Biblia Todo Logo
Bib sou entènèt

- Piblisite -




ରୋମୀୟ 3:21 - ପବିତ୍ର ବାଇବଲ (CL) NT (BSI)

21 ଈଶ୍ୱର ନିଜ ସହିତ ମନୁଷ୍ୟର ସୁସମ୍ପର୍କ ପ୍ରତିଷ୍ଠା କରିବା ପାଇଁ ବ୍ୟବସ୍ଥା ବାହାରେ ଯାହା କରିଛନ୍ତି, ତାହା ଏବେ ପ୍ରକାଶ ପାଇଛି। ଏ ବିଷୟରେ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନେ ମଧ୍ୟ ସାକ୍ଷ୍ୟ ଦେଇଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 କିନ୍ତୁ ଏବେ ବ୍ୟବସ୍ଥା ବ୍ୟତୀତ ଈଶ୍ଵରଙ୍କର ଧାର୍ମିକତା ପ୍ରକାଶିତ ହୋଇଅଛି, ଆଉ ତାହା ବିଷୟରେ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ସାକ୍ଷ୍ୟ ଦେଉଅଛି,

Gade chapit la Kopi

ଓଡିଆ ବାଇବେଲ

21 କିନ୍ତୁ ଏବେ ମୋଶାଙ୍କ ବ୍ୟବସ୍ଥା ବ୍ୟତୀତ ଈଶ୍ୱରଙ୍କର ଧାର୍ମିକତା ପ୍ରକାଶିତ ହୋଇଅଛି, ଆଉ ତାହା ବିଷୟରେ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ସାକ୍ଷ୍ୟ ଦେଉଅଛି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 କିନ୍ତୁ ଏବେ ମୋଶାଙ୍କ ବ୍ୟବସ୍ଥା ବ୍ୟତୀତ ଈଶ୍ବରଙ୍କର ଧାର୍ମିକତା ପ୍ରକାଶିତ ହୋଇଅଛି, ଆଉ ତାହା ବିଷୟରେ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ସାକ୍ଷ୍ୟ ଦେଉଅଛି,

Gade chapit la Kopi

ପବିତ୍ର ବାଇବଲ

21 କିନ୍ତୁ ବିନା ବ୍ୟବସ୍ଥାରେ ଲୋକମାନଙ୍କୁ ଧାର୍ମିକ କରିବା ପାଇଁ ପରମେଶ୍ୱରଙ୍କର ଗୋଟିଏ ନୂତନ ମାର୍ଗ ଅଛି। ସେ ଆମ୍ଭକୁ ସେହି ନୂତନ ପଥ ଦେଖାଇ ଦେଇଛନ୍ତି। ଏହି ନୂତନ ପଥ ବିଷୟରେ ବ୍ୟବସ୍ଥା ଓ ଭବିଷ୍ୟ‌ଦ୍‌ବକ୍ତା ଆମ୍ଭକୁ କହୁଛନ୍ତି।

Gade chapit la Kopi




ରୋମୀୟ 3:21
37 Referans Kwoze  

ସବୁ ଭାବବାଦୀମାନେ ତାଙ୍କ ବିଷୟରେ ପ୍ରଚାର କରି ଏହି କଥା କହିଥିଲେ, ଯେ କେହି ତାଙ୍କଠାରେ ବିଶ୍ୱାସ କରିବ, ତାଙ୍କ ନାମର ଶକ୍ତିରେ ତାହାର ପାପ କ୍ଷମା ହେବ।”


ଯେଉଁ ଧାର୍ମିକତା ବ୍ୟବସ୍ଥା ପାଳନ ଦ୍ୱାରା ଲାଭ କରାଯାଇପାରେ, ସେହି ପ୍ରକାର କୌଣସି ନିଜସ୍ୱ ଧାର୍ମିକତା ମୋର ନାହିଁ। ବର୍ତ୍ତମାନ ମୋର ଯେଉଁ ଧାର୍ମିକତା ଅଛି, ତାହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ମିଳେ; ତାହା ଈଶ୍ୱରଙ୍କଠାରୁ ଆସେ ଓ ତାହା ବିଶ୍ୱାସ ଉପରେ ପ୍ରତିଷ୍ଠିତ।


ଆଦ୍ୟରୁ ଧର୍ମଶାସ୍ତ୍ରରେ ସୂଚୀତ ହୋଇଛି ଯେ, ବିଶ୍ୱାସ ଦ୍ୱାରା ଈଶ୍ୱର ଅଣଇହୁଦୀମାନଙ୍କୁ ଧାର୍ମିକ ବୋଲି ବିବେଚନା କରିବେ। “ତୁମ ଦ୍ୱାରା ଈଶ୍ୱର ପୃଥିବୀର ସମସ୍ତ ଲୋକଙ୍କୁ ଆଶୀର୍ବାଦ କରିବେ” ଏହି ବାର୍ତ୍ତା ପ୍ରଥମେ ଅବ୍ରହାମଙ୍କ ନିକଟରେ ପ୍ରଚାର କରାଯାଇଥିଲା।


ଜଣକର ଅବାଧ୍ୟତା ଲାଗି ଯେପରି ସମସ୍ତେ ପାପୀ ହେଲେ, ସେହିପରି ଜଣକର ଆଜ୍ଞାବହତା ଯୋଗୁଁ ସମସ୍ତେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହେବେ।


ମନୁଷ୍ୟ ଈଶ୍ୱରଙ୍କ ନିକଟରେ କିପରି ଧାର୍ମିକ ବିବେଚିତ ହୋଇପାରିବ, ଏହାର ଉପାୟ ସେଥିରେ ପ୍ରକାଶ କରାଯାଇଛି। ଆରମ୍ଭରୁ ଶେଷଯାଏ ପରିତ୍ରାଣ ପାଇବାର ଏକମାତ୍ର ଉପାୟ ହେଉଛି, ବିଶ୍ୱାସ। ଶାସ୍ତ୍ରବାକ୍ୟାନୁଯାୟୀ: “ଯେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ନିକଟରେ ଧାର୍ମିକ ବିବେଚିତ ହୁଏ, ସେ ବଞ୍ଚିବ।”


ଧର୍ମଶାସ୍ତ୍ରରେ ଉଲ୍ଲେଖ ଥିବା ଅନୁଯାୟୀ ଏହି ସୁସମାଚାର ସମ୍ପର୍କରେ ଈଶ୍ୱର ବହୁ ପୁରା କାଳରୁ ତାଙ୍କ ଭାବବାଦୀମାନଙ୍କ ଦ୍ୱାରା ପ୍ରତିଶ୍ରୁତି ଦେଇଥିଲେ।


ନା, ଏହା ଠିକ୍ ନୁହେଁ। ସେମାନେ ଯେଉଁ ବିଶ୍ୱାସ କରି ପରିତ୍ରାଣ ପାଇଛନ୍ତି, ଆମେ ମଧ୍ୟ ଠିକ୍ ସେହିପରି ବିଶ୍ୱାସ କରି ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ଦ୍ୱାରା ପରିତ୍ରାଣ ପାଇଅଛୁ।”


ତା’ପରେ ସେ ସେମାନଙ୍କୁ କହିଲେ, “ମୁଁ ତୁମ ସଙ୍ଗରେ ଥିବା ସମୟରେ ଠିକ୍ ଏହି କଥା ସବୁ କହିଥିଲି। ମୋଶାଙ୍କ ବ୍ୟବସ୍ଥା, ଭାବବାଦୀ ଗ୍ରନ୍ଥ ଓ ଦାଉଦଙ୍କ ଗୀତଗୁଡ଼ିକରେ ମୋ’ ବିଷୟରେ ଉଲ୍ଲିଖିତ ହୋଇଥିବା ପ୍ରତ୍ୟେକ ବିଷୟ ସଫଳ ହୋଇଛି।”


ଯେଉଁମାନେ ଆମ ଈଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ଯୋଗୁଁ ଆମ ପରି ବିଶ୍ୱାସରୂପ ବହୁମୂଲ୍ୟ ଦାନ ପ୍ରାପ୍ତ ହୋଇଛନ୍ତି, ସେମାନଙ୍କ ନିକଟକୁ ଯୀଶୁ ଖ୍ରୀଷ୍ଟଙ୍କ ସେବକ ଓ ପ୍ରେରିତ ଶିଷ୍ୟ ଶିମୋନ ପିତରଙ୍କ ପତ୍ର:-


ଏହି ପରିତ୍ରାଣ ସମ୍ବଦ୍ଧରେ ଭାବବାଦୀମାନେ ମନୋଯୋଗନୂର୍ବକ ଅନ୍ୱେଷଣ ଓ ଅନୁସନ୍ଧାନ କରି, ଈଶ୍ୱରଙ୍କ ନିରୂପିତ ଦାନ ବିଷୟରେ ଭବିଷ୍ୟତ୍ବାଣୀ ପ୍ରକାଶ କରିଥିଲେ।


କିନ୍ତୁ ଆମେ ଆଶା ପୋଷଣ କରୁଛୁ ଯେ, ଈଶ୍ୱର ଆମକୁ ତାଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ବିବେଚିତ କରିବେ; ଆମ ବିଶ୍ୱାସର ଫଳ ସ୍ୱରୂପ, ଆମ ଭିତରେ କାର୍ଯ୍ୟ କରୁଥିବା ପରମାତ୍ମାଙ୍କ ଶକ୍ତି ଦ୍ୱାରା ଏହା ସାଧିତ ହେବ ବୋଲି ଅପେକ୍ଷା କରି ରହିଛୁ।


ସେହି ନିଗୂଢ଼ ସତ୍ୟସବୁ ଭାବବାଦୀମାନଙ୍କର ଶାସ୍ତ୍ରରେ ପ୍ରକଟିତ ହୋଇଛି ଏବଂ ତାହା ଏବେ ଅନାଦି ଅନନ୍ତ ପ୍ରଭୁ ଈଶ୍ୱରଙ୍କ ଦ୍ୱାରା ସମସ୍ତ ଜାତି ମଧ୍ୟରେ ପ୍ରଚାରିତ ହେଉଛି। ଏହା ଦ୍ୱାରା ସମସ୍ତେ ବିଶ୍ୱାସ କରି ଈଶ୍ୱରଙ୍କ ଆଜ୍ଞାବହ ହୋଇ ପାରିବେ।


କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଭୁ ମୋତେ ସାହାଯ୍ୟ କରିଅଛନ୍ତି ଓ ସେଥିପାଇଁ ମୁଁ ଆଜି ସାନ ବଡ଼ ସମସ୍ତଙ୍କ ନିକଟରେ ସମାନଭାବେ ମୋର ସାକ୍ଷ୍ୟ ଦେବା ପାଇଁ ଛିଡ଼ା ହୋଇଛି। ଭାବବାଦୀମାନେ ଓ ମୋଶା, ଯାହା ଘଟିବ ବୋଲି କହିଥିଲେ, ମୁଁ ଠିକ୍ ସେହି କଥା କହୁଛି:


ଫିଲିପ୍ ନିଥ୍ନିୟେଲଙ୍କୁ ଭେଟି କହିଲେଏ “ଯାହାଙ୍କ ବିଷୟରେ ମୋଶା ତାଙ୍କ ବ୍ୟବସ୍ଥା ପୁସ୍ତକରେ ଉଲ୍ଲେଖ କରିଛନ୍ତି ଓ ଭାବବାଦୀମାନେ ଲେଖି ଯାଇଛନ୍ତି, ଆମେ ତାଙ୍କର ପରିଚୟ ପାଇଛୁ। ସେ ହେଉଛନ୍ତି ନାଜରିତ ଗ୍ରାମର ଯୋଷେଫଙ୍କ ପୁତ୍ର ଯୀଶୁ।”


କାରଣ ଖ୍ରୀଷ୍ଟ ସମ୍ପୂର୍ଣ୍ଣ ନିଷ୍ଠାପ ଥିଲେ ସୁଦ୍ଧା, ଈଶ୍ୱର ତାଙ୍କୁ ଆମ ପାଇଁ ପାପ ସ୍ୱରୂପ କଲେ, ଆମେ ଯେପିର ତାଙ୍କ ସହିତ ଯଂଯୁକ୍ତ ହୋଇ ଈଶ୍ୱରଙ୍କ ଧାର୍ମିକତାର ଅଂଶୀ ହୋଇ ପାରିବା।


କିନ୍ତୁ ଈଶ୍ୱର ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ କରିଛନ୍ତି ଓ ସେହି ଖ୍ରୀଷ୍ଟଙ୍କୁ ହିଁ ଆମ୍ଭମାନଙ୍କ ଜ୍ଞାନ ସ୍ୱରୂପ କରିଛନ୍ତି। ତାଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଆମର ଯଥାର୍ଥ ସମ୍ପର୍କ ପୁନଃପ୍ରତିଷ୍ଠିତ ହୋଇଛି, ଆମେ ଧାର୍ମିକ ଓ ପବିତ୍ର ଲୋକ ହୋଇ ମୁକ୍ତି ପାଇଛୁ।


ତେଣୁ ଅଣଇହୁଦୀମାନଙ୍କ ବିଷୟରେ ଏହା କହିପାରିବା, ସେମାନେ ଧାର୍ମିକ ହେବାକୁ ଚେଷ୍ଟା କରୁ ନ ଥିଲେ, କିନ୍ତୁ ସେମାନଙ୍କ ବିଶ୍ୱାସ ଯୋଗୁଁ ଧାର୍ମିକ ବିବେଚିତ ହୋଇଛନ୍ତି।


ପାପ ଯେପରି ମୃତ୍ୟୁ ଦ୍ୱାରା ନିଜର ଆଧିପତ୍ୟ ପ୍ରତିଷ୍ଠା କରିଥିଲା, ସେହିପରି ଈଶ୍ୱରଙ୍କ ଅନୁଗ୍ରହ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହାୟତାରେ ଆମ୍ଭମାନଙ୍କୁ ଧାର୍ମିକ ଗଣ୍ୟ କରି ଅନନ୍ତ ଜୀବନ ଦିଏ।


ସେମାନେ ଗୋଟିଏ ତାରିଖ ନିର୍ଦ୍ଦିଷ୍ଟ କଲେ ଏବଂ ସେମାନଙ୍କ ମଧ୍ୟରୁ ଅନେକେ ସେ ଦିନ ପାଉଲ ରହୁଥିବା ସ୍ଥାନକୁ ଆସିଲେ। ସକାଳୁ ରାତ୍ରିଯାଏ ପାଉଲ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟସଂକ୍ରାନ୍ତ ବାର୍ତ୍ତା ବୁଝାଇଲେ ଓ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଲେଖାରୁ ବାକ୍ୟ ଉଦ୍ଧାର କରି ଯୀଶୁଙ୍କଠାରେ ସେମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ।


ଆମେ ପ୍ରକୃତରେ ବୁଝିପାରିଛୁ ଯେ, ଜଣେ କେବଳ ତା’ର ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହେବ- ବ୍ୟବସ୍ଥା ପାଳନ କରିବା ଦ୍ୱାରା ନୁହେଁ।


ଦଣ୍ଡ ବିଧାୟକ ବ୍ୟବସ୍ଥାର ପ୍ରତିଷ୍ଠା ଯଦି ଏତେ ଗୌରବଯୁକ୍ତ, ତା’ହେଲ ପରିତ୍ରାଣକାରୀ ନିୟମର ପ୍ରତିଷ୍ଠା ଆହୁରି କେତେ ଅଧିକ ଗୌରବମଣ୍ଡିତ ନ ହେବ!


Swiv nou:

Piblisite


Piblisite