ ଦଣ୍ଡ ଦେଇ ଅନ୍ୟାୟ କରୁଛନ୍ତି ବୋଲି କହି ପାରିବା କି?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 କିନ୍ତୁ ଯଦି ଆମ୍ଭମାନଙ୍କର ଅଧାର୍ମିକତା ଈଶ୍ଵରଙ୍କ ଧାର୍ମିକତା ସପ୍ରମାଣ କରେ, ତେବେ ଆମ୍ଭେମାନେ କଅଣ କହିବା? ଯେଉଁ ଈଶ୍ଵର କ୍ରୋଧରେ ପ୍ରତିଫଳ ଦିଅନ୍ତି, ସେ କି ଅଧାର୍ମିକ? ମୁଁ ମନୁଷ୍ୟ ଭାବରେ କହୁଅଛି।

Gade chapit la Kopi

ଓଡିଆ ବାଇବେଲ

5 କିନ୍ତୁ ଯଦି ଆମ୍ଭମାନଙ୍କର ଅଧାର୍ମିକତା ଈଶ୍ୱରଙ୍କ ଧାର୍ମିକତା ପ୍ରମାଣ କରେ, ତେବେ ଆମ୍ଭେମାନେ କ'ଣ କହିବା ? ଯେଉଁ ଈଶ୍ୱର କ୍ରୋଧରେ ପ୍ରତିଫଳ ଦିଅନ୍ତି, ସେ କି ଅଧାର୍ମିକ ? ମୁଁ ମନୁଷ୍ୟ ଭାବରେ କହୁଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 କିନ୍ତୁ ଯଦି ଆମ୍ଭମାନଙ୍କର ଅଧାର୍ମିକତା ଈଶ୍ବରଙ୍କ ଧାର୍ମିକତା ପ୍ରମାଣ କରେ, ତେବେ ଆମ୍ଭେମାନେ କଅଣ କହିବା? ଯେଉଁ ଈଶ୍ବର କ୍ରୋଧରେ ପ୍ରତିଫଳ ଦିଅନ୍ତି, ସେ କି ଅଧାର୍ମିକ? ମୁଁ ମନୁଷ୍ୟର ବିଚାର ଅନୁସାରେ କହୁଅଛି।

Gade chapit la Kopi

ପବିତ୍ର ବାଇବଲ

5 ଆମ୍ଭେ ଯେତେବେଳେ ଭୁଲ୍ କରୁ, ସେଥିରୁ ସ୍ପଷ୍ଟ ଭାବରେ ଜଣା ପଡ଼େ ଯେ ପରମେଶ୍ୱର ହେଉଛନ୍ତି ଠିକ୍। ସେଥିପାଇଁ ପରମେଶ୍ୱର ଯେତେବେଳେ ଆମ୍ଭକୁ ଦଣ୍ଡ ଦିଅନ୍ତି, କ’ଣ ଆମ୍ଭେ କହି ପାରିବା ଯେ, ସେ ଅନ୍ୟାୟୀ? ମୁଁ କେତେକ ଲୋକଙ୍କ ଭାବିବାର ଢଙ୍ଗ ବିଷୟରେ କହୁଛି।

Gade chapit la Kopi




ରୋମୀୟ 3:5
32 Referans Kwoze  

(ତୁମ୍ଭମାନଙ୍କ ସ୍ୱାଭାବିକ ଦୁର୍ବଳତା ହେତୁ, ଏ ସବୁ କଥା ମୁଁ ଚଳନ୍ତି ଭାଷାରେ କହୁଛି।) ଦିନେ ତୁମେ ଅଶୁଚିତା ଓ ଜଘନ୍ୟ ଦୁଷ୍କର୍ମରେ ନିଜ ନିଜକୁ ଲିପ୍ତ ରଖିଥିଲ। ସେହିପରି ବର୍ତ୍ତମାନ ପବିତ୍ର ହେବା ପାଇଁ ଧାର୍ମିକତା ନିକଟରେ ନିଜକୁ ସର୍ବତୋଭାବେ ଉତ୍ସର୍ଗ କର।


ଭାଇମାନେ! ମୁଁ ଗୋଟିଏ ସାଧାରଣ ଉଦାହରଣ ଦେଉଛି: ଯେତେବେଳେ ଦୁଇ ଜଣ କୌଣସି ବିଷୟରେ ଗୋଟିଏ ଚୁକ୍ତି ସ୍ୱାକ୍ଷର କରନ୍ତି, କେହି ସେ ଚୁକ୍ତି ଭଙ୍ଗ କରିପାରେ ନାହିଁ ବା ସେଥିରେ କିଛି ଯୋଗ କରିପାରେ ନାହିଁ।


ମନୁଷ୍ୟ ଭାବରେ କ’ଣ ମୁଁ ଏହା କହୁଛି? ବ୍ୟବସ୍ଥାରେ ଏହା କୁହାଯାଇ ନାହିଁ କି?


ତେବେ କଅଣ କହିବା, ବ୍ୟବସ୍ଥା ହିଁ ପାପ? ତା’ ଅବଶ୍ୟ ନୁହେଁ। କିନ୍ତୁ ପାପ କଅଣ, ତାହା ବ୍ୟବସ୍ଥା ମୋତେ ଜଣାଇ ଦେଇଛି। “ପର ଦ୍ରବ୍ୟକୁ ଲୋଭ କର ନାହିଁ”, ଏହି ଆଜ୍ଞା ଯଦି ବ୍ୟବସ୍ଥା ଦେଇ ନ ଥାଆନ୍ତା, ଲୋଭ କଅଣ, ମୁଁ ଜାଣି ନ ଥାଆନ୍ତି।


ଆମ ଆଦି ପିତା ଅବ୍ରାହାମଙ୍କ ବିଷୟରେ କ’ଣ କହିବା?


କିନ୍ତୁ ତୁମେ ଦାମ୍ଭିକ ଓ କଠିନମନା। ତେଣୁ ଶେଷ ଦିନର ବିଚାରବେଳେ ତୁମେ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ଅଧିକ କଠୋର ଦଣ୍ଡ ପାଇବ।


ହେ ସ୍ୱର୍ଗଲୋକ! ସେ ଧ୍ୱଂସ ପାଇ ଥିବାରୁ ଆନନ୍ଦ ଉଲ୍ଲାସ କର। ହେ ସାଧୁବୃନ୍ଦ; ପ୍ରେରିତଶିଷ୍ୟ ଓ ଭାବବାଦୀଗଣ! ଉଲ୍ଲସିତ ହୁଅ, କାରଣ ତୁମ୍ଭମାନଙ୍କ ପ୍ରତି ସେ ଯାହା କରିଥିଲା, ସେଥିପାଇଁ ଈଶ୍ୱର ତାକୁ ଶାସ୍ତି ଦେଇଛନ୍ତି।


ସେମାନେ ଈଶ୍ୱର ପ୍ରଦାନ କରିଥିବା ବୀଣା ବଜାଇ ଈଶ୍ୱରଙ୍କ ସେବକ ମୋଶାଙ୍କ ଗୀତ ଓ ମେଷଶାବକଙ୍କ ଗୀତ ଗାନ କରୁଥିଲେ। “ହେ ମହାପରାକ୍ରାନ୍ତ ପ୍ରଭୁ ଈଶ୍ୱର! ତୁମ କାର୍ଯ୍ୟସକଳ କେଡ଼େ ମହାନ୍ ଓ ବିଚିତ୍ର, ସମସ୍ତ ଜାତିର ରାଜାଧିରାଜ! ତୁମ କର୍ମପନ୍ଥା କେଡ଼େ ନ୍ୟାୟସଙ୍ଗତ ଓ ଯଥାର୍ଥ!


ଯଦି ମୁଁ କେବଳ ମାନବୀୟ ଲକ୍ଷ୍ୟ ନେଇ ଏଫିସସ୍ରେ ହିଂସ୍ରଯନ୍ତୁମାନଙ୍କ ସହିତ ଲଢ଼ିଥିଲି, ତେବେ ମୋର କି ଲାଭ ହେଲା? ଯଦି ମୃତମାନେ ପୁନରୁତ୍ôଥତ ନ ହେବେ, ତେବେ ପ୍ରବଚନ ଅନୁଯାୟୀ, “ଆସ, ଭୋଜନପାନ କରି ସମୟ କାଟିବା, ଯେହେତୁ ଆସନ୍ତା କାଲି ତ ଆମକୁ ମରିବାକୁ ହେବ।”


ବନ୍ଧୁଗଣ, ତୁମେମାନେ ନିଜେ କାହା ବିରୁଦ୍ଧରେ ପ୍ରତିଶୋଧ ନିଅ ନାହିଁ। ଈଶ୍ୱରଙ୍କ କ୍ରୋଧର ପାତ୍ର ହେବାକୁ ତାକୁ ଛାଡ଼ି ଦିଅ। କାରଣ ଶାସ୍ତ୍ରରେ ଲେଖାଅଛି: “ପ୍ରଭୁ କହନ୍ତି, ଆମ୍ଭେ ପ୍ରତିଶୋଧ ନେବା। ଆମ୍ଭେ ପ୍ରତିଫଳ ଦେବା।”


ତାହାହେଲେ କଅଣ କହିବା? ଈଶ୍ୱରଙ୍କ ଅନୁଗ୍ରହ ଆହୁରି ପ୍ରଚୁର ହେବ ବୋଲି ଆମେ କଅଣ ପାପରେ ଜୀବନ ଯାପନ କରିବା?


ଆମେ ଜାଣୁ, ଯେଉଁମାନେ ବ୍ୟବସ୍ଥାର ଅଧୀନ, ତାହାର ସମସ୍ତ ବିଧିବିଧାନ ସେମାନେ ପାଳନ କରିବାକୁ ବାଧ୍ୟ। ଈଶ୍ୱର ଯେତେବେଳେ ସମଗ୍ର ବିଶ୍ୱର ବିଚାର କରିବେ, ବ୍ୟବସ୍ଥା ଲଙ୍ଘନକାରୀମାନେ କୌଣସି ଆଳ ଦେଖାଇ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇ ପାରିବେ ନାହିଁ।


କିନ୍ତୁ ଯଦି ମୋର ଅସତ୍ୟତା ଦ୍ୱାରା ଈଶ୍ୱରଙ୍କ ସତ୍ୟପରାୟଣତା ଅଧିକ ସ୍ପଷ୍ଟ ରୂପେ ପ୍ରକାଶିତ ହୁଏ ଓ ସେ ଗୌରବାନ୍ୱିତ ହୁଅନ୍ତି, ମୁଁ ପାପୀ ବୋଲି କାହିଁକି ଦଣ୍ଡନୀୟ ହେବି?


କିନ୍ତୁ ଆମ୍ଭେମାନେ ପାପୀ ଥିବାବେଳେ ଯୀଶୁ ଆମ ପାଇଁ ନିଜର ପ୍ରାଣ ଦେଲେ। ଏହା ଦ୍ୱାରା ଈଶ୍ୱର ଆମ୍ଭମାନଙ୍କୁ କେତେ ପ୍ରେମ କରନ୍ତି, ତାହା ସେ ପ୍ରକାଶ କରିଛନ୍ତି।


ଏହିସବୁ ଦୃଷ୍ଟିରୁ ଆଉ କଅଣ କରିବା? ଈଶ୍ୱର ଯଦି ଆମର ସପକ୍ଷ, କିଏ ଆମର ବିପକ୍ଷ ହୋଇପାରେ?


ତେଣୁ ଅଣଇହୁଦୀମାନଙ୍କ ବିଷୟରେ ଏହା କହିପାରିବା, ସେମାନେ ଧାର୍ମିକ ହେବାକୁ ଚେଷ୍ଟା କରୁ ନ ଥିଲେ, କିନ୍ତୁ ସେମାନଙ୍କ ବିଶ୍ୱାସ ଯୋଗୁଁ ଧାର୍ମିକ ବିବେଚିତ ହୋଇଛନ୍ତି।


ବରଂ, ଆମେ ସବୁ ଅବସ୍ଥାରେ ନିଜକୁ ଈଶ୍ୱରଙ୍କ ସେବକ ରୂପେ ପରିଚିତ କରାଉଛୁ। ଅସୀମ ଧୈର୍ଯ୍ୟ ସହକାରେ ଆମେ ସବୁ ପ୍ରକାର କ୍ଳେଶ, ଅନାଟନ ଓ କଷ୍ଟ ସହ୍ୟ କରିଛୁ;


ଦେଖ, ଈଶ୍ୱରଙ୍କ ଅଭିପ୍ରେତ ଏହି ଦୁଃଖ ତୁମ୍ଭମାନଙ୍କ ମନରେ କେତେ ଆଗ୍ରହ, କେତେ ଭୟ, କେତେ ଉତ୍ତେଜନା, ଆତ୍ମସଂଶୋଧନ ପାଇଁ କେତେ ପ୍ରେରଣା, ଦୁଷ୍କର୍ମକାରୀମାନଙ୍କୁ ଶାସ୍ତି ଦେବାକୁ କେତେ ତତ୍ସରତା ସଂଚାରିତ କରିଛି। ଏସବୁ ବିଷୟରେ ତୁମ୍ଭେମାନେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇଛ।


ବରଂ ଯେଉଁ ବ୍ୟବସ୍ଥାର ବନ୍ଧନକୁ ମୁଁ ଚ୍ଛିନ୍ନ କରିଛି, ତା’ର ପୁନଃ-ପ୍ରତିଷ୍ଠା କରିବାକୁ ଗଲେ, ମୁଁ ଅପରାଧୀ ହେବି।


Swiv nou:

Piblisite


Piblisite