Biblia Todo Logo
Bib sou entènèt

- Piblisite -




ରୋମୀୟ 3:25 - ପବିତ୍ର ବାଇବଲ (CL) NT (BSI)

25 ଈଶ୍ୱର ଯୀଶୁଙ୍କୁ ଦାନ କଲେ, ଯେପରି ତାଙ୍କ ମୃତ୍ୟୁ, ତାଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କର ପାପ କ୍ଷମାର ଉପାୟ ହେବ। ଈଶ୍ୱର ସହିଷ୍ଣୁ ହୋଇ ଲୋକମାନଙ୍କ ପୂର୍ବକୃତ ପାପ ଧରି ନାହାନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ଈଶ୍ଵର ଆପଣା ସହିଷ୍ଣୁତାରେ ପୂର୍ବକୃତ ପାପସବୁ ଉପେକ୍ଷା କରିଥିବାରୁ ନିଜ ଧାର୍ମିକତା ପ୍ରକାଶ କରିବା ନିମନ୍ତେ ତାହାଙ୍କୁ, ତାହାଙ୍କ ରକ୍ତରେ ବିଶ୍ଵାସ ଦ୍ଵାରା, ପ୍ରାୟଶ୍ଚିତ୍ତବଳି ରୂପେ ପ୍ରଦର୍ଶନ କରିଅଛନ୍ତି,

Gade chapit la Kopi

ଓଡିଆ ବାଇବେଲ

25 ଈଶ୍ୱର ଆପଣା ସହିଷ୍ଣୁତାରେ ପୂର୍ବକୃତ ପାପସବୁ ଉପେକ୍ଷା କରିଥିବାରୁ ନିଜ ଧାର୍ମିକତା ପ୍ରକାଶ କରିବା ନିମନ୍ତେ ତାହାଙ୍କୁ, ତାହାଙ୍କ ରକ୍ତରେ ବିଶ୍ୱାସ ଦ୍ୱାରା, ପ୍ରାୟଶ୍ଚିତ୍ତବଳି ରୂପେ ପ୍ରଦର୍ଶନ କରିଅଛନ୍ତି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ଈଶ୍ବର ଆପଣା ସହିଷ୍ଣୁତାରେ ପୂର୍ବକୃତ ପାପସବୁ ଉପେକ୍ଷା କରିଥିବାରୁ ନିଜ ଧାର୍ମିକତା ପ୍ରକାଶ କରିବା ନିମନ୍ତେ ତାହାଙ୍କୁ ଏବଂ ତାହାଙ୍କ ରକ୍ତରେ ବିଶ୍ୱାସ ଦ୍ୱାରା, ପ୍ରାୟଶ୍ଚିତ୍ତବଳି ରୂପେ ପ୍ରଦର୍ଶନ କରିଅଛନ୍ତି,

Gade chapit la Kopi

ପବିତ୍ର ବାଇବଲ

25 ଲୋକମାନଙ୍କୁ ବିଶ୍ୱାସ ଜରିଆରେ, ପାପରୁ କ୍ଷମା କରିବା ଉଦ୍ଦେଶ୍ୟରେ ପରମେଶ୍ୱର ଯୀଶୁଙ୍କୁ ପଥ ଭାବରେ ଦେଇଥିଲେ। ଯୀଶୁଙ୍କ ରକ୍ତ ବା ମୃତ୍ୟୁ ଦ୍ୱାରା ପରମେଶ୍ୱର କ୍ଷମା କରନ୍ତି। ଯୀଶୁଙ୍କୁ ଦେବା ଦ୍ୱାରା ଏହା ପ୍ରମାଣିତ କରେ ଯେ ପରମେଶ୍ୱର ସର୍ବଦା ନ୍ୟାୟ କରନ୍ତି।

Gade chapit la Kopi




ରୋମୀୟ 3:25
51 Referans Kwoze  

ଏହା ହିଁ ପ୍ରକୃତ ପ୍ରେମ- ଆମେ ଈଶ୍ୱରଙ୍କୁ ପ୍ରେମ କରି ନାହୁଁ, ଅଥଚ ସେ ଆମକୁ ପ୍ରେମ କରି, ଆମ ପାପର ପ୍ରାୟଶ୍ଚିତ ହେବା ନିମନ୍ତେ ତାଙ୍କ ପୁତ୍ରଙ୍କୁ ପ୍ରେରଣ କଲେ।


ସେହହି ଖ୍ରୀଷ୍ଟନିଜେ ଆମର ତଥା ସମଗ୍ର ମାନବ ଜାତିର ପାପ କ୍ଷମା ନିମନ୍ତେ ପ୍ରାୟଶ୍ଜିତ୍ତ ସ୍ୱରୂପ ହୋଇଛନ୍ତି।


ଖ୍ରୀଷ୍ଟଙ୍କ ପ୍ରାଣବଳି ଦ୍ୱାରା ଈଶ୍ୱର ଆମକୁ ଧାର୍ମିକ ରୂପେ ଗ୍ରହଣ କରିଛନ୍ତି। ତାହାହେଲେ ଈଶ୍ୱରଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ରକ୍ଷା କରିବାକୁ ଖ୍ରୀଷ୍ଟ କେତେ ମନୋଯୋଗୀ ନ ହେବେ।


ଲୋକମାନେ ଈଶ୍ୱରଙ୍କୁ ଜାଣି ନ ଥିବା ସମୟରେ ସେ ଦୋଷ ଧରି ନ ଥିଲେ, କିନ୍ତୁ ବର୍ତ୍ତମାନ ସେ ସର୍ବତ୍ର ସମସ୍ତଙ୍କୁ ସେମାନଙ୍କ ପାପ ପଥରୁ ଫେରିବା ପାଇଁ ଆଦେଶ ଦେଉଛନ୍ତି।


କାରଣ ବୃକ୍ଷ ଓ ଛାଗର ରକ୍ତ କଦାପି ପାପ ମୋଚନ କରିପାରେ ନାହିଁ।


ପୃଥିବୀର ସୃଷ୍ଟି ପୂର୍ବରୁ ଯେଉଁମାନଙ୍କ ନାମ ବଧ ହୋଇଥିବା ମେଷଶାବକଙ୍କ ଜୀବନ ପୁସ୍ତକରେ ଲେଖାଯାଇଥିଲା, ସେମାନଙ୍କ ବ୍ୟତୀତ ପୃଥିବୀର ଅନ୍ୟ ସମସ୍ତେ ସେହି ପଶୁର ପୂଜା କରିବେ।


ବିଶ୍ୱାସ ବଳରେ ନେହ ଅଦୃଶ୍ୟ ଭାବୀ ଘଟଣା ସମ୍ବଦ୍ଧରେ ଈଶ୍ୱରଙ୍କ ସତକପର୍ବାଣୀ ଶୁଣି ପାରିଥିଲେ। ସେ ଈଶ୍ୱରଙ୍କ ଆଦେଶ ପାଳନ କରି ଏକ ଜାହାଜ ପରିବାରବର୍ଗ ରକ୍ଷା ପାଇଥିଲେ। ଫଳରେ ଜଗତବାସୀ ଦଣ୍ଡିତ ହେଲେ, କିନ୍ତୁ ନୋହ ତାଙ୍କ ବିଶ୍ୱାସ ହେତ ଧାର୍ମକତାର ପୁରସ୍କାର ଲାଭ କଲେ।


ବର୍ତ୍ତମାନ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇଛୁ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଯୋଗୁଁ ଈଶ୍ୱରଙ୍କ ସହିତ ଆମର ପ୍ରତିଷ୍ଠା ହୋଇଛି।


ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଯାଇ ନ ଥିଲା, ସେମାନେ ମଧ୍ୟ ସମସ୍ତେ ଅଗ୍ନିମୟ ହ୍ରଦରେ ନିକ୍ଷିପ୍ତ ହେଲେ।


ସେମାନେ ଗୋଟିଏ ନୂଆ ଗୀତ ଗାଇଥିଲେ: “ପାଣ୍ଡୁଲିପି ଗ୍ରହଣ କରି ତାହାର ମୋହର ଭାଙ୍ଗିବାକୁ ତୁମେ ହିଁ ଯୋଗ୍ୟ: କାରଣ ତୁମେ ନିହତ ହୋଇଥିଲ ଏବଂ ତୁମ ମୃତ୍ୟୁ ଦ୍ୱାରା, ସମସ୍ତ ଗୋଷ୍ଠୀ, ଭାଷାବାଦୀ, ରାଷ୍ଟ୍ର ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କ୍ରୟ କରିଛ।


ଯେଉଁମାନେ ଏଭଳି କଥା କହନ୍ତି, ସେମାନେ ଆଉ ଏକ ମାତୃଭୂମିର ଅନ୍ୱେଷଣ କରୁଛନ୍ତି ବୋଲି ଜଣାଯାଏ।


ଆମେ ପାପ କରି ନୈୁଁ ବୋଲି ଯଦି କହୁ, ଈଶ୍ୱରଙ୍କୁ ମିଥ୍ୟାବାଦୀ ବୋଲି ଅଭିଯୁକ୍ତ କରୁଛୁ- ତାଙ୍କର ବାକ୍ୟ ଆମ ହୃଦୟରେ ସ୍ଥାନ ପାଇ ନାହିଁ।


ଈଶ୍ୱର ଅବ୍ରାହାମଙ୍କର ବିଶ୍ୱାସ ପରୀକ୍ଷା କଲାବେଳେ ଅବ୍ରାହାମ ନିଜ ପୁତ୍ର ଇସାହାକଙ୍କୁ ବଳିରୂପ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ହେଲେ। ଈଶ୍ୱର ଅବ୍ରାହାମଙ୍କୁ ହିଁ ତାଙ୍କର ପ୍ରତିଜ୍ଞା ବଚନ ଦେଇଥିଲେ, ଅଥଚ ଅବ୍ରାହାମ ନିଜର ଏକମାତ୍ର ପୁତ୍ରକୁ ବଳିରୂପେ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଥିଲେ।


ସିନ୍ଦୁକ ପକ୍ଷ ବିଶିଷ୍ଟ ଦୁଇ ପ୍ରାଣୀଙ୍କର ପ୍ରତିମୂର୍ତ୍ତି ଥିଲା। ଏମାନେ “ପାପକ୍ଷମା” ସ୍ଥାନ ଉପରେ ପକ୍ଷ ବିସ୍ତା କରି ରହିଥିଲେ, କିନ୍ତୁ ବର୍ତ୍ତମାନ ଏ ସବୁର ବିଶଦ ବ୍ୟାଖ୍ୟା ଅନାବଶ୍ୟକ।


ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ପୃଥିବୀକୁ ଆସିଥିଲେ, ଏହା ଗୋଟିଏ ନିରାଟ ସତ୍ୟ - ସମସ୍ତେ ଏହାକୁ ପୂର୍ଣ୍ଣ ମାତ୍ରାରେ ଉପଲବ୍ଧି କରିବା ଆବଶ୍ୟକ। ସେହି ପାପୀମାନଙ୍କ ମଧ୍ୟରେ ମୁଁ ସମସ୍ତଙ୍କଠାରୁ ଅଧମ।


କେବଳ ସେତିକି ନୁହେଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱର ଯେଉଁ ସବୁ କାର୍ଯ୍ୟ ସାଧନ କରିଛନ୍ତି, ସେଥିପାଇଁ ଆମର ହୃଦୟ ଉଚ୍ଛ୍ୱସିତ ଆନନ୍ଦରେ ପରିପୂର୍ଣ୍ଣ। ସେହି ଯୀଶୁ ଈଶ୍ୱରଙ୍କ ସହିତ ଆମ୍ଭମାନଙ୍କର ପୁନର୍ମିଳନ କରାଇଛନ୍ତି।


କିନ୍ତୁ ବର୍ତ୍ତମାନ ସେ ନିଜର ଧାର୍ମିକତା ପ୍ରକାଶ କରିବା ପାଇଁ ପାପ କ୍ଷମାର ବ୍ୟବସ୍ଥା କରିଛନ୍ତି। ଏଥିଦ୍ୱାରା ଈଶ୍ୱର ଦର୍ଶାଇ ଦେଇଛନ୍ତି ଯେ, ସେ ନିଜେ ଧାର୍ମିକ ଓ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି, ସେ ସମସ୍ତଙ୍କୁ ଧାର୍ମିକ ରୂପେ ଗ୍ରହଣ କରିବେ।


ହୁଏତ, ତୁମେ ଈଶ୍ୱରଙ୍କ ଅସୀମ କୃପା, ଉଦାରତା ଓ ସହିଷ୍ଣୁତାକୁ ଅବଜ୍ଞା କରୁଛ। ତୁମେ ଅବଶ୍ୟ ଜାଣିଛ ଯେ, ତୁମେ ମନରେ ଅନୁତାପ ଆଣିବା ପାଇଁ ଈଶ୍ୱର ଏଡ଼େ ଦୟା କରୁଛନ୍ତି।


ତୁମ ଶକ୍ତି ଓ ଇଚ୍ଛାନୁଯାୟୀ ଯାହାସବୁ ଘଟାଇବା ନିମନ୍ତେ ତୁମେ ସ୍ଥିର କରିଥିଲ, ସେମାନେ ଏକତ୍ର ହୋଇ ସେ ସମସ୍ତ କରିବା ପାଇଁ ଲାଗି ପଡ଼ିଲେ।


ବହୁପୂର୍ବେ ସମସ୍ତ ଭାବବାଦୀମାନଙ୍କୁ ମୁଖରେ ଈଶ୍ୱର ଘୋଷଣା କରିଥିଲେ ଯେ, ମସୀହଙ୍କୁ ଦୁଃଖଭୋଗ କରିବାକୁ ହେବ। ଏହିପରି ଭାବର ବର୍ତ୍ତମାନ ତାହା ସଫଳ ହୋଇଛି।


ପ୍ରଭୁ ଏହି କଥା କହିଛନ୍ତି, ବହୁ ପୂର୍ବେ ଏହି କଥା ସେ ପ୍ରକାଶ କରିଥିଲେ’।”


ଈଶ୍ୱର ତାଙ୍କର ଯୋଜନା ଅନୁଯାୟୀ ଯୀଶୁଙ୍କୁ ତୁମ ହସ୍ତରେ ସମର୍ପଣ କରିବାକୁ ସ୍ଥିର କରିଥିଲେ। ପୁଣି ତୁମେ ତାଙ୍କୁ ଦୁଷ୍ଟମାନଙ୍କ ଦ୍ୱାରା କ୍ରୁଶବିଦ୍ଧ କରି ହତ୍ୟା କରିଥିଲ।


ମୁଁ ସତ୍ୟ କହୁଛି, ଯେ କେହି ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପାଇବ।


ଅତୀତରେ ସ୍ୱଇଚ୍ଛାରେ ନିଜ ପଥରେ ଯିବା ପାଇଁ ଈଶ୍ୱର ଲୋକମାନଙ୍କୁ ଛାଡ଼ି ଦେଇଥିଲେ।


ଜଣକର ପାପ ଯେପରି ସମଗ୍ର ମନୁଷ୍ୟ ଜାତିକୁ ଦଣ୍ଡନୀୟ କରାଇଲ. ସେହିପରି ଜଣକର ଧାର୍ମିକତା ସମଗ୍ର ମନୁଷ୍ୟ ଜାତି ପାଇଁ ମୁକ୍ତି ଓ ଜୀବନର ସୁଯୋଗ ଆଣି ଦେଇଛି।


ତୁମ୍ଭମାନଙ୍କ ମଧ୍ୟରୁ ପାପରୂପ ପୁରୁଣା ଖମୀରକୁ ଦୂର କରି ସମ୍ପୂର୍ଣ୍ଣ ଶୁଚି ହୁଅ। ତାହାହେଲେ, ତୁମ୍ଭେମାନେ ଖମୀରଶୂନ୍ୟ ନିର୍ମଳ ମଇଦା ପରି ହେବ - ଅବଶ୍ୟ ମୁଁ ଜାଣେ, ତୁମ୍ଭେମାନେ ବର୍ତ୍ତମାନ ସେହିପରି ଅଛ। ନିସ୍ତାର ପର୍ବର ପ୍ରସ୍ତୁତି ସରିଛି। ଆମ ପରିତ୍ରାଣ ନିମନ୍ତେ ନିସ୍ତାର ପର୍ବର ମେଷଶାବକ ପରି ସ୍ୱୟଂ ଖ୍ରୀଷ୍ଟ ବଳି ରୂପେ ଉତ୍ସର୍ଗିତ ହୋଇଛନ୍ତି।


କାରଣ ଖ୍ରୀଷ୍ଟ ସମ୍ପୂର୍ଣ୍ଣ ନିଷ୍ଠାପ ଥିଲେ ସୁଦ୍ଧା, ଈଶ୍ୱର ତାଙ୍କୁ ଆମ ପାଇଁ ପାପ ସ୍ୱରୂପ କଲେ, ଆମେ ଯେପିର ତାଙ୍କ ସହିତ ଯଂଯୁକ୍ତ ହୋଇ ଈଶ୍ୱରଙ୍କ ଧାର୍ମିକତାର ଅଂଶୀ ହୋଇ ପାରିବା।


ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ଆମେ ମୁକ୍ତି ପାଇଛୁ, ଅର୍ଥାତ୍ ଆମର ସମସ୍ତ ପାପ କ୍ଷମା ହୋଇଅଛି। ଈଶ୍ୱରଙ୍କ ଅନୁଗ୍ରହ କେଡ଼େ ମହାନ୍!


ଏକଦା ଦୂରରେ ଥିଲ; ବର୍ତ୍ତମାନ ଯୀଶୁଙ୍କ ସହିତ ଏକ ହୋଇ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ନିକଟବର୍ତ୍ତୀ ହୋଇଅଛ।


ସେହିପରି ଅନେକଙ୍କ ପାପ ଦୂର କରିବାକୁ ଖ୍ରୀଷ୍ଟ ଥରକ ପାଇଁ ବଳି ରୂପେ ଉତ୍ସର୍ଗିତ ହେଲେ। ସେ ଦ୍ୱିତୀୟ ଥର ଆସିବେ। ସେତେବେଳେ ଆଉ ପାପାର ମୂକାବିଲା କରିବା ତାଙ୍କ ସେ ଆସିବେ ନାହିଁ। ସେ ଆସିବେ, ତଙ୍କ ନିମନ୍ତେ ଅପେକ୍ଷା କରୁଥିବାମ ମନୁଷ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ।


ଏବଂ ମୃତ୍ୟୁରୁ ପୁନରୁତ୍ôଥତ ସର୍ବପ୍ରଥମ, ବିଶ୍ୱସ୍ତ ସାକ୍ଷ୍ୟଦାତା ଓ ରାଜାଧିରାଜ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭ ପ୍ରତି ହେଉ। ସେ ଆମକୁ ପ୍ରେମ କରନ୍ତି ଓ ତାଙ୍କର ମୃତ୍ୟୁ ଦ୍ୱାରା ଆମକୁ ପାପରୁ ପରିତ୍ରାଣ କରିଅଛନ୍ତି


Swiv nou:

Piblisite


Piblisite