Biblia Todo Logo
Bib sou entènèt

- Piblisite -




ରୋମୀୟ 3:3 - ପବିତ୍ର ବାଇବଲ (CL) NT (BSI)

3 ଅବଶ୍ୟ କେତେ ଜଣ ଅବିଶ୍ୱସ୍ତ ହୋଇପାରନ୍ତି। କିନ୍ତୁ ତା’ ବୋଲି କଅଣ ଈଶ୍ୱରଙ୍କ ବିଶ୍ୱସ୍ତତା ନିରର୍ଥକ ହେବ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତେବେ କଅଣ? ଯଦି କେହି କେହି ଅବିଶ୍ଵସ୍ତ ହେଲେ, ସେମାନଙ୍କର ଅବିଶ୍ଵସ୍ତତା କଅଣ ଈଶ୍ଵରଙ୍କ ବିଶ୍ଵସ୍ତତାକୁ ନିଷ୍ଫଳ କରିବ?

Gade chapit la Kopi

ଓଡିଆ ବାଇବେଲ

3 ତେବେ କ'ଣ ? ଯଦି ଯିହୁଦୀମାନଙ୍କ ମଧ୍ୟରୁ କେହି କେହି ଅବିଶ୍ୱସ୍ତ ହେଲେ, ସେମାନଙ୍କର ଅବିଶ୍ୱସ୍ତତା କ'ଣ ଈଶ୍ୱରଙ୍କ ବିଶ୍ୱସ୍ତତାକୁ ନିଷ୍ଫଳ କରିବ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତେବେ କଅଣ? ଯଦି ଯିହୁଦୀମାନଙ୍କ ମଧ୍ୟରୁ କେହି କେହି ଅବିଶ୍ୱସ୍ତ ହେଲେ, ସେମାନଙ୍କର ଅବିଶ୍ଵସ୍ତତା କଅଣ ଈଶ୍ବରଙ୍କ ବିଶ୍ୱସ୍ତତାକୁ ନିଷ୍ଫଳ କରିବ?

Gade chapit la Kopi

ପବିତ୍ର ବାଇବଲ

3 ଏହା ସତ୍ୟ ଯେ, କେତେକ ଯିହୂଦୀ ପରମେଶ୍ୱରଙ୍କର ବିଶ୍ୱସ୍ତ ନ ଥିଲେ। କିନ୍ତୁ ସେମାନଙ୍କ ଅବିଶ୍ୱସ୍ତତା କ’ଣ ପରମେଶ୍ୱରଙ୍କୁ ନିଜ ପ୍ରତିଜ୍ଞା ରଖିବାରେ ବାଧା ଦେବ?

Gade chapit la Kopi




ରୋମୀୟ 3:3
19 Referans Kwoze  

କିନ୍ତୁ ତାଙ୍କ ପ୍ରତି ଆମ୍ଭେମାନେ ଅବିଶ୍ୱସ୍ତ ହେଲେ ମଧ୍ୟ, ସେ ସଦା ବିଶ୍ୱସ୍ତ ରହିବେ, କାରଣ ସେ ନିଜ ବିରୁଦ୍ଧରେ ମିଥ୍ୟାଚରଣ କରି ପାରିବେ ନାହିଁ।


କାରଣ ସେମାନଙ୍କ ପରି ଆମେ ମଧ୍ୟ ସୁସମାଚାର ଶୁଣିଛୁ। ସେମାନେ ତାହା ଶୁଣି ସୁଦ୍ଧା ବିଶ୍ୱାସରେ ଗ୍ରହଣ କଲେ ନାହିଁ।


ଈଶ୍ୱରଙ୍କ ପ୍ରତିଜ୍ଞା ବିଫଳ ହୋଇଛି ବୋଲି ମୁଁ କହୁ ନାହିଁ, କାରଣ ଇଶ୍ରାଏଲୀୟମାନେ ସମସ୍ତେ ଈଶ୍ୱରଙ୍କ ଲୋକ ନୁହଁନ୍ତି,


ଭାଇମାନେ! ତୁମ ପାଇଁ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମର କର୍ତ୍ତବ୍ୟ। ଆମ ପକ୍ଷରେ ଏହା ଉଚିତ ବୋଲି ଆମେ ମନେ କରୁଛୁ, କାରଣ ତୁମ୍ଭମାନଙ୍କର ବିଶ୍ୱାସ ଉତ୍ତରୋତ୍ତର ବୃଦ୍ଧି ପାଉଛି ଓ ତୁମ୍ଭେମାନେ ପରସ୍ପରକୁ ଅଧିକ ପ୍ରେମ କରୁଛ।


କିନ୍ତୁ ସମସ୍ତେ ସେହି ସୁସମାଚାର ଗ୍ରହଣ କରି ନାହାନ୍ତି। ସେଥିପାଇଁ ଯିଶାଇୟ ଲେଖିଛନ୍ତି, “ପ୍ରଭୁ, ଆମ ବାର୍ତ୍ତା ଶୁଣି କିଏ ବିଶ୍ୱାସ କରିଛି?”


ଆମ ସମସ୍ତଙ୍କ ଅନାବୃତ ମୁଖରେ ଏବେ ପଅଭୁଙ୍କ ମହିମା ପଅତିଫଳିତ ହେଉଛି ଏବଂ ପ୍ରଭୁଙ୍କଠାରୁ ନିସୃତ ସେହି ମହିମାର ପ୍ରଭାବରେ ଆମେ ଅଧିକ ତେଜୋମୟ ଭାବରେ ତାଙ୍କ ସାଦୃଶ୍ୟରେ ରୂପାନ୍ତରିତ ହେଉଛୁ।


ସ୍ୱର୍ଗ ଓ ପୃଥିବୀର ବିଲୋପ ହେବ; କିନ୍ତୁ ମୋ’ କଥା କେବେ ଲୋପ ପାଇବ ନାହିଁ।


ଈଶ୍ୱର ଯେଉଁମାନଙ୍କୁ ମନୋନୀତ କରି ଆଶୀର୍ବାଦ କରନ୍ତି, ସେମାନଙ୍କ ପାଇଁ ତାଙ୍କର ନିଷ୍ପତ୍ତିରେ ସେ ଅଟଳ ରହନ୍ତି।


ତାଙ୍କ ପୂର୍ଣ୍ଣତାରୁ ଆମେ ଅନୁଗ୍ରହ ଉପରେ ଅନୁଗ୍ରହ ପାଇଛୁ।


Swiv nou:

Piblisite


Piblisite